ମୋଟା ଅଙ୍କର ଟଙ୍କା ପାଇଲେ କ’ଣ କରିବେ ? ଲୋନ୍ ସୁଝିବେ ନା ନିବେଶ କରିବେ ?

Above Post Content

ଜୀବନରେ ଆମେ ସମସ୍ତେ କେବେ ନା କେବେ,ଏକରୁ ଅଧିକ ଥର ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାଉ । ଯେତେବେଳେ ଆମକୁ କେବେ ପ୍ରପର୍ଟି ବିକ୍ରି କରି ଅଧିକ ଟଙ୍କା ମିଳେ କିମ୍ବା ଅଭିଭାବକଙ୍କଠାରୁ ଉପହାର ଭାବେ ଟଙ୍କା ମିଳେ । ଏମିତି ବି ହୋଇପାରେ ଆପଣ ମୋଟା ଅଙ୍କର ଟଙ୍କା ବୋନସ ଭାବେ ଏକାଥରକେ ପାଇବା ପରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ ଯେ, ଏତେ ଟଙ୍କାକୁ ନେଇ କରିବି କ’ଣ ? ନୂଆ ଗାଡି ଆଣିବି ନା ପୁରୁଣା ଲୋନ୍ ସୁଝିବି । ଏହି ନିବନ୍ଧରେ ଆମେ ସେହି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛୁ…

ମନରେ ଆସେ ପ୍ରଶ୍ନ : କାହାକୁ ଦେବି ପ୍ରାଥମିକତା

After 2nd paragraph post ads

ଅଚାନକ ମୋଟା ଅଙ୍କର ଟଙ୍କା ମିଳିଲେ ଆମେ କ’ଣ କରିବୁ ତାକୁ ନେଇ ମନ ଭିତରକୁ ଅନେକ ପ୍ରଶ୍ନ ଆସିଥାଏ । ତେବେ ସମସ୍ତଙ୍କ କ୍ଷେତ୍ରରେ ଗୋଟିଏ କଥା ପ୍ରାୟତଃ ଦେଖିବାକୁ ମିଳେ । ଆଉ ତା’ ହେଲା ହଠାତ ଅଧିକ ଟଙ୍କା ମିଳିଲେ ଖର୍ଚ୍ଚ କରିବାକୁ ଆମ ମନ କଲବଲ ହୋଇଥାଏ । ନୂଆ ଗାଡି, ମୋବାଇଲ କିମ୍ବା ବିଦେଶ ଭ୍ରମଣ ପାଇଁ ଆମେ ଲାଳାୟିତ ହୋଇଥାଉ । ଯଦି ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଠିକ୍ ଅଛି ତେବେ ମନର ଇଛାକୁ ପୁରଣ କରିବାରେ କିଛି ଦୋଷ ନାହିଁ । କିନ୍ତୁ ଯଦି ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ଖରାପ, ତେବେ ଇଛାର ଘୋଡାକୁ ଲଗାମ ଦିଅନ୍ତୁ । ଦ୍ୱନ୍ଦ୍ୱକୁ ନରଖି ବୁଦ୍ଧିମତାର ସହ ଟଙ୍କା ଖର୍ଚ୍ଚ କରନ୍ତୁ ।

କରଜ ଅଧିକ ? ତେବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ

ଯଦି ଆପଣଙ୍କ ମୁଣ୍ଡ ଉପରେ କରଜ ବୋଝ ଅଛି, ତେବେ ନିବେଶ ଓ ଲୋନ୍ ରିପେମେଣ୍ଟ କିମ୍ବା ପାର୍ଟ ପେମେଣ୍ଟ ବିକଳ୍ପ କଥା ଚିନ୍ତା କରନ୍ତୁ । ନୂଆ ମୋବାଇଲ, ଗାଡି କିଣା କଥାକୁ ପଛକୁରଖନ୍ତୁ । ଲୋନ କେତେ ବାକି ଅଛି ହିସାବ କରନ୍ତୁ । ଯଦି ଆପଣଙ୍କୁ ମିଳିଥିବା ଟଙ୍କାରେ ପୁରା ଲୋନ୍ ଶୁଝା ଯାଇପାରିବ, ତେବେ ଶୁଝି ଦିଅନ୍ତୁ । ନହେଲେ ପାର୍ଟ ପେମେଣ୍ଟ କରନ୍ତୁ । ଅର୍ଥାତ ଲୋନର କିଛି ଭାଗକୁ ଶୁଝି ଦିଅନ୍ତୁ । ଏମିତି କଲେ ଆପଣଙ୍କ କିସ୍ତି ସଂଖ୍ୟା କମିବ ଓ ସୁଧ ମଧ୍ୟ ହ୍ରାସ ପାଇବ । ଯଦି କିଛିଟା ସାହସ ଦେଖାଇବାକୁ ଚାହୁଁଛନ୍ତି ତେବେ ନିବେଶ କରନ୍ତୁ । ଏକକାଳୀନ କିମ୍ବା ମିଳିଥିବା ଟଙ୍କାକୁ କେଇ ଭାଗରେ ବିଭକ୍ତ କରି ତାକୁ ନିୟମିତ ଅନ୍ତରାଳରେ ନିବେଶ କରନ୍ତୁ । ବିଜ୍ଞତାର ସହିତ କିଭଳି ଟଙ୍କା ଖର୍ଚ୍ଚ କରିବେ ସେଥିପାଇଁ ଆପଣଙ୍କୁ କିଛି କଥାକୁ ଗୁରୁତ୍ୱ ଦେବାକୁ ପଡିବ ।

ଲୋନ୍ ଉପରେ କେତେ ସୂଧ ଦେଉଛନ୍ତି, ହିସାବ କରନ୍ତୁ

ଆପଣ କରଜ ଉପରେ ଦେଉଥିବା ସୁଧକୁ ନେଇ ନିଜ କରଜର ମୁଲ୍ୟାଙ୍କନ କରନ୍ତୁ । ଅଚାନକ ମିଳୁଥିବା ଏଭଳି ଟଙ୍କାର ବ୍ୟବହାର କରି ଅଧିକ ସୁଧ ବିଶିଷ୍ଟ ଲୋନକୁ ଶୁଝି ଦିଅନ୍ତୁ କିମ୍ବା କିଛି ଭାଗ ଶୁଝନ୍ତୁ । ଆପଣ କ୍ରେଡିଟ୍ କାର୍ଡ ଦେୟ କିମ୍ବା ହୋମ୍ ଲୋନକୁ ପ୍ରାଥମିକତା ଦିଅନ୍ତୁ । କାରଣ କ୍ରେଡିଟ୍ କାର୍ଡରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡେହୋମଲୋନ୍ କିସ୍ତି ବହୁତ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡେ ।

ଡାଉନ ପେମେଣ୍ଟ୍ ଦିଅନ୍ତୁ

Middle post content

ଯଦି ଆପଣ ହୋମ ଲୋନ୍ ନେବାକୁ ଯାଉଛନ୍ତି ତେବେ ଏହି ଟଙ୍କାକୁ ଡାଉନ ପେମେଣ୍ଟ୍ ଦେବାରେ ବ୍ୟବହାର କରନ୍ତୁ । ଅଧିକ ଡାଉନ ପେମେଣ୍ଟ୍ ଦେଲେ ଆପଣଙ୍କ ଲୋନ୍ ଅବଧି ଓ ମୋଟ ସୁଧ ଟଙ୍କା କମିବ ।

କ୍ରେଡିଟ୍ କାର୍ଡ ବିଲ: ଅନେକ ସମୟରେ ଆମେ କ୍ରେଡିଟ୍ କାର୍ଡ ବିଲ୍ ଠିକ୍ ସମୟରେ ଦେଇ ପାରିନଥାଉ । ଫଳରେ ସୁଧ ଲାଗିଥାଏ । କ୍ରେଡିଟ୍ କାର୍ଡ ସୁଧ ହାର 36ରୁ 48 ପ୍ରତିଶତ ବାର୍ଷିକ ହୋଇଥାଏ । ତେଣୁ ଯଦି ଅଚାନକ ଟଙ୍କା ପାଉଛନ୍ତି ଓ ଆପଣଙ୍କର ବକେୟା କ୍ରେଡିଟ୍ କାର୍ଡ ଦେୟ ଅଛି, ତେବେ ତୁରନ୍ତ ଶୁଝନ୍ତୁ ।

କ୍ରେଡିଟ୍ ସ୍କୋର ସୁଧାର: ଆପଣ ଯଦି ନିଜ ପୁରୁଣା ଲୋନ୍ ଶୁଝୁଛନ୍ତି ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ମଧ୍ୟ ସୁଧୁରିବ । ଫଳରେ ଆଗକୁ ଲୋନ୍ ନେବା ବେଳେ ଆପଣଙ୍କୁ ସୁବିଧା ହେବ । ଶସ୍ତା ସୁଧରେ ଲୋନ୍ ମିଳି ପାରିବ । ନିବେଶ ଓ ଅର୍ଥିକ ଲକ୍ଷ୍ୟର ଆକଳନ କରନ୍ତୁ

ନିବେଶ ଓ ବୀମା ଅନେକ ପ୍ରକାରର ହୋଇଥାଏ । କିନ୍ତୁ ଅଧିକାଂଶ ବ୍ୟକ୍ତି ଜରୁରୀ ପରିସ୍ଥିତି, ଅବସର କାଳିନ ଫଣ୍ଡ, ପିଲାଙ୍କ ଶିକ୍ଷା ପାଇଁ ନିବେଶ କରିଥାନ୍ତି ।

ଜରୁରୀ ଫଣ୍ଡ୍: 6 ମାସ ଚଳିବା ଭଳି ଫଣ୍ଡ ହେଉଛି ଜରୁରୀ ପାଣ୍ଠି । ହଠାତ ଚାକିରି ଗଲେ କିମ୍ବା ଆୟ ବନ୍ଦ ହୋଇଗଲେ ଏହା ଆପଣଙ୍କୁ 6 ମାସ ଚଳିବା ଭଳି ଫଣ୍ଡ୍ ଦେଇଥାଏ । ତେଣୁ ଯଦି ଅଚାନକ ଟଙ୍କା ପାଉଛନ୍ତି ଆପଣ ସେହି ଟଙ୍କାକୁ ଜରୁରୀ ପରିସ୍ଥିତି ପାଇଁ ମଧ୍ୟ ରଖି ପାରିବେ ।

SIP: ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (SIPs) ରେ ନିବେଶ କରି ପାରିବେ । ପିପିଏଫ୍ ଓ ଏନପିଏସ ମଧ୍ୟ ଭଲ ବିକଳ୍ପ ।

ଆର୍ଥିକ ସନ୍ତୁଳନତା ପାଇଁ ଟଙ୍କାକୁ ବ୍ୟବହାର କରନ୍ତୁ

ଅଚାନକ ମିଳୁଥିବା ଟଙ୍କାକୁ ଭାଗ କରୁଥିବା ବେଳେ ନିଜ କରଜ ଓ ନିବେଶ ମଧ୍ୟରେ ସନ୍ତୁଳନ ରଖନ୍ତୁ । ଯଦି ଆପଣଙ୍କ ଲାଗେ ଯେ, କେଉଁଠି କିଛି ଅଭାବ ରହିଛି ତେବେ ସେଇ ଟଙ୍କାକୁ ବ୍ୟବହାର କରି ତାକୁ ଦୁର କରି ପାରିବେ । ଯଦି ଆପଣଙ୍କ ଲାଗୁଛି ଯେ, ଆପଣଙ୍କ ଏମରଜେନ୍ସି ଫଣ୍ଡ୍ ସରି ଆସିଲାଣି ତେବେ ନିବେଶ ବଦଳରେ ସେହି ପାଣ୍ଠିରେ ଟଙ୍କା ରଖିବା ବୁଦ୍ଧିମାନର କାମ ହେବ । ଅନ୍ୟପକ୍ଷରେ ଯଦି ଆପଣ ଆଗରୁ ଭଲ ନିବେଶ କରିଛନ୍ତି ତେବେ ସେହି ଟଙ୍କାକୁ ହୋମ୍ ଲୋନ୍ ଶୁଝିବାରେ କିମ୍ବା କ୍ରେଡିଟ୍ କାର୍ଡ ବିଲ୍ ଶୁଝିବାରେ ବ୍ୟାବହରା କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami