ହାରି ନାହାନ୍ତି ମମତା

Above Post Content

ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି କରୋନା ମହାମାରୀ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଜୀବନଜୀବିକା । ଉଜୁଡ଼ି ଯାଇଛି ଅନେକ ସଂସାର । ବ୍ୟବସାୟରେ କ୍ଷତି ସହି ଅନେକ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ଏଭଳି ଏକ ସଙ୍ଗୀନ ସ୍ଥିତିରେ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ଆଣି ଦେଇଛନ୍ତି । ଏଭଳି ଜଣେ ମହିଳା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାନଗରର ମମତା ସାହୁ ।  ଜଣେ ସଫଳ ବ୍ୟବସାୟୀ ହୋଇ ସୁଦ୍ଧା ମହାମାରୀ କରୋନା ଯୋଗୁ ମମତା ବେଶ କ୍ଷତି ସହିଛନ୍ତି କିନ୍ତୁ ଏ ସବୁ ମଧ୍ୟରେ ସେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଧୈର୍ଯ୍ୟର ସହିତ ପରିସ୍ଥିତିକୁ ମୁକାବିଲା କରିଛନ୍ତି ।

handmade design, handloom, mamata enterprises, hastasilpi, pipili hastasilpi, ପିପିଲିର ହସ୍ତଶିଳ୍ପ
After 2nd paragraph post ads
Middle post content

କଟକରେ ଜନ୍ମ ଗ୍ରହଣ କରିଥିଲେ ମମତା । ପିଲାଦିନୁ ପାଠପଢ଼ା ସହିତ ଘରର ହିସାବ କିତାବ ରଖୁଥିଲେ । ଛୋଟ ବେଳୁ ତାଙ୍କର ଲକ୍ଷ୍ୟ ଥିଲା ବଡ଼ ହେଲେ ସେ ଜଣେ ସଫଳ ବ୍ୟବସାୟୀ ହୋଇ ଲାଭକ୍ଷତିର ହିସାବ ମାପିବେ । ସେହି ଇଚ୍ଛା ତାଙ୍କୁ ଆଜି ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପରିଚୟ ଦେଇଛି । କରୋନାର ଭୟଙ୍କର ସ୍ଥିତିରେ ବ୍ୟବସାୟରୁ କ୍ଷତି ସହିଲେ  ବି ତାଙ୍କ ମନୋବଳକୁ ଦୋହଲାଇ ପାରିନାହିଁ ବରଂ ସେ ଅପେକ୍ଷା କରି ରହିଛନ୍ତି ଏକ ସୁନେଲି ସକାଳକୁ । ବାପାଙ୍କ ଭଲ ଚାକିରି ଯୋଗୁ ମମତାଙ୍କ ପିଲା ଦିନ ବେଶ ହସଖୁସିରେ କଟିଥିଲା । ମା’ଙ୍କ ହାତରେ ହାତ ମିଶାଇ ସେ ଘରର ସବୁ ଦାୟିତ୍ୱ ବୁଝୁଥିଲେ । ସ୍ନାତକ ପଢ଼ିଲା ପରେ ପରିବାର ଲୋକେ ମମତାଙ୍କୁ ନୟାଗଡ଼ ଜିଲ୍ଲାର ଭଗବାନ ସାହୁଙ୍କ ସହିତ ବିବାହ କରାଇ ଦେଇଥିଲେ । ସେତେବେଳେ ଭଗବାନ ଜଣେ ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଶାଶୁଘର ସବୁ ଦାୟତ୍ୱ ବୁଝୁଥିଲେ ମମତା । ହଠାତ୍ ଭଗବାନ ଚାକିରି ଛାଡ଼ି ନିଜସ୍ୱ ବ୍ୟବସାୟ ଆରମ୍ଭ କରିଥିଲେ । ଏହାର କିଛି ଦିନ ପରେ ମମତା ମଧ୍ୟ ସ୍ୱାମୀଙ୍କୁ ସହଯୋଗ କରିବାକୁ ନିଜର ଏକ ବ୍ୟବସାୟ କରିବା ପାଇ ନିଷ୍ପତି ନେଲେ । ସ୍ୱାମୀଙ୍କ ଠାରୁ ଆର୍ଥିକ ସହଯୋଗ ପାଇ ସେ  ହାତ ତିଆରି ପାମ୍ପଡ଼, ବଡ଼ି ଆଦି କରି ୨୦୧୮ରେ ମମତା ଏଂଟରପ୍ରାଇଜେସ୍ କମ୍ପାନୀ ଖୋଲିଥିଲେ । ବ୍ୟବସାୟ ସମ୍ଭାଳିବାକୁ ୧୫ରୁ ଅଧିକ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ସେ ସମୟରେ ବଜାରରେ ମମତାଙ୍କ କମ୍ପାନୀର ବଡ଼ି, ପାମ୍ପଡ଼ ଚାହିଦା ଏତେ ମାତ୍ରରେ ବଢ଼ିଯାଇଥିଲା ଯେ, ଏମ୍‌ଏସ୍‌ଏମ୍‌ଇ ପକ୍ଷରୁ ସେ ଅନେକ ସ୍ଥାନରେ ଷ୍ଟଲ ପକାଇ ଭଲ ରୋଜଗାର କରୁଥିଲେ । ମମତାଙ୍କୁ ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରନ୍ତି ତାଙ୍କ ସ୍ୱାମୀ । ମମତାଙ୍କ କାର୍ଯ୍ୟ ପାଇଁ ଅନେକ ସଂସ୍ଥା ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ଘରକାମ, ପରିବାରର ଭଲମନ୍ଦ ବୁଝିବା, ସ୍ୱାମୀଙ୍କ ଯତ୍ନ, ପିଲାଙ୍କ ପାଠପଢ଼ାଇବା,ସବୁକ୍ଷେତ୍ରରେ ସେ ତତ୍ପର । ସେ ନିଜ ଝିଅକୁ ଉଚ୍ଚଶିକ୍ଷିତା କରିବା ସହ ଏକ ଭଲ ଜାଗରେ ତାକୁ ବାହା ଦେଇଛନ୍ତି ।

ଏହି ସମୟରେ ତାଙ୍କ ବ୍ୟବସାୟକୁ ଅଟକାଇ ଦେଇଥିଲା କରୋନାର ପ୍ରଥମ ଲହର । ହାତତିଆରି ସାମଗ୍ରୀ କଳେ ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ସମସ୍ୟା ହେବ ଏହାକୁ ଭାବି ସେ ଏହି ବ୍ୟବସାୟକୁ ବନ୍ଦ କରିଦେଇଥିଲେ । ତଥାପି ସେ ଅଟକି ନ ଥିଲେ। ପିପିଲିର ହସ୍ତଶିଳ୍ପକୁ ନେଇ ଏବେ ସେ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି । ଘରସଜ୍ଜାଠାରୁ ଆରମ୍ଭ କରି ମହିଳାମାନଙ୍କ ବ୍ୟାଗ୍‌, ଚାନ୍ଦୁଆ, ଫୁଲଦାନି ଆଦି ସେ ପ୍ରସ୍ତୁତ କରୁଛନ୍ତିି ।  ତାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ଅତି ସୁଲଭ ମୂଲ୍ୟରେ ମିଳୁଥିବାରୁ ଲୋକେ ଏଗୁଡ଼ିକୁ କିଣିବାକୁ ଆଗ୍ରହ ଦେଖାଉଛନ୍ତି ।  ଚାନ୍ଦୁଆ କାମ ପାଇଁ ମମତା ଆଠ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି ।  ଓଡ଼ିଶାର ଏହି ହସ୍ତକଳା ପରମ୍ପରା ଲାଗି କେବଳ ଯେ, ପିପିଲିରେ ଅଧିକ ଚାହିଦା ତାହା ନୁହେଁ, ବରଂ ଏହାକୁ କିଣିବା ପାଇଁ ମମତାଙ୍କ ପାଖକୁ ରାଜ୍ୟ ବାହାରୁ ବରାଦ ମଧ୍ୟ ଆସିଥାଏ । ଏହି ବ୍ୟବସାୟ ପାଇଁ ମମତା କିଛି ପିଲାଙ୍କୁ ଭୁବନେଶ୍ୱରରେ ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ତାଙ୍କ ବ୍ୟବସାୟର ମାର୍କେଟିଂ କରିଥାନ୍ତି ।

ସଂପ୍ରତି କରୋନାକୁ ଦୃଷ୍ଟି ଦେଇ ସେ ବିନା କର୍ମଚରୀରେ ଘରେ କାମ କରୁଛନ୍ତି । ମମତାଙ୍କ ବିଷୟରେ ସବୁଠାରୁ ଭଲ କଥା ହେଲା, ଲୋକଙ୍କୁ ଶୁଦ୍ଧ ମସଲା ଯୋଗାଇବା ଲାଗି ସେ ନିଜେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଆଦି ପ୍ରସ୍ତୁତି କରି ପ୍ୟାକେଜିଂ କରିଥାନ୍ତିକୋଭିଡ୍‌ର ଦ୍ୱିତୀୟ ଲହର ଅତି ଭୟଙ୍କର ହୋଇଥିବାବେଳେ ସେ କୋଭିଡ୍ ନିୟମକାନୁନ ମାନି ଘରେ ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami