ଗିରଫଦାରୀ ପରେ ଦଳରୁ ନିଲମ୍ବିତ ହେଲେ ରାଜା ସିଂହ,ଜାଣନ୍ତୁ ବିବାଦର ମୁଳମଂଜି କ’ଣ ?

Above Post Content

ପ୍ରଫେଟ୍ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ କରି ତେଲେଙ୍ଗାନାର ଗୋଶମହଲର ବିଜେପି ବିଧାୟକ ଟି ରାଜା ସିଂହ ଗିରଫ ହୋଇଥିଲେ । ପରେ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ପାର୍ଟି ପକ୍ଷରୁ ୧୦ ଦିନ ମଧ୍ୟରେ ତାଙ୍କୁ ଜବାବ ଦେବାକୁ କୁହାଯାଇଛି । ଏହା ଭିତରେ ସୋସିଆଲ ମିଡ଼ିଆର ଟ୍ରେଣ୍ଡ୍ କରୁଛନ୍ତି ରାଜା ସିଂହ । କିଛି ରାଜାଙ୍କ ସମର୍ଥନରେ ଯଦି ଟ୍ୱିଟ୍ ,ପୋଷ୍ଟ୍ କରୁଛନ୍ତି ତ’ କିଛି ତାଙ୍କ ବିରୋଧରେରାଜାଙ୍କ ସମର୍ଥକ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରୁଛନ୍ତି । ଆସନ୍ତୁ ଜାଣିବା ମାମଲା କ’ଣ ଥିଲା ଓ କାହିଁକି ରାଜାଙ୍କୁ ତାଙ୍କ ନିଜ ଦଳ ବାହାର ରାସ୍ତା ଦେଖାଇଛି..

ମୁନାବର ଫାରୁକିକୁ ପିଟିବାକୁ ଦେଇଥିଲେ ଧମକ

After 2nd paragraph post ads

ଅଗଷ୍ଟ ୨୦ ତାରିଖରେ କମେଡ଼ିଆନ ମୁନାବର ଫାରୁକୀଙ୍କର ହାଇଦ୍ରାବାଦର ମାଧାପୁରାରେ ‘ଡୋଙ୍ଗରି ଟୁ ନୋହୋୟାର’ ସୋ’ ଆୟୋଜିତ ହୋଇଥିଲା । ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରି ଆଗରୁ ବିବାଦରେ ଥିବା ଫାରୁକୀଙ୍କୁ ରାଜା ଟାର୍ଗେଟ୍ କରିଥିଲେଫାରୁକୀଙ୍କୁ ସୋ’ କରିବାକୁ ଅନୁମତି ନେଦେବା ପାଇଁ ସେ ଦାବି କରିଥିଲେ । ଆୟୋଜନ ସ୍ଥଳରେ ଫାରୁକୀକୁ ପିଟିବା ପାଇଁ ସେ ଧମକ ମଧ୍ୟ ଦେଇଥିଲେ । ଫଳରେ ପୋଲିସ ଆଗୁଆ ରାଜାଙ୍କୁ ଅଟକ ରଖିଥିଲା ସୋ’ ସ୍ଥଳରୁ ତାଙ୍କର କିଛି ସମର୍ଥକଙ୍କୁ ମଧ୍ୟ ପରେ ପୋଲିସ ଗିରଫ କରିଥିଲାଫାରୁକୀଙ୍କୁ ସୋ’ କରିବାକୁ ଅନୁମତି ଦେଇ କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଚ୍ର ସମିତି ହିନ୍ଦୁଙ୍କ ଅପମାନ କରୁଛି ବୋଲି ରାଜା ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଫାରୁକୀଙ୍କ ଏହି ସୋ’ ବାଙ୍ଗାଲୋରରେ ହେବାର ଥିଲା । କିନ୍ତୁ ସେଠାକାର ବିଜେପି ସରକାର ସୋ’କୁ ଅନୁମତି ଦେଇନଥିଲେ । ଏହାପରେ ଏହି ସୋ’ ହାଇଦ୍ରାବାଦରେ ହୋଇଥିଲା । କୁହାଯାଉଛି ଯେ, ହାଇଦ୍ରାବାଦରେ ସୋ’ କରିବାକୁ ଟିଆରଏସ୍ କାର୍ଯ୍ୟକାରୀ ସଭାପତି ଓ ମନ୍ତ୍ରୀ କେ.ଟି ରାମାରାଓ ଫାରୁକୀଙ୍କୁ ନିମନ୍ତ୍ରମ କରିଥିଲେ ।

Middle post content

ଭିଡିଓ ଜାରି କରି ଦେଇଥିଲେ ବିବାଦୀୟ ବୟାନ

ସୋ’କୁ ନେଇ ରାଜା ସିଂହ ଏକ ଭିଡିଓ ଜାରି କରିଥିଲେ । ସୋମବାର ଦିନ ଜାରି ଏହି ଭିଡିଓରେ ତଥାକଥିତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍ କରାଯାଇଥିଲା । ଭିଡିଓରେ ରାଜା ସିଂହ ଫାରୁକୀ ଓ ତାଙ୍କ ମା’ଙ୍କ ବିରୋଧରେ ଟିପ୍ପଣୀ କରିଥିଲେରାଜାଙ୍କ ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହାପରେ ରାଜାଙ୍କ ଗିରଫଦାରୀ ଦାବି ଜୋର ଧରିଥିଲା । ପରେ ମଙ୍ଗଳବାର ଦିନ ରାଜାଙ୍କୁ ଗିରଫ କରାଯାଇଥିଲା

ଗିରଫ ହେବା ପରେ କ’ଣ କହିଲେ ରାଜା ?

ରାଜା ଗିରଫ ହେବା ପରେ କହିଥିଲେ ଯେ,ମୋ ଭିଡିଓକୁ ସୋସିଆଲ ମିଡିଆ ସାଇଟରୁ ହଟାଇ ଦିଆଯାଇଛିମୁଁ ମୁକ୍ତ ହେବା ପରେ ଭିଡିଓର ସେକେଣ୍ଡ୍ ପାର୍ଟ୍ ଅପଲୋଡ୍ କରିବି ମୁଁ ଜାଣିନି ଯେ,ପୋଲିସ କ’ଣ କରିବାକୁ ଯାଉଛିମୁଁ ଯାହା ସବୁ କରୁଛି ନିଜ ଧର୍ମ ପାଇଁ କରୁଛି ମୁଁ ଧର୍ମ ପାଇଁ ମରିବା ଲାଗି ମଧ୍ୟ ପ୍ରସ୍ତୁତ ଅଛିଆମ ରାମ ରାମ ନୁହନ୍ତି,ଆମ ସୀତା ସୀତା ନୁହନ୍ତି ? ମୁଁ ଡିଜିପିଙ୍କୁ ହାତଯୋଡି ଅନୁରୋଧ କରିଥିଲି ଯେ, ରାମ ଓ ସୀତାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା କମେଡିଆନକୁ ସୋ’ କରିବା ଲାଗି ଅନୁମତି ଦିଆ ନଯାଉ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami