ବାଂଲାଦେଶର ପ୍ରଗତିରୁ ବହୁତ କିଛି ଶିଖିପାରେ ଭାରତ

Above Post Content

ବାଂଲାଦେଶ ଅର୍ଥନୀତି VS ଭାରତ ଅର୍ଥନୀତି

ବାଂଲାଦେଶର ସ୍ୱାଧିନତାକୁ ୫୦ ବର୍ଷ ହୋଇଛି୧୯୭୧ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ସେହି ବର୍ଷ ବାଂଲାଦେଶ ମଧ୍ୟ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହୋଇଥିଲା । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲଦେଶର ଅର୍ଥନୈତିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ବର୍ତ୍ତମାନ ବାଂଲାଦେଶ ଅର୍ଥନୀତି ଭାରତୀୟ ଅର୍ଥନୀତିକୁ ପଛରେ ପକାଇ ଆଗକୁ ଦୌଡୁଛି । ଏମିତିରେ ଭାରତ ଭଳି ବିଶାଳ ଦେଶକୁ ବାଂଲାଦେଶଠାରୁ କ’ଣ ସବୁ ଶିଖିବାର ଅଛି ?

After 2nd paragraph post ads

ସ୍ୱାଧିନତା ସମୟରେ ବାଂଲାଦେଶର ଅବସ୍ଥା ଥିଲା ଏମିତି

ମାର୍ଚ୍ଚ ୧୯୭୧ରେ ବାଂଲାଦେଶ ଅସ୍ଥିତ୍ୱକୁ ଆସିବା ସମୟରେ ପାକିସ୍ତାନ ସମର୍ଥକ ଆମେରିକାର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହେନେରି କିସିଙ୍ଗର ଏହି ଦେଶକୁ ବାସ୍କେଟ୍ ବଲ ବୋଲି କହିଥିଲେ । ସେହି ସମୟରେ ୟୁନିସେଫ୍ ଦାନରେ ବାଂଲାଦେଶ ଚାଲୁଥିଲା କହିଲେ ଭୁଲ ହେବନାହିଁ । ପ୍ରତିବର୍ଷ ବାଂଲାଦେଶର ବିଭିନ୍ନ ନଦୀରେ ଆସୁଥିବା ବନ୍ୟା ପାଇଁ ଏହି ଦେଶ ଅଭିଶପ୍ତ ଥିଲା ।

ଏବେ ଅର୍ଥନୀତିର କାୟକଳ୍ପ

Middle post content

୨୦୨୧ର ବାଂଲାଦେଶ ୧୯୭୧ର ବାଂଲାଦେଶକୁ ଢେର ପଛରେ ଛାଡି ଆସିଛି । ଏବେ ଏହି ଦେଶ ବାକି ଦେଶଙ୍କ ପାଇଁ ଉଦାହରଣ । ବାଂଲାଦେଶରେ ମୁଣ୍ଡପିଛା ଆୟରେ ଗତ ବର୍ଷ ତୁଳନାରେ ୯ ପ୍ରତିଶତ ବୃଦ୍ଧି ଆସିଛି । ଏବେ ବାଂଲାଦେଶରେ ମୁଣ୍ଡପିଛା ଆୟ ୨୨୨୭ ଡଲାର । ଅନ୍ୟପକ୍ଷରେ ପାକିସ୍ତାନରେ ମୁଣ୍ଡପିଛା ଆୟ ହେଉଛି ୧୫୪୩

ପାକିସ୍ତାନ ଓ ବାଂଲାଦେଶ

୧୯୭୦ରେ ପାକିସ୍ତାନ ବାଂଲାଦେଶଠାରୁ ୭୦ ପ୍ରତିଶତ ଅଧିକ ଧନୀ ଥିଲା । ଆଜିର ସମୟରେ ବାଂଲାଦେଶ ପାକିସ୍ତାନଠାରୁ ୪୫ ପ୍ରତିଶତ ଅଧିକ ଧନି । ଜଣେ ନିରାଶ ପାକିସ୍ତାନୀ ଅର୍ଥନିତୀଜ୍ଞ ତ’ ଏମିତି ବି ଦୁଃଖରେ କହି ସାରିଲେଣି ଯେ, ହୁଏତ ୨୦୩୦ରେ ପାକିସ୍ତାନକୁ ବାଂଲାଦେଶ ଆଗରେ ଆର୍ଥିକ ସହାୟତା ପାଇଁ ହାତ ପକାଇବାକୁ ପଡିପାରେ । ଏବେ ବାଂଲାଦେଶ ଅର୍ଥନୀତି ଉର୍ଦ୍ଧ୍ୱଗାମୀ ହୋଇଥିବା ବେଳେ ପାକିସ୍ତାନ ଅର୍ଥନୀତି ନିମ୍ନଗାମୀ ।

ଭାରତ ଓ ବାଂଲାଦେଶ

ବାଂଲାଦେଶର ଏହି ସଫଳତାରୁ ଭାରତ କିଛି ଶିଖିବାର ଅଛି କି ? ଏହା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଦୁଇ ଦେଶ ମଧ୍ୟରେ ଫରକ ବେସ ଅଧିକ । ଭାରତ ଏକ ବିଶାଳ ଦେଶ, ଯାହାର ଦକ୍ଷୀଣ ଏସିଆ ଅର୍ଥନୀତି ଉପରେ ପ୍ରଭାବ ରହିଛି । କିନ୍ତୁ ଆଜି ମୁଣ୍ଡପିଛା ଆୟ ଦୃଷ୍ଟିରେ ଭାରତ ବାଂଲାଦେଶଠାରୁ ପଛରେ୨୦୨୦-୨୧ରେ ଭାରତରେ ମୁଣ୍ଡପିଛା ଆୟ କେବଳ ୧୯୪୭ ଡଲାର ଥିଲା ବ୍ଲୁମବର୍ଗର ଏକ ନିବନ୍ଧ ଅନୁସାରେ ଆଜି ଭାରତର ଅନେକ ରାଜ୍ୟଙ୍କଠାରୁ ବାଂଲାଦେଶ ଅଧିକ ଧନୀ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami