ଅଚାନକ ଟଙ୍କା ଆବଶ୍ୟକ ପଡ଼ିଲେ କ’ଣ କରିବେ, ଏଫଡି ଭାଙ୍ଗିବା ବୁଦ୍ଧିମାନର କାମ ହେବ କି ?

Above Post Content

ଟଙ୍କା ଅଚାନକ ଦରକାର ହୁଏ । ଆବଶ୍ୟକତା କହିବୋଲି ଆସେ ନାହିଁ । ଆଉ ଏଭଳି ସମୟରେ ଆପଣଙ୍କୁ ଯେକୌଣସି ମତେ ଟଙ୍କା ଯୋଗାଡ଼ କରିବାକୁ ପଡେ । ଧରି ନିଅନ୍ତୁ ଆପଣଙ୍କୁ ଗୋଟିଏ ଜରୁରୀ କାମ ପାଇଁ ଅଚାନକ ଟଙ୍କାର ଆବଶ୍ୟକତା ପଡୁଛି । ପାଖରେ ଟଙ୍କା ନାହିଁ କିନ୍ତୁ ବ୍ୟାଙ୍କରେ ଗୋଟିଏ ଏଫଡି ଅଛି । ଏମିତିରେ ଆପଣ କ’ଣ କରିବେ ? ଏଫଡିକୁ ଭାଙ୍ଗି ଟଙ୍କା ଉଠାଇବେ କି ? ଏଫଡି ଭାଙ୍ଗି ଟଙ୍କା ଉଠାଇବା କ’ଣ ବୁଦ୍ଧିମାନର କାମ ହେବ ? ଆସନ୍ତୁ ଏହାର ଉତ୍ତର ଖୋଜିବା ।

ଜାଣନ୍ତି କି ଯଦି ଏଫଡି ଭାଙ୍ଗନ୍ତି ତେବେ କେତେ କ୍ଷତି ସହିବେ ? ଏଭଳି ପରିସ୍ଥିତିରେ ବ୍ୟକ୍ତିଗତ ଋଣ ଆପଣଙ୍କ ପାଇଁ ମହଙ୍ଗା ହୋଇଯାଏ । କିନ୍ତୁ ପାଖରେ ଆଉ ଏକ ବିକଳ୍ପ ଅଛି । ଆପଣ ଏଫଡି ବିରୋଧରେ ଋଣ ନେଇ ପାରିବେ । ଆମେ କେତେବେଳେ ଏଫଡି ଭାଙ୍ଗିବା ଠିକ ହେବ ଏବଂ ଏଫଡି ଭାଙ୍ଗିଲେ କଣ ଅସୁବିଧା ହେବ ଆସନ୍ତୁ ଜାଣିବା ।

After 2nd paragraph post ads

ଏଫଡି ଭାଙ୍ଗିଲେ କ୍ଷତି କ’ଣ ?

Middle post content

ଯଦି ଆପଣର ଆବଶ୍ୟକ ଟଙ୍କା ପାଇଁ ଏଫଡି ଭାଙ୍ଗନ୍ତି ପ୍ରାୟ ୧ ପ୍ରତିଶତ ଜରିମାନା ଦେବାକୁ ପଡି଼ବ । ଏହା ବ୍ୟତୀତ କିଛି ବ୍ୟାଙ୍କ ଅବଶିଷ୍ଟ ଚାର୍ଜ ମଧ୍ୟ ନେଇଥାନ୍ତି । ଏଫଡି ଭାଙ୍ଗିବା ଦ୍ବାରା ଏହାର ସୁଧ ହାରକୁ ପ୍ରଭାବିତ କରିଥାଏ । ପ୍ରଥମ ସୁଧ ହାରଠାରୁ ବହୁ କମ୍ ସୁଧ ପାଇବେ । ଯଦି ୨ବର୍ଷ ପାଇଁ ଏଫଡି କରିସାରିଛନ୍ତି ଯାହା ଉପରେ ୭ ପ୍ରତିଶତ ସୁଧ ପାଉଛନ୍ତି । ଏଭଳି ପରିସ୍ଥିତିରେ ବ୍ୟାଙ୍କ ୧ବର୍ଷ ଏଫଡି ଉପରେ ପ୍ରାୟ ୬.୫ପ୍ରତିଶତ ସୁଧ ଦେବାର ସମ୍ଭାବନା ଥାଏ । ଯଦି ସେହି ସମୟରେ ଏହାକୁ ଭାଙ୍ଗିଲେ ପରେ ଆପଣ କେବଳ ୫.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇବେ । ଏହାପରେ ଅକାଳରେ ଏଫଡି ଭାଙ୍ଗିବା ନିଷ୍ପତି ବଡ଼ କ୍ଷତି ଘଟାଇବ । କିନ୍ତୁ କେତେବେଳେ ସ୍ଥିର କରିବେ କି ଏଫଡି ଭାଙ୍ଗିବେ କି ନାହିଁ । ଯଦି ସମୁଦାୟ ଏଫଡିର ୨୦-୩୦ ପ୍ରତିଶତ ଆବଶ୍ୟକ କରନ୍ତି । ତେବେ ଏଫଡି ଭାଙ୍ଗିବା ଉଡିତ୍ ନୁହେଁ । ଅନ୍ୟପଟେ ଯଦି ଆପଣଙ୍କର ଏଫଡି ୬ ମାସ କିମ୍ବା ତାଠାରୁ ଅଧିକ ହୋଇଗଲାଣି ତେବେ ଏହାକୁ କେବେବି ଭାଙ୍ଗିବା ଉଚିତ୍ ନୁହେଁ । ଏଭଳି ପରିସ୍ଥିତିରେ ଏଫଡି ବିରୋଧରେ ଋଣ ନେଇ ପାରିବେ । ଯଦି ଆପଣଙ୍କ ଏଫଡି କିଛି ମାସର ପୁରୁଣା । ତାହେଲେ ଏହାକୁ ଜରୁରି ପରିସ୍ଥିତିରେ ଭାଙ୍ଗିବାର ନିଷ୍ପତି ନେଇପାରିବେ । କିନ୍ତୁ ଯେତେବେଳେ କୌଣସି ବିକଳ୍ପ ନଥାଏ ସେତେବେଳେ ଏହି ନିଷ୍ପତି ନେଇପାରିବେ ।

ଏଫଡି ବିରୋଧରେ ଋଣ ନେବାର ଲାଭ ଏବଂ କ୍ଷତି କଣ ?

ସାଧାରଣ ବ୍ୟକ୍ତିଗତ ଋଣ ଅପେକ୍ଷା ଏଫଡି ବିରୋଧରେ ଋଣ ଶସ୍ତା ହୋଇଥାଏ । ଯଦି ଏଫଡି ଉପରେ ୯ ପ୍ରତିଶତ ସୁଧ ପାଉଛନ୍ତି ତେବେ ଆପଣ ଏହାଠାରୁ ୧.୫ରୁ ୨ପ୍ରତିଶତ ଅଧିକ ସୁଧରେ ଋଣ ପାଇବେ । ଏହା ହୁଏତ ଟିକେ ମହଙ୍ଗା କିନ୍ତୁ ଜମାରାଶୀକୁ ସୁରକ୍ଷୀତ ରଖିବ । ଆପଣଙ୍କୁ ଏକ ଋଣ ପରିଶୋଧ କରିବାକୁ ପଡିବ, ଏଫଡି ସୁରକ୍ଷୀତ ରହିବ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami