ଏନଡିଟିଭି କେମିତି ଆଦାନୀ ଗ୍ରୁପ୍ ହାତକୁ ଗଲା ?

Above Post Content

ଖବର ଦୁନିଆର ଖେଳାଳୀ ଏବେ ଖବରରେ । ଦୁନିଆ ଯାକର ଖବର ପହଂଚାଉଥିବା ଚାନେଲ ପାଖରେ ନଥିଲା ନିଜେ ବିକ୍ରି ହେବାର ଖବର ହଁ,ଆପଣ ଠିକ୍ ଶୁଣୁଛନ୍ତି । ସୋସିଆଲ ମିଡିଆରେ ଯେଉଁ ଏନଡିଟିଭିକୁ ନେଇ ଏତେ ଚର୍ଚ୍ଚା ଚାଲିଛି ସେହି ଚ୍ୟାନେଲ ପାଖରେ ଖବର ନଥିଲା ଯେ, ତାକୁ କେହି କିଣି ସାରିଲାଣି

ମଙ୍ଗଳବାର ଦିନ ଅଚାନକ ସେୟାର ବଜାରରୁ ସୋସିଆଲ ମିଡିଆରେ ଆସିଥିଲା ଭୂକମ୍ପ ଭୂକମ୍ପ ପଛରେ ଥିଲା ଏନଡିଟିଭି ଉପରେ ଆଦାନୀ ଗ୍ରୁପର କବଜା ଖବର । ଏମିତି ଗୋଟିଏ ଖବର ଯାହାକୁ ଶୁଣିଲା ପରେ ଖୋଦ ଏନଡିଟିଭି କହିଥିଲା ଆମ ପାଖରେ ଏମିତି କିଛି ଖବର ନାହିଁ ଆମେ ଏବାବଦରେ କିଛି ଜାଣିନୁଆଦାନୀ ଗ୍ରୁପ ଏନଡିଟିଭିକୁ ଏକରକମ ଟେକ୍ ଓଭର କରିବାକୁ ଯାଉଛି ଏନଡିଟିଭିର ୨୯.୧୮ ପ୍ରତିଶତ ସେୟାର ହାତେଇବା ପରେ ଆଦାନୀ ଆଗକୁ ଓପନ୍ ଅଫର ମାଧ୍ୟରେ ଆଉ ୨୬ ପ୍ରତିଶତ ସେୟାର ଉପରେ କବଜା କରିପାରେ । ଯାହାର ଅର୍ଥ ହେବ ଏନଡିଟିଭିର ୫୫ ପ୍ରତିଶତ ଆଦାନୀ ହାତକୁ ଆସିବ୫୫ ପ୍ରତିଶତ ସେୟାର ଆଦାନୀ ଗ୍ରୁପ ହାତକୁ ଆସିବା ଅର୍ଥ ପ୍ରଣବ ରୟଙ୍କ ହାତରୁ ନ୍ୟୁଡେଲି ଟେଲିଭିଜନ୍ ଖସିବା । ସେୟାର ବଜାର ବାବଦରେ ସାମାନ୍ୟତମ ଧାରଣା ରଖୁନଥିବା ଲୋକ ମଧ୍ୟ ସୋସିଆଲ ମିଡିଆରେ ଏହି ଟେକ୍ ଓଭର ଆଟେମ୍ପଟକୁ ନେଇ ମତ ରଖୁଛନ୍ତି

After 2nd paragraph post ads
Middle post content

ଏବେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବା କିଣିବା ବାଲା କହୁଛି ଆମେ କିଣିବାକୁ ଯାଉଛୁ କିନ୍ତୁ ବିକ୍ରି ହେବାକୁ ଯାଉଥିବା କମ୍ପାନୀ କେମିତି କହୁଛି ଆମେ କିଛି ଜାଣିନୁ ? ଆସନ୍ତୁ ଅଡ଼ୁଆ ସୁତା ଭଳି ଏହି କାହାଣୀର ଖିଅ ଖୋଜିବା,ଜାଣିବା ଭାରତୀୟ ନ୍ୟୁଜ୍ ଟିଭି ଦୁନିଆର ଭିଷ୍ମ ପିତାମହ କେମିତି ବଜାରରେ ନିଲାମ ହେଇଗଲେ..

୨୦୨୨ରେ ଯଦି ଏନଡିଟିଭି ବିକ୍ରି ହେବାକୁ ଯାଉଛି ତେବେ ପୁରା କାହାଣୀ ଜାଣିବାକୁ ୨୦୦୯କୁ ଫେରିବାକୁ ପଡି଼ବଋଣ କରି ବ୍ୟବସାୟ ବଢାଇବା ଷ୍ଟ୍ରାଟେଜି କେମିତି ବ୍ୟାକଫାୟାର କରେ ତା’ର ବଡ଼ ନମୂନା ହେଉଛି ଏନଡିଟିଭି ୨୦୦୯ ବେଳକୁ ଏନଡିଟିଭି ଖବର ଦୁନିଆରୁ ବାହାରି ଏଣ୍ଟରଟେନମେଣ୍ଟ୍ ଦୁନିଆରେ ପ୍ରବେଶ କରିବାକୁ ଚାହୁଁଥିଲା ମନୋରଂଜନ ଚାନେଲରେ ଲାଭ କମେଇବାକୁ ଏନଡିଟିଭି ଆରମ୍ଭ କରିଥିଲା ଏନଡିଟିଭି ଇମାଜିନଧୂମଧାମରେ ଚାନେଲ ଲଂଚ୍ ହୋଇଥିଲାଇମାଜିନ୍ ସହିତ ଗୁଡ୍ ଟାଇମ୍ସ ମଧ୍ୟ ଲଂଚ୍ ହୋଇଥିଲା । ଏହା ପଛରେ ଲାଗିଥିଲା କରଜରେ ଆସିଥିବା ୪ଶହ କୋଟି ଟଙ୍କା । କିନ୍ତୁ ଏଣ୍ଟରଟେନମେଣ୍ଟ୍ ଦୁନିଆରେ ଏନଡିଟିଭି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ସୋନି,ଜି ଆଗରେ ତିଷ୍ଟି ପାରିନଥିଲା ଏନଡିଟିଭି ଇମାଜିନ୍ଯେଉଁ ଇମାଜିନେସନ୍ ଚକରରେ ରାୟ ଦମ୍ପତି ଜିଇସି ଚ୍ୟାନେଲ କ୍ଷେତ୍ରକୁ ପ୍ରବେଶ କରିଥିଲେ ତାହା ତାଙ୍କ ପାଇଁ କାଳ ହୋଇଥିଲା୪ଶହ କୋଟିର ସେହି ଲୋନ୍ କାରଣରୁ ଆଦାନୀ ଏବେ ଏହି ମିଡିଆ ହାଉସର ୨୯ ପ୍ରତିଶତ ସେୟାର ହାତେଇ ସାରିଛି । ଆଉ ୨୬ ପ୍ରତିଶତକୁ ଓପନ୍ ଅଫର ମାଧ୍ୟମରେ କିଣିବାକୁ ଯାଉଛିପ୍ରତି ଶେୟାର ପାଇଁ ଆଦାନୀ ଦେବେ ୨୯୪ ଟଙ୍କା । ଅର୍ଥାତ ମୋଟ ୪୯୩ କୋଟି ଦେଇ ବାକି ୨୬ ପ୍ରତିଶତ ସେୟାର ଉପରେ ମଧ୍ୟ କବଜା କରିବା ଚକ୍କରରେ ଅଛି ଆଦାନୀ ଗ୍ରୁପ

ଏବେ ଆସନ୍ତୁ ଜାଣିବା ୨୦୦୯ର ୪୦୦ କୋଟିର ଲୋନ ଦ୍ୱାରା କେମିତି ଆଦାନୀ ଗ୍ରୁପ ଏନଡିଟିଭି ଉପରେ କବଜା କରିବାକୁ ଯାଉଛି । ୨୦୦୯ରେ ଋଣ ଶୁଝିବାକୁ ଏନଡିଟିଭିର ଦୁଇ ପ୍ରମୋଟର ପ୍ରଣୟ ରୟ ଓ ତାଙ୍କ ପତ୍ନୀ ରାଧିକା ରୟଙ୍କ କମ୍ପାନୀ ଆରଆରପିଆର ୪୦୩ କୋଟି ଟଙ୍କା ଋଣ ନେଇଥିଲା ଋଣ ଦେଇଥିଲା ଭିସିପିଏଲଭିସିପିଏଲ୍ ବା ବିଶ୍ୱ ପ୍ରଧାନ କମର୍ଶିଆଲ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଆଦାନୀର ଏକ ସବସିଡିଆରି କମ୍ପାନୀ । ସର୍ତ୍ତ ଅନୁସାରେ ଭିସିପିଏଲକୁ ଏନଡିଟିଭିର ୱାରେଣ୍ଟ ମିଳିଥିଲା । ନିୟମ ଅନୁସାରେ ଏହି ୱାରେଣ୍ଟକୁ ଅବଧି ଶେଷ ହେବା ପୂର୍ବରୁ ସେୟାରରେ ବଦଳା ଯାଇପାରିବ । ଏହି ଅଧିକାରକୁ ପ୍ରୟୋଗ କରି ଭିସିପିଏଲ ୧,୯୯୦,୦୦୦ ହଜାର ୱାରେଣ୍ଟକୁ ମଙ୍ଗଳବାର ଦିନ ୧,୯୯୦,୦୦୦ ସେୟାରରେ ବଦଳାଇ ଥିଲା । ନିୟମ ଅନୁସାରେ ନୋଟିସ ମିଳିବାର ଦୁଇ ଦିନ ମଧ୍ୟରେ ଆରଆରପିଏଲକୁ ଭିସିପିଏଲକୁ ୧,୯୯୦,୦୦୦ ସେୟାର ଜାରି କରିବାକୁ ପଡିବ । ଏହା ଫଳରେ ଭିସିପିଏଲ ପାଖକୁ ଆସିବ ୯୯.୫ ପ୍ରତିଶତ ସେୟାର ଆରଆରପିଏଲ ପାଖରେ ଏନଡିଟିଭିର ୨୯.୧୮ ପ୍ରତିଶତ ସେୟାର ରହିଛି । ଏହିଭଳି ଭାବେ ଅପ୍ରତ୍ୟକ୍ଷ ଭାବେ ଆଦାନୀ ଗ୍ରୁପ ପାଖକୁ ଏନଡିଟିଭିର ୨୯ ପ୍ରତିଶତ ସେୟାର ଆସିଯିବ । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଆଦାନୀକୁ ଏବେ ଟଙ୍କା ଟିଏ ମଧ୍ୟ ଦେବାକୁ ପଡିବ ନାହିଁ । କାରଣ ୨୦୦୯ରେ ଲୋନ୍ ଭାବେ ଟଙ୍କା ଦିଆଯାଇଛି । ଏହି ୨୯ ପ୍ରତିଶତ ସେୟାର ବାଦ ଓପନ୍ ଅଫର ମାଧ୍ୟମରେ ଯଦି ଆଦାନୀ ଗ୍ରୁପ ଆଉ ୨୬ ପ୍ରତିଶତ ସେୟାର ବଜାରରୁ କିଣିବାରେ ସଫଳ ହୁଏ,ତେବେ ଏନଡିଟିଭିର ଟେକ୍ ଓଭର ସମ୍ପୂର୍ଣ୍ଣ ହେବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami