ବ୍ୟାଙ୍କ,ରିୟଲ ଇଷ୍ଟେଟ୍,ବୀମା କମ୍ପାନୀ ବିରୋଧରେ ଅଭିଯୋଗ କେମିତି କରିବେ ?

Above Post Content

ଅନେକ ସମୟରେ ଆପଣ ବ୍ୟାଙ୍କ,ବୀମା କମ୍ପାନୀଙ୍କ ସେବାକୁ ନେଇ ଅସନ୍ତୁଷ୍ଟ ହୁଅନ୍ତି । ଆପଣଙ୍କ ଅଭିଯୋଗକୁ ସେମାନେ ଗମ୍ଭୀରତାର ସହିତ ନିଅନ୍ତି ନାହିଁ । ରିୟସ ଇଷ୍ଟେଟ୍ ସେକ୍ଟରରେ ଏଭଳି ଅଭିଯୋଗ ଅଧିକ ଆସିଥାଏ । ଏମିତିରେ ଆପଣ ନିଜକୁ ଅସହାୟ ଅନୁଭବ କରନ୍ତି ଅଫିସକୁ ବାରମ୍ବାର ଦୌଡି଼ଦୌଡ଼ି ନୟାନ୍ତ ହୁଅନ୍ତି । ଏଭଳି ପରିସ୍ଥିତିରେ କ’ଣ କରିବେ ? କେମିତି ବ୍ୟାଙ୍କ,ବୀମା ଓ ଅନ୍ୟ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିବେ ଆସନ୍ତୁ ଜାଣିବା ।

ବ୍ୟାଙ୍କ ସଂପର୍କିଚ ଯଦି ଆପଣଙ୍କର କିଛି ଅଭିଯୋଗ ଥାଏ ତେବେ ଆପଣ ବ୍ୟାଙ୍କି ଓମ୍ବୁଡସମ୍ୟାନ ଙ୍କ ନିକଟରେ ଅଭିଯୋଗ କରିପାରିବେ । ସେହିଭଳି କୌଣସି ରିୟଲ ଇଷ୍ଟେଟ୍ କମ୍ପାନୀ ବିରୋଧରେ କିଛି ଅଭିଯୋ ଥିଲେ ଆପଣ ସିଧା ସଳଖ ରେରା ବା ରିୟଲ ଇଷ୍ଟେଟ୍ ରେଗୁଲେଟାରି ଅଥରିଟିଙ୍କୁ ଯୋଗାଯୋଗ କରିପାରିବେ

After 2nd paragraph post ads

ଆମେ ଆପଣଙ୍କୁ ଏଠାରେ ସେହି ସବୁ ବାବଦରେ ଜଣାଇବୁ ଯାହା ଦ୍ୱାରା ଆପଣ ନିଜ ଅଭିଯୋଗକୁ ବ୍ୟାଙ୍କି ଓମ୍ବୁଡସମ୍ୟାନ,ବୀମା ଆମ୍ବୁଦସମ୍ୟାନ ଏବଂ ରେରା ନିକଟରେ ଅଭିଯୋଗ କରିପାରିବେ

1.ବ୍ୟାଙ୍କିଙ୍ଗ୍ ଓମ୍ବୁଡସମ୍ୟାନ

-ବ୍ୟାଙ୍କ ନିକଟରେ ଅଭିଯୋଗ କରନ୍ତୁ ଏବଂ ସେମାନଙ୍କୁ ଉତ୍ତର ଦେବାକୁ 30 ଦିନ ସମୟ ଦିଅନ୍ତୁ

-ଯଦି ବ୍ୟାଙ୍କର ଉତ୍ତର ଆପଣଙ୍କୁ ସନ୍ତୋଷଜନକ ଲାଗେ ନାହିଁ ତେବେ ଆପଣ ସେହି ବ୍ୟାଙ୍କିଙ୍ଗ ଆମ୍ବୁଦସମ୍ୟାନ(ବିଓ) କାର୍ଯ୍ୟାଳୟ ସହ ସମ୍ପର୍କ କରନ୍ତୁ ଯାହା ଅଧିନରେ ମାମଲା ଆସିଥାଏ । ଏବେ ଆପଣ cms.rbi.org.in ଜରିଆରେ ଅନଲାଇନରେ ଅଭିଯୋଗ କରିପାରିବେ

-ଅଭିଯୋଗ ପରେ ଆପଣଙ୍କୁ ବ୍ୟାଙ୍କର ଉତ୍ତର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ

ବ୍ୟାଙ୍କିଙ୍ଗ ଓମ୍ବୁଡସମ୍ୟାନ ପୋର୍ଟାଲ https://bankingombudsman.rbi.org.in ପୋର୍ଟାଲରେ ଉପଲବ୍ଧ ଫର୍ମକୁ ଡାଉନଲୋଡ୍ କରି ଅଭିଯୋଗ କରିପାରିବେ

ଅନଲାଇନରେ https://secweb. rbi.org.in/BO/precompltindex.htm କୁ ଯାଇ ସେଠାରେ ଅଭିଯୋଗ କରିପାରିବେ

ବିଓ ବୁଝାମଣା ଜରିଆରେ କିମ୍ବା ନିଜ ଆଦେଶ ବଳରେ ମାମଲାର ସମାଧାନ କରିପାରିବେ

-ବିଓଙ୍କ ନିଷ୍ପତିରେ ଯଦି ଆପଣ ସନ୍ତୁଷ୍ଟ ନାହାନ୍ତି ତେବେ ଆପଣ ଅପିଲ ପ୍ରାଧିକରଣକୁ ସମ୍ପର୍କ କରିପାରିବେ, ଏହା ପରେ ମଧ୍ୟ ଆପଣ ରାୟକୁ ନେଇ ଅସନ୍ତୁଷ୍ଟ ଥିଲେ ଉପଭୋକ୍ତା ଅଦାଲତକୁ ମାମଲା ନେଇ ପାରିବେ

2.ଇନସ୍ୟୁରାନ୍ସ ଓମ୍ବୁଡସମ୍ୟାନ

ପ୍ରଥମେ ବୀମା କମ୍ପାନୀରେ ଲିଖିତ ଅଭିଯୋଗ କରନ୍ତୁ,ସିଧା ଓମ୍ବୁଡସମ୍ୟାନ ଙ୍କ ପାଖରେ ପହଂଚନ୍ତୁ ନାହିଁ । ଅଭିଯୋଗ ସହ ପ୍ରମାଣ ମଧ୍ୟ ଦିଅନ୍ତୁ

ବୀମା କଂପାନୀଙ୍କ ଉତ୍ତର ଯଦି ଆପଣଙ୍କୁ ସନ୍ତୁଷ୍ଟ କଲା ନାହିଁ ତେବେ ଇଣ୍ଟିଗ୍ରେଟେଡ୍ ଗ୍ରାଇଭାନ୍ସ ମ୍ୟାନେଜମେଣ୍ଟ୍ ସିଷ୍ଟମ igms.irda.gov.in ଜରିଆରେ ଅଭିଯୋଗକୁ ଆଗକୁ ନେଇ ପାରିବେ

Middle post content

-ଆପଣ ସେହି ଓମ୍ବୁଡସମ୍ୟାନ ଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିପାରିବେ ଯାହାଙ୍କ ଅଧିନରେ ମାମଲା ଆସୁଥିବ

-ଯଦି ଆପଣ ଓମ୍ବୁଡସମ୍ୟାନଙ୍କ ଉତ୍ତରରେ ସନ୍ତୁଷ୍ଟ ନାହାନ୍ତି ତେବେ ଉପଭୋକ୍ତା ଅଦାଲତରେ ଅଭିଯୋଗ କରିପାରିବେ

3. ରେରା ନିକଟରେ ଅଭିଯୋଗ

ରେରା ୱେବସାଇଟକୁ ଯାଇ ସେଠାରେ ଅଭିଯୋଗ କରନ୍ତୁ

-ଆପଣଙ୍କୁ ମୋବାଇଲ ନମ୍ବର,ଇମେଲ୍ ଆଇଡି ଦେବାକୁ ପଡିବ

ଆକାଉଣ୍ଟ ସେକ୍ସନର ‘ମାଇ ପ୍ରୋଫାଇଲ’କୁ ଯାଆନ୍ତୁ ଏବଂ ସବୁ ସୂଚନା ଦିଅନ୍ତୁ

-‘କମ୍ପ୍ଲେନ ଡିଟେଲ୍ସ’ ଟ୍ୟାବକୁ କ୍ଲିକ୍ କରନ୍ତୁ ଏବଂ ‘ଆଡ୍ ନ୍ୟୁ କମ୍ପ୍ଲେନ’କୁ କ୍ଲିକ୍ କରନ୍ତୁ

-ସେଠାରେ ସୂଚନା ଦିଅନ୍ତୁ,ପ୍ରୋଜେକ୍ଟ ସମ୍ୱନ୍ଧିତ ଦସ୍ତାବିଜ ଅପଲୋଡ୍ କରନ୍ତୁ ଏବଂ ନିଜ ମାମଲା ସମ୍ପର୍କିତ ସବୁ ତଥ୍ୟକୁ ଦିଅନ୍ତୁ

ମାମଲାରେ ଆପଣ କେଉଁଭଳି ଆଶ୍ୱାସନା ଚାହୁଁଛନ୍ତି ତାହା ଉଲ୍ଲେଖ କରନ୍ତୁ,ସେଥିରେ ମାମଲାର ପୃଷ୍ଠଭୂମି ଏବଂ ଆଇନଗତ ଦୀଗ କଥା ଉଲ୍ଲେଖ କରନ୍ତୁ

-ଆପଣ ଯାହା ସୂଚନା ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ସଠିକ ବୋଲି ଘୋଷଣାପତ୍ର ଦେବାକୁ ପଡିବ

ଆବଶ୍ୟକ ଫିସ୍ ଅନଲାଇନ୍ ଜମା କରନ୍ତୁ

ରେରା ଅଧିକାରୀ ମାମଲାର ଶୁଣାଣି କରିବା ସହ ଆଦେଶ ଦେବେ

-ଯଦି ଆପଣ ଆଦେଶକୁ ନେଇ ଅସନ୍ତୁଷ୍ଟ ତେବେ ଆଦେଶର 60 ଦିନ ମଧ୍ୟରେ ଅପିଲ ଟ୍ରିବ୍ୟୁନାଲରେ ମାମଲା ଦାଏର କରିପାରିବେ

ଅପିଲ ଟ୍ରିବ୍ୟୁନାଲ ରାଏ ଆପଣଙ୍କୁ ସନ୍ତୁଷ୍ଟ କରି ନପାରିଲେ ଆପଣ ହାଇକୋର୍ଟକୁ ମାମଲା ନେଇପାରନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami