ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ବର୍ଷା

Above Post Content

ଯାଜପୁର: ଦିନ ଯେତିକି ଗଡୁଛି, ରାଜନୀତିର ଉଷ୍ମତା ମଧ୍ୟ ସେତିକି ବଢୁଛି । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଫୁଲ ଦମ୍ ର ସହ ମୈଦାନ୍ ରେ ପ୍ରଚାର ଜାରି ରଖିଛନ୍ତି ବିଜେଡି ପ୍ରାର୍ଥୀ । ଏହାରି ଭିତରେ ବଡ଼ଚଣା ମୈଦାନ୍ ରେ କ୍ୟାମ୍ପେନ୍ ଜାରି ରଖିଛନ୍ତି ଓଲିଉଡ ଅଭିନେତ୍ରୀ ତଥା ବଡ଼ଚଣା ବିଧାନସଭା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ । ଚଣ୍ଡିଖୋଲ ଠାରେ ମା ଚଣ୍ଡୀଙ୍କ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ନେଇ ବଡ଼ଚଣାବାସୀଙ୍କ ସହ ସମସ୍ତ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରି ଆଗେଇ ଚାଲିଛନ୍ତି ବର୍ଷା ।

Middle post content

ବର୍ଷାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼

After 2nd paragraph post ads

ବର୍ଷା ଯେଉଁଠିକୁ ଯାଉଛନ୍ତି ହଜାର ହଜାର ସମର୍ଥକ ତାଙ୍କୁ ପାଛୋଟି ନେଉଛନ୍ତି । ବଡ଼ଚଣା ବ୍ଲକର ଦର୍ପଣ ପଞ୍ଚାୟତରେ ବର୍ଷା ଘରକୁ ଘର ବୁଲି ପ୍ରଚାର କରିଛନ୍ତି । ଦର୍ପଣ ପଞ୍ଚାୟତ ର ଇଷ୍ଟଦେବୀ ମାଆ କୋଟ୍ରାଖିଙ୍କୁ ଦର୍ଶନ କରିବା ସହ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଅଭିନେତ୍ରୀ ବର୍ଷାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଡ଼ଚଣା ବ୍ଲକ ବିଜେଡି ସଭାପତି, ଦର୍ପଣ ପଂଚାୟତ ସରପଞ୍ଚଙ୍କ ସହ ବଡ଼ଚଣା ବିଜେଡିର ବହୁ ନେତୃବୃନ୍ଦ ପ୍ରଚାରରେ ସାମିଲ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୀର୍ଘ ବର୍ଷର ଶାସନ ଓ ବିକାଶ ମୂଳକ କାର୍ଯ୍ୟ କୁ ଲୋକଙ୍କ ପାଖରେ ପହଞ୍ଚେଇବା ସହ ଭୋଟ ଭିକ୍ଷା କରୁଛନ୍ତି ଏହି ବିଜେଡି ପ୍ରାର୍ଥୀନୀ । ବଡଚଣାବାସୀଙ୍କ ଅକୁଣ୍ଠ ସମର୍ଥନ ହିଁ ବିଜେଡି ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଜୟକୁ ସୁନିଶ୍ଚିତ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami