କରୋନା ପାଇଁ ଜଳ ନଷ୍ଟ,ଜାଣନ୍ତୁ ହାତ ଧୋଇବାରୁ ନଷ୍ଟ ହେଉଥିବା ପାଣିର କେମିତି କରିବେ ସଂରକ୍ଷଣ

Above Post Content

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ମହାମାରୀ ଆରମ୍ଭ କାଳରୁ ହାତ ଧୋଇବାକୁ ସତର୍କ କରାଇ ଆସୁଛି । ସାବୁନରେ ହାତ ଧୋଇଲେ କରୋନା ସଂକ୍ରମଣର ଆଶଙ୍କା କମିଯାଏ । ତେବେ ବାରମ୍ବାର ସାବୁନରେ ହାତ ଧୋଇବା ଦ୍ୱାରା ପାଣି ମଧ୍ୟ ନଷ୍ଟ ହୋଇଥାଏ । ଭାରତର ଅନେକ ସହର ଓ ଗାଁରେ ପାଣି ସମସ୍ୟା ବିକଟାଳ । ଯେଉଁଠି ଲୋକଙ୍କୁ ପିଇବା ପାଣି ପାଇଁ ଲମ୍ବା ଲାଇନ୍ ଲଗାଇବାକୁ ପଡେ ସେଠାରେ ହାତ ଧୋଇବାକୁ ପାଣି ମିଳିବା ସହଜ ନୁହେଁ ଏବଂ ଯଦି ମଧ୍ୟ ମିଳିଲା ଏହା ଦ୍ୱାରା ପାଣି ନଷ୍ଟ ହେଉଛି । ଏହାକୁ ତାମିଲନାଡୁର ତ୍ରିଚି ନିବାସୀ ତଥା ୭୧ ବର୍ଷୀୟ ମରାଚି ସୁବରାମଣ ଙ୍କଠାରୁ ଆଉ କେହି ଅଧିକ ବୁଝି ନାହାନ୍ତି । ପଦ୍ମଶ୍ରୀ ସୁବରାମଣ ଜଳ ସଂରକ୍ଷଣ ଦିଗରେ ନିଜ କାର୍ଯ୍ୟ ପାଇଁ ପରିଚିତ । ସୋସାଇଟି ଫର କମ୍ୟୁନିଟି ଅର୍ଗାନାଇଜେସନ୍ ଆଣ୍ଡ୍ ପିପୁଲ’ସ ଏଜୁକେସନ୍ (ସ୍କୋପ୍) ନାମକ ଏନଜିଓର ସଂସ୍ଥାପକ ସୁବରାମଣ ଦେଶ ସାରା ୧୨ ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି । ଏବେ ସେ ଏମିତି ଗୋଟିଏ ’ଯୋଗାଡ’ର ଆବିଷ୍କାର କରିଛନ୍ତି ଯାହା ହାତ ଧୋଇବା ପରେ ବଳୁଥିବା ପାଣିକୁ ପାଇଖାନାରେ ଫ୍ଲଶ୍ ଭାବେ ବ୍ୟବହୃତ ହେବାରେ ସାହାଯ୍ୟ କରୁଛି ।

ସୁବରାମଣ ଙ୍କ ଅନୁସାରେ ଲକଡାଉନ୍ କାଳରେ ଲୋକ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ହାତ ଧୋଉଛନ୍ତି । ତେବେ ଏମିତି କରିବା ସମୟରେ ଅନେକ ଜଳ ସଂରକ୍ଷଣ ବାବଦରେ ଭାବିନାହାନ୍ତି । ଅନେକ ହାତରେ ସାବୁନ ଲଗାଇ ୨୦ ସେକେଣ୍ଡ୍ ପର୍ଯ୍ୟନ୍ତ ପାଣି ଛାଡିଦିଅନ୍ତି । ଏହାଦ୍ୱାରା ପାଣି ନଷ୍ଟ ହେଉଛି ।  । ସେ ଆଗକୁ କୁହନ୍ତି ଯେ,  ପାଣି କେମିତି କମ ନଷ୍ଟ ହେବ ସେ ବାବଦରେ ମୁଁ ଚିନ୍ତା କରିବାକୁ ଆରମ୍ଭ କଲି । ହାତ ଧୋଇବାରେ ବ୍ୟବହୃତ ପାଣିକୁ ପୁଣି କେମିତି ବ୍ୟବହାର କରାଯିବ ତାକୁ ନେଇ ଯୋଗାଡ ଚିନ୍ତା କରିବାକୁ ପଡିଲା ।  ସେ କହୁନ୍ତି ଯେ, ଏହି ସମୟରେ ଜାପାନର ଗୋଟିଏ ଟଏଲେଟ୍ ଫଟୋ କଥା ତାଙ୍କର ମନେ ପଡିଥିଲା । ଯେଉଁଥିରେ ୱାସ୍ ବେସିନ୍ ଟଏଲେଟ ସହ ଯୋଡା ହୋଇଥିଲା ।

After 2nd paragraph post ads

ସେହି ପୁରୁଣା ଫଟୋକୁ ମନେ ପକାଇ ସେ ଘରେ ଗୋଟିଏ ମଡେଲ ତିଆରି କରିଥିଲେ । ୱାସ୍ ବେସିନରୁ ବାହାରୁଥିବା ମଇଳା ପାଣିକୁ  ପୁଣି ବ୍ୟବହାର କରିବା ପାଇଁ ସୁବରାମଣ ଗୋଟିଏ ନୂଆ ୱାସ୍ ବେସିନ୍ କିଣିଥିଲେ ଓ ତାକୁ ପଶ୍ଚିମ ଶୈଳିର ଶୌଚାଳୟ ଉପରେ ଫିଟ୍ କରାଇଥିଲେ । ତେବେ ତାଙ୍କ ଅନୁସାରେ ଏଥିପାଇଁ ପୁରୁଣା ୱାସ୍ ବେସିନ୍ ମଧ୍ୟ ବ୍ୟବହାର କରାଯାଇ ପାରିବ । ଏଥିପାଇଁ ୱାସ୍ ବେସିନକୁ ଶୌଚାଳୟ ଫ୍ଲସ୍ ଟ୍ୟାଙ୍କ ସହ ଯୋଡିବାକୁ ପଡେ । ଏଥିପାଇଁ ସେ ଜଣେ ପ୍ଲମ୍ବର ସାହାଯ୍ୟରେ ବେସିନର ପାଇପକୁ ଫ୍ଲସ ଉପରେ ଏକ ଛିଦ୍ର କରି ଭର୍ତ୍ତି କରିଥିଲେ । ଉଭୟକୁ ଯୋଡିବା ପରେ ଦୁଇ ପଟକୁ ସିଲ୍ କରିବାକୁ ପଡେ । ଯେମିତି ଫ୍ଲଶ୍ ପାଇଁ ପାଣି ସିଧା ୱାସ୍ ବେସିନରୁ ଆସିଥାଏ । ଗତ ୬ ମାସ ଧରି ସେ ଏହିଭଳି ଭାବେ ନିଜ ଘରେ ପାଣି ବଂଚାଉଛନ୍ତି ।

କେମିତି କରିବେ?

Middle post content

ଷ୍ଟେପ୍-୧: ପ୍ରଥମେ ପ୍ଲମ୍ବରଙ୍କ ସାହାଯ୍ୟରେ ଟୟଲଟର ଫ୍ଲଶ ଟ୍ୟାଙ୍କ ଉପରେ ହିଁ ଗୋଟିଏ ପୁରୁଣା କିମ୍ବା ନୂଆ ୱାସ୍ ମେସିନ୍ ଲଗାନ୍ତୁ

ଷ୍ଟେପ୍ -୨: ଫ୍ଲଶ୍ ଟ୍ୟାଙ୍କ ଉପରେ ବେସିନରୁ ଆସୁଥିବା ପାଇପ୍ ସାଇଜରେ ଛିଦ୍ର କରନ୍ତୁ

ଷ୍ଟେପ୍-୩: ୱାସ୍ ବେସିନକୁ ଲଗାଇବା ପରେ ଏଥିରୁ ବାହାରୁଥିବା ପାଇପକୁ ଫ୍ଲଶ୍ ଟ୍ୟାଙ୍କରେ ଭର୍ତ୍ତି କରନ୍ତୁ

ଷ୍ଟେପ୍-୪: ୱାସ୍ ବେସିନରୁ ପାଣି ସପ୍ଲାଇ ଆରମ୍ଭ କରନ୍ତୁ ଓ ଶୌଚାଳୟ ଭଲ୍ଭକୁ ବନ୍ଦ କରି ଦିଅନ୍ତୁ

ଷ୍ଟେପ୍-୫: ଏବେ ନଳ ଖୋଲିଦିଅନ୍ତୁ ଓ କିଛି ସମୟ ପର୍ଯ୍ୟନ୍ତ ଚାଲିବାକୁ ଦିଅନ୍ତୁ । ଯେମିତି କେଉଁଠି ଲିକେଜ୍ ନଥିବ ତାହା ସୁନିଶ୍ଚିତ କରନ୍ତୁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami