ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ
ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି
କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା
ସବୁ କରୋନା ଭାଇରସର ଗୋଟିଏ ଉପଚାର ‘ସୁପର ଟିକା’
BSNLର ୯୧ ଟଙ୍କିଆ ରିଚାର୍ଜ ପ୍ଲାନ୍
BSNL ବିଭିନ୍ନ ମୂଲ୍ୟ ବିଭାଗରେ ଉପଭୋକ୍ତାଙ୍କୁ ଅନେକ ରିଚାର୍ଜ ଯୋଜନା ପ୍ରଦାନ କରୁଛି, ଯାହା ବିଭିନ୍ନ ସୁବିଧା ସହିତ ଆସିଥାଏ । ଅନ୍ୟ କମ୍ପାନୀ ତୁଳନାରେ ସବୁଠୁ ଶସ୍ତା ମୂଲ୍ୟରେ BSNL ଅଧିକ ଭ୍ୟାଲିଡିଟି ପ୍ରଦାନ କରୁଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍ ଯଥା BSNL ହେଉଛି ଦେଶର ଏକ ପ୍ରସିଦ୍ଧ ଟେଲିକମ୍ କମ୍ପାନୀ, ଯାହାକି ଅପେକ୍ଷାକୃତ ଶସ୍ତା ରିଚାର୍ଜ ପ୍ଲାନ୍ ପାଇଁ ବେଶ୍ ଜଣାଶୁଣା। ଇତିମଧ୍ୟରେ ଏହି କମ୍ପାନୀ ଖୁବ ଶସ୍ତା ଦରରେ ଆଣିଛି ଦୁଇ …
ମୁହଁ ଦେଖାଇଲେ ହେବ ୟୁପିଆଇ ପେମେଣ୍ଟ
ଭାରତରେ ୟୁପିଆଇ ଜରିଆରେ ଅଧିକାଂଶ ଡିଜିଟାଲ ଟ୍ରାଞ୍ଜେକ୍ସନ କରାଯାଇଥାଏ | ପ୍ରତିବର୍ଷ ୟୁପିଆଇ ମାଧ୍ୟମରେ ଦିଆଯାଇଥିବା ଦେୟ ସଂଖ୍ୟା ନୂତନ ରେକର୍ଡକୁ ସ୍ପର୍ଶ କରେ | ତଥାପି, ଏକ ବଡ଼ ବିଭାଗ ୟୁପିଆଇ ପେମେଣ୍ଟ ବ୍ୟବହାର କରୁନାହିଁ | ଭାରତରେ ଡିଜିଟାଲ ଦେୟ ଉପରେ ନଜର ରଖୁଥିବା ଏଜେନ୍ସି ଏନପିସିଆଇ ଖୁବ୍ ଶୀଘ୍ର ୟୁପିଆଇ ପେମେଣ୍ଟ ସିଷ୍ଟମରେ ଏକ ପ୍ରମୁଖ ଅପଗ୍ରେଡ୍ କରିବାକୁ ଯାଉଛି | ୟୁପିଆଇ ଦେୟ ଦେବା ପାଇଁ ଉପଭୋକ୍ତାମାନଙ୍କୁ ଆଉ ପିନକୋଡ୍ ମନେ …
ପ୍ରଥମ ଥର ୭୦ ଟପିଲା ସୁନା ମୂଲ୍ୟ
ନୂଆଦିଲ୍ଲୀ: ୭୦ ହଜାର ଟଙ୍କା ପାର ହେଲା ସୁନା ମୂଲ୍ୟ । ନୂତନ ଆର୍ôଥକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି । ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି । ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ଟିପିଛି । ଏପ୍ରିଲ ୪ ବୁଧବାର ଦିନ, ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି । …
ରାଭଲଗାଓଁକୁ ୨୭ କୋଟିରେ କିଣିଲା ରିଲାଏନ୍ସ
ମୁମ୍ବାଇ: ଚକଲେଟ୍ ନିର୍ମାତା ରାଭଲଗାଓଁ ଏହାର କ୍ୟାଣ୍ଡି ବ୍ୟବସାୟକୁ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡକୁ ବିକ୍ରି କରିଦେଇଛି । ରିଲାଏନ୍ସର ଏଫ୍ଏମ୍ସିଜି ଶାଖା ରାଭଲଗାଓଁର ଟ୍ରେଡମାର୍କସ, ରେସିପିଜ୍ ଏବଂ ବୌଦ୍ଧିକ ସଂପତ୍ତି ଅଧିକାରକୁ ଅଧିଗ୍ରହଣ କରିନେଇଛି । ତେବେ ସଂପତ୍ତି, ଜମି, କାରଖାନା, କୋଠା, ଉପକରଣ ଏବଂ ମେସିନାରି ଆଦି ସାମଗ୍ରୀ ରାଭଲଗାଓଁ ନିକଟରେ ହିଁ ରହିବ । ପାନ ପସନ୍ଦ, ମ୍ୟାଙ୍ଗୋ ମୁଡ୍ ପ୍ରସ୍ତୁତ କରି ଗ୍ରାହକଙ୍କ ପ୍ରିୟଭାଜନ ହୋଇଥିଲା କମ୍ପାନୀ ରିଲାଏନ୍ସ ଓ ରାଭଲଗାଓଁ …
ନୂଆ ରୂପରେ ବଜାରକୁ ଆସିଲା ଲୁନା, ଦାମ ମାତ୍ର ୭୦ ହଜାର
ନୂଆଦିଲ୍ଲୀ: ଦିନ ଥିଲା ମୋପେଡ ଲୁନା ଭାରତୀୟଙ୍କ ସବୁଠୁ ଲୋକପ୍ରିୟ ଥିଲା । ଏବେ ନୂଆ ରୂପ ଏବଂ ନୂଆ ଟେକ୍ନୋଲୋଜି ସହ ପୁଣି ଥରେ ବଜାରକୁ ଆସିଛି ୯୦ ଦଶକର ଏହି ଲୋକପ୍ରିୟ ଲୁନା । ତେବେ ଏଥର ଲୁନା, ଇଲେକ୍ଟ୍ରିକ୍ ଅବତାରରେ ରାସ୍ତାକୁ ଓହ୍ଲାଇଛି । ବୁଧବାର କାଇନେଟିକ୍ ଗ୍ରୀନ୍ ଇଲେକ୍ଟ୍ରିକ ଲୁନାକୁ ଭାରତରେ ଲଞ୍ଚ କରିଛି । କମ୍ପାନି ଏହାର ମୋପେଡକୁ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଫିଚର୍ସ ସହ ଲଞ୍ଚ କରିଛି । …
ଆଜି ପବିତ୍ର ଧନତେରାସ : ଗହଣା ଦୋକାନରେ ସ୍ପେଶାଲ ଅଫର୍
ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହି ପର୍ବ ସାଧାରଣତଃ ଦୀପାବଳିର ପରିବେଶକୁ ଅଧିକ ଉତ୍ସବମୁଖର କରିଥାଏ । ଆଉ ଧନ୍ତେରାସ୍କୁ ଅଧିକ ମୁଖରିତ ଓ ଚଳଚଞ୍ଚଳ କରେ ଏହି ଦିନର ସୁନା କିଣା । ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି, ଧନତେରାସ୍ ଦିନ କିଛି ସୁନା କିମ୍ବା ରୁପା ଘରକୁ ଆଣିବା ଶୁଭ ହୋଇଥାଏ । …
ସୁନା କିଣି ଠକାମିରେ ପଡୁଛନ୍ତି ଗ୍ରାହକ
ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି । ହଲମାର୍କିଂ ଫେଡେରେଶନ ଅଫ ଇଣ୍ଡିଆ (ଏଚଏଫଆଇ) ମଧ୍ୟ ସ୍ୱୀକାର କରିଛି କେତେକ ଲୋକ ସୁନା ଅଳଙ୍କାର ଉପରେ ନକଲି ହଲମାର୍କିଂ କରୁଛନ୍ତି । ତେଣୁ, ଧନତେରସରେ ଅଳଙ୍କାର କିଣିବା ସମୟରେ ହଲମାର୍କକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । …
ଧନତେରାସ ଓ ଦୀପାବଳି ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର
ଭୁବନେଶ୍ୱର: ଆଉ ମାତ୍ର ଦୁଇଦିନ ପରେ ଧନତେରାସ । ଧନତେରାସ ଓ ଦିପାବଳୀ ପୂର୍ବରୁ ହ୍ରାସ ପାଇଛି ସୁନା ଓ ରୁପା ଦର । ତେଣୁ ଚଳିତ ବର୍ଷ ଧନତେରସ୍ରେ ସୁନା ବେପାର ଜମିବ । ଧନତେରସ୍ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି । ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିଛନ୍ତି । ନୂଆ …
ଧନତେରାସ ଓ ଦୀପାବଳି ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର Read More »
ଆସିଲା ଏଲଆଇସିର ଜବରଦସ୍ତ ପ୍ଲାନ୍
ଆମ ଦେଶରେ ବହୁ ସଂଖ୍ୟାରେ ଲୋକମାନେ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ ବା ଏଲଆଇସି ଉପରେ ଭରସା କରିଥାନ୍ତି । ଏଲଆଇସିରେ ଏପରି ବହୁ ପ୍ଲାନ ରହିଛି ଯାହା ନିବେଶକଙ୍କୁ ବୀମା ଫାଇଦା ଦେବା ସହିତ ଭଲ ରିଟର୍ଣ୍ଣ ବି ଦେଇଥାଏ । ଏପରି ଏକ ପ୍ଲାନ ହେଉଛି ଏଲଆଇସିର ‘ଜୀବନ ଉମଙ୍ଗ’ ଯାହାର ଲାଭ ନିବେଶକଙ୍କୁ ସାରା ଜୀବନ ମିଳିଥାଏ । ଏଲଆଇସିର ଏହି ପଲିସି ଆୟ ସହିତ ଆପଣଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିଥାଏ । …
ଧନତେରସ୍ରେ ସୁନା ବେପାର ଜମିବ: ବିକ୍ରି ଗତବର୍ଷଠୁ ଅଧିକ ରହିବା ଆଶା
ଭୁବନେଶ୍ୱର: ଆଉ ମାତ୍ର କିଛିଟା ଦିନ ପରେ ଆସୁଛି ଧନ୍ତେରସ୍ । ଚଳିତ ବର୍ଷ ଧନତେରସ୍ରେ ସୁନା ବେପାର ଜମିବ । ଧନତେରସ୍ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି । ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିଛନ୍ତି । ନୂଆ ନୂଆ ଗହଣାରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି । ଚଳିତ ବର୍ଷ …
ଧନତେରସ୍ରେ ସୁନା ବେପାର ଜମିବ: ବିକ୍ରି ଗତବର୍ଷଠୁ ଅଧିକ ରହିବା ଆଶା Read More »
ଗ୍ରାହକଙ୍କୁ ଏସବିଆଇର ପୂଜା ଭେଟି: ଏସବିଆଇ କାର୍ଡ଼ରେ ସପିଂ କଲେ ମିଳିବ ରିହାତି
କ୍ରେଡିଟ୍ କାର୍ଡ ଜଗତରେ ଏସବିଆଇ କାର୍ଡର ନାମ ବହୁତ ଲୋକପ୍ରିୟ । ଏସବିଆଇ କାର୍ଡ ହେଉଛି ଭାରତର ସର୍ବ ବୃହତ ଶୁଦ୍ଧ-ପ୍ଲେ କ୍ରେଡିଟ କାର୍ଡ ପ୍ରଦାନକାରୀ । ସମ୍ପ୍ରତି, ଏସବିଆଇ କାର୍ଡ ଏହାର କାର୍ଡଧାରୀମାନଙ୍କ ପାଇଁ ଅନେକ ଜବରଦସ୍ତ ଅଫର ଆଣିଛି । ଯାହା ଉତ୍ସବ ଋତୁରେ ଗ୍ରାହକଙ୍କୁ ଦମଦାର ଡିସ୍କାଉଣ୍ଟ ଦେବ । ଏସବିଆଇ କାର୍ଡ ଗ୍ରାହକମାନେ ପ୍ରାୟ ୨୨୦୦ ମର୍ଚେଣ୍ଟ ମାଧ୍ୟମରେ ଭଲ ଅଫର ପାଇପାରିବେ ଏବଂ ଏହା ବ୍ୟତୀତ ସେମାନେ ପ୍ରମୁଖ ସହରଗୁଡ଼ିକରେ …
ଗ୍ରାହକଙ୍କୁ ଏସବିଆଇର ପୂଜା ଭେଟି: ଏସବିଆଇ କାର୍ଡ଼ରେ ସପିଂ କଲେ ମିଳିବ ରିହାତି Read More »
ଉପରମୁହାଁ ସୁନାଦର : ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା
ଭୁବନେଶ୍ୱର: ପାର୍ବଣରେ ସୁନା କିଣିବାକୁ ମନ କରିଥିବା ଗ୍ରାହକଙ୍କ ପାଇଁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ୨ ସପ୍ତାହ ଭିତରେ ଉଭୟ ସୁନା ଓ ରୁପା ଦର ୪ ହଜାର ଟଙ୍କା ଲେଖାଏଁ ବଢ଼ିଗଲାଣି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୫୬ ହଜାର ୬୦୦ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋ ୭୪ ହଜାରରେ ପହଞ୍ଚିଛି । ବିଶେଷଜ୍ଞ ଆକଳନ କଲେଣି, ଇସ୍ରାଏଲ୍-ହମାସ ଯୁଦ୍ଧ ଲମ୍ବା ଚାଲିଲେ ଦର ଆହୁରି ବଢ଼ିବ …
ଉପରମୁହାଁ ସୁନାଦର : ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା Read More »
ବ୍ୟାଙ୍କଗୁଡ଼ିକ ଭୁଲ୍ କଲେ କ୍ଷମା ନାହିଁ
ଏଣିକି ବ୍ୟାଙ୍କ ଭୁଲ କଲେ ଆଉ କ୍ଷମା ନାହିଁ । ବ୍ୟାଙ୍କର କୌଣସି ଭୁଲ ପାଇଁ କେହି ବି ଗ୍ରାହକ ହଇରାଣ ହେବେ ନାହିଁ । ଯଦି ଆପଣ ଘର କିମ୍ବା ଅନ୍ୟ କୌଣସି ଲୋନ୍ ନେଇଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଭଲ ଖବର । ବର୍ତ୍ତମାନ ଲୋନ୍ ପରିଶୋଧ କରିବା ପରେ ବନ୍ଧକ ସାମଗ୍ରୀର ଦଲିଲଗୁଡ଼ିକ ୩୦ ଦିନ ମଧ୍ୟରେ ଆପଣଙ୍କୁ ଫେରସ୍ତ କରାଯିବ । ଆଉ ଯଦି ଏଭଳି ନ ହୁଏ ତେବେ …
ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ: ୨ ହଜାର ଟଙ୍କିଆ ନୋଟ୍ର ଡିପୋଜିଟ୍ ଓ ଏକ୍ସଚେଞ୍ଜର ଅବଧି ବଢ଼ିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ୨ ହଜାର ଟଙ୍କିଆ ନୋଟ୍ର ବଦଳି ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି, ତେଣୁ ବହୁ ସମୀକ୍ଷା କରିବା ପରେ ଏହି ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରିଜର୍ଭ …
ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି Read More »
ଅଚାନକ ଟଙ୍କା ଆବଶ୍ୟକ ପଡ଼ିଲେ କ’ଣ କରିବେ, ଏଫଡି ଭାଙ୍ଗିବା ବୁଦ୍ଧିମାନର କାମ ହେବ କି ?
ଟଙ୍କା ଅଚାନକ ଦରକାର ହୁଏ । ଆବଶ୍ୟକତା କହିବୋଲି ଆସେ ନାହିଁ । ଆଉ ଏଭଳି ସମୟରେ ଆପଣଙ୍କୁ ଯେକୌଣସି ମତେ ଟଙ୍କା ଯୋଗାଡ଼ କରିବାକୁ ପଡେ । ଧରି ନିଅନ୍ତୁ ଆପଣଙ୍କୁ ଗୋଟିଏ ଜରୁରୀ କାମ ପାଇଁ ଅଚାନକ ଟଙ୍କାର ଆବଶ୍ୟକତା ପଡୁଛି । ପାଖରେ ଟଙ୍କା ନାହିଁ କିନ୍ତୁ ବ୍ୟାଙ୍କରେ ଗୋଟିଏ ଏଫଡି ଅଛି । ଏମିତିରେ ଆପଣ କ’ଣ କରିବେ ? ଏଫଡିକୁ ଭାଙ୍ଗି ଟଙ୍କା ଉଠାଇବେ କି ? ଏଫଡି ଭାଙ୍ଗି …
ଅଚାନକ ଟଙ୍କା ଆବଶ୍ୟକ ପଡ଼ିଲେ କ’ଣ କରିବେ, ଏଫଡି ଭାଙ୍ଗିବା ବୁଦ୍ଧିମାନର କାମ ହେବ କି ? Read More »
ସ୍କୁଲ ନାମରେ ବହି ଦୋକାନ, କେମିତି ଶିକ୍ଷାର ହେଲାଣି ବଜାରୀକରଣ
ଆଜିକା ସମୟରେ ପ୍ରତିଯୋଗିତା ବଢିବାରେ ଲାଗିଛି। ସେଥିପାଇଁ ଜଣେ ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ଥିବା ନିହାତି ଦରକାର । ଖାସ୍ ସେଥିପାଇଁ ଆଜିକା ଯୁଗରେ ପିତା-ମାତା ପିଲାମାନଙ୍କୁ ଉଚ୍ଚକୋଟିର ଶିକ୍ଷା ଦେବାକୁ ଚାହୁଁଛନ୍ତି । ଏଭଳିସ୍ଥଳେ ଇଂରାଜୀ ମାଧ୍ୟମ ସ୍କୁଲ ଓ ପ୍ରାଇଭେଟ୍ ସ୍କୁଲର ଡିମାଣ୍ଡ ବଢୁଛି । ତେବେ ପୂର୍ବରୁ ସ୍କୁଲ ଗୁଡିକ ଶିକ୍ଷାର ମନ୍ଦିର ବୋଲାଉଥିବା ବେଳେ କିଛି ଲୋକଙ୍କ ପାଇଁ ବିଜନେସ୍ ପାଲଟିଗଲାଣି । ପିଲାଟି ସ୍କୁଲରେ ଆଡମିଶନ ନେଲା ମାତ୍ରେ ତା’ର …
ସ୍କୁଲ ନାମରେ ବହି ଦୋକାନ, କେମିତି ଶିକ୍ଷାର ହେଲାଣି ବଜାରୀକରଣ Read More »
ପ୍ରଥମ ଥର ଆୟକର ରିଟର୍ଣ୍ଣ ଦାଖଲ କରିବେ କି,10 ବିନ୍ଦୁରେ ଜାଣନ୍ତୁ କେମିତି ଭରିବେ ଆଇଟି ରିଟର୍ଣ୍ଣ
ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି ଜୁଲାଇ 31 ତାରିଖ। ଯେଉଁ କରଦାତ୍ତାଙ୍କୁ ନିଜ ଖାତାର ଅଡ଼ିଟ୍ କରାଇବା ଆବଶ୍ୟକ ନଥାଏ ସେମାନଙ୍କୁ ଏହି ତାରିଖ ସୁଧା ନିଜ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ତେଣୁ ଦରମା ପାଉଥିବା ଚାକିରିଆ ଆୟକରଦାତ୍ତାଙ୍କୁ ଏହି ତାରିଖ ସୁଧା ଟ୍ଯାକ୍ସ ଦାଖଲ କରିବାକୁ ପଡ଼ିଥାଏ। ଯଦି ଆପଣ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। …
ପ୍ରଥମ ଥର ଆୟକର ରିଟର୍ଣ୍ଣ ଦାଖଲ କରିବେ କି,10 ବିନ୍ଦୁରେ ଜାଣନ୍ତୁ କେମିତି ଭରିବେ ଆଇଟି ରିଟର୍ଣ୍ଣ Read More »
କେଉଁ ରାଜ୍ଯର ଲୋକ ଔଶଧରେ କରୁଛନ୍ତି ଅଧିକ ଖର୍ଚ୍ଚ
ଥଣ୍ଡା,ଜର କିମ୍ବା ଅନ୍ୟ କୌଣସି ରୋଗ ହେଉ ଭାରତୀୟମାନେ ପୂର୍ବ ଅପେକ୍ଷା ନିଜ ସ୍ୱାସ୍ଥ୍ଯକୁ ନେଇ ଅଧିକ ଜାଗ୍ରୁତ ହୋଇଛନ୍ତି। ଏକ ତାଜା ରିପୋର୍ଟ ଅନୁସାରେ 9 କୋଟି ଭାରତୀୟ ପ୍ରତି ମାସରେ ନିଜ ଖର୍ଚ୍ଚର 10 ପ୍ରତିଶତ ସ୍ୱାସ୍ଥ୍ଯ ସେବାରେ ଖର୍ଚ୍ଚ କରୁଛନ୍ତି। ଅନ୍ଯ ପକ୍ଷରେ ଦେଶର 3 କୋଟି ପରିବାର ନିଜ ଆୟର 25 ପ୍ରତିଶତ ଔଶଧରେ ଖର୍ଚ୍ଚ କରୁଛନ୍ତି। ଏହି ରିପୋର୍ଟ ଅନୁସାରେ ଲୋକ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ଯ ସେବାରେ ଅଧିକ ଖର୍ଚ୍ଚ …
ଯଦି ଟ୍ୟାକ୍ସ ଦେବାକୁ ଚାହୁଁନାହାନ୍ତି ତେବେ ମ୍ୟୁଚୁଆଲ ଫଣ୍ଡର ଗ୍ରୋଥ୍ ଅପସନକୁ ବାଛନ୍ତୁ..
ଆପଣଙ୍କ ଆୟ ଯଦି ଟ୍ୟାକ୍ସ ପରିସର ଭିତରକୁ ଆସୁଛି ଓ ଆପଣ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି ତେବେ କଣ କରିବେ ? ବିଶେଷଜ୍ଞଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଆପଣ ଇକ୍ୱଟି ମ୍ୟୁଚୁଆଲ ଫଣ୍ଡରେ ଡିଭିଡେଣ୍ଡ୍ ବଦଳରେ ଗ୍ରୋଥ୍ ଅପସନକୁ ବାଛିବା ବୁଦ୍ଧିମାନର କାମ ହେବ । ଏଗଜିଟ୍ ଲୋଡ୍ ଓ ଟ୍ୟାକ୍ସକୁ ଦେଇ ନିଅନ୍ତୁ ନିଷ୍ପତି ମ୍ୟୁଚୁଆଲ ଫଣ୍ଡ୍ ମ୍ୟାନେଜରଙ୍କ କହିବା ହେଉଛି ଯେଉଁ ନିବେଶକଙ୍କ ଆୟ ଟ୍ୟାକ୍ସ ପରିସର ଭିତରକୁ ଆସୁଛି ସେମାନେ ଗ୍ରୋଥ୍ …
ଯଦି ଟ୍ୟାକ୍ସ ଦେବାକୁ ଚାହୁଁନାହାନ୍ତି ତେବେ ମ୍ୟୁଚୁଆଲ ଫଣ୍ଡର ଗ୍ରୋଥ୍ ଅପସନକୁ ବାଛନ୍ତୁ.. Read More »
ଭବିଷ୍ୟତର ଆର୍ଥିକ ଚିନ୍ତାକୁ କେମିତି ମନ ଭିତରୁ ହଟାଇବେ ?
ଟଙ୍କା ବଂଚିବା ପାଇଁ ନିହାତି ଆବଶ୍ୟକ । ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସବୁ ପାଇଁ ଦରକାର ହୋଇଥାଏ ଟଙ୍କା । ଟଙ୍କା ଯଦି ପାଖରେ ଅଛି ତେବେ ଜୀବନର କିଛି ସମସ୍ୟାର ମୁକାବିଲା ପାଇଁ ମନରେ ସାହସ ଆସିପାରେ । ଆମେ ସମସ୍ତେ ଟଙ୍କା ସଂଚୟ କରିବାକୁ ଚାହୁଁ । ଆମେ ସମସ୍ତେ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଉଦ୍ୟମ କରୁ । କିନ୍ତୁ ସେହି ଏକା ସମୟରେ ପ୍ରାୟତଃ ଆମ ମନକୁ ଅର୍ଥ ସଂପର୍କିତ କିଛି ଭୟ କବଳିତ …
ଭବିଷ୍ୟତର ଆର୍ଥିକ ଚିନ୍ତାକୁ କେମିତି ମନ ଭିତରୁ ହଟାଇବେ ? Read More »
ଆମେରିକା ଦେଲା ଭାରତକୁ ବଡ଼ ଅଫର,ଚୀନକୁ ଅସନ୍ତୁଷ୍ଟ କରିବ କି ଭାରତ?
ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ପରେ ପରେ ଜିଓ ପଲିଟିକ୍ସ ବଦଳିଯାଇଛି। ଋଷକୁ ଲଗାମ କସିବାରେ ଆମେରିକା କିଛିଟା ସଫଳ ହୋଇଛି ସତ କିନ୍ତୁ ଚୀନ୍ ଆମେରିକାକୁ ନାକେଦମ କରିସାରିଲାଣି। ଆମେରିକାର ମିତ୍ର ଦେଶଙ୍କୁ ଧମକ ଦେବା ସହିତ ବିଶ୍ୱ ବଜାର ଉପରେ କବଜା କରି ସୁପରପାୱାର ହେବା ସ୍ୱପ୍ନ ଦେଖୁଥିବା ଚୀନକୁ କାବୁ କରିବା ପାଇଁ ଆମେରିକା ଆଣିଛି ନାଟୋପ୍ଲସ୍। ଏହି ନାଟୋପ୍ଲସରେ ଯୋଗଦେବା ପାଇଁ ଭାରତକୁ ଅଫର ଦିଆଯାଉ ବୋଲି ଆମେରିକା କଂଗ୍ରେସ ଚାହୁଁଛି …
ଆମେରିକା ଦେଲା ଭାରତକୁ ବଡ଼ ଅଫର,ଚୀନକୁ ଅସନ୍ତୁଷ୍ଟ କରିବ କି ଭାରତ? Read More »
ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ ଯାହା ଆଗରେ ଚୀନଠାରୁ ଆମେରିକା ସମସ୍ତେ ନତମସ୍ତକ
ASML ଏମିତି ଗୋଟିଏ ନାଁ ଯାହାକୁ ହୁଏତ ଆପଣ ଶୁଣିନଥିବେ। କିନ୍ତୁ ଅଜଣା ଅଶୁଣା ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ। ଟାଟା,ଇନଫୋସିସ୍,ଆମାଜନ,ଟେସଲାଠାରୁ ନାସା ଓ ଇସ୍ରୋ ସମସ୍ତଙ୍କ ତଣ୍ଟି ଧରିଥିବା କମ୍ପାନୀର ନାମ ହେଉଛି ASML। ଆଉ ଏଥିରେ ଯିଏ ଥରେ ଚାକିରି କରେ ସିଏ କେବେ ଚାକିରି ଛାଡିପାରେ ନାହିଁ। କାହିଁକି ଆସନ୍ତୁ ଜାଣିବା। ଫ୍ରିଜ୍ ହେଉ କି ୱାସିଂମେସିନ୍ କି କମ୍ପ୍ୟୁଟର ସବୁଥିରେ ଅଛି ସେମିକଣ୍ଡକ୍ଟର। ଆଉ ଏହି ସେମିକଣ୍ଡକ୍ଟର …
ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ ଯାହା ଆଗରେ ଚୀନଠାରୁ ଆମେରିକା ସମସ୍ତେ ନତମସ୍ତକ Read More »
UPI ପେମେଣ୍ଚକୁ ନେଇ ଆପଣ ବି ସନ୍ଦେହରେ ଅଛନ୍ତି କି ,8 ବିନ୍ଦୁରେ ଜାଣନ୍ତୁ ପୁରା ତଥ୍ୟ
ୟୁପିଆଇ ମାଧ୍ୟମରେ ଟଙ୍କା ଦେବା ମହଙ୍ଗା ହେବ। 2000 ଟଙ୍କାରୁ ଅଧିକ ପେମେଣ୍ଟ୍ ଉପରେ 1.1 ପ୍ରତିଶତ ଇଣ୍ଟରଚେଂଜ୍ ଫି ଦେବାକୁ ପଡ଼ିବ ବୋଲି ଗତକାଲି ଖବର ଆସିବା ପରେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ବିଶେଷଜ୍ଞ ମାନେ ମନଇଛା ତଥ୍ୟ ରଖିବା ପରେ ଏବେ ଏନସିପିଆଇ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛି। ଏନସିପିଆଇ ଅନୁସାରେ ୟୁପିଆଇ ଜରିଆରେ ପେମେଣ୍ଟ ଆଗଭଳି ଗ୍ରାହକଙ୍କ ପାଇଁ ମାଗଣା ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। …
UPI ପେମେଣ୍ଚକୁ ନେଇ ଆପଣ ବି ସନ୍ଦେହରେ ଅଛନ୍ତି କି ,8 ବିନ୍ଦୁରେ ଜାଣନ୍ତୁ ପୁରା ତଥ୍ୟ Read More »
କେମିତି ଜାଣିବେ ଅନ୍ୟ କେହି ଆପଣଙ୍କ ଫୋନରୁ ପର୍ସନାଲ ଡାଟା ଚୋରି କରୁଛି ?
ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟ୍ ଫୋନ୍ । ବ୍ୟକ୍ତିଗତ କାମଠାରୁ ଅଫିସ କାମ ସବୁ ପାଇଁ ସ୍ମାର୍ଟ୍ ଫୋନ୍ ଉପରେ ଆମେ ନିର୍ଭରଶୀଳ । ବ୍ୟାଙ୍କିଂରୁ ଚାଟିଂ ସବୁକିଛି ହେଉଛି ସ୍ମାର୍ଟଫୋନରେ । ଆଉ ଏହା ସହିତ ଆସିଛି ବିପଦ । ହ୍ୟାକର୍ସ ଆପଣଙ୍କ ଫୋନ୍ ଉପରେ ନଜର ରଖୁଛନ୍ତି । ଟିକିଏ ଅସବାଧନ ହେଲେ ସେମାନେ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ବ୍ଲାକମେଲ୍ କରିବା ସହିତ ବ୍ୟାଙ୍କ ବାଲାନ୍ସ ମଧ୍ୟ ଉଡାଇ ନେବେ …
କେମିତି ଜାଣିବେ ଅନ୍ୟ କେହି ଆପଣଙ୍କ ଫୋନରୁ ପର୍ସନାଲ ଡାଟା ଚୋରି କରୁଛି ? Read More »
ବାପାବୋଉଙ୍କୁ ଘରଭଡ଼ା ଦେଇ ବଂଚାନ୍ତୁ ଆୟକର
ମାର୍ଚ୍ଚ ଆସିବାକୁ ଆଉ କେଇଦିନ ମାତ୍ର ବାକି । ଏହା ସହିତ ଆରମ୍ଭ ହୋଇଯିବ ଟ୍ୟାକ୍ସ ଭରଣ ଚିନ୍ତା । କେଉଁଠି କେତେ ଦେଲେ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଟ୍ୟାକ୍ସ ବ୍ରାକେଟ୍ ଭିତରକୁ ଆସୁଥିବା ଅନେକ ଏଭଳି ଅଙ୍କ କସନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ୭ ଖର୍ଚ୍ଚ ବାବଦରେ କହିବୁ ଯାହା ଉପରେ ଆପଣ ଟ୍ୟାକ୍ସ ବଂଚାଇ ପାରିବେ । ପ୍ରି ନର୍ସରୀ ଫିସ୍ ଉପରେ ଡିଡକ୍ସନ ଯଦି ଆପଣଙ୍କ ପିଲା …
EMI penality : ଇଏମଆଇ ନଦେଇ ପାରିଲେ ଆଉ ଦେବାକୁ ପଡ଼ିବନି ଫାଇନ୍ ! ଜାଣନ୍ତୁ RBIର ପ୍ଲାନ୍ କ’ଣ
ମୂଲ୍ୟବୃଦ୍ଧି ଉପରେ ଲଗାମ କସିବାକୁ RBI ରେପୋ ରେଟରେ ଗତ ଏକ ବର୍ଷ ମଧ୍ୟରେ ଭାରି ବୃଦ୍ଧି କରିଛି । କେନ୍ଦ୍ରୀୟ ବ୍ୟାଙ୍କ ଲଗାତର ୬ ଥର ରେପୋ ରେଟ୍ ବଢ଼ାଇଛି । ଗତବର୍ଷ ଏପ୍ରିଲ ମାସରେ ଏହା ୪ ପ୍ରତିଶତ ଥିଲା । ଯାହା ଏବେ ବଢିକରି ହୋଇଛି ୬.୫ ପ୍ରତିଶତ । ଏହି କାରଣରୁ ବ୍ୟାଙ୍କ ମଧ୍ୟ ନିଜ ସୁଧ ଦର ବଢାଇଛନ୍ତି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । …
EMI penality : ଇଏମଆଇ ନଦେଇ ପାରିଲେ ଆଉ ଦେବାକୁ ପଡ଼ିବନି ଫାଇନ୍ ! ଜାଣନ୍ତୁ RBIର ପ୍ଲାନ୍ କ’ଣ Read More »
ATMରୁ ଟଙ୍କା ଉଠାଇଲା ବେଳେ କାହିଁକି ଗ୍ରୀନ୍ ଲାଇଟ୍ ଜଳୁଛି କି ନାହିଁ ଦେଖିବେ ?
ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢିବାରେ ଲାଗିଛି । ଆପଣଙ୍କ ଆଖପାଖ କିମ୍ବା ପରିଚିତ ବ୍ୟକ୍ତି କେହି ଏଭଳି ଠକେଇର ଶିକାର ହୋଇଥିବା କଥା ଆପଣ ନିଶ୍ଚୟ ଶୁଣିଥିବେ । ଅନେକ ସମୟରେ କାର୍ଡ୍ ଅଦଳବଦଳ କରି ଏଭଳି ଠକେଇ କରାଯାଇଥାଏ । ପୁଣି କେତେବେଳେ ଏଟିଏମ ରୁମର ସିସିଟିଭି କ୍ୟାମେରାକୁ ହ୍ୟାକ୍ କରି ଠକ ପାସୱାର୍ଡ୍ ପଢି ନିଅନ୍ତି । ତେଣୁ ଆପଣ ଯେତେବଳେ ବି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଛନ୍ତି ସେତେବେଳେ କିଛି …
ATMରୁ ଟଙ୍କା ଉଠାଇଲା ବେଳେ କାହିଁକି ଗ୍ରୀନ୍ ଲାଇଟ୍ ଜଳୁଛି କି ନାହିଁ ଦେଖିବେ ? Read More »
ଦେଶର ପ୍ରଥମ କାର କିଏ କିଣିଥିଲେ ? ଜମସେଦଜି ଟାଟା ନା ଆଉ କିଏ ? ଦେଶର ପ୍ରଥମ କାର କିଏ କିଣିଥିଲେ ? ଜମସେଦଜି ଟାଟା ନା ଆଉ କିଏ ?
ଭାରତର ଅଟୋ ମୋବାଇଲ ବଜାର ଦିନକୁ ଦିନ ବଢି ଚାଲିଛି । ପେଟ୍ରୋଲ କାର ପରେ ଏବେ ଇଭି’ କାରର ଡିମାଣ୍ଡ୍ ଅଧିକ । ଦେଶରେ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରୀର ଗ୍ରୋଥ୍ ରେଟ୍ ୫୬ ପ୍ରତିଶତ ରହିଛି । ବିଦେଶୀ କାର କମ୍ପାନୀ ନିଜ କାର ପାଇଁ ଭାରତକୁ ବଡ଼ ବଜାର ଭାବେ ଦେଖୁଥିବା ବେଳେ ଦେଶୀ କମ୍ପାନୀ ମଧ୍ୟ ପଛରେ ନାହାନ୍ତି । ମାରୁତି ଯଦି ଦେଶର ସବୁଠାରୁ ବଡ଼ କାର କମ୍ପାନୀ ତେବେ ମହିନ୍ଦ୍ରା …
ଘର କେମିତି କିଣିବାର ୫-୨୦-୩୦-୫୦ ନିୟମ କ’ଣ ? ଆପଣଙ୍କ ହୋମ୍ ଲୋନ୍ ଇଏମଆଇ କେତେ ରହିବା ଠିକ ?
ନିଜର ଘର ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । ମୁଣ୍ଡ ଉପରେ ଛାତ ଦିଏ ସୁରକ୍ଷାର ଭାବନା । ଏମିତିରେ ସମସ୍ତେ ଚାହାନ୍ତି ଘର ତିଆରି କରିବାକୁ । କିନ୍ତୁ ଏକାଥରକେ ନିବେଶ କରି ଘର ତିଆରି କରିବା କି କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ତେଣୁ ପ୍ରାୟତଃ ଅଧିକାଂଶ ହୋମ୍ ଲୋନ୍ ନେଇ ଘର କିଣିଥାନ୍ତି ବା ଘର ତିଆରି କରିଥାନ୍ତି । ଏମିତିରେ ଜଣେ କେତେ ଟଙ୍କା ଘର ନିର୍ମାଣର କିମ୍ବା କିଣିବାରେ …
ଘର କେମିତି କିଣିବାର ୫-୨୦-୩୦-୫୦ ନିୟମ କ’ଣ ? ଆପଣଙ୍କ ହୋମ୍ ଲୋନ୍ ଇଏମଆଇ କେତେ ରହିବା ଠିକ ? Read More »
ଭାରତରେ ବଜେଟର ଇତିହାସ : କେବେ ଓ କେମିତି ଭାରତରେ ଆରମ୍ଭ ହୋଇଥିଲା ବେଜଟ୍
ଫେବ୍ରୁଆରୀ ୧ ତାରିଖରେ ଆସେ ଭାରତ ସରକାରଙ୍କ ବଜେଟ । ବର୍ଷକ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ଲେଖାଯୋଖା ହେଉଛି ବଜେଟ୍ । ସରକାର ଟଙ୍କାଏ ଆୟ କଲେ କେମିତି ସେହି ଟଙ୍କାକ ଖର୍ଚ୍ଚ କରନ୍ତି ଏହା ହେଉଛି ବଜେଟ୍ । ସାଧାରଣ ଜନତାଠାରୁ ଶିଳ୍ପପତି ସମସ୍ତଙ୍କ ଅପକ୍ଷା ଥାଏ ବଜେଟକୁ । କାରଣ ବଜେଟ ସେମାନଙ୍କ ଖର୍ଚ୍ଚ କମାଏ କିମ୍ବା ବଢାଏ । ତେବେ ଭାରତର ବଜେଟ୍ ଇତିହାସ କ’ଣ ? ରାଜାରାଜୁଡା ଅମଳରେ …
ଭାରତରେ ବଜେଟର ଇତିହାସ : କେବେ ଓ କେମିତି ଭାରତରେ ଆରମ୍ଭ ହୋଇଥିଲା ବେଜଟ୍ Read More »
ଘରେ ଅଟା ନାହିଁ,ପାକିସ୍ତାନ ଆମଦାନୀ କରୁଛି ଲଗଜରି କାର
ପାକିସ୍ତାନ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ । କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି ସରକାର । ଦେଶର ଅନେକ ରାଜ୍ୟରେ ବିଜୁଳି ନାହିଁ । ରାସ୍ତାରେ ଲୋକେ ଅଟା ପାଇଁ ପିଟାପିଟି ହେଉଛନ୍ତି । କିନ୍ତୁ ପାକିସ୍ତାନୀଙ୍କ ସୌକ କମିନି । ସୌକ ଏତେ ଯେ, ଲୋନ୍ ପାଇଁ ଦେଶ ଦେଶ ବୁଲୁଥିବା ପାକିସ୍ତାନୀ ସରକାର ଲଗଜରି କାର ଆମଦାନୀକୁ ଗ୍ରୀନ୍ ସିଗନାଲ …
ଫେସବୁକରେ ଦେଉଛନ୍ତି ଆକର୍ଷଣୀୟ ବିଜ୍ଞାପନ,ହୁଅନ୍ତୁ ସାବଧାନ
ସୋସିଆଲ ମିଡିଆର ଆଗମନ ସହିତ ଡିଜିଟାଲ ମାର୍କେଟିଂ ବା ଅନଲାଇନ୍ ମାର୍କେଟିଂ ନାମରେ ଗୋଟିଏ ନୂଆ ଶବ୍ଦ ଅଭିଧାନକୁ ଆସିଛି । ଆଗରୁ ଖବର କାଗଜ କିମ୍ବା ଟିଭି ଓ ରେଡିଓ ପରେ ରାସ୍ତାଘାଟରେ ବିଲବୋର୍ଡ୍ ଜରିଆରେ ବିଜ୍ଞାପନ ଦିଆଯାଉଥିଲା । କିନ୍ତୁ ସୋସିଆଲ ମିଡିଆ ଆସିବା ସହିତ ବିଜ୍ଞାପନ ଦୁନିଆ ବଦଳିଗଲା । ବିଗତ ୧୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ବିଶେଷ ଭାବେ ପରିଲକ୍ଷିତ ହେଉଛି । ଫେସବୁକ୍ ଭଳି ସୋସିଆଲ ମିଡିଆର ଅଲଗୋରିଦମ …
ଫେସବୁକରେ ଦେଉଛନ୍ତି ଆକର୍ଷଣୀୟ ବିଜ୍ଞାପନ,ହୁଅନ୍ତୁ ସାବଧାନ Read More »
ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ
ଟଙ୍କା ହିଁ ଟଙ୍କା ତିଆରି କରେ । ସଠିକ ସମୟରେ ନିବେଶ ଦେଇଥାଏ ଭଲ ରିଟର୍ଣ୍ଣ । ତେବେ ନିବେଶ ପୂର୍ବରୁ ଆମ ମନକୁ ଅନେକ ପ୍ରଶ୍ନ ଆସିଥାଏ । କେଉଁଠି ନିବେଶ କରିବୁ ? ସରକାରୀ ବଣ୍ଡରେ ନା ମ୍ୟୁଚୁଆଲ ଫଣ୍ଡରେ ନା ସିଧାସଳଖ ସେୟାର ମାର୍କେଟରେ । ଏମିତି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । ଆମ ମଧ୍ୟରୁ କିଛି ନିଜ ବନ୍ଧୁମାନଙ୍କ ପରାମର୍ଶରେ ନିବେଶ କରିଥାଉ । ଅମୁକ ବ୍ୟକ୍ତି ସମୁକ …
VPF କ’ଣ ? କେମିତି ଜଣେ ଚାକିରିଆ ଏଥିରେ ନିବେଶ କରି ଅଧିକ ଲାଭ ପାଇପାରିବେ ?
VPF ଆପଣଙ୍କୁ ନିଜ EPFରେ ଅତିରିକ୍ତ ଯୋଗଦାନ କରିବା ସହ ଆକର୍ଷକ ରିଟର୍ଣ୍ଣର ସୁଯୋଗ ଦେଇଥାଏ । ଆସନ୍ତୁ ଜାଣିବା VPF କେମିତି କାମ କରିଥାଏ ଓ EPF ଆକାଉଣ୍ଟରେ କେମିତି ଆପଣ ସ୍ୱେଛାକୃତ ଯୋଗଦାନ କରିପାରିବେ… କୋଭିଡ୍ ଭଳି ମହାମାରୀ ଆମକୁ ମାନବୀୟ ସଂପର୍କ ଓ ସଂଚୟର ମହତ୍ୱକୁ ବୁଝାଇ ଦେଇଛି । କୋଭିଡ୍ ମହାମାରୀର ପ୍ରଥମ ଲହରି ବେଳେ ଅନେକଙ୍କୁ ନିଜ ରୋଜଗାର ହରାଇଥିଲେ । ଅନେକଙ୍କୁ ଚାକିରି ହରାଇବାକୁ ପଡିନଥିଲେ ମଧ୍ୟ ଦରମା …
VPF କ’ଣ ? କେମିତି ଜଣେ ଚାକିରିଆ ଏଥିରେ ନିବେଶ କରି ଅଧିକ ଲାଭ ପାଇପାରିବେ ? Read More »
ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ?
ଭାରତରେ ପ୍ୟାକେଜ୍ ପାଣି କହିଲେ ଗୋଟିଏ ବ୍ରାଣ୍ଡକୁ ବୁଝାଏ । ତା’ ହେଉଛିବିସଲେରି । ବିସଲାରି ଏମିତି ଗୋଟିଏ ବ୍ରାଣ୍ଡ୍ ଯାହା ଗତ ୫୦ ବର୍ଷ ହେବ ଭାରତୀୟ ପ୍ୟାକେଜଡ୍ ୱାଟର ବଜାର ଉପରେ ଏକାକି ରାଜ୍ କରୁଥିଲା । ବଜାରରେ ଏହାର ଭାଗ ଥିଲା ୩୨ ପ୍ରତିଶତ । ଅର୍ଥାତ ବଜାରରେ ଯଦି ଶହେ ପାଣି ବୋତଲ ବିକ୍ରି ହୁଏ ତେବେ ତା’ମଧ୍ୟରୁ ୩୨ଟି ବିସଲେରିର ହୋଇଥାଏ । ସେହି ବିସଲେରି ବ୍ରାଣ୍ଡକୁ ଏହାର ମାଲିକ …
ବିସଲେରିବ୍ରାଣ୍ଡର ମାଲିକାନା କାହିଁକି ଚାହିଁଲେନି ଜୟନ୍ତି ? Read More »
ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ
ହୋମ ଲୋନ୍ 15ରୁ 20 ବର୍ଷ ମଧ୍ୟରେ ଶୁଝା ଯାଇଥାଏ । ତେବେ ଏହି ଅବଧି ମଧ୍ୟରେ ଅନେକ କିଛି ବଦଳି ଯାଇଥାଏ ।ଗ୍ରାହକଙ୍କ ଆର୍ଥିକ ସ୍ଥିତି,ସୁଧ ହାର,ସରକାରୀ ନୀତି ଓ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଏହା ମଧ୍ୟରେ ସାମିଲ ଥାଏ । ତେଣୁ ମଝିରେ ମଝିରେ ହୋମ ଲୋନର ସମୀକ୍ଷା କରି ବଳକା ଟଙ୍କା ଉପରେ ନିଜର ରଖିବା ଉଚିତ । ହୋମ୍ ଲୋନ୍ ଉପରେ ନଜର ରଖିବା ଦ୍ୱାରା ସମୟ ପୂର୍ବରୁ ଏହାକୁ …
ହୋମ୍ ଲୋନ୍ କରିଛନ୍ତି ଯଦି ମଝିରେ ମଝିରେ ସମୀକ୍ଷା କରନ୍ତୁ Read More »
ଆପଣଙ୍କ ପାଇଁ କେଉଁ ମ୍ୟୁଚୁଆଲ ଫଣ୍ଡ୍ ଠିକ୍ ?
ମ୍ୟୁଚୁଆଲ ଫଣ୍ଡ୍ ଧିରେ ଧିରେ ଭାରତରେ ଲୋକପ୍ରିୟ ହେବାରେ ଲାଗିଛି । ମ୍ୟୁଚୁଆଲ ଫଣ୍ଡ୍ ନିବେଶର ଏପରି ଏକ ତରିକା ଯେଉଁଥିରେ ଜଣେ ଏକକାଳୀନ କିମ୍ବା ମାସିକ ନିବେଶ କରିପାରିବେ । ଲମ୍ବା ଅବଧିରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଦ୍ୱାର ଭଲ ରିଟର୍ଣ୍ଣ ମିଳିଥାଏ । ସେୟାର ମାର୍କେଟରେ ସିଧାସଳଖ ନିବେଶ କରିବାର ଅଭିଜ୍ଞତା ନଥିବା ଜଣେ ବ୍ୟକ୍ତି ଏଥିରେ ନିବେଶ କରିପାରିବେ । ମ୍ୟୁଚୁଆଲ ଫଣ୍ଡ୍ ଅନେକ ପ୍ରକାରର ହୋଇଥାଏ । ତେଣୁ ମ୍ୟୁଚୁଆଲ …
କେମିତି ଶିକ୍ଷା ଲୋନ୍ ପାଇଁ ଆବେଦନ କରିବେ ? ଶିକ୍ଷା ଲୋନ୍ ନେବା ପୂର୍ବରୁ କେଉଁ ସବୁ ବିଶୟକୁ ଧ୍ୟାନରେ ରଖିବା ଆବଶ୍ୟକ ?
ଶିକ୍ଷା ଓ ସୂଚନା ହିଁ ଅସ୍ତ୍ର । ଶିକ୍ଷା ଜୀବନର ମାନ ବଢାଇଥାଏ । ଶିକ୍ଷା,ଦାରିଦ୍ର୍ୟରୁ ଉପରକୁ ଉଠିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆଧୁନିକ ସମୟରେ ଶିକ୍ଷା ବ୍ୟୟସାପେକ୍ଷ ହୋଇଗଲାଣି । କୌଣସି ଭଲ କୋର୍ସ କରିବାକୁ ଅଧିକ ଟଙ୍କାର ଆବଶ୍ୟକ ହୋଇଥାଏ । ଅନେକ ଅଭିଭାବକ ଚାହିଁକରି ମଧ୍ୟ ନିଜ ପିଲାଙ୍କୁ ଭଲ କଲେଜ୍ କିମ୍ବା ଡିଗ୍ରି ଦେଇ ପାରନ୍ତି ନାହିଁ । ଯାହାର ଗୋଟିଏ କାରଣ ହେଉଛି ଅର୍ଥର ଅଭାବ । ତେବେ …
ମ୍ୟାଚୁରିଟି ପରେ ବି ଜାରି ରଖିପାରିବେ ପିପିଏଫ୍ ଆକାଉଣ୍ଚ,ଜାଣନ୍ତୁ କେମିତି
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ବା ପିପିଏଫ ନିବେଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ଏହାର ମ୍ୟୁଚୁରିଟି ଅବଧି ୧୫ ବର୍ଷ ହୋଇଥାଏ । ତେବେ ୧୫ ବର୍ଷ ପରେ ଆପଣ ଏହି ଖାତା ବନ୍ଦ କରିବାକୁ ବାଧ୍ୟ ନୁହନ୍ତି । ଆପଣ ଚାହିଁଲେ ଏହାକୁ ବଢାଇ ପାରିବେ । ୫-୫ ବର୍ଷ କରି ଆପଣ ନିଜ ପିପିଏଫ୍ ପଣ୍ଡକୁ ଅନିଶ୍ଚିତ କାଳ ପାଇଁ ବଢାଇ ପାରିବେ । ୧୫ ବର୍ଷ ପରେ ଆପଣ ନିଜ ପିପିଏଫ୍ ଆକାଉଣ୍ଟକୁ …
ମ୍ୟାଚୁରିଟି ପରେ ବି ଜାରି ରଖିପାରିବେ ପିପିଏଫ୍ ଆକାଉଣ୍ଚ,ଜାଣନ୍ତୁ କେମିତି Read More »
ବ୍ୟାଙ୍କ,ରିୟଲ ଇଷ୍ଟେଟ୍,ବୀମା କମ୍ପାନୀ ବିରୋଧରେ ଅଭିଯୋଗ କେମିତି କରିବେ ?
ଅନେକ ସମୟରେ ଆପଣ ବ୍ୟାଙ୍କ,ବୀମା କମ୍ପାନୀଙ୍କ ସେବାକୁ ନେଇ ଅସନ୍ତୁଷ୍ଟ ହୁଅନ୍ତି । ଆପଣଙ୍କ ଅଭିଯୋଗକୁ ସେମାନେ ଗମ୍ଭୀରତାର ସହିତ ନିଅନ୍ତି ନାହିଁ । ରିୟସ ଇଷ୍ଟେଟ୍ ସେକ୍ଟରରେ ଏଭଳି ଅଭିଯୋଗ ଅଧିକ ଆସିଥାଏ । ଏମିତିରେ ଆପଣ ନିଜକୁ ଅସହାୟ ଅନୁଭବ କରନ୍ତି । ଅଫିସକୁ ବାରମ୍ବାର ଦୌଡି଼ଦୌଡ଼ି ନୟାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ କ’ଣ କରିବେ ? କେମିତି ବ୍ୟାଙ୍କ,ବୀମା ଓ ଅନ୍ୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିବେ …
ବ୍ୟାଙ୍କ,ରିୟଲ ଇଷ୍ଟେଟ୍,ବୀମା କମ୍ପାନୀ ବିରୋଧରେ ଅଭିଯୋଗ କେମିତି କରିବେ ? Read More »
ଦିପାବଳୀ ସେଲ୍,ଡିସକାଉଣ୍ଟ୍ ଅଫର ଦେଖି ଲୋଭ ହେଉଛି କି ? ଏହି ୫ ଟିପ୍ସ ବ୍ୟବହାର କରି କରନ୍ତୁ ଖର୍ଚ୍ଚ
ଦିପାବଳୀ ଆସିବାକୁ କେଇ ଦିନ ବାକି ଅଛି । କିନ୍ତୁ ରିହାତି,ସେଲର ବିଜ୍ଞାପନ ମାଡ଼ରେ ଗ୍ରାହକ ଲୋଭାତୁର ହେଲେଣି । ଏମିତି ପ୍ରଚାର ହେଉଛି ଯେ, ଲାଗୁଛି ଏଭଳି ସେଲ୍ ଆଉ ଜୀବନ ସାରା କେବେ ଆସିବ ନାହିଁ । ତେଣୁ ଅନେକ ଲୋଭରେ ପଡ଼ି ମନଇଛା କିଣାକିଣି କରୁଛନ୍ତି । ଏମିତି ଅନେକ ଜିନିଶ କେବଳ ଲୋଭର ବଶବର୍ତ୍ତି ହୋଇ ଆମେ କିଣିଥାଉ ଯାହାର ଆବଶ୍ୟକତା ନଥାଏ । ପୁଣି ମଧ୍ୟ ଆମେ କାଳେ ଏଭଳି …
ଦିପାବଳୀ ସେଲ୍,ଡିସକାଉଣ୍ଟ୍ ଅଫର ଦେଖି ଲୋଭ ହେଉଛି କି ? ଏହି ୫ ଟିପ୍ସ ବ୍ୟବହାର କରି କରନ୍ତୁ ଖର୍ଚ୍ଚ Read More »
ଅମ୍ବାନୀଙ୍କ ଲମ୍ବ ଡିଆଁ
ଲମ୍ବ ଡିଆଁ ମାରିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ () ଅରବପତିଙ୍କ ତାଲିକାରେ ଲମ୍ବା ଡିଆଁ ମାରିଛନ୍ତି ଏସିଆର ଦୁଇ ନମ୍ବର ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ । ଦୁନିଆର ଟପ୍-୧୦ ଧନୀଙ୍କ ମଧ୍ୟରେ ଏକ ନୂଆ ସ୍ଥାନ ଅକ୍ତିଆର କରିଛନ୍ତି ମୁକେଶ ଅମ୍ବାନୀ । ସେ ଧନୀ ତାଲିକାର ୮ମ ସ୍ଥାନରେ ନିଜ ସ୍ଥାନ ପକ୍କା କରିଛନ୍ତି । ଫୋବର୍ସର ରିଅଲ ଟାଇମ ବିଲିୟନର୍ସ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର …
ଫେସବୁକ୍ ଉପରେ ସାଇବର ଆଟାକ୍ ? ମାର୍କ ଜୁକରବର୍ଗଙ୍କ ଫୋଲର୍ସଙ୍କ ସଂଖ୍ୟା ୧୨ କୋଟିରୁ ହେଲା ୧୦ ହଜାର
ନ୍ୟୁୟର୍କ : ବୁଧବାର ଦିନ ଅନେକ ଫେସବୁକ୍ ୟୁଜର୍ସ ସେମାନଙ୍କ ଫଲୋର୍ସଙ୍କ ସଂଖ୍ୟାରେ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।ଲେଖିକା ତସଲିମା ନସରିନଙ୍କଠାରୁ ଏକ ହିନ୍ଦି ନ୍ୟୁଜ୍ ଚ୍ୟାନେଲର ଆଙ୍କରଙ୍କ ପର୍ଯ୍ୟନ୍ତ ନିଜ ଫଲୋର୍ସଙ୍କ ସଂଖ୍ୟା ହ୍ରାସକୁ ନେଇ ପୋଷ୍ଟ ମଧ୍ୟ କରିଥିଲେ । ଆଙ୍କର ଚିତ୍ରା ତ୍ରିପାଠୀ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ମୋତେ ଫେସବୁକରେ ୪ଲକ୍ଷରୁ ଅଧିକ ଫଲୋ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କୁଆଡେ ଗଲେ ? ଲେଖିକା ତସଲିମା …
ଫେସବୁକ୍ ଉପରେ ସାଇବର ଆଟାକ୍ ? ମାର୍କ ଜୁକରବର୍ଗଙ୍କ ଫୋଲର୍ସଙ୍କ ସଂଖ୍ୟା ୧୨ କୋଟିରୁ ହେଲା ୧୦ ହଜାର Read More »
କ୍ରେଡିଟ୍ ସ୍କୋରକୁ ନେଇଥିବା ଏହି ଭ୍ରାନ୍ତ ଧାରଣାର ଶିକାର ଆପଣ କି ? ଜାଣନ୍ତୁ କେତେ ଜାଣିଛନ୍ତି ଆପଣ..
ହାଇ ଇନକମ୍ ମାନେ ହାଇ କ୍ରେଡିଟ୍ ସ୍କୋର,କ୍ରେଡିଟ୍ ସ୍କୋର ଚେକ୍ କଲେ ସ୍କୋର ଖରାପ ହୋଇଯାଏ ଓ ଲୋନ୍ ଶୁଝିଦେଲେ କ୍ରେଡିଟ୍ ସ୍କୋର ବଢିଯିବ,ଏଭଳି ଧାରଣା ସବୁ ଭୁଲ । ତେବେ ସତ କଣ ? ଆସନ୍ତୁ ଜାଣିବା ବ୍ୟାଙ୍କ,ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର …
କ୍ରେଡିଟ୍ ସ୍କୋରକୁ ନେଇଥିବା ଏହି ଭ୍ରାନ୍ତ ଧାରଣାର ଶିକାର ଆପଣ କି ? ଜାଣନ୍ତୁ କେତେ ଜାଣିଛନ୍ତି ଆପଣ.. Read More »
ଏନଡିଟିଭି କେମିତି ଆଦାନୀ ଗ୍ରୁପ୍ ହାତକୁ ଗଲା ?
ଖବର ଦୁନିଆର ଖେଳାଳୀ ଏବେ ଖବରରେ । ଦୁନିଆ ଯାକର ଖବର ପହଂଚାଉଥିବା ଚାନେଲ ପାଖରେ ନଥିଲା ନିଜେ ବିକ୍ରି ହେବାର ଖବର । ହଁ,ଆପଣ ଠିକ୍ ଶୁଣୁଛନ୍ତି । ସୋସିଆଲ ମିଡିଆରେ ଯେଉଁ ଏନଡିଟିଭିକୁ ନେଇ ଏତେ ଚର୍ଚ୍ଚା ଚାଲିଛି ସେହି ଚ୍ୟାନେଲ ପାଖରେ ଖବର ନଥିଲା ଯେ, ତାକୁ କେହି କିଣି ସାରିଲାଣି । ମଙ୍ଗଳବାର ଦିନ ଅଚାନକ ସେୟାର ବଜାରରୁ ସୋସିଆଲ ମିଡିଆରେ ଆସିଥିଲା ଭୂକମ୍ପ । ଭୂକମ୍ପ ପଛରେ ଥିଲା ଏନଡିଟିଭି …
ଆପଣଙ୍କ ସ୍ମାର୍ଟ୍ ଫୋନ୍ 5Gକୁ ସପୋର୍ଟ କରୁଛି କି ? ଜାଣନ୍ତୁ ଏମିତି
ସ୍ୱାଧିନତାର ୭୫ ବର୍ଷ ପୁରଣ ଅବସରରେ ରାଷ୍ଟ୍ରକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ‘୫ଜି ଯୁଗ’ରେ ପ୍ରବେଶ କଥା କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ୫ ଜି ମୋବାଇଲ ସର୍ଭିସ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସମସ୍ତ କ୍ଷେତ୍ରରେ ସୁଧାର ପାଇଁ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ । ଦେଶରେ ସ୍ମାର୍ଟ ଫୋନ ଚାହିଦା ୨୦୨୬ ବେଳକୁ ୬ ପ୍ରତିଶତ ବୃଦ୍ଧି ପାଇ ୪ଶହ ମିଲିୟନରେ …
ଆପଣଙ୍କ ସ୍ମାର୍ଟ୍ ଫୋନ୍ 5Gକୁ ସପୋର୍ଟ କରୁଛି କି ? ଜାଣନ୍ତୁ ଏମିତି Read More »
ITR Refund: ଆୟକର ରିଟର୍ଣ୍ଣ ଯଦି ଭରି ସାରିଛନ୍ତି ତେବେ ଏମିତି ଚେକ୍ କରନ୍ତୁ ରିଫଣ୍ଡ୍ ଷ୍ଚାଟସ..
ଆସେସମେଣ୍ଟ୍ ଇୟର ୨୦୨୨-୨୩ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଅନ୍ତିମ ତିଥି ଯାଇ ସାରିଛି । ଏବେ ଆୟକରଦାତ୍ତା ଆଇଟିଆର ରିଫଣ୍ଡକୁ ଅପେକ୍ଷା କରିଛନ୍ତି । ଯଦି ଆପଣଙ୍କର ରିଫଣ୍ଡ ପାଇବାର ଅଛି ତେବେ ଅନଲାଇନରେ ଏହାର ଷ୍ଟାଟସ ଚେକ୍ କରିପାରିବେ । ଏନଏସଡିଏଲର ୱେବସାଇଟ୍ କିମ୍ବା ଆୟକର ବିଭାଗକର ଇ-ଫାଇଲିଂ ପୋର୍ଟାଲକୁ ଯାଇ ଆପଣ ନିଜର ରିଫଣ୍ଡ ଷ୍ଟାଟସ ଚେକ୍ କରିପାରିବେ । ଆଇଟିଆର ଦାଖଲର ୧୦ ଦିନ ପରେ ଆଇଟିଆର ରିଫଣ୍ଡ୍ ଷ୍ଟାଟସ …
ITR Refund: ଆୟକର ରିଟର୍ଣ୍ଣ ଯଦି ଭରି ସାରିଛନ୍ତି ତେବେ ଏମିତି ଚେକ୍ କରନ୍ତୁ ରିଫଣ୍ଡ୍ ଷ୍ଚାଟସ.. Read More »
Salary Protection Insurance: ଜାଣନ୍ତୁ ଦରମା ସୁରକ୍ଷା ବୀମା କ’ଣ, କେମିତି ବିପଦ ସମୟରେ ଏହା ହୋଇଥାଏ ସହାୟକ
ଯଦି ଆପଣ ଚାକିରି କରନ୍ତି ତେବେ କେବେ ନା କେବେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସିଥିବ ଯେ, ମୋ ପରେ ମୋ ପରିବାରର କ’ଣ ହେବ ? କେମିତି ପରିବାରକୁ ମିଳି ପାରିବ ନିୟମିତ ଆୟ ? ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନର ଉତ୍ତର ହେଉଛି ସାଲାରି ପ୍ରୋଟେକ୍ସନ୍ ବୀମା । ସାଲାରି ପ୍ରୋଟେକ୍ସନ୍ ବୀମା ଆପଣଙ୍କ ଏହି ଚିନ୍ତା ଦୁର କରିଥାଏ । ଏହି ବୀମା ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ଦେଇଥାଏ …
ଏହି କାରକୁ ଥରେ ଚାର୍ଜ୍ କଲେ ୭ ମାସ ଦୌଡ଼ିବ !
ଇଲେକ୍ଟ୍ରିକ୍ କାର୍ ପରେ ଏବେ ଖୁବ୍ ଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ସୋଲାର ଶକ୍ତି ଦ୍ୱାରା ଚାଳିତ କାର୍ । ପରିବେଶ ସୁରକ୍ଷା ପାଇଁ ଜୀବାଶ୍ମ ଇନ୍ଧନର ବିକଳ୍ପ ରୂପରେ ଏହି କାର୍ ବଜାରକୁ ଆସିବ । ପେଟ୍ରୋଲ ଓ ଡିଜେଲ୍ ଦ୍ୱାରା ଚାଳିତ କାର୍ ରୁ ବାହାରୁଥିବା ଧୂଆଁ ପରିବେଶକୁ ପ୍ରଦୂଷିତ କରୁଛି । ପ୍ରଦୂଷଣ କମାଇବା ପାଇଁ ଏହାର ବିକଳ୍ପ ରୂପରେ କାର୍ କମ୍ପାନୀଗୁଡିକ ପରିବେଶ ଅନୁକୂଳ କାର୍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି …
୬ ଜି ଆସିବା ପରେ ସରିଯିବ ସ୍ମାର୍ଟ୍ ଫୋନ୍ ଯୁଗ, ୨୦୩୦ରେ କ’ଣ ହେବ ? ଏମିତି କହିଲେ ନୋକିଆ ସିଇଓ
ଭାରତରେ ୨୦ ଟି ସହରରେ ପ୍ରାଥମିକ ଭାବେ ଆରମ୍ଭ ହେବାକୁ ଯାଉଛି ୫ ଜି ସେବା । ୪ ଜି ସ୍ମାର୍ଟ୍ ଫୋନ୍ ବ୍ୟବହାରରେ ଆଣିଥିଲା ବୈପ୍ଲବିକ ପରିବର୍ତ୍ତନ । ୫ ଜି ଦ୍ୱାରା ଇଣ୍ଟରନେଟ୍ ରକେଟ୍ ସ୍ପିଡରେ ଗତି କରିବ । ୫ ଜି ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଫୋନରୁ ମୋବାଇଲ ଓ ମୋବାଇଲରୁ ସ୍ମାର୍ଟଫୋନର ଯାତ୍ରାର ସମୟକାଳ ଢେର ଛୋଟ । କଥାବାର୍ତ୍ତା ପାଇଁ ତିଆରି ହୋଇଥିବା ଯନ୍ତ …
୬ ଜି ଆସିବା ପରେ ସରିଯିବ ସ୍ମାର୍ଟ୍ ଫୋନ୍ ଯୁଗ, ୨୦୩୦ରେ କ’ଣ ହେବ ? ଏମିତି କହିଲେ ନୋକିଆ ସିଇଓ Read More »
ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ଏହି ୬ ନମ୍ବରକୁ କଲ କରନ୍ତୁ, ଫେରସ୍ତ ମିଳିଯିବ ଟଙ୍କା
ଆଜିର ସମୟରେ ଅନଲାଇନ୍ ଦେଣନେଣ ସାମାନ୍ୟ କଥା ହୋଇଯାଇଛି । ୧୦ ଟଙ୍କାର ଚା’ଠାରୁ ୧୦ ଲକ୍ଷ ଟଙ୍କାର ରକମ ମଧ୍ୟ ଟ୍ରାନସଫର ହେଉଛି । କ୍ୟୁଆର କୋଡ୍ ଠାରୁ ଲିଙ୍କ୍ ଦ୍ୱାରା ଟଙ୍କା ଟ୍ରାନସଫର ହେଉଛି । ଡିଜିଟାଲ ଦୁନିଆ କାରଣରୁ ଆଉ ଟଙ୍କା ଦେବାକୁ ଶାରିରିକ ଭାବେ ଜଣକ ପାଖକୁ ଯିବାକୁ ପଡୁନାହିଁ କିମ୍ବା ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ । କିନ୍ତୁ ଡିଜିଟାଲ ଦୁନିଆର ବି ରହିଛି ଭଲ ଓ ଖରାପ ଦିଗ । …
ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ଏହି ୬ ନମ୍ବରକୁ କଲ କରନ୍ତୁ, ଫେରସ୍ତ ମିଳିଯିବ ଟଙ୍କା Read More »
ଅଫିସ ଟାଇମ୍ ଭିତରେ ଶୋଇପାରିବେ କର୍ମଚାରୀ, ଭାରତର ଗୋଟିଏ ଷ୍ଟାର୍ଟ୍ ଅପ୍ କମ୍ପାନୀ ଦେଉଛି ଏମିତି ଅଫର..
ଚାକିରି ମାନ ୮ ଘଣ୍ଟା କିମ୍ବା ୯ ଘଣ୍ଟାର ୱାର୍କ ଆୱାର । ଏହାରି ଭିତରେ ଜଣେ କର୍ମଚାରୀଙ୍କୁ ନିଜ କାମ କରିବାକୁ ପଡିଥାଏ । ମଝିରେ ଥାଏ ମଧ୍ୟାହ୍ନ ଭୋଜନ ପାଇଁ ସମୟ । ତେବେ କେବେ ଶୁଣିଛନ୍ତି କି କୌଣସି କମ୍ପାନୀ ତା’ର କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ପରେ ପରେ ଅଧଘଣ୍ଟା ହାଲୁକା ନିଦ ନେବାକୁ ସୁଯୋଗ ଦେବା ? ନିଶ୍ଚୟ ଶୁଣିନଥିବେ । କିନ୍ତୁ ଏଭଳି ଅଫର ଭାରତର ଏକ ଷ୍ଟାର୍ଟ୍ ଅପ୍ …
ଅଫିସ ଟାଇମ୍ ଭିତରେ ଶୋଇପାରିବେ କର୍ମଚାରୀ, ଭାରତର ଗୋଟିଏ ଷ୍ଟାର୍ଟ୍ ଅପ୍ କମ୍ପାନୀ ଦେଉଛି ଏମିତି ଅଫର.. Read More »
ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି…
ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ । ଏହାସହ ବଦଳିବାକୁ ଯାଉଛି କିଛି ନିୟମ । ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ । କେନ୍ଦ୍ର ସରକାର ଏମିତି କିଛି ବଡ ପରିବର୍ତ୍ତନ କରିଛନ୍ତି । ହେଲେ ଏସବୁ ଭିତରେ ସବୁଠାରୁ ବଡ ପରିବର୍ତ୍ତନ ଗୃହଋଣକୁ ନେଇ ରହିଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କି ପରିବର୍ତ୍ତନ ହୋଇଛି ଓ ଏହାର କିପରି ପ୍ରଭାବ ପକାଇବ …
ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି… Read More »
୫ ବର୍ଷ ହେଲା ଦେଇନାହାନ୍ତି ବୀମା ପ୍ରିମିୟମ ? ଏମିତି ହୋଇ ପାରିବ ପଲିସି ରିଭାଇଭାଲ…
ସୁରକ୍ଷିତ ଭବିଷ୍ୟତ ବା ନିଜ ପରିବାର ପାଇଁ ଜୀବନ ବୀମା କରିବା ନିହାତି ଆବଶ୍ୟକ । ଆପଣ ମଧ୍ୟ କରିଥିବେ । କିନ୍ତୁ କେବେ କେବେ ଅର୍ଥ ସମସ୍ୟାରୁ କେହି କେହି ପ୍ରିମିୟମ୍ ଦେଇ ପାରିନଥାନ୍ତି । ଏଥିରୁ କିଭଳି ଆଶ୍ୱସ୍ତି ପାଇବେ ତାହା ମଧ୍ୟ ଏକ ସମସ୍ୟା । କିନ୍ତୁ ଏବେ ଆପଣଙ୍କର ଏହି ସମସ୍ୟାର ସମାଧାନ ସହଜରେ ହୋଇଯିବ । କାରଣ ଆପଣଙ୍କର ବନ୍ଦ ହୋଇ ଯାଇଥିବା LICକୁ ଚାଲୁ କରିବାକୁ ମିଳୁଛି ସୁବର୍ଣ୍ଣ …
୫ ବର୍ଷ ହେଲା ଦେଇନାହାନ୍ତି ବୀମା ପ୍ରିମିୟମ ? ଏମିତି ହୋଇ ପାରିବ ପଲିସି ରିଭାଇଭାଲ… Read More »
୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ?
ଭାରତୀୟ ସଂସ୍କୃତିରେ ସଂଚୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଛୋଟମୋଟ ସଂଚୟ ଆର୍ଥିକ ଅଭାବ କାଳରେ ବଡ଼ ସହାୟକ ହୋଇଥାଏ । ଭାରତୀୟ ପରିବାରରେ ମହିଳା ମାନେ ଛୋଟ ସଂଚୟ କରିଥାନ୍ତି । ଛୋଟ ସଂଚୟ କରୋନା ଭଳି ମହାମାରୀରେ ଅନେକ ପରିବାରଙ୍କ ପାଇଁ ସହାୟକ ସିଦ୍ଧ ହୋଇଥିଲା । ତେଣୁ ସମସ୍ତେ ସଂଚୟ କରିବା ଉଚିତ । ତେବେ ଜଣେ ନିଜ ଦରମାର କେତେ ପ୍ରତିଶତ ସବୁ ମାସରେ ସଂଚୟ କରିବା ଜରୁରୀ ? ଧରି …
୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ? Read More »
ଘରେ ବସି ଟ୍ରାନସ୍ଫର କରିପାରିବେ ଇପିଏଫ୍ ଆକାଉଣ୍ଟ୍, ଜାଣନ୍ତୁ କେମିତି ..
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫଓ ନିଜ ସେବାକୁ ଅନଲାଇନରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛି । ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏବେ ଅନେକ କାମ ପାଇଁ ଆଉ ଇପିଏଫ୍ ଅଫିସକୁ ଦୌଡିବାକୁ ପଡୁ ନାହିଁ । ଇପିଏଫ ଗ୍ରାହକ ଏବେ ୱେବସାଇଟକୁ ଯାଇ ଅନେକ ସୁବିଧାର ଲାଭ ଉଠାଇ ପାରିବେ । ଏମିତିକି ଜଣେ ଚାହିଁଲେ ନିଜ ପିଏଫ୍ ଆକାଉଣ୍ଟକୁ ଅନଲାଇନରେ ଟ୍ରାନ୍ସଫର କରିପାରିବେ । ଆସନ୍ତୁ ଏସମ୍ପର୍କରେ ଜାଣିବା …
ଘରେ ବସି ଟ୍ରାନସ୍ଫର କରିପାରିବେ ଇପିଏଫ୍ ଆକାଉଣ୍ଟ୍, ଜାଣନ୍ତୁ କେମିତି .. Read More »
ନଗଦ ଟଙ୍କା ଦେଇ ଯଦି ଏଭଳି କିଛି ଖର୍ଚ୍ଚ କରିଛନ୍ତି ତେବେ ଆସିପାରେ ଆୟକର ନୋଟିସ
ଅନେକ ସମୟରେ ଆମ ଭାବିଥାଉ ଯେ, ନଗଦ ଟଙ୍କା କାରବାର କରିବା ଦ୍ୱାରା ଆୟକର ବିଭାଗକୁ ଫାଙ୍କି ଦିଆଯାଇ ପାରେ । କିନ୍ତୁ ସେମିତି ସମ୍ଭବ ନୁହେଁ । ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ଆଗକୁ ଆୟକର ବିଭାଗର ନୋଟିସର ସାମ୍ନା କରିବାକୁ ପଡିପାରେ । ଏମିତି ଅନେକ ଟ୍ରାଞ୍ଜାକସନ ଅଛି ଯାହା ଉପରେ ଆୟକର ବିଭାଗର ନଜର ରହିଥାଏ । ଯଦି ଆପଣ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ, …
ନଗଦ ଟଙ୍କା ଦେଇ ଯଦି ଏଭଳି କିଛି ଖର୍ଚ୍ଚ କରିଛନ୍ତି ତେବେ ଆସିପାରେ ଆୟକର ନୋଟିସ Read More »
ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ !
ଚାକିରି ପାଇଁ ସାକ୍ଷାତକାର ଦେବାର ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଉଣାଅଧିକେ ଥିବ । ସାକ୍ଷାତକାର ସମୟରେ ଆପଣ ବି ଏମିତି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିବେ ଯାହାର ଉତ୍ତର ଦେବା ବେଳେ ଆପଣ ଅସହଜ ଅନୁଭବ କରିଥିବେ । କିନ୍ତୁ ଚାକିରି ପାଇଁ ବାଧ୍ୟ ହୋଇ ସେଭଳି ପ୍ରଶ୍ନର ଉତ୍ତର ଦେଇଥିବେ । କିନ୍ତୁ ଜାଣିଛନ୍ତି କି ଚାକିରି ପାଇଁ ସାକ୍ଷାତକାର ବେଳେ ଏମିତି କିଛି ପ୍ରଶ୍ନ ଅଛି ଯାହାକୁ ସାକ୍ଷାତକାରୀ ପଚାରି ପାରିବେ ନାହିଁ । …
ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ ! Read More »
ବର୍ଷକୁ ଦରମା ୧୭ ହଜାର ୫ଶହ କୋଟି !
ଆମେରିକାର ବଡ଼ ବଡ଼ କମ୍ପାନୀର ବୋର୍ଡରେ ଏବେ ଭାରତୀୟ ସିଇଓଙ୍କ ରାଜୁତି ଚାଲିଛି । ସୁନ୍ଦର ପିଚାଇଙ୍କଠାରୁ ପରାଗ ଅଗ୍ରୱାଲ । ଏହି ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଏହା ଭିତରେ ଏବେ ଆଉ ଜଣେ ଭାରତୀୟ ସିଇଓ ଚର୍ଚ୍ଚା ଭିତରକୁ ଆସିଛନ୍ତି । ଏହି ସିଇଓ ତାଙ୍କ ବାର୍ଷିକ ପ୍ୟାକେଜକୁ ନେଇ ଚର୍ଚ୍ଚା ଭିତରେ ଅଛନ୍ତି । କାରଣ ବାର୍ଷିକ ପ୍ୟାକେଜ୍ ଭାବେ ତାଙ୍କୁ ମିଳିବ ୧୭ ହଜାର ୫ଶହ କୋଟି ଟଙ୍କା …
୨୦୨୨ରେ ଏହି ୬ ଉପାୟ ଆପଣଙ୍କୁ ଅର୍ଥ ଚିନ୍ତାରୁ ଦେବ ମୁକ୍ତି, ରହିବନି ଅଭାବ
କରୋନା କାଳର ଦ୍ୱିତୀୟ ଅଂକ ମାନେ ୨୦୨୧ ସରିବାକୁ ଆଉ ଅଳ୍ପ ଦିନ ରହିଲା । ଏହି ଦୁଇ ବର୍ଷ ମଧ୍ୟରେ ସମସ୍ତେ ଦେଖିଛନ୍ତି ଆର୍ଥିକ ଅଭାବ । ଚାକିରି ଯିବାର ଦୁଃଖ, ମାନସିକ ଦୁଃଶ୍ଚିନ୍ତା ଭିତରେ ଅନେକ ୨୦୨୧କୁ ଦେବାକୁ ଯାଉଛନ୍ତି ବିଦାୟ । ଜୀବନର ପଇସା ବଡ଼ ନୁହେଁ ବୋଲି ଆପଣ ବହୁତ ଥର ଶୁଣିଥିବେ । କିନ୍ତୁ ପଇସା ବଡ଼ ନହେଲେ ବି ବଡ଼ବଡ଼ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ । …
୨୦୨୨ରେ ଏହି ୬ ଉପାୟ ଆପଣଙ୍କୁ ଅର୍ଥ ଚିନ୍ତାରୁ ଦେବ ମୁକ୍ତି, ରହିବନି ଅଭାବ Read More »
କ୍ରେଡିଟ୍ କାର୍ଡ୍ ଯଦି ବ୍ୟବହାର କରୁଛନ୍ତି ତେବେ ଏହି ୩ ଭୁଲ କରନ୍ତୁ ନାହିଁ, ରହିବେ ଟେନସନ୍ ଫ୍ରି
ଆଜିର ସମୟରେ ପ୍ରାୟତଃ ସମସ୍ତେ କ୍ରେଡିଟ୍ କାର୍ଡ୍ ବ୍ୟବହାର କରନ୍ତି । କ୍ରେଡିଟ୍ କାର୍ଡ୍ ବ୍ୟବହାର ଦ୍ୱାରା ଆପଣଙ୍କ ସିବିଲ ସ୍କୋର ଭଲ ରହିଥାଏ । ବ୍ୟାଙ୍କ ଲୋନ୍ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ଯାଂଚ କରିଥାନ୍ତି । ଯଦି ଆପଣଙ୍କର କୌଣସି କ୍ରେଡିଟ୍ ହଷ୍ଟ୍ରି ନଥାଏ କିମ୍ବା ଆପଣ ଋଣ ଖିଲାପକାରୀ ହୋଇଥାନ୍ତି ତେବେ ଆପଣଙ୍କୁ ସହଜରେ ଋଣ ମିଳିନଥାଏ ବା ମିଳିଲେ ମଧ୍ୟ ବ୍ୟାଙ୍କ ଆପଣଙ୍କୁ ଅଧିକ ସୁଧ …
କ୍ରେଡିଟ୍ କାର୍ଡ୍ ଯଦି ବ୍ୟବହାର କରୁଛନ୍ତି ତେବେ ଏହି ୩ ଭୁଲ କରନ୍ତୁ ନାହିଁ, ରହିବେ ଟେନସନ୍ ଫ୍ରି Read More »
ଘରେ ବସି ବନନ୍ତୁ ଲକ୍ଷପତି, କ୍ରିପ୍ଟୋକରେନ୍ସି ଦେଉଛି ଦମଦାର ରିଟର୍ଣ୍ଣ
Crypto Market ରେ ଦିନକୁ ଦିନ ପୁଂଜି ନିବେଶକଙ୍କ ରୁଚି ବଢିବା ସହିତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ନିକଟରେ cryptocurrencies ବଜାରରେ ଉତ୍ଥାନ ପତନ ଦେଖିବାକୁ ମିଳିଛି । ତଥାପି କ୍ରିପ୍ଟୋ କରେନ୍ସି ବଜାରରେ ନିବେଶକଙ୍କ ଗହଳି ଲାଗିବାର କାରଣ ହେଉଛି ଦମଦାର ରିଟର୍ଣ୍ଣ । ଆଜି ଆମେ ଆପଣଙ୍କୁ ଏମିତି କିଛି କ୍ରିପ୍ଟୋ କରେନ୍ସି ବାବଦରେ ଜଣାଇବୁ ଯାହା ଗତ ଦୁଇ ମାସ ମଧ୍ୟରେ ଆଶ୍ଚର୍ଯ୍ୟଜନକ ରିଟର୍ଣ୍ଣ ଦେଇଛନ୍ତି । ଦୁଇ ମାସର …
ଘରେ ବସି ବନନ୍ତୁ ଲକ୍ଷପତି, କ୍ରିପ୍ଟୋକରେନ୍ସି ଦେଉଛି ଦମଦାର ରିଟର୍ଣ୍ଣ Read More »
ମ୍ୟୁଚୁଆଲ ଫଣ୍ଡର ୧୫ *୧୫ *୧୫ ନିୟମ କ’ଣ ? ଯାହା ୫୦ ବର୍ଷ ବୟସରେ ଆପଣଙ୍କୁ ଦେବ ୧୦ କୋଟି ଟଙ୍କା…*
ଯଦି କେହି ଆପଣଙ୍କୁ କୁହେ ଯେ, ପ୍ରତି ମାସରେ ୧୫ ହଜାର ଟଙ୍କା ନିବେଶ କରିଲେ ସହଜରେ ୧୦ କୋଟିର ଫଣ୍ଡ୍ ତିଆରି କରିହେବ ତେବେ ଆପଣ ଏହାକୁ ମାତ୍ର ଏକ ଉଦାହରଣ ଭାବେ ନେବେ । ଏହାକୁ ଗମ୍ଭୀରତାର ସହ ନେବେ ନାହିଁ । କିନ୍ତୁ ଯଦି ନିବେଶର ସଠିକ ନିୟମକୁ ଅନୁସରଣ କରାଯାଏ ତେବେ ମାସିକ ୧୫ ହଜାର ଟଙ୍କା ନିବେଶ ଦ୍ୱାରା ଆପଣ ୧୦ କୋଟି ଟଙ୍କାର ଫଣ୍ଡ୍ ତିଆରି କରିପାରିବେ । …
ମ୍ୟୁଚୁଆଲ ଫଣ୍ଡର ୧୫ *୧୫ *୧୫ ନିୟମ କ’ଣ ? ଯାହା ୫୦ ବର୍ଷ ବୟସରେ ଆପଣଙ୍କୁ ଦେବ ୧୦ କୋଟି ଟଙ୍କା…* Read More »
ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍
ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ ମୋଦି ଯେତେବେଳେ ବି ରାତିରେ ଲାଇଭ୍ ଆସିବେ ବୋଲି ଘୋଷଣା କରନ୍ତି ସେତେବେଳେ ଉଣା ଅଧିକ ସବୁ ଭାରତୀୟ ଭାବନ୍ତି …
ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍ Read More »
ପେନସନ୍ ଧାରକଙ୍କ ପାଇଁ ବଡ଼ ଖବର, କରୋନା ସମୟରେ ବ୍ୟାଙ୍କକୁ ନଯାଇ ବି ଦାଖଲ କରିପାରିବେ ଲାଇଫ୍ ସାର୍ଟିଫିକେଟ୍
Life Certificate- ପେନସନ୍ ଧାରକଙ୍କୁ ନିଜ ପେନସନ୍ ଜାରି ରଖିବା ପାଁ ପ୍ରତିବର୍ଷ ନିଜ ଲାଇଫ୍ ସାର୍ଟିଫିକେଟ୍ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ଆର୍ଥିକ ସଂସ୍ଥାନଙ୍କ ନିକଟରେ ଦାଖଲ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କୁ ବ୍ୟାଙ୍କକୁ ଯିବାକୁ ପଡିଥାଏ । କିନ୍ତୁ ଏବେ ଘରେ ବସି ମଧ୍ୟ ଜଣେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣ ପତ୍ର ଜମା କରିପାରିବେ । ପେନସନ୍ ଧାରକ ସରକାରୀ ବ୍ୟାଙ୍କ ଓ ପୋଷ୍ଟାଲ …
ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ
କ୍ରେଡିଟ୍ କାର୍ଡ୍ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ପାଲଟି ଯାଇଛି । ୩୦ରୁ ୪୫ ଦିନ ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ମିଳିଥାଏ । ଅର୍ଥାତ ଆପଣଙ୍କ ପାଖରେ ଯଦି ବର୍ତ୍ତମାନ ଟଙ୍କା ନାହିଁ ତେବେ କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରି ପରେ ଶୁଝି ପାରିବେ । କିନ୍ତୁ ସମସ୍ୟା ହେଉଛି ଯଦି କ୍ରେଡିଟ୍ କାର୍ଡକୁ ଠିକ୍ ଭାବେ ବ୍ୟବହାର କରାନଯାଏ ତେବେ ଏହା ବୋଝ ପାଲଟିଯାଏ । ଅନେକ ଅଭିଭାବକ ଦୁରରେ ରହୁଥିବା ପିଲାଙ୍କୁ କ୍ରେଡିଟ୍ କାର୍ଡ୍ …
ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ Read More »
ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ
ଗତ କିଛି ଦିନ ହେବ ରାକେଶ ଝୁନଝୁନୱାଲା ଚର୍ଚ୍ଚାରେ ଅଛନ୍ତି । କାରଣ ହେଉଛି ଅକ୍ଟୋବର ୫ ତାରିଖର ଏକ ଚିତ୍ର । ଏହି ଚିତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋଚାକୋଚା ସାର୍ଟ୍ ପିନ୍ଧି ଛିଡା ହୋଇଛନ୍ତି । ଦ୍ୱିତୀୟ କାରଣ ହେଉଛି ତାଙ୍କର ନୂଆ ଏୟାର ଲାଇନ୍ସକୁ ଭାରତ ସରକାରଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଛି । ରାକେଶ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ ବୋଲି କୁହାଯାଏ । ୧୯୮୫ ମସିହାରେ ସେ …
ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ Read More »
୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା
ଜେଆରଡି ଟାଟା ୧୯୩୨ ମସିହାରେ ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଯାହାର ନାମ ବଦଳି ଏୟାର ଇଣ୍ଡିଆ ହୋଇଥିଲା ଓ ପରେ ୧୯୫୩ ମସିହାରେ ଭାରତ ସରକାର ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲେ । ସରକାରଙ୍କ ଟେକ୍ ଓଭର ପରେ ଏୟାର ଇଣ୍ଡିଆ ଜାତୀୟ ଏୟାର ଲାଇନ୍ସରେ ପରିଣତ ହୋଇଥିଲା । ଟାଟା ହାତରେ ଥିବା ବେଳେ ଓ ସରକାରଙ୍କ ହାତକୁ ଆସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର …
୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା Read More »
ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼
ଆଉ ଅଳ୍ପ କେଇଦିନ ପରେ ଆରମ୍ଭ ହେବ ଦଶହରା । ଏହା ସହିତ ଦେଶ ବ୍ୟାପି ଆରମ୍ଭ ହୋଇଯିବ ପାର୍ବଣ ସିଜିନ । କିନ୍ତୁ ଏଥର ପାର୍ବଣକୁ ଫିକା କରିବ ମହଙ୍ଗା ମାଡ । କାରଣ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଅନେକ ସାମଗ୍ରୀର ଦର ବୃଦ୍ଧି ଘଟିଛି । ରନ୍ଧନ ଗ୍ୟାସର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ହୋଇଥିବା ବେଳେ ପରିବା ମୂଲ୍ୟ. ୫୦ ପାର କରିଗଲାଣି । ମହଙ୍ଗା ଏଲପିଜି ପେଟ୍ରୋଲିୟମ …
ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼ Read More »
୪୩ ବର୍ଷ ତଳେ ୩୫ଶହ ଟି ସେୟାର କିଣି ଭୁଲିଯାଇଥିଲେ, ଏବେ ୧୪ ଶହ କୋଟି ଦେବାକୁ ଅମଙ୍ଗ ହେଉଛି କମ୍ପାନୀ
କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଆଖି ବୁଜି ଦିଅନ୍ତି । ଏତେ ଦିଅନ୍ତି ଯେ ପାଇବା ବାଲେ ଚକିତ ହୋଇଯାଏ । ସେମିତି କିଛି କେରଳର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି । ଏହି ବ୍ୟକ୍ତି ଜଣକ ୪୩ ବର୍ଷ ତଳେ ଗୋଟିଏ କମ୍ପାନୀର ୩୫ଶହ ଶେୟାର କିଣି ଭୁଲି ଯାଇଥିଲେ । ୪୩ ବର୍ଷ ପରେ ଏବେ ସେହି ସେୟାରର ମୂଲ୍ୟ ୧୪୪୮ କୋଟି ଟଙ୍କା ହୋଇଛି । ଆପଣ ଠିକ୍ ପଢିଛନ୍ତି, ୧୪୪୮ …
୪୩ ବର୍ଷ ତଳେ ୩୫ଶହ ଟି ସେୟାର କିଣି ଭୁଲିଯାଇଥିଲେ, ଏବେ ୧୪ ଶହ କୋଟି ଦେବାକୁ ଅମଙ୍ଗ ହେଉଛି କମ୍ପାନୀ Read More »
ରୁହନ୍ତ ସତର୍କ, ଏମିତି କେହି ଆଫଣଙ୍କ ସିମ୍ କାର୍ଡ୍ ସହିତ କରିଦେଇପାରେ ଖେଳ, ସଫା କରିଦେବ ବ୍ୟାଙ୍କ ଖାତା
ଆପଣଙ୍କ ବ୍ୟାଙ୍କ ସହିତ ଲିଙ୍କ ହୋଇଥିବା ଫୋନ୍ ନମ୍ବରକୁ ନେଇ ହୋଇପାରେ ଜାଲିଆତି । ଆପଣଙ୍କ ଫୋନ ନମ୍ବରର ଡୁପ୍ଲିକେଟ୍ ସିମ୍ ହାସଲ କରି ଆପଣଙ୍କ ଆକାଉଣ୍ଟକୁ ଖାଲି କରିଦେଇ ପାରନ୍ତି ଠକ । ଏହି ଭଳି ଗୋଟିଏ ଖବର ଏବେ ଚର୍ଚ୍ଚାରେ ଅଛି । ରାଜସ୍ଥାନରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ସିମର ଡୁପ୍ଲିକେଟ୍ ସିମ୍ ହାସଲ କରି ଜଣେ ଠକ ଆକାଉଣ୍ଟରୁ ୬୮ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଏଥିପାଇଁ ଟେଲିକମ ସେବା …
ରୁହନ୍ତ ସତର୍କ, ଏମିତି କେହି ଆଫଣଙ୍କ ସିମ୍ କାର୍ଡ୍ ସହିତ କରିଦେଇପାରେ ଖେଳ, ସଫା କରିଦେବ ବ୍ୟାଙ୍କ ଖାତା Read More »
ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା
ଆପଣ ଅନେକ ସମୟରେ ଶୁଣିଥିବେ ଯେ, ପୁରୁଣା ମୁଦ୍ରା ବଦଳରେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ତେବେ କେବେ ଭାବିଛନ୍ତି କି ପୁରୁଣା କଏନ ପାଇଁ କିଏ ଏତେ ଟଙ୍କା ଖର୍ଚ୍ଚ କରେ ଓ କାହିଁକି କରେ ? । ଅନେକ ଲୋକଙ୍କର ପୁରୁଣା ସାମଗ୍ରୀ ସଂଗ୍ରହ କରିବା ସୌକ ଥାଏ । ଏହି ସୌକ୍ ପୁରା କରିବା ପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ସେମାନଙ୍କ ପାଖରେ ପୁରୁଣା ସାମଗ୍ରୀ …
ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା Read More »
ଖୁବଶୀଘ୍ର ପିଏଫ୍ ଖାତାକୁ ଆସିବ ସୁଧ, ଏମିତି କରିପାରିବେ ଚେକ୍
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ବା EPFO ତରଫରୁ ୨୦୨୧ ପାଇଁ ମିଳିବାକୁ ଥିବା ସୁଧ କେବେ ଖାତାକୁ ଆସିବ ସେନେଇ ସୂଚନା ମିଳିଛି । ୨୦୨୧ ପାଇଁ ଇପିଏଫଓ ଖାତାଧାରକଙ୍କ ଖାତାକୁ ସୁଧ କେବେ ଆସିବ ବୋଲି ଏକ ଟ୍ୱିଟ୍ ଦ୍ୱାରା ଜଣେ ଉପଭୋକ୍ତା ଜାଣିବାକୁ ଚାହିଁଥିଲେ । ଯାହାର ଉତ୍ତରରେ ଇପିଏଫଓ କହିଛି ଯେ, ଖୁବଶୀଘ୍ର ୨୦୨୧ ପାଇଁ ସୁଧ ଖାତାକୁ କ୍ରେଡିଟ୍ ହେବ । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଇପିଏଫଓ ୮.୫ ପ୍ରତିଶତ …
ଖୁବଶୀଘ୍ର ପିଏଫ୍ ଖାତାକୁ ଆସିବ ସୁଧ, ଏମିତି କରିପାରିବେ ଚେକ୍ Read More »
E-RuPI କ’ଣ ?
ବିନା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନରେ ବି ହୋଇପାରିବ ଟଙ୍କା ଟ୍ରାନ୍ସଫର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ ତାରିଖ ଦିନ ଏକ ଡିଜିଟାଲ ପେମେଣ୍ଟ୍ ସଲ୍ୟୁସନ୍ ଲଂଚ୍ କରିଛନ୍ତି । ଯାହାର ନାମ ହେଉଛି ଇ-RUPI. ଏହା ହେଉଛି ଡିଜିଟାଲ କ୍ରାନ୍ତି ପଥରେ ଆଉ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଯୋଗୁ ବର୍ତ୍ତମାନ କେହି ମଧ୍ୟ ଅନଲାଇନ୍ ପେମେଣ୍ଟ୍ କରିପାରିବେ । ଇ-RUPIର ବିଶେଷତା ହେଉଛି ଯେ, ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନର ଆବଶ୍ୟକତା ପଡିବ …
TDS ଭାବେ କେତେ ଟଙ୍କା କଟିଛି କେମିତି ଜାଣିବେ ? ଫର୍ମ 26AS ଭୁଲ ସୁଧରା ଯାଇପାରିବ କି ?
ଟିଡିଏସ୍ ବା ଆୟ ସ୍ରୋତରୁ କର । ଚାକିରି କରିଥିବା ଜଣେ ବ୍ୟକ୍ତି ଫର୍ମ-16ରୁ ଟିଡିଏସ ଭାବେ କେତେ ଟ୍ୟାକ୍ସ କଟିଛି ତାହା ଜାଣି ପାରିବେ । ନିଯୁକ୍ତିଦାତା ଆପଣଙ୍କ ଦରମାରୁ ଟିଡିଏସ କାଟିଥାନ୍ତି । ଏହା ସହ ଅନ୍ୟ ସ୍ରୋତ ଯେମିତି ଫିକ୍ସଡ୍ ଡିପୋଜିଟରୁ ଆସୁଥିବା ସୁଧ ଉପରେ ମଧ୍ୟ ଟିଡିଏସ କଟିଥାଏ । ଇନକମ୍ ଟ୍ୟାକ୍ସ ଭାବେ କେତେ ଟଙ୍କା କଟାଯାଇଛି ତାହା ଜାଣିବାକୁ ଚାହୁଁଥିଲେ ଆପଣଙ୍କୁ ଆୟକର ବିଭାଗର ୱେବସାଇଟରୁ ଫର୍ମ 26AS …
TDS ଭାବେ କେତେ ଟଙ୍କା କଟିଛି କେମିତି ଜାଣିବେ ? ଫର୍ମ 26AS ଭୁଲ ସୁଧରା ଯାଇପାରିବ କି ? Read More »
ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ
ମାଷ୍ଟରକାର୍ଡ୍ ଉପରେ ନିକଟରେ ରିଜର୍ଭ ବ୍ୟାଙ୍କ ପ୍ରତିବନ୍ଧକ ଲଗାଇଛି । ମାଷ୍ଚରକାର୍ଡ୍ ଓ ଭିଜା ହେଉଛନ୍ତି ଭାରତରେ ଦେଣନେଣର ମୁଖ୍ୟ ସ୍ରୋତ । ଆପଣ ନିଜ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ଦେଖନ୍ତୁ, ସେଥିରେ ଭିଜା କିମ୍ବା ମାଷ୍ଚରକାର୍ଡ୍ ଲେଖା ହୋଇଥିବା ଦେଖିବେ । ଏହାକୁ ଦେଖି ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ପ୍ରାୟ ସବୁ ବ୍ୟାଙ୍କର କାର୍ଡରେ ଏହି ଦୁଇ କମ୍ପାନୀଙ୍କ ଲୋଗୋ କାହିଁକି ଦେଖିବାକୁ ମିଳେ ଓ ଏହି ଦୁଇ କମ୍ପାନୀ କେମିତି …
ମାଷ୍ଟରକାର୍ଡ୍ ଓ ଭିଜା କେମିତି କାମ କରନ୍ତି, ଜାଣନ୍ତୁ କେମିତି ଗ୍ରାହକଙ୍କଠାରୁ ହୁଏ ଆୟ Read More »
ଘରେ ବସି ଏମିତି ଇପିଏଫରୁ ମେଡିକାଲ ଏମରଜେନ୍ସି କାଳରେ ଉଠାନ୍ତୁ ଟଙ୍କା, ଯିବାକୁ ପଡିବ ନାହିଁ ଅଫିସ
କର୍ମଚାରୀ ଭବିଷ୍ୟନିଧି (ପିଏଫ୍) ଏକ ସରକାରୀ ସ୍କିମ୍ । ଦରମା ପାଉଥିବା ସବୁ କର୍ମଚାରୀଙ୍କ ଦରମାରୁ କିଛି ଟଙ୍କା ଏହି ପାଣ୍ଠିକୁ ଯାଇଥାଏ । ଏହି ସ୍କିମରେ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଉଭୟ ପ୍ରତିମାସରେ ମୂଳବେତନ (ବେସିକ୍)ର ୧୦ ପ୍ରତିଶତ ଯୋଗଦାନ କରିଥାନ୍ତି । ଅନ୍ୟପକ୍ଷରେ ଘରୋଇ କ୍ଷେତ୍ର ପାଇଁ ଏହା ହେଉଛି ବେସିକର ୧୨ ପ୍ରତିଶତ । କର୍ମଚାରୀ ଓ ନିଯୁକ୍ତିଦାତ୍ତା ପ୍ରତିମାସରେ ଏଥିପାଇଁ ଇପିଏଫରେ ଯୋଗଦାନ ଦେଇଥାନ୍ତି । ଇପିଏଫରେ ଜମା ଟଙ୍କାକୁ କର୍ମଚାରୀ …
ଘରେ ବସି ଏମିତି ଇପିଏଫରୁ ମେଡିକାଲ ଏମରଜେନ୍ସି କାଳରେ ଉଠାନ୍ତୁ ଟଙ୍କା, ଯିବାକୁ ପଡିବ ନାହିଁ ଅଫିସ Read More »
ଆପଣ ଯଦି ଏହି ଭଳି ଭୁଲ କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ, କାରଣ ଆଗକୁ ଆର୍ଥିକ ବୋଝ ବଢିବ
ସାଧାରଣତଃ ଜଣେ ବ୍ୟକ୍ତି ଯେତେବେଳେ ବୟସର 40 ବର୍ଷ ପାର କରନ୍ତି ସେତେବେଳେ ତାଙ୍କୁ ଭବିଷ୍ୟତ ଚିନ୍ତା ଘାରେ । ଅବସର ପରେ କେମିତି ଚଳିବେ, ପିଲାଙ୍କ ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସୁଥିବା ଜରୁରୀକାଳିନ ପରିସ୍ଥିତିର କେମିତି ମୁକାବିଲା କରିବେ ଏହାକୁ ନେଇ ମୁଣ୍ଡରେ ଚିନ୍ତା ଘର କରିଥାଏ । ଏହି ବୟସରୁ ହିଁ ଲୋକ ସଂଚୟ କଥା ଅଧିକ ଚିନ୍ତା କରନ୍ତି । ଅବସର ପାଇଁ ଗୋଟିଏ ବଡ଼ ପାଣ୍ଠିର ଖିଆଲ ମୁଣ୍ଡକୁ ଆସିଥାଏ …
ଆପଣ ଯଦି ଏହି ଭଳି ଭୁଲ କରୁଛନ୍ତି ତେବେ ସତର୍କ ହୋଇଯାନ୍ତୁ, କାରଣ ଆଗକୁ ଆର୍ଥିକ ବୋଝ ବଢିବ Read More »
କମ ବୟସରୁ ଅଳ୍ପ ଅଳ୍ପ ନିବେଶ କରନ୍ତୁ, ଭବିଷ୍ୟତ ହେବ ସୁରକ୍ଷିତ
ଅଳ୍ପ ନିବେଶ ଭବିଷ୍ୟତ ପାଇଁ ବଡ଼ ପାଣ୍ଠି ତିଆରି କରିବ ରିଚ୍ ଡାଡ୍, ପୁଅର ଡାଡ୍ । ପର୍ସନାଲ ଫାଇନାନ୍ସ ଦୁନିଆରେ ଏହି ବହିକୁ କେହି କେହି ବାଇବେଲର ମାନ୍ୟତା ଦିଅନ୍ତି । ଜଣେ ସାଧାରଣ ବ୍ୟକ୍ତିଙ୍କୁ କେମିତି ବୁଦ୍ଧିମତାର ସହିତ ନିବେଶ କରିବେ ତାହା ଶିଖାଉଥିବା ଏହି ବହିର ଗୋଟିଏ ବଡ଼ ବିନ୍ଦୁ ହେଉଛି କେମିତି 45 ବର୍ଷ ବୟସରେ କର୍ମକ୍ଷେତ୍ରରୁ ଅବସର ନେବେ । 45 ବର୍ଷ ବୟସରେ ଅବସର ନେଇ ନିଜ ପସନ୍ଦର …
କମ ବୟସରୁ ଅଳ୍ପ ଅଳ୍ପ ନିବେଶ କରନ୍ତୁ, ଭବିଷ୍ୟତ ହେବ ସୁରକ୍ଷିତ Read More »
ଚାକିରି ବଦଳାଇବା ସହିତ ତୁରନ୍ତ ଉଠାନ୍ତୁ ନାହିଁ PF ଟଙ୍କା, ଜାଣନ୍ତୁ କାହିଁକି ?
ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ପ୍ରାୟ ସମସ୍ତେ କିଛି ବର୍ଷର ଅନ୍ତରାଳରେ ପୁରୁଣା ସ୍ଥାନ ଛାଡି ଭଲ ବିକଳ୍ପ ସନ୍ଧାନରେ ନୂତନ କର୍ମସଂସ୍ଥାନରେ ଯୋଗ ଦେଇଥାନ୍ତି । ଏହା କିଛି ଖରାପ କଥା ନୁହେଁ । କିନ୍ତୁ ଅନେକ ଚାକିରି ବଦଳାଇବା ସହିତ ପୁରୁଣା ସଂସ୍ଥାରେ ପିଏଫ୍ ଭାବେ ଯେତିକି ଟଙ୍କା କଟିଥାଏ ତାକୁ ଉଠାଇ ନିଅନ୍ତି । କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଏହା ଠିକ୍ ନୁହେଁ । ଆସନ୍ତୁ ଜାଣିବା କ’ଣ ପାଇଁ ଏହା ଭୂଲ …
ଚାକିରି ବଦଳାଇବା ସହିତ ତୁରନ୍ତ ଉଠାନ୍ତୁ ନାହିଁ PF ଟଙ୍କା, ଜାଣନ୍ତୁ କାହିଁକି ? Read More »
ମହଙ୍ଗା ମାଡରେ ଆହତ ଉପଭୋକ୍ତା
ତିନି ମାସରେ ନିତିଦିନିଆ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟରେ ୪୦ ପ୍ରତିଶ ବୃଦ୍ଧି ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବ୍ୟାପକ ଭାବେ ବଢିଛି । ଏକ ହିସାବ ଅନୁସାରେ ଗତ ତିନି ମାସ ଭିତରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ମୁଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସାମଗ୍ରୀ ଭିତରେ ଅଛନ୍ତି ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଖାଦ୍ୟ ସାମଗ୍ରୀ । ସାବୁନ, ଶାମ୍ପୁ, ଟୁଥପେଷ୍ଟ …
ମୋଟା ଅଙ୍କର ଟଙ୍କା ପାଇଲେ କ’ଣ କରିବେ ? ଲୋନ୍ ସୁଝିବେ ନା ନିବେଶ କରିବେ ?
ଜୀବନରେ ଆମେ ସମସ୍ତେ କେବେ ନା କେବେ,ଏକରୁ ଅଧିକ ଥର ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାଉ । ଯେତେବେଳେ ଆମକୁ କେବେ ପ୍ରପର୍ଟି ବିକ୍ରି କରି ଅଧିକ ଟଙ୍କା ମିଳେ କିମ୍ବା ଅଭିଭାବକଙ୍କଠାରୁ ଉପହାର ଭାବେ ଟଙ୍କା ମିଳେ । ଏମିତି ବି ହୋଇପାରେ ଆପଣ ମୋଟା ଅଙ୍କର ଟଙ୍କା ବୋନସ ଭାବେ ଏକାଥରକେ ପାଇବା ପରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ ଯେ, ଏତେ ଟଙ୍କାକୁ ନେଇ କରିବି କ’ଣ ? ନୂଆ ଗାଡି …
ମୋଟା ଅଙ୍କର ଟଙ୍କା ପାଇଲେ କ’ଣ କରିବେ ? ଲୋନ୍ ସୁଝିବେ ନା ନିବେଶ କରିବେ ? Read More »
ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡ୍ ଲୋନ୍ ଭିତରେ ଫରକ କ’ଣ ? କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍, ଜାଣନ୍ତୁ
ପର୍ସନାଲ ଲୋନ୍ VS କ୍ରେଡିଟ୍ କାର୍ଡ୍ ଲୋନ୍ ଆମେ ସମସ୍ତେ କେବେ ନା କେବେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉ ଯେତେବେଳେ ବଜେଟ୍ ବିଗିଡି ଯାଏ । ଅଚାନକ ଆସୁଥିବା ଖର୍ଚ୍ଚ ପାଇଁ ଆମକୁ ଧାର ଉଧାର କରିବାକୁ ପଡିଥାଏ । ପରିବାର କିମ୍ବା ସାଙ୍ଗସାଥୀଙ୍କଠାରୁ ଧାର ଆଣିବାର ସୁବିଧା ହେଲା ଏଥିରେ ସୁଧ ଦେବାକୁ ପଡିନଥାଏ କିମ୍ବା ପ୍ରୋସେସିଂ ଚାର୍ଜ୍ ଦେବାକୁ ପଡିନଥାଏ । କିନ୍ତୁ ସବୁବେଳେ ଘର କିମ୍ବା ସାଙ୍ଗସାଥିଙ୍କଠାରୁ ଧାର ମିଳିବାର ଗ୍ୟାରେଣ୍ଟି …
ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡ୍ ଲୋନ୍ ଭିତରେ ଫରକ କ’ଣ ? କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍, ଜାଣନ୍ତୁ Read More »
ଟ୍ୟାକ୍ସ ବେନିଫିଟ୍ ଚାହୁଁଛନ୍ତି କି ? ଏମିତି କଲେ ପର୍ସନାଲ ଲୋନ ଆଧାରରେ ଟ୍ୟାକ୍ସ ବେନିଫିଟ୍ ନେଇ ପାରିବେ…
ଜୁନ୍ 30 ସୁଧା ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ଆପଣ ନିଜ ଆୟ ଉପରେ ଟ୍ୟାକ୍ସ ରିହାତି ପାଇବା ପାଇଁ ବୀମକୁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଜାଣି ନାହାନ୍ତି ଯେ, ପର୍ସନାଲ ଲୋନ୍ ମଧ୍ୟ ଆପଣଙ୍କୁ ଟ୍ୟାକ୍ସ ରିହାତି ଦେଇଥାଏ । ତେବେ ଏଥିପାଇଁ କିଛି ଦୀଗକୁ ଦୃଷ୍ଟି ଦେବାକୁ ପଡିବ । ଏଥିପାଇଁ ପ୍ରଥମ ସର୍ତ୍ତ ହେଉଛି ଆପଣ ପର୍ସନାଲ ଲୋନ୍ ର ବ୍ୟବହାର ଆଧାର ଉପରେ ଟ୍ୟାକ୍ସ …
ଜାଣନ୍ତୁ ଦେବାଶୀଷଙ୍କ ବାବଦରେ, କେମିତି ଗୋଟିଏ ବିଜନେସ୍ ଆଇଡିଆ ବଦଳାଇ ଦେଲା ତାଙ୍କ ଦୁନିଆ
ଦେବଶିଶ ତାଲୁକଦାରଙ୍କ “Valetudo Systems” ନୂଆଦିଲ୍ଲୀ : ନେତୃତ୍ୱ କ’ଣ ? କେହି ଜଣେ ଠିକ୍ କହିଥିଲେ ଯେ, ନେତୃତ୍ୱ ହେଉଛି ଅସଲରେ ସହି କଳା ଯାହା ଦ୍ୱାରା ଜଣେ ଏକ ବିଚାର ବା ଭାବନାକୁ ନିଜ କ୍ଷମତା ଦ୍ୱାରା ବାସ୍ତବିକତାରେ ପରିଣତ କରିପାରେ । ଏକ ଭଲ ନେତୃତ୍ୱ କୌଣସି ମଧ୍ୟ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ବାସ୍ତବିକ ଜୀବନରେ କେବଳ ଅନୁମାନକୁ ନେଇ କାମ କରାଯାଇ ପାରିବ ନାହିଁ । …
ଜାଣନ୍ତୁ ଦେବାଶୀଷଙ୍କ ବାବଦରେ, କେମିତି ଗୋଟିଏ ବିଜନେସ୍ ଆଇଡିଆ ବଦଳାଇ ଦେଲା ତାଙ୍କ ଦୁନିଆ Read More »
କ୍ରେଡିଟ୍ ସ୍କୋର କ’ଣ ? କେମିତି ଏହା ଆପଣଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ସବୁକିଛି..
ଆପଣଙ୍କ କ୍ରେଡିଟ୍ ସ୍କୋର କେତେ ? ବ୍ୟାଙ୍କ, ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର ଉଧାର ଦେଉଥିବା ସଂସ୍ଥାଙ୍କ ପାଇଁ ମାପଦଣ୍ଡ ଭଳି କାମ କରିଥାଏ । ସେମାନେ ଏଥିରୁ ଆପଣଙ୍କ ଲୋନ୍ ଶୁଝିବା କ୍ଷମତାର ଆକଳନ କରିଥାନ୍ତି । ସବୁଠାରୁ ଭଲ କ୍ରେଡିଟ୍ କାର୍ଡ …
କ୍ରେଡିଟ୍ ସ୍କୋର କ’ଣ ? କେମିତି ଏହା ଆପଣଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ସବୁକିଛି.. Read More »
ଟର୍ମ ଇନସ୍ୟୁରାନ୍ସ କାହିଁଙ୍କି ନେବେ? ନେଲା ବେଳେ କ’ଣ ଦେଖିବେ ?
କରୋନା ସବୁକିଛି ବଦଳାଇ ଦେଇଛି । ମହାମାରୀ କବଳରେ କିଏ କେତେବେଳେ ଆସିବ କିଛି କହି ହେବନାହିଁ । ଆମ ଆଖି ଆଗରେ ଏମିତି ଅନେକ ପରିବାର କରୋନା କାରଣରୁ ଛାରଖାର ହୋଇ ଯାଇଛି । ମହାମାରୀରେ ଗୋଟିଏ ପରିବାର ଯେତେବେଳେ ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଏ ସେତେବେଳେ ପଛରେ ରହିଯାଇଥିବା ଲୋକଙ୍କ ଉପରେ ଆର୍ଥିକ ବୋଝ ପାହାଡ ଭଳି ପଡେ । ଏହି ସମୟରେ ଟର୍ମ ଇନସ୍ୟୁରାନ୍ସ ବରଦାନ ସାବ୍ୟସ୍ତ ହୋଇଥାଏ । ଟର୍ମ …
ଟର୍ମ ଇନସ୍ୟୁରାନ୍ସ କାହିଁଙ୍କି ନେବେ? ନେଲା ବେଳେ କ’ଣ ଦେଖିବେ ? Read More »
କରୋନା ଟାଇମ: ଅଳ୍ପ ରିସ୍କ ନେଲେ ETFରୁ ମିଳିବ ବଢିଆ ରିଟର୍ଣ୍ଣ
ମହାମାରୀ ସମୟରେ ଅର୍ଥ ଆବଶ୍ୟକତାକୁ କେମିତି ପୁରା କରିବେ ? କରୋନା ଭାଇରସର ପ୍ରଭାବ ଅର୍ଥନୀତି ଉପରେ ପଡିଛି । ପୁରା ଦୁନିଆ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହି ଭାଇରସ ଖାଲି ଜୀବନକୁ ବିପଦରେ ପକାଇ ନାହିଁ ଏହା ମଧ୍ୟ ଜୀବିକାକୁ ବିପଦରେ ପକାଇ ଦେଇଛି । ଏମିତିରେ ନିବେଶକ ବର୍ତ୍ତମାନ ନିବେଶ କରିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି । କରୋନା କାଳର ତୁଳନା ୧୯୨୮ର ଗ୍ରେଟ୍ ଡିପ୍ରେସନ୍ …
କରୋନା ଟାଇମ: ଅଳ୍ପ ରିସ୍କ ନେଲେ ETFରୁ ମିଳିବ ବଢିଆ ରିଟର୍ଣ୍ଣ Read More »
ବାଂଲାଦେଶର ପ୍ରଗତିରୁ ବହୁତ କିଛି ଶିଖିପାରେ ଭାରତ
ବାଂଲାଦେଶ ଅର୍ଥନୀତି VS ଭାରତ ଅର୍ଥନୀତି ବାଂଲାଦେଶର ସ୍ୱାଧିନତାକୁ ୫୦ ବର୍ଷ ହୋଇଛି । ୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ସେହି ବର୍ଷ ବାଂଲାଦେଶ ମଧ୍ୟ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହୋଇଥିଲା । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ବର୍ତ୍ତମାନ ବାଂଲାଦେଶ ଅର୍ଥନୀତି ଭାରତୀୟ ଅର୍ଥନୀତିକୁ ପଛରେ ପକାଇ ଆଗକୁ ଦୌଡୁଛି । ଏମିତିରେ …
Top 10 Ecommerce business ideas for 2021
he 2010s perfected the new inventions that man had been conceptualising since the late 2000s. I remember the primary email that I ever sent. it had been a reply to a lover who had just discovered Gmail also . Although Gmail had started in 2004 in India, it took a couple of years for everybody …