ଅସହାୟଙ୍କ ଦେବଦୂତ ରାଜବୀର

Above Post Content

ସାରା ଦେଶରେ ମହାମାରୀ କରୋନା ପାଇଁ ଗରିବ, ଖଟିଖିଆଙ୍କଠାରୁ ଆରମ୍ଭ କରି ଅସହାୟ ସମସ୍ତେ ସଂଘର୍ଷ କରୁଛନ୍ତି । ଏହି ଘଡ଼ିସନ୍ଧି ମୁହୂର୍ତରେ ସିନେ ତାରକା ରାଜବୀର ଦେଓ ମହାନତା ଦେଖାଇଛନ୍ତି । ରିଲ୍‌ ଭଳି ରୟଲ ଲାଇଫ୍‌ରେ ହିରୋ ସାଜିଛନ୍ତି ରାଜବୀର । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ଧରି ଦିବ୍ୟାଙ୍ଗ୍‌, ଅସହାୟଙ୍କ ପାଇଁ କାମ କରୁଥିବା ରାଜବୀରଙ୍କ ଏହି ମହାନତା ଏବେ ଲକ୍‌ଡାଉନ୍ ସମୟରେ ଲୋକଲୋଚନକୁ ଆସିଛି । କେତେବେଳେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଅନ୍ତି ତ ଆଉ କେତେବେଳେ ଆର୍ଥିକ ସହାୟତା । ଏହି ବିପଦ ସମୟରେ ସେମାନଙ୍କ ପାଇଁ ସାଜିଛନ୍ତି ‘ବିପଦ ବେଳର ବନ୍ଧୁ’

Middle post content

ଓଡ଼ିଆ ସିନେମାର ନବାଗତ ହିରୋ ରାଜବୀର ‘ଅରୁନ୍ଧତୀ’ ଓ ‘ଲଭ ଫିଭର’ ଭଳି ୨ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ମହାମାରୀ ଯୋଗୁ ଏହା ରିଲିଜ୍ ହୋଇପାରିନାହିଁ। କିନ୍ତୁ ସମାଜସେବା ତାଙ୍କର ନିଶା । ରାସ୍ତାକଡ଼ରେ ଅସହାୟ ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କ ମନ ଆନ୍ଦୋଳିତ ହୋଇଯାଏ । ତତ୍‌କ୍ଷଣାତ୍ ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସନ୍ତି । ଗତବର୍ଷ କରୋନାଠାରୁ ଏ ବର୍ଷ କରୋନା ପର୍ଯ୍ୟନ୍ତ ଲୋକଙ୍କୁ ଭୁବନେଶ୍ୱରର ଗଳିକନ୍ଦିରେ ସହାୟତା ଯୋଗାଉଛନ୍ତି । ପ୍ରତ୍ୟେକ ଦିନ ୨ ଶହରୁ ଅଢ଼େଇ ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସେମାନଙ୍କୁ ସହାୟତା ଦେଉଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଆଇଡିଏଚ୍‌ ୱାର୍ଡରେ ସବୁବେଳେ ସହାୟତା ଯୋଗାଇ ଦେଉଛନ୍ତି । ଏ ସମ୍ପର୍କରେ ରାଜବୀର କୁହନ୍ତି , ପିଲାବେଳୁ ସମାଜସେବା ପ୍ରତି ଆଗ୍ରହ ରହିଥିଲା । ରାସ୍ତାରେ ଅସହାୟ, ଦିବ୍ୟାଙ୍ଗଙ୍କୁ ଦେଖିଲେ ତାଙ୍କ ମନ ସାହାଯ୍ୟ କରିବା ପାଇଁ ଆନ୍ଦୋଳିତ ହୁଏ । ଅନେକ ଦିନରୁ ସାହାଯ୍ୟ ସହଯୋଗ ଯୋଗାଉଛି । ନିଜ ପକେଟଖର୍ଚ୍ଚରୁ କିଛି ସେମାନଙ୍କ ପାଇଁ ଖର୍ଚ୍ଚ କଲେ, ଯେଉଁ ସନ୍ତୁଷ୍ଟି ମିଳେ ତାହା କୌଣସି ବଡ଼ ହୋଟେଲ କିମ୍ବା ରେସ୍ତୋରାଁରେ ବସି ଖାଇବାରେ ନ ଥାଏ । ଦରଦୀ ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କୁ ସାହାଯ୍ୟ କଲେ ଜୀବନ୍ତ ଭଗବାନଙ୍କ ଆର୍ଶୀବାଦ ମିଳେ । ଏ ସଙ୍କଟ ସମୟରେ ସେ ସମସ୍ତଙ୍କ ପାଇଁ ସାଜିଛନ୍ତି ରୋଲ ମଡେଲ ।

After 2nd paragraph post ads

କରୋନା ସମୟରେ ପଦାକୁ ବାହାରିବା ବିପଦପୂର୍ଣ୍ଣ ଜାଣି ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ ଛିଡ଼ା ହେଉଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଭିଯାନରେ ନିଜକୁ ଜଡ଼ିତ କରିଛନ୍ତି । ଅସହାୟ ଲୋକଙ୍କ ପେଟର ଭୋକ ମେଂଟାଇବା ପାଇଁ ଦୂରଦୂରାନ୍ତକୁ ଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି । କରୋନା ଥିବା ଯାଏ ଏ ପ୍ରୟାସ ଜାରି ରହିବ ବୋଲି କହନ୍ତି ରାଜବୀର I

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami