କ୍ରେଡିଟ୍ ସ୍କୋର କ’ଣ ? କେମିତି ଏହା ଆପଣଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିଥାଏ, ଜାଣନ୍ତୁ ସବୁକିଛି..

Above Post Content

ଆପଣଙ୍କ କ୍ରେଡିଟ୍ ସ୍କୋର କେତେ ?

ବ୍ୟାଙ୍କ, ଆର୍ଥିକ ସଂସ୍ଥା ଆପଣଙ୍କୁ କରଜ ଦେବା ବେଳେ ଆପଣଙ୍କ କ୍ରେଡିଟ୍ ସ୍କୋର ଚେକ୍ କରିଥାନ୍ତି । ଭଲ କ୍ରେଡିଟ୍ ସ୍କୋର ଅର୍ଥ ଆପଣଙ୍କୁ ଲୋନ୍ ମିଳିବାରେ ଟିକିଏ ସହଜ ହୋଇଥାଏ । ସତ ହେଲା ଆପଣଙ୍କ ସ୍କୋର ଉଧାର ଦେଉଥିବା ସଂସ୍ଥାଙ୍କ ପାଇଁ ମାପଦଣ୍ଡ ଭଳି କାମ କରିଥାଏ । ସେମାନେ ଏଥିରୁ ଆପଣଙ୍କ ଲୋନ୍ ଶୁଝିବା କ୍ଷମତାର ଆକଳନ କରିଥାନ୍ତି । ସବୁଠାରୁ ଭଲ କ୍ରେଡିଟ୍ କାର୍ଡ ଓ ଲୋନ୍ ଅଫର ସେମାନଙ୍କୁ ମିଳିଥାଏ, ଯେଉଁମାନଙ୍କ କ୍ରେଡିଟ୍ ସ୍କୋର 750ରୁ ଅଧିକ ହୋଇଥାଏ । ତେଣୁ ନିଜ କ୍ରେଡିଟ୍ ସ୍କୋରକୁ ଠିକ୍ ରଖିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ । କଣ କରିଲେ ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିବ ଓ କଣ ଆପଣଙ୍କ କ୍ରେଡିଟ୍ ସ୍କୋର ପାଇଁ ଖରାପ ତାହା ଆପଣଙ୍କ ଜାଣିବା ପାଇଁ ନିହାତି ଜରୁରୀ ।

After 2nd paragraph post ads

୧) ଆପଣଙ୍କ ଆୟ ଅଧିକ ମାନେ କ୍ରେଡିଟ୍ ସ୍କୋର ମଧ୍ୟ ଅଧିକ କି ?

ଆପଣଙ୍କ ଆୟ ସହ କ୍ରେଡିଟ୍ ସ୍କୋରର କୌଣସି ସଂପର୍କ ନାହିଁ । ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋର ଭଲ ଥିବ ବୋଲି କିଛି ମାନେ ନାହିଁ । ଆପଣ ଅଧିକ ଟଙ୍କା ଆୟ କରୁଥିବେ କିନ୍ତୁ ନିଜ ବକେୟା ଟଙ୍କାକୁ ଠିକ୍ ସମୟରେ ପୈଠ କରୁନଥିବେ, ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ଖରାପ ହେବ । ଆପଣଙ୍କ ଆୟ କମ ହୋଇଥିଲେ ମଧ୍ୟ ଯଦି ଆପଣ ଠିକ୍ ସମୟରେ ନିଜ ଲୋନ୍ କିସ୍ତି ଶୁଝୁଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ସବୁବେଳେ ଭଲ ରହିବ ।

) କ୍ରେଡିଟ୍ ସ୍କୋର ଚେକ୍ କରିବା ଦ୍ୱାରା ସ୍କୋର କମିଥାଏ କି ?

ନାଁ, ଆପଣ ଥରେ କିମ୍ବା ଥରକୁ ଅଧିକ କ୍ରେଡିଟ୍ ସ୍କୋର ଚେକ୍ କରିବା ଦ୍ୱାରା ଏହାର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡିବ ନାହିଁ । ଆପଣ ନିଜେ ଯେତେଥର କ୍ରେଡିଟ୍ ସ୍କୋରକୁ ଚେକ୍ କରିବେ ସେତେଥର ଏହା ଏକ୍ ସଫ୍ଟ୍ ଇନକ୍ୱାରି ଭାବେ ସୂଚିବଦ୍ଧ ହେବ । ଏହା ଆପଣଙ୍କ ସ୍କୋର ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଇବ ନାହିଁ । ପ୍ରକୃତ କଥା ହେଲା ମଝିରେ ମଝିରେ ନିଜ କ୍ରେଡିଟ୍ ସ୍କୋର ଚେକ୍ କରି ଆପଣ ନିଜ ଭୁଲ ଭଟକା ସୁଧାରି ପାରିବେ ।

) କରଜ ଶୁଝିଦେଲେ ସ୍କୋର ବଢିଯିବ କି ?

ଲୋନ୍ କିମ୍ବା କ୍ରେଡିଟ୍ କାର୍ଡ ଆକାଉଣ୍ଟ୍ କ୍ଲୋଜ୍ କରିଦେଲେ ଆପଣ କରଜରୁ ମୁକ୍ତ ହୁଅନ୍ତି । କିନ୍ତୁ ଏହା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ବଢେନା । ପ୍ରକୃତ କଥା ହେଲା ଗୋଟିଏ ପୁରୁଣା କ୍ରେଡିଟ୍ କାର୍ଡକୁ କ୍ଲୋଜ୍ କରିବା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ଖରାପ ପ୍ରଭାବ ପଡିଥାଏ । ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କରିବା ଦ୍ୱାରା ଆପଣଙ୍କ ପାଖରେ ଏହା ପ୍ରମାଣିତ କରିବାକୁ କୌଣସି କ୍ରେଡିଟ୍ ଲାଇନ୍ ରୁହେନା ଯେ, ଆପଣ ଠିକ୍ ସମୟରେ ନିଜ ପେମେଣ୍ଟ କରନ୍ତି । ତେଣୁ ସବୁବେଳେ ନିଜ ପୁରୁଣା କ୍ରେଡିଟ୍ କାର୍ଡକୁ ଅଧିକ ଦିନ ଚଳାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କ୍ରେଡିଟ୍ କାର୍ଡର ବୟସ ଯେତେ ଅଧିକ ହେବ ଆପଣଙ୍କ କ୍ରେଡିଟ୍ ସ୍କୋର ସେତେ ଅଧିକ ହେବ

Middle post content

) ପତିପତ୍ନୀଙ୍କ କ୍ରେଡିଟ୍ ସ୍କୋର ପରସ୍ପର ଦ୍ୱାରା ପ୍ରଭାବିତ ହୁଏ କି ?

ନାଁ । ମନରୁ ଏଭଳି ଧାରଣା ପୋଛି ଦିଅନ୍ତୁ ଯେ, ଆପଣଙ୍କ ସ୍ୱାମୀ ବା ପତ୍ନୀଙ୍କ ଖରାପ କ୍ରେଡିଟ୍ ସ୍କୋରର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ପଡିବ । ଆପଣଙ୍କ ସ୍କୋର ଆପଣଙ୍କର ଓ ଆପଣଙ୍କ ଜୀବନସାଥୀଙ୍କ ସ୍କୋର ତାଙ୍କର । ତେଣୁ ଭୟଭୀତ ହୁଅନ୍ତୁ ନାହିଁ । କେବଳ ଗୋଟିଏ ପରିସ୍ଥିତିରେ ଆପଣଙ୍କ ସ୍କୋର ପ୍ରଭାବିତ ହେବ, ଯଦି ଆପଣ ନିଜ ପତ୍ନୀ କିମ୍ବା ପତିଙ୍କର କୌଣସି ଲୋନ୍ ପାଇଁ ଗ୍ୟାରେଣ୍ଟର ପଡିଛନ୍ତି । ଯଦି ସେ ତାଙ୍କ ଲୋନ୍ ଠିକ୍ ସମୟରେ ଶୁଝୁ ନାହାନ୍ତି ତେବେ ତାହାର ପ୍ରଭାବ ଆପଣଙ୍କ ସ୍କୋର ଉପରେ ପଡିବ ।

) ଠିକ୍ ସମୟରେ ପେମେଣ୍ଟ କରୁଛନ୍ତି ତ’ ଆପଣଙ୍କ ସ୍କୋର ଭଲ ରହିବ ?

ଏହାର ଉତ୍ତର ଏତେ ସିଧା ନୁହେଁ । ଆପଣ ଠିକ୍ ସମୟରେ ନିଜ ଦେୟ ଦେଉଛନ୍ତି ଯଦି ଆପଣଙ୍କ ସ୍କୋର ଭଲ ରହିବ । ତେବେ କେବଳ ଏହାରି ଆଧାରରେ ଆପଣଙ୍କୁ ଭଲ କ୍ରେଡିଟ୍ ସ୍କୋର ମିଳେନା । କ୍ରେଡିଟ୍ ବ୍ୟୁରୋ ଆପଣଙ୍କ ରିପେମେଣ୍ଟ୍ ସହ ଆପଣଙ୍କ କ୍ରେଡିଟ୍ ଉପଯୋଗ ଅନୁପାତ (CUR), କ୍ରେଡିଟ୍ ଲାଇନ୍ ସଂଖ୍ୟାକ୍ରେଡିଟ୍ ସମୟସୀମାର ମଧ୍ୟ ଯାଂଚ କରିଥାଏ । ଯଦି ଆପଣଙ୍କ କ୍ରେଡିଟ୍ ଅନୁପାତ 60 ପ୍ରତିଶତ ପାଖାପାଖି ତେବେ ଆପଣ ଠିକ୍ ସମୟରେ ରିପେମେଣ୍ଟ କରୁଥିଲେ ମଧ୍ୟ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ କୁପ୍ରଭାବ ପଡିଥାଏ । CUR ବ୍ୟତିତ ଆପଣଙ୍କ ରିପୋର୍ଟରେ କୌଣସି ପ୍ରକାରର ଭୁଲ କାରଣରୁ ମଧ୍ୟ ସ୍କୋର ପ୍ରଭାବିତ ହୋଇଥାଏ । ତେଣୁ ଭଲ ସ୍କୋର ପାଇଁ ଅଲଗା କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ।

) ଥରେ ରେକର୍ଡ୍ ଖରାପ ହେଲେ ଆଉ ଭଲ ହେବ ନାହିଁ ?

ନାଁ, ସବୁର ଆରମ୍ଭ ଅଛି । ଆପଣ ନିଜ ଭୁଲ ସୁଧାରି ପୁଣିଥରେ ନିଜ କ୍ରେଡିଟ୍ ସ୍କୋରକୁ ଏକ୍ସିଲେଣ୍ଟ୍ ମଧ୍ୟ କରିପାରିବେ । ଆପଣ ଠିକ୍ ସମୟରେ ରିପେମେଣ୍ଟ କରି, କ୍ରେଡିଟ୍ ଅନୁପାତ ଠିକ୍ ରଖି ଓ କ୍ରେଡିଟ୍ ଲାଇନକୁ ଠିକ୍ ଭାବେ ମ୍ୟାନେଜ୍ କରି ନିଜ କ୍ରେଡିଟ୍ ସ୍କୋରକୁ ସୁଧାରି ପାରିବେ ।

) ଡେବିଟ୍ କାର୍ଡ ବ୍ୟବହାର ଦ୍ୱାରା ସ୍କୋର ବଢିଥାଏ ?

ଆପଣଙ୍କ ଡେବିଟ୍ କାର୍ଡ ଏକ କ୍ରେଡିଟ୍ ଲାଇନ୍ ନୁହେଁ । ଆପଣଙ୍କ କ୍ରେଡିଟ୍ ଇତିହାସ ଓ କ୍ରେଡିଟ୍ ସ୍କୋର ଉପରେ ଡେବିଟ୍ କାର୍ଡର କୌଣସି ପ୍ରଭାବ ନଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami