ଦେଶର ପ୍ରଥମ କାର କିଏ କିଣିଥିଲେ ? ଜମସେଦଜି ଟାଟା ନା ଆଉ କିଏ ? ଦେଶର ପ୍ରଥମ କାର କିଏ କିଣିଥିଲେ ? ଜମସେଦଜି ଟାଟା ନା ଆଉ କିଏ ?

Above Post Content

ଭାରତର ଅଟୋ ମୋବାଇଲ ବଜାର ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲ କାର ପରେ ଏବେ ଇଭି’ କାରର ଡିମାଣ୍ଡ୍ ଅଧିକଦେଶରେ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରୀର ଗ୍ରୋଥ୍ ରେଟ୍ ୫୬ ପ୍ରତିଶତ ରହିଛି ବିଦେଶୀ କାର କମ୍ପାନୀ ନିଜ କାର ପାଇଁ ଭାରତକୁ ବଡ଼ ବଜାର ଭାବେ ଦେଖୁଥିବା ବେଳେ ଦେଶୀ କମ୍ପାନୀ ମଧ୍ୟ ପଛରେ ନାହାନ୍ତି ମାରୁତି ଯଦି ଦେଶର ସବୁଠାରୁ ବଡ଼ କାର କମ୍ପାନୀ ତେବେ ମହିନ୍ଦ୍ରା ଓ ଟାଟା ମଧ୍ୟ ପଛରେ ନାହାନ୍ତି । ଏଣେ ରିନଲ୍ଟ ଓ ସିଟ୍ରୋନ୍ ଭଳି କମ୍ପାନୀ ମଧ୍ୟ ନିଜ ପାଇଁ ସ୍ଥାନ ବନାଇ ସାରିଲେଣି । ଦେଶରେ କାର ବଜାରକୁ ଦେଖିବା ବେଳେ କେବେ ନା କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଯେ, ସେହି ବ୍ୟକ୍ତି କିଏ ଯିଏ ଦେଶର ପ୍ରଥମ କାର କିଣିଥିଲେ ? ଆସନ୍ତୁ ଆଜି ଜାଣିବା କିଏ ସେହି ବ୍ୟକ୍ତି ଯିଏ ଦେଶର ପ୍ରଥମ କାର କିଣିଥିଲେ ।

ଦେଶର ପ୍ରଥମ କାର ଜଣେ ବିଦେଶୀ କିଣିଥିଲେ ନା ଟାଟା ?

After 2nd paragraph post ads
Middle post content

କାର ବଜାରକୁ ଆସିବା ସହିତ ଫୋର୍ଡ୍ ଓ ଡେଡିୟୋନ କମ୍ପାନୀ ମଧ୍ୟରେ କମ୍ପିଟିସନ୍ ଆରମ୍ଭ ହୋଇଥିଲା । ସେତେବେଳେ ଭାରତର ରାଜଧାନୀ ଥିଲା କୋଲକୋତା । କୋଲକୋତା ବା କଲିକତା କେବଳ ରାଜଧାନୀ ନଥିଲା ଏହା ମଧ୍ୟ ଥିଲା ଦେଶର ବଡ଼ବଡ଼ ଧନୀଙ୍କ ଘର । ଫୋର୍ଡ୍ ଓ ଡେଡିୟୋନ୍ କୋଲକତାରୁ ନିଜ ମାର୍କେଟିଂ ଯୁଦ୍ଧ ଆରମ୍ଭ କରିଥିଲେଡେଡିୟୋନ୍ କୋଲକତାର ଖବରକାଗଜରେ କାର ବିଜ୍ଞାପନ ଦେଇଥିଲା । ଏହି ବିଜ୍ଞାପନ ପ୍ରକାଶିତ ହେବା ସହିତ କୋଲକତାରେ ରହୁଥିବା ବ୍ୟବସାୟୀ,ଜମିଦାର ଓ ରାଜା ମହାରାଜାଙ୍କ ମଧ୍ୟରେ କାର କିଣିବା ନେଇ ଉତ୍ସୁକତା ପ୍ରକାଶ ପାଇଥିଲା ରାଜା ଓ ଜମିଦାରଙ୍କ ମଧ୍ୟରେ କାର କିଣିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । କିନ୍ତୁ ବାଜି ମାରିଥିଲେ କୋଲକତାର ଜଣେ ଇଂରେଜ୍ ବ୍ୟକ୍ତି ଫୋଷ୍ଟର । ସେ କ୍ରମ୍ପଟନ୍ ଗ୍ରିଭସ କମ୍ପାନୀ ସହିତ ଜଡିତ ଥିଲେ । ସେ ପରାଧିନ ଭାରତର ପ୍ରଥମ କାର କିଣିଥିଲେ । କିନ୍ତୁ ସେ ଭାରତୀୟ ହୋଇନଥିବାରୁ ତାଙ୍କୁ ଭାରତର ପ୍ରଥମ କାର କିଣିଥିବା ବ୍ୟକ୍ତି ବୋଲି କୁହାଯାଇ ପାରିବ ନାହିଁ

୧୮୯୮ରେ ମୁମ୍ବାଇରେ ୪ ଜଣ ପାର୍ସି ବ୍ୟବସାୟୀ କାର ବୁକିଂ କରିଥିଲେ । ଏହି ୪ ଜଣ ବ୍ୟକ୍ତି ମଧ୍ୟ ଡେଡିୟୋନ୍ କାର ବୁକ୍ କରାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜମସେଦଜୀ ଟାଟା ଟାଟା ଗ୍ରୁପର ପ୍ରତିଷ୍ଠାତା । ସେହି ଟାଟା ଗ୍ରୁପର କାର ଏବେ ଭାରତୀୟ ବଜାରରେ ବିକ୍ରିର ନୂଆ ରେକର୍ଡ୍ ତିଆରି କରୁଛି । କୁହାଯାଏ ଯେ, ଜମସେଦଜୀ ଟାଟାଙ୍କୁ ପ୍ରଥମେ କାର ଡେଲିଭରି ହୋଇଥିଲା । ତେଣୁ ସେ ଭାରତର ପ୍ରଥମ କାର କିଣିଥିବା ବ୍ୟକ୍ତି । କିନ୍ତୁ ସତ ହେଉଛି ଯେ, କାର ବୁକ୍ କରିଥିବା ୪ ଜଣ ପାର୍ସୀ ବ୍ୟବସାୟୀଙ୍କ ମଧ୍ୟରୁ କାହାକୁ ଆଗ କମ୍ପାନୀ କାର ଦେଇଥିଲା ସେବାବଦରେ କିଛି ତଥ୍ୟ ନାହିଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami