ଘର କେମିତି କିଣିବାର ୫-୨୦-୩୦-୫୦ ନିୟମ କ’ଣ ? ଆପଣଙ୍କ ହୋମ୍ ଲୋନ୍ ଇଏମଆଇ କେତେ ରହିବା ଠିକ ?

Above Post Content

ନିଜର ଘର ସମସ୍ତଙ୍କ ସ୍ୱପ୍ନ ହୋଇଥାଏ । ମୁଣ୍ଡ ଉପରେ ଛାତ ଦିଏ ସୁରକ୍ଷାର ଭାବନା । ଏମିତିରେ ସମସ୍ତେ ଚାହାନ୍ତି ଘର ତିଆରି କରିବାକୁ । କିନ୍ତୁ ଏକାଥରକେ ନିବେଶ କରି ଘର ତିଆରି କରିବା କି କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇନଥାଏ । ତେଣୁ ପ୍ରାୟତଃ ଅଧିକାଂଶ ହୋମ୍ ଲୋନ୍ ନେଇ ଘର କିଣିଥାନ୍ତି ବା ଘର ତିଆରି କରିଥାନ୍ତି । ଏମିତିରେ ଜଣେ କେତେ ଟଙ୍କା ଘର ନିର୍ମାଣର କିମ୍ବା କିଣିବାରେ ଖର୍ଚ୍ଚ କରିବା ଠିକ ହେବ ? ଆପଣ ମଧ୍ୟ ଯଦି ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତେବେ ଏହି ଆର୍ଟିକାଲ ଆପଣଙ୍କ ପାଇଁ ।

୫-୨୦-୩୦-୫୦ ନିୟମ

After 2nd paragraph post ads

ଯେମିତି ଖର୍ଚ୍ଚ ଓ ସଂଚୟ ପାଇଁ ନିୟମ ରହିଛି ସେମିତି ଘର କିଣିବା ପାଇଁ ମଧ୍ୟ ନିୟମ ରହିଛି । ଏହି ଥମ୍ବରୁଲକୁ ଘର କିଣାର ଫାଇଭ୍-ଟ୍ୱେଣ୍ଟି-ଥାର୍ଟି-ଫିଫଟି ରୁଲ ବୋଲି କୁହାଯାଏ । ଏହି ନିୟମ ଅନୁସାରେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଅଙ୍କର ଟଙ୍କା ନିବେଶ କରିବାକୁ ପଡିଥାଏ । ଆସନ୍ତୁ ଗୋଟିଗୋଟି କରି ଜାଣିବା ଏହି ନିୟମ କ’ଣ

ପ୍ରଥମେ ୫’କଥା

ଘର କିଣିବା ବେଳେ ବା ତିଆରି କରିବା ବେଳେ ଭୁଲରେ ସୁଧା ନିଜ ବଜେଟ୍ ବାହାରକୁ ଯାଆନ୍ତୁ ନାହିଁ । ନିଜ ଷ୍ଟାଟସ ଦେଖାଇବା ଚକ୍କକରେ ଆପଣ ଋଣ ଜାଲରେ ପଡିବେ । ଯେଉଁଥିରୁ ମୁକୁଳିବା କଷ୍ଟସାଧ୍ୟ ହୋଇ ପଡିବ । ଫାଇଭ୍-ଟ୍ୱେଣ୍ଟି-ଥାର୍ଟି-ଫିଫଟି ନିୟମର ପ୍ରଥମ ୫ ବାର୍ଷିକ ଆୟ ସହିତ ସଂପର୍କିତ । ଯେଉଁ ଘର କିଣୁଛନ୍ତି ସେହି ଘର ଯେମିତି ଆପଣଙ୍କ ବାର୍ଷିକ ଆୟର ୫ ଗୁଣରୁ ଅଧିକ ହୋଇନଥାଏ ତାହା ଧ୍ୟାନରେ ରଖନ୍ତୁ । ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷ ତେବେ ୨୫ ଲକ୍ଷରୁ ଅଧିକ ଟଙ୍କାର ଘର କିଣନ୍ତୁ ନାହିଁ ।

Middle post content

୨୦ କ’ଣ ?

ଫାଇଭ୍-ଟ୍ୱେଣ୍ଟି-ଥାର୍ଟି-ଫିଫଟିରେ ଟ୍ୱେଣ୍ଟି ଲୋନ୍ ଟେନ୍ୟୁରକୁ ବୁଝାଇ ଥାଏ । ଅର୍ଥାତ ଆପଣ କେତେ ବର୍ଷ ପାଇଁ ଋଣ ଆଣିଛନ୍ତି ଲୋନ୍ ଟେନ୍ୟୁର ଯେତେ ଅଧିକ ହେବ ଆପଣଙ୍କୁ ସେତେ ଅଧିକ ସୁଧ ଦେବାକୁ ପଡିବ । ତେଣୁ ହୋମ୍ ଲୋନ୍ ଟେନ୍ୟୁରକୁ ସବୁବେଳେ ୨୦ ବର୍ଷ ମଧ୍ୟରେ ରଖନ୍ତୁ । ଯଦି ସମ୍ଭବ ହେଉଛି ତା’ଠାରୁ କମ ବର୍ଷରେ ସୁଝି ଦିଅନ୍ତୁ

ଇଏମଆଇ ସହ ଯୋଡ଼ା ୩୦

ଆପଣ ଯେତେବେଳେ ଲୋନ୍ ଆଣନ୍ତି ସେତେବେଳେ କିସ୍ତିରେ ଟଙ୍କା ସୁଝନ୍ତି ମାସକୁ ଏକ ନିର୍ଦ୍ଧିଷ୍ଟ ଆମାଉଣ୍ଟର ଟଙ୍କା ଆପଣଙ୍କୁ କିସ୍ତି ଆକାରରେ ଦେବାକୁ ପଡ଼ିଥାଏ । ଏମିତିରେ ଧ୍ୟାନ ରଖନ୍ତୁ ଯେ, ଆପଣଙ୍କ କିସ୍ତି ଯେମିତି ମାସିକ ଆୟ ବା ଦରମାର ୩୦ ପ୍ରତିଶତରୁ କମ ରହିବ । କେବେ ମଧ୍ୟ ଇଏମଆଇକୁ ୩୦ ପ୍ରତିଶତରୁ ଅଧିକ ରଖନ୍ତୁ ନାହିଁ ।

୫୦- ଟୋଟାଲ ଇଏମଆଇ

ଫାଇଭ୍-ଟ୍ୱେଣ୍ଟି-ଥାର୍ଟି-ଫିଫଟିରେ ଫିଫଟି ହେଉଛି ଟୋଟାଲ ଇଏମଆଇ । ସାଧାରଣତଃ ଗୋଟିଏ ସମୟରେ ଜଣେ ବ୍ୟକ୍ତି ଏକରୁ ଅଧିକ ଲୋନ୍ ନେଇଥାନ୍ତି । ଯେମିତି କାର ଲୋନ୍,କଂଜୁମର ଲୋନ୍ ଇତ୍ୟାଦି । ଆପଣ ମାସକୁ ଏହି ସବୁ ଲୋନକୁ ସୁଝିବାକୁ ଯେତିକି ଇଏମଆଇ ଦେଉଛନ୍ତି ସେସବୁକୁ ମିଶାଇଲେ ଯେଉଁ ଟଙ୍କା ହୁଏ ତାହା ହେଉଛି ଟୋଟାଲ ଇଏମଆଇ । ଏହି ଟୋଟାଲ ଇଏମଆଇ ଯେମିତି ଆପଣଙ୍କ ଆୟର ୫୦ ପ୍ରତିଶତରୁ ଅଧିକ ନହୁଏ ମାସିକ ଆୟର ୫୦ ପ୍ରତିଶତରୁ ଅଧିକ ଇଏମଆଇ ଭାବେ ଦେଲେ ଆପଣ ଆର୍ଥିକ ସଂକଟର ସମ୍ମୁଖୀନ ହେବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami