ତାଲିବାନ ପାଇଲଟଙ୍କ ଫଟୋ ଦେଖି ଡରିବେ ନା ହସିବେ ?

Above Post Content

ସୋସିଆଲ ମିଡିଆରେ ତାଲିବାନ ପାଇଲଟଙ୍କ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତିନି ଜଣ ତାଲିବନୀ ପାଇଲଟ୍ ନିଜ ହେଲିକପ୍ଟର ଲାଇସେନ୍ସ ସହିତ ଫଟୋ ପାଇଁ ପୋଜ୍ ଦେଇଛନ୍ତି । କୁହାଯାଉଛି ଯେ,ଏହି ତିନିଜଣ ଯେଉଁ ସାର୍ଟିଫିକେଟ୍ ଧରିଛନ୍ତି ତାକୁ ତାଲିବାନ ବିମାନ ଟ୍ରେନିଂ ସେଣ୍ଟର ଜାରି କରିଛି ଲମ୍ବା ବାଳ,ଦାଢି ଓ ଖାଲି ପାଦରେ ଥିବା ଏହି ତାଲିବାନୀ ପାଇଲଟ ଗୋଟିଏ ଅଫିସରେ ବସିଛନ୍ତି । ସେମାନେ ମଧ୍ୟ ଆଖିରେ କଜଳ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଏବେ ଆଫଗାନିସ୍ତାନ ତାଲିବାନ କବଜାରେ ଅଛି ଅଗଷ୍ଟ ୨୦୨୧ରେ ତାଲିବାନର କବଜା ସହିତ ଆଫଗାନିସ୍ତାନରେ ଶିକ୍ଷା ଓ ରୋଜଗାର ନିଜର ଅନ୍ତିମ ନିଶ୍ୱାସ ନେଉଛି

ତାଲିବାନୀ ପାଇଲଟଙ୍କ ଏହି ଫଟୋକୁ ଆଫଗାନିସ୍ତାନର ଜଣେ ସାମ୍ବାଦିକ କାବୁଲ ଖାନ୍ ଟ୍ୱିଟ୍ କରିଛନ୍ତି ଟ୍ୱିଟ୍ କରି କାବୁଲ ଲେଖିଛନ୍ତି ଯେ, ତାଲିବାନ ଏୟାର ଫୋର୍ସର ତିନି ପାଇଲଟଙ୍କୁ ଶୁଭେଛା । ଯେଉଁମାନେ ଏକ ଟ୍ରେନିଂ ସେଣ୍ଟରରୁ ଗ୍ରାଜୁଏସନ୍ କରିଛନ୍ତି । ଏମାନେ ସମସ୍ତେ ଭଲ ଲାଗୁଛନ୍ତି ଓ ମିଶନ ପାଇଁ ପୁରା ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏଥିରେ ଟିକିଏ ମଧ୍ୟ ସନ୍ଦେହ ନାହିଁ ଯେ, ଏମାନେ ସମସ୍ତେ ସୈନିକଙ୍କ ଭଳି ଦେଖା ଯାଉଛନ୍ତି । ଏହି ଫଟୋକୁ ଅଷ୍ଟମ ବ୍ରିଗେଡର ଆନ୍ତରିକ କମାଣ୍ଡର ଜେନରାଲ ହାରୁନ ମୋବରେଜ୍ ମଧ୍ୟ ସେୟାର କରିଛନ୍ତି ।

After 2nd paragraph post ads

ଆକାଶରୁ ବର୍ଷା କରିବେ ଗୁଳି

Middle post content

ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଏକ ଟ୍ରେନିଂ ସେଣ୍ଟରରୁ ନୂଆ ନୂଆ ଗ୍ରାଜୁଏଟ୍ ହୋଇଥିବା ତାଲିବାନୀ ପାଇଲଟଙ୍କ ଦସ୍ତାବିଜରୁ ଜଣା ପଡ଼ୁଛି ଯେ, ସେମାନେ ଅପରେସନାଲ ହେଲିକପ୍ଟର ସେକ୍ସନରେ ପାଇଲଟ ହୋଇଛନ୍ତିଭଗବାନ ନକରନ୍ତୁ ସେମାନେ ଯେତେବେଳେ ବି ଉଡାଣ ଭରିବେ ଆକାଶରୁ ଯାହାକୁ ଚାହିଁବେ ତାକୁ ଗୁଳି ମାରିଦେବେସୋସିଆଲ ମିଡିଆରେ ଏହି ଫଟୋକୁ ଅନେକ ସେୟାର କରୁଛନ୍ତି ।

ସୋଲିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏହି ଫଟୋ ଟ୍ରୋଲ୍ ହେବାରେ ଲାଗିଛି । ଅନେକ ଲେଖିଛନ୍ତି ଯେ, ତାଲିବାନ ନିଜ ପାଇଲଟଙ୍କୁ ଲାଇସେନ୍ସ ଦେଇଛି । ଏହ ଜନ୍ନତକୁ ସିଧା ଫ୍ଲାଇଟ୍ ହେବ । ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, ତାଲିବାନ ନିଜର ଯୋଦ୍ଧାଙ୍କୁ ଫ୍ଲାଇଟ୍ ସାର୍ଟିଫିକେଟ୍ ଦେଇଛି । କିନ୍ତୁ ପ୍ରଶ୍ନ ହେଉଛି ଯେ,ସେମାନେ କ’ଣ ଲ୍ୟାଣ୍ଡ୍ କରିପାରିବେ । ଆଶା କରୁଛୁ ଯେ, ସେମାନେ ଭାରତ ଉପର ଦେଇ ଉଡିବେ ନାହିଁ । ଆଫଗାନିସ୍ତାନ ଏବେ ତାଲିବାନ ଆଇନ୍ ଅନୁସାରେ ଚାଲୁଛି । ଏଣୁ ତାଲିବାନ ଯଦି ନିଜ ଯୋଦ୍ଧାଙ୍କୁ ପାଇଲଟ୍ ଲାଇସେନ୍ସ ଦେଇଛି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami