ଆଜି ପବିତ୍ର ଧନତେରାସ : ଗହଣା ଦୋକାନରେ ସ୍ପେଶାଲ ଅଫର୍‌

Above Post Content

ଭୁବନେଶ୍ୱର: ଆଜି ପବିତ୍ର ଧନତେରାସ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହି ପର୍ବ ସାଧାରଣତଃ ଦୀପାବଳିର ପରିବେଶକୁ ଅଧିକ ଉତ୍ସବମୁଖର କରିଥାଏ । ଆଉ ଧନ୍‌ତେରାସ୍‌କୁ ଅଧିକ ମୁଖରିତ ଓ ଚଳଚଞ୍ଚଳ କରେ ଏହି ଦିନର ସୁନା କିଣା । ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି, ଧନତେରାସ୍ ଦିନ କିଛି ସୁନା କିମ୍ବା ରୁପା ଘରକୁ ଆଣିବା ଶୁଭ ହୋଇଥାଏ । ଏଣୁ ଆଜିର ଆଧୁନିକ ଯୁଗରେ ଧନ୍‌ତେରାସ୍‌କୁ ସୁନା କିଣିବା ପାଇଁ ସବୁଠାରୁ ଶୁଭ ଦିନ ବୋଲି ଗ୍ରହଣ କରାଯାଇଛି । ତେଣୁ ଏହି ଧନତେରାସକୁ ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ ।

Middle post content

ସୁନା ଦୋକାନରେ ଭିଡ଼

After 2nd paragraph post ads

ଆଜିର ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ୱାରକୁ ସୁନ୍ଦର କରି ମାଆଙ୍କୁ ସ୍ୱାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନଗୁଡ଼ିକରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି । ଓଡ଼ିଶାରେ ବର୍ଷତମାମ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ଏକ ବଡ଼ ଭାଗ ଅକ୍ଷୟ ତୃତୀୟା ଓ ଧନତେରାସ୍ ଦିନ ବିକ୍ରି ହୋଇଥାଏ । ଧନତେରାସ ମାସରେ ଦୁଇ ମାସ ଗହଣା ଏକସଙ୍ଗେ ବିକ୍ରି ହୋଇଥାଏ । ଚଳିତ ବର୍ଷର ସୁନାର ୧୦ ଗ୍ରାମ ପିଛା ଦାମ ୫୫, ୭୦୦ ଟଙ୍କା ରହିଥିବାରୁ ଲୋକମାନଙ୍କ ଭିତରେ ସୁନା କିଣିବାକୁ ନେଇ ଉତ୍ସାହ ରହିଛି । କିଛି ଦିନ ହେଲାଣି ସୁନା ଦୋକାନଗୁଡ଼ିକରେ ସ୍ୱାଭାବିକ ଦିନଠାରୁ ଅଧିକ ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଧନ୍‌ତେରାସ୍‌ରେ ଏଥର ଗତବର୍ଷଠାରୁ ଅଧିକ ବେପାର ହେବ ବୋଲି ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami