ଟର୍ମ ଇନସ୍ୟୁରାନ୍ସ କାହିଁଙ୍କି ନେବେ? ନେଲା ବେଳେ କ’ଣ ଦେଖିବେ ?

Above Post Content

କରୋନା ସବୁକିଛି ବଦଳାଇ ଦେଇଛି । ମହାମାରୀ କବଳରେ କିଏ କେତେବେଳେ ଆସିବ କିଛି କହି ହେବନାହିଁ । ଆମ ଆଖି ଆଗରେ ଏମିତି ଅନେକ ପରିବାର କରୋନା କାରଣରୁ ଛାରଖାର ହୋଇ ଯାଇଛି ମହାମାରୀରେ ଗୋଟିଏ ପରିବାର ଯେତେବେଳେ ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଏ ସେତେବେଳେ ପଛରେ ରହିଯାଇଥିବା ଲୋକଙ୍କ ଉପରେ ଆର୍ଥିକ ବୋଝ ପାହାଡ ଭଳି ପଡେ । ଏହି ସମୟରେ ଟର୍ମ ଇନସ୍ୟୁରାନ୍ସ ବରଦାନ ସାବ୍ୟସ୍ତ ହୋଇଥାଏ । ଟର୍ମ ଇନସ୍ୟୁରାନ୍ସ ନେଇଥିବା ବ୍ୟକ୍ତିଙ୍କ ପରିବାରକୁ ବୀମା କମ୍ପାନୀ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେଇଥାଏ । ଅନେକ ଟର୍ମ ଇନସ୍ୟୁରାନ୍ସ ବେକାରଟାରେ ଅର୍ଥଶ୍ରାଦ୍ଧ ବୋଲି ଭାବିଥାନ୍ତି । କିନ୍ତୁ ଏହା କେତେ ଜରୁରୀ ସେତେବେଳେ ଜଣା ପଡେ ଯେତେବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଆଉ ରୁହନ୍ତି ନାହିଁ ।

ଟର୍ମ ଇନସ୍ୟୁରାନ୍ସ ଆମ ପରିବାରକୁ ଆକସ୍ମିକ ପରିସ୍ଥିତିରେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ବଜାରରେ ଅନେକ କଂପାନି ଟର୍ମ ଇନସ୍ୟୁରାନ୍ସ ବିକ୍ରି କରୁଛନ୍ତି । ତେବେ ଏହିଭଳି ପ୍ରଡକ୍ଟ କିଣିବା ବେଳେ ଆପଣଙ୍କୁ କଂପାନିର କ୍ଲେମ୍ ଷ୍ଟାଟସ ରେକର୍ଡକୁ ଧ୍ୟାନରେ ରଖିବାକୁ ପଡିବ । ନହେଲେ ଆପଣଙ୍କ ପରିବାର ଯେଉଁ ଉଦ୍ଦେଷ୍ୟ ନେଇ ଆପଣ ବୀମା କରାଇଥିବେ ତାହା ପାଇବାରୁ ବଂଚିତ ହେବ ।

After 2nd paragraph post ads

ଟର୍ମ ଇନସ୍ୟୁରାନ୍ସ କିଣିବା ବେଳେ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ ଯେ, ଆପଣଙ୍କ ପରିବାରବର୍ଗ ଆପଣଙ୍କ ମୃତ୍ୟୁ ପରେ କେମିତି ବିନା ହାଇରାଣ ହରକତରେ ଅତିଶୀଘ୍ର ବୀମା ରାଶି ପାଉଛନ୍ତି । ଏହା ଗୋଟିଏ କଂପାନିର କ୍ଲେମ୍ ସେଟେଲମେଣ୍ଟ୍ ରେକର୍ଡରୁ ଜଣା ପଡିଥାଏ ।

କ୍ଲେମ୍ ସେଟେଲମେଣ୍ଟ୍ ରେସିଓ କଣ?

କ୍ଲେମ୍ ସେଟେଲମେଣ୍ଟ୍ ରେସିଓ (CSR) ରୁ ଗୋଟିଏ ଆର୍ଥିକ ବର୍ଷରେ ଏକ ଲାଇଫ୍ ଇନସ୍ୟୁରାନ୍ସ କଂପାନି ଦ୍ୱାରା ସେଟେଲ କରାଯାଇଥିବା ବା ଦିଆ ଯାଇଥିବା ମୋଟ ମ୍ୟୁତ୍ୟୁ କାଳୀନ କ୍ଲେମ ଜଣା ପଡିଥାଏ । CSR ର ହିସାବ, ଗୋଟିଏ ଆର୍ଥିକ ବର୍ଷରେ କରା ଯାଇଥିବା କ୍ଲେମ୍ ଭିତରୁ ଦିଆଯାଇଥିବା କ୍ଲେମ୍ ରାଶିକୁ ହରଣ କରି ବାହାର କରାଯାଇଥାଏ । ମାନି ନିଅନ୍ତୁ ଗୋଟିଏ ବୀମା କଂପାନି ପାଖରେ 1000 ଡେଥ୍ କ୍ଲେମ୍ କରା ଯାଇଥିଲା ଓ ସେଥିରୁ 924 କ୍ଲେମକୁ କଂପାନି ଗ୍ରହଣ କରିଥିଲା । ତେବେ ସେହି କଂପାନିର କ୍ଲେମ୍ ସେଟେଲମେଣ୍ଟ୍ ରେସିଓ 92.4 ପ୍ରତିଶତରିଜେକସନ୍ ରେଟ୍ 7.6 ପ୍ରତିଶତ ହୋଇଥାଏ ।

Middle post content

କ୍ଲେମ୍ ସେଟେଲମେଣ୍ଟ ରେସିଓର ମହତ୍ୱ

ଗୋଟିଏ ବୀମା କଂପାନିର କ୍ଲେମ୍ ସେଟେଲମେଣ୍ଟ୍ ରେସିଓରୁ ସେହି କଂପାନି ବୀମା କ୍ଲେମକୁ ମ୍ୟାନେଜ କରିବାର କାର୍ଯ୍ୟକୁଶଳତା ଓ କ୍ଷମତା ଜଣା ପଡିଥାଏ । ତେଣୁ ସିଏସଆରକୁ ଏକ ପ୍ରତିଶତ ଭାବେ ଦେଖା ଯାଇଥାଏ , ଯାହା 10 ପ୍ରତିଶତରୁ 99 ପ୍ରତିଶତ ମଧ୍ୟରେ ହୋଇଥାଏ । ଅଧିକ ପ୍ରତିଶତ ବିଶିଷ୍ଟ ବୀମା କଂପାନିକୁ ଅଗ୍ରାଧିକାର ଦିଆ ଯାଇଥାଏ । କ୍ଲେମ୍ ସେଟେଲମେଣ୍ଟ୍ ରେସିଓ ମଧ୍ୟ ବୀମା କଂପାନିର ବିଶ୍ୱସନୀୟତା ଓ ଆର୍ଥିକ ସ୍ଥିରତା କଥା କହିଥାଏ । କମ କ୍ଲେମ୍ ସେଟେଲମେଣ୍ଟ କରୁଥିବା କଂପାନୀକୁ କମ ଭରସା ବିଶିଷ୍ଟ ଓ ଆର୍ଥିକ ଦୃଷ୍ଟିରୁ ଅସ୍ଥିର ବୋଲି ବିବେଚନା କରାଯାଇଥାଏ । ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଦୀଗ ହେଉଛି କ୍ଲେମ୍ ପେମେଣ୍ଟ୍ ପ୍ରତିଶଥ । ଅଧିକ କ୍ଲେମ୍ ସେଟେଲମେଣ୍ଟ ରେଶିଓ ସହିତ କମ କମ କ୍ଲେମ୍ ପେମେଣ୍ଟ ପ୍ରତିଶତର ଅର୍ଥ ହେଲା କଂପାନି ବଡ ଆମାଉଣ୍ଟର କ୍ଲେମ୍ ତୁଳନାରେ ଛୋଟ ମୁଲ୍ୟର କ୍ଲେମ୍ ସେଟେଲମେଣ୍ଟ୍ କରିବାରେ ଭଲ ।

ଟପ୍ 10 ଜୀବନ ବୀମା କଂପାନି (FY 2019-20 କ୍ଲେମ୍ ସେଟେଲମେଣ୍ଟ୍ ରେସିଓ ଆଧାରରେ)

(ବ୍ୟକ୍ତିଗତ ଡେଥ୍ କ୍ଲେମ୍ ପାଇଁ IRDA ବାର୍ଷିକ ରିପୋର୍ଟ – 2019-20, ଷ୍ଟେଟମେଣ୍ଟ୍ 6 ରୁ ନିଆ ଯାଇଥିବା ତଥ୍ୟ) ମହତ୍ୱପୂର୍ଣ୍ଣ ତଥ୍ୟ

କ୍ଲେମ୍ ସେଟେଲମେଣ୍ଟ୍ ରେସିଓ ଚେକ୍ କରିବା ବେଳେ ଅତି କମରେ କଂପାନିର 3 ରୁ 5 ବର୍ଷର ରେକର୍ଡ ଦେଖନ୍ତୁ । ଜଣେ ବ୍ୟକ୍ତି ଜୀବନ ବୀମା କିଣିଲେ ତାଙ୍କ ହିତାଧିକାରୀ 3, 5 ଓ 15 ବର୍ଷ ପରେ କ୍ଲେମ୍ ପାଇଁ ଅନୁରୋଧ କରିଥାନ୍ତି । ଏଭଳି ପରିସ୍ଥିତିରେ କଂପାନିର କ୍ଲେମ୍ ସେଟେଲମେଣ୍ଟ ସ୍ଥିରତା ଗୁରୁତ୍ୱ ରଖେ । ଗୋଟିଏ ବୀମା କଂପାନି ଗୋଟିଏ ବର୍ଷ ଭଲ କ୍ଲେମ୍ ସେଟେଲମେଣ୍ଟ କରେ , ତା’ପର ବର୍ଷ କରେନାହିଁ । ଏମିତିରେ ଆପଣ ନେଇଥିବା ବୀମାକୁ ପୋର୍ଟ କରିପାରିବେ ନାହିଁ । ପୁଣି ଯଦି ନୂଆ କଂପାନିର ବୀମା ନେବାକୁ ଚାହିଁବେ ତେବେ ଅଧିକ ପ୍ରିମିୟମ ଦେବାକୁ ପଡିବ । ତେଣୁ ମୁଳରୁ ଏଭଳି କଂପାନିର ପ୍ରଡକ୍ଟ ବାଛନ୍ତୁ, ଯାହା ବର୍ଷ ପରେ ବର୍ଷ ତା’ର କ୍ଲେମ୍ ସେଟେଲମେଣ୍ଟ ରେସିଓ ବଜାୟ ରଖିଛି ।

ଏହା ସହ ଯେଉଁ କଂପାନିର ବୀମା ନେଉଛନ୍ତି ତାର ସର୍ଭିସ କ୍ୱାଲିଟି ମଧ୍ୟ ଚେକ୍ କରନ୍ତୁ । କାରଣ ବୀମା କ୍ଲେମ୍ ସମୟରେ ଆପଣ ନଥିବେ, ଏମିତିରେ କଂପାନିର ସେବା ଗୁଣବତ୍ତା ଗୁରୁତ୍ୱ ରଖେ । ତେଣୁ ଟର୍ମ ଇନସ୍ୟୁରାନ୍ସ ନେବା ସମୟରେ କଂପାନିର ସେବା ବାବଦରେ କିଛି ତଥ୍ୟ ସଂଗ୍ରହ କରନ୍ତୁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami