ଆପଣଙ୍କ ସ୍ମାର୍ଟ୍ ଫୋନ୍ 5Gକୁ ସପୋର୍ଟ କରୁଛି କି ? ଜାଣନ୍ତୁ ଏମିତି

Above Post Content

ସ୍ୱାଧିନତାର ୭୫ ବର୍ଷ ପୁରଣ ଅବସରରେ ରାଷ୍ଟ୍ରକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ‘୫ଜି ଯୁଗ’ରେ ପ୍ରବେଶ କଥା କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ୫ ଜି ମୋବାଇଲ ସର୍ଭିସ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସମସ୍ତ କ୍ଷେତ୍ରରେ ସୁଧାର ପାଇଁ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କହିଥିଲେଦେଶରେ ସ୍ମାର୍ଟ ଫୋନ ଚାହିଦା ୨୦୨୬ ବେଳକୁ ୬ ପ୍ରତିଶତ ବୃଦ୍ଧି ପାଇ ୪ଶହ ମିଲିୟନରେ ପହଂଚିବାର ଆଶା ଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ୨୦୨୧ରେ ଦେଶରେ ଏହି ସଂଖ୍ୟା ଥିଲା ୩ଶହ ମିଲିୟନ ୫ ଜି ସର୍ଭିସ ଲଂଚ୍ ହେବା ପରେ ଚାହିଦା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ୫ ଜି ସମ୍ବନ୍ଧରେ ଏହା କୁହାଯାଉଛି ଯେ, ଏହା ହାଇ ସ୍ପିଡ୍ ଗେମିଂ ଓ ରିମୋଟ୍ ହେଲଥ୍ କେୟାର ଭଳି ଆପ୍ କାରଣରୁ ସବୁଠାରୁ ଡିମାଣ୍ଡରେ ଥିବା ମୋବାଇଲ୍ ଟେକନିକ୍ ବନିଛି

ଅନେକ ପ୍ରତିଷ୍ଠିତ ସ୍ମାର୍ଟ୍ ଫୋନ୍ ବ୍ରାଣ୍ଡ୍ ୫ ଜିକୁ ପ୍ରାଥମିକତା ଦେବା ଆରମ୍ଭ କଲେଣି୫ ଜି କଥା ଶୁଣି ଯଦି ଆପଣ ନିଜ ଫୋନ୍ ବଦଳାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଚେକ୍ କରିନିଅନ୍ତୁ ଯେ, ଆପଣଙ୍କ ବର୍ତ୍ତମାନର ଫୋନ୍ ୫ ଜି ସପୋର୍ଟେଡ୍ କି ? ଯଦି ସପୋର୍ଟେଡ୍ ହୋଇଥିବ ତେବେ ନୂଆ ଫୋନ୍ କିଣିବାର ଆବଶ୍ୟକତା ନାହିଁତେବେ କେମିତି ଜାଣିବେ ଯେ,ଆପଣଙ୍କ ବର୍ତ୍ତମାନର ଫୋନ୍ ଫାଇଭ୍ ଜିକୁ ସପୋର୍ଟ କରୁଛି କି ନାହିଁ ? ଆସନ୍ତୁ କିଛି ଷ୍ଟେପ୍ ମାଧ୍ୟମରେ ଏହା ଜାଣିବା..

After 2nd paragraph post ads
Middle post content

ପ୍ରଥମ କଥା ପ୍ରଥମେ । ଆପଣଙ୍କ ଫୋନ ୫ ଜି ନେଟୱର୍କକୁ ସପୋର୍ଟ କରୁଛି ବୋଲି ପ୍ରଥମେ କେମିତ ଜାଣିବେ ? ଏଥିପାଇଁ ନିଜ ଆଣ୍ଡ୍ରୋଏଡ୍ ଫୋନର ସେଟିଂକୁ ଓପନ କରନ୍ତୁ । ଏହାପରେ ୱାଇଫାଇ ଓ ନେଟୱର୍କ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏହାପରେ ସିମ୍ ଓ ନେଟୱର୍କ ଅପସନ ଉପରେ କ୍ଲିକ୍ କରନ୍ତୁ । ଶେଷରେ ‘Preferred network type’ ବିକଳ୍ପ ଅନ୍ତର୍ଗତରେ ସମସ୍ତ ଟେକନିକର ଏକ ତାଲିକା ଦୃଷ୍ୟମାନ ହେବ । ଯଦି କୌଣସି ଆଣ୍ଡ୍ରୋଏଡ୍ ଫୋନ୍ ୫ଜିକୁ ସପୋର୍ଟ କରୁଥାଏ ତେବେ ତାହା 2G/3G/4G/5G ଭାବରେ ଦୃଶ୍ୟମାନ ହେବ ।

ଏମିତି କରି ଆପଣ ଜାଣି ପାରିବେ ଯେ, ଆପଣ ବର୍ତ୍ତମାନ ବ୍ୟବହାର କରୁଥିବା ଫୋନ୍ ଫାଇଭ୍ ଜି ସପୋର୍ଟେଡ୍ କି ନାହିଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami