ବେଲୁନ ଦ୍ୱାରା ପରମାଣୁ ଆକ୍ରମଣ ପାଇଁ ଚୀନ ଷଡ଼ଯନ୍ତ୍ର ! ଭାରତ ଉପର ଦେଇ ଯାଇଥିଲା ଚୀନ୍ ବେଲୁନ

Above Post Content

ଚୀନ ବେଲୁନକୁ ଆମେରିକା ଗୁଳି କରି ତଳକୁ ଖସାଇ ଦେବା ଘଟଣାକୁ ଦୁଇ ଦିନ ବିତିଗଲାଣି । ଏହା ଭିତରେ ଯାହା ଖବର ଆସୁଛି ତାହା ଡ୍ରାଗନର ଷଡ଼ଯନ୍ତ୍ର ଆଡକୁ ଇଂଗିତ କରୁଛି । କୁହାଯାଉଛି ଯେ, ଚୀନ୍ ଭବିଷ୍ୟତରେ ବେଲୁନ୍ ଦ୍ୱାରା ପରମାଣୁ ଆକ୍ରମଣ କରିବା ଯୋଜନା କରୁଛି । ଯାହାର ପରୀକ୍ଷା ଥିଲା ଏହି ବେଲୁନ


ଚୀନଠାରୁ ୧୨ ହଜାର କିଲୋମିଟର ଦୂରରେ ଥିବା ଆମେରିକାରେ ଚୀନ୍ ବେଲୁନ୍ କ’ଣ କରୁଥିଲା ?

After 2nd paragraph post ads

ଆମେରିକା ଓ ଚୀନ ମଧ୍ୟରେ ଦୂରତା ହେଉଛି ୧୨ ହଜାର କିଲୋମିଟର ଆମେରିକାର ଯେଉଁ ଅଂଚଳରେ ଏହି ବେଲୁନକୁ ଠାବ କରାଯାଇଥିଲା ସେଠାରେ ଆମେରିକା କ୍ଷେପଣାସ୍ତ୍ର ଘାଟି ଓ ପରମାଣୁ ଅସ୍ତ୍ରାଗର ରହିଛି । ତେଣୁ ବିଶେଷଜ୍ଞଙ୍କ କହିବା ହେଉଛି ବେଲୁନ ଗୁଇନ୍ଦା ସୂଚନା ଏକତ୍ରିତ କରୁଥିଲାଚୀନ୍ ପରମାଣୁ ଆକ୍ରମଣର କୌଣସି ନୂଆ ଟେକନିକ୍ ଉପରେ କାମ କରୁଛି ବୋଲି ବିଶେଷଜ୍ଞ କହୁଛନ୍ତି ।

ବେଲୁନରେ ପରମାଣୁ ବୋମା ନେବା ସମ୍ଭବ କି ?

Middle post content

ବିଶେଷଜ୍ଞଙ୍କ କହିବା ହେଉଛି ଏହା ସମ୍ଭବ । ଆମେରିକାନ ଲିଡରସିପ୍ ଆଣ୍ଡ୍ ପଲିସି ଫାଉଣ୍ଡେସନର ୨୦୧୫ ରିପୋର୍ଟ ଅନୁସାରେ ବେଲୁନରୁ ଆମେରିକାର ଉପରେ ପରମାଣୁ ବୋମା ପକାଯିବାର ଆଶଙ୍କା ରହିଛି । ଏହା ସହିତ ଇଲେକ୍ଟ୍ରିକାଲ ଗ୍ରୀଡ୍ କୁ ମଧ୍ୟ ପ୍ରଭାବିତ କରାଯାଇପାରେ । ଏଭଳି ବେଲୁନକୁ ମାତ୍ର କେଇ ମାସ ମଧ୍ୟରେ ତିଆରି କରି ହେବ ବେଲୁନକୁ କୌଣସି ରଡାର ଠାବ କରି ପାରିବ ନାହିଁଆମେରିକା ଆକାଶ ଉପରେ ଉଡ଼ୁଥିବା ବିମାନର ଆକାର ତିନୋଟି ବସ ସହିତ ସମାନ ଥିଲା

ଭାରତ ଉପର ଦେଇ ଉଡ଼ିଥିଲା ଚୀନ୍ ବେଲୁନ

ଆମେରିକା ଡିଫେନ୍ସ ଏକ୍ସପର୍ଟ ଏଚଆଇ ସଟନଙ୍କ ଦାବି ଯେ ,ଜାନୁଆରୀ ୨୦୨୨ରେ ଭାରତର ଆଣ୍ଡାମାନ ନିକୋବର ଦ୍ୱିପ ଉପରେ ଚୀନ୍ ବେଲୁନ ଉଡ଼ିଥିଲା ଆଣ୍ଡାମାନର ରାଜଧାନୀ ପୋର୍ଟ୍ ବ୍ଲେୟର ଉପରେ ଏହି ବେଲୁନକୁ ଦେଖା ଯାଇଥିଲା । ସେତେବେଳେ ସୋସିଆଲ ମିଡିଆରେ ଏହାର ଛବି ଭାଇରାଲ ହୋଇଥିଲା । ତେବେ ଭାରତ ସରକାର ଏନେଇ କୌଣସି ଆଧିକାରିକ ପ୍ରତିକ୍ରିୟା ଦେଇନଥିଲେ ।

ଆଗରୁ ବେଲୁନରୁ ହୋଇଛି ବୋମା ବର୍ଷଣ

ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ମେ ୫ ୧୯୪୫ରେ ଜାପାନ ଆମେରିକାର ଓରେଗନ୍ ର ବ୍ଲାଏ ସହର ଉପରେ ବେଲୁନରୁ ବୋମାମାଡ଼ କରିଥିଲା । ଏଥିରେ ୬ ଜଣ ପ୍ରାଣ ହରାଇଥିଲେ । ସେତେବେଳେ ଆକାଶରୁ ବାରୁଦ ଭର୍ତ୍ତି ବେଲୁନ ସହର ଉପରେ ପଡିଥିଲା ବୋଲି ସ୍ଥାନୀୟ ମିଡିଆ ପ୍ରକାଶ କରିଥିଲା ଆମେରିକା ନେଭିର ପୁରୁଣା ଦସ୍ତାବିଜ୍ ଅନୁସାରେ ସେହି ସବୁ ବେଲୁନ ୧୦ ମିଟର ଚଉଡା ଓ ୨୦ ମିଟର ଲମ୍ବା ଥିଲା ପ୍ରଶାନ୍ତ ମହାସାଗରରୁ ଏହି ବେଲୁନ ସବୁକୁ ଲଂଚ୍ କରାଯାଇଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami