![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ବା EPFO ତରଫରୁ ୨୦୨୧ ପାଇଁ ମିଳିବାକୁ ଥିବା ସୁଧ କେବେ ଖାତାକୁ ଆସିବ ସେନେଇ ସୂଚନା ମିଳିଛି । ୨୦୨୧ ପାଇଁ ଇପିଏଫଓ ଖାତାଧାରକଙ୍କ ଖାତାକୁ ସୁଧ କେବେ ଆସିବ ବୋଲି ଏକ ଟ୍ୱିଟ୍ ଦ୍ୱାରା ଜଣେ ଉପଭୋକ୍ତା ଜାଣିବାକୁ ଚାହିଁଥିଲେ । ଯାହାର ଉତ୍ତରରେ ଇପିଏଫଓ କହିଛି ଯେ, ଖୁବଶୀଘ୍ର ୨୦୨୧ ପାଇଁ ସୁଧ ଖାତାକୁ କ୍ରେଡିଟ୍ ହେବ । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଇପିଏଫଓ ୮.୫ ପ୍ରତିଶତ ସୁଧ ଦେବ ।
ଆସିବ ସୁଧ ଟଙ୍କା
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଜୁଲାଇ ଶେଷସୁଧା ଲୋକଙ୍କ ପିଏଫ୍ ଖାତାକୁ ସୁଧ ଯିବ ବୋଲି ପ୍ରଥମେ ଆଶା କରାଯାଉଥିଲ । କିନ୍ତୁ ଜୁଲାଇ ସରିଲା ପରେ ମଧ୍ୟ ସୁଧ ଟଙ୍କା ଆସିନଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସୁଧ ଟଙ୍କା କେବେ କ୍ରେଡିଟ୍ ହେବ ତାକୁ ନେଇ ଉତ୍ସୁକତା ଥିଲା । ଇପିଏଫ୍ ଲୋକଙ୍କ ଏହି ପ୍ରଶ୍ନର ଉତ୍ତର ଏବେ ଦେଇଛି । ସୁଧଟଙ୍କା ଲୋକଙ୍କ ଖାତାରେ ଜମା କରିବା ପ୍ରକ୍ରିୟା ଏବେ ଜାରି ରହିଛି ବୋଲି ଇପିଏଫଓ ତରଫରୁ କୁହାଯାଇଛି । ଇପିଏଫଓ କହିଛି ଯେ, ଯେତେବେଳ ଟଙ୍କା କ୍ରେଡିଟ୍ ହେବ ଏକାଥରକେ ସବୁ ସୁଧ ଟଙ୍କା କ୍ରେଡିଟ୍ ହେବ । କିସ୍ତିରେ ଟଙ୍କା କ୍ରେଡିଟ୍ ହେବ ନାହିଁ ବୋଲି ସଂଗଠନ କହିଛି । ସୂଚନାଯୋଗ୍ୟ ଯେ, ଦେଶର କୋଟି କୋଟି କର୍ମଚାରି ନିଜ ଭବିଷ୍ୟ ପାଇଁ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଉପରେ ନିର୍ଭର କରନ୍ତି । କର୍ମଚାରୀଙ୍କ ଦରମାରୁ ପ୍ରତିମାସରେ ଏକ ନିର୍ଦ୍ଦିଷ ଅଂଶ କଟି ପିଏଫ୍ ଆକାଉଣ୍ଟରେ ଜମା ହୋଇଥାଏ । ଆପଣ ମଧ୍ୟ ଆପଣଙ୍କ ପିଏଫ୍ ଖାତାରେ କେତେ ଟଙ୍କା ଜମା ରହିଛି ସେସମ୍ପର୍କରେ ସବୁକିଛି ଜାଣି ପାରିବେ । ଆସନ୍ତୁ ଜାଣିବା କେମିତି ଆପଣ ନିଜ ପିଏଫ୍ ଆକାଉଣ୍ଟର ବାଲାନ୍ସ ବାବଦରେ ଜାଣି ପାରିବେ..
SMS କରି ଜାଣି ପାରିବେ
ଯଦି ଆପଣଙ୍କ UAN ନମ୍ବର ଇପିଏଫଓ ପାଖରେ ପଂଜିକୃତ ହୋଇଛି ତେବେ ପିଏଫ ବାଲାନ୍ସ ସମ୍ପର୍କିତ ସୂଚନା ଆପଣ ଏସଏମଏସ ଜରିଆରେ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ 7738299899 କୁ EPFOHO UAN ENG (ଶେଷ ତିନି ଅକ୍ଷର ଭାଷା ପାଇଁ) ଲେଖି ପଠାନ୍ତୁ । ଆପଣଙ୍କୁ ବାଲାନ୍ସ ବାବଦରେ ତଥ୍ୟ ଏସଏମଏସ ଜରିଆରେ ମିଳିଯିବ । ବର୍ତ୍ତମାନ ହିନ୍ଦି, ଇଂଲିସ, ପଂଜାବି, ମରାଠି, ହିନ୍ଦି, ତେଲଗୁ, ତାମିଲ, ମାଲାୟଲମ ଓ ବଙ୍ଗାଳିରେ ସୂଚନା ମିଳୁଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ପିଏଫ୍ ବାଲାନ୍ସ ପାଇଁ ଜରୁରୀ ହେଉଛି ଆପଣଙ୍କ ୟୁଏଏନ, ବ୍ୟାଙ୍କ ଆକାଉଣ୍ଟ, ପ୍ୟାନ୍ ଓ ଆଧାର ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ । ପାସବୁକ ଦେଖିବା ପାଇଁ ୟୁଏଏନ୍ ନମ୍ବର ଥିବା ଜରୁରୀ ।
ମିସଡ୍ କଲ ଜରିଆରେ ମଧ୍ୟ ମିଳିବ ସୂଚନା
ନିଜର ପଂଜିକୃତ ମୋବାଇଲ ନମ୍ବରରୁ ମଧ୍ୟ 011-22901406କୁ ମିସଡ୍ କଲ କରି ବାଲାନ୍ସ ଚେକ୍ କରିପାରିବେ । ଏଠାରେ ମଧ୍ୟ ୟୁଏଏନ୍, ପ୍ୟାନ୍ ଓ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ ।
ୱେବସାଇଟ ଜରିଆରେ କେମିତି ଜାଣିବେ
ଇପିଏଫଓ ୱେବସାଇଟରେ ଲଗ୍ ଇନ୍ କରି epfindia.gov.inକୁ ଯାଆନ୍ତୁ ,ସେଠାରେ ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ । ଇ-ପାସବୁକ ରେ କ୍ଲିକ୍ କରିବା ପରେଏକ ନୂଆ ପେଜ୍ passbook.epfindia.gov.in କୁ ଯିବେ । ସେଠାରେ ନିଜର ୟୁଜର ନାମ, ୟୁଏନ୍ ମ୍ବର, ପାସୱାର୍ଡ ଓ କାପଚା ଭରିବାକୁ ପଡିବ । ସବୁ ସୂଚନା ଦେବା ପରେ ଆପଣ ଗୋଟିଏ ନୂଆ ପେଜକୁ ଯିବେ ଓ ସେଠାରେ ମେମ୍ବର ଆଇଡି ଚୟନ କରିବାକୁ ପଡିବ । ସେଠାରେ ଇ-ପାସବୁକରେ ଆପଣଙ୍କୁ ନିଜ ପିଏଫ୍ ବାଲାନ୍ସ ସମ୍ବନ୍ଧିତ ସବୁ ସୂଚନା ମିଳିଯିବ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)