ପ୍ରଥମ ଥର ଆୟକର ରିଟର୍ଣ୍ଣ ଦାଖଲ କରିବେ କି,10 ବିନ୍ଦୁରେ ଜାଣନ୍ତୁ କେମିତି ଭରିବେ ଆଇଟି ରିଟର୍ଣ୍ଣ

Above Post Content

ଆୟକର ରିଟର୍ଣ୍ଣ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି ଜୁଲାଇ 31 ତାରିଖ। ଯେଉଁ କରଦାତ୍ତାଙ୍କୁ ନିଜ ଖାତାର ଅଡ଼ିଟ୍ କରାଇବା ଆବଶ୍ୟକ ନଥାଏ ସେମାନଙ୍କୁ ଏହି ତାରିଖ ସୁଧା ନିଜ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ତେଣୁ ଦରମା ପାଉଥିବା ଚାକିରିଆ ଆୟକରଦାତ୍ତାଙ୍କୁ ଏହି ତାରିଖ ସୁଧା ଟ୍ଯାକ୍ସ ଦାଖଲ କରିବାକୁ ପଡ଼ିଥାଏ। ଯଦି ଆପଣ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆମେ ଆପଣଙ୍କୁ ଅନଲାଇନ୍ ଆୟକର ରିଟର୍ଣ୍ଣ ଦାଖଲ କରିବାର ସହଜ ଉପାୟ ବାବଦରେ ଜଣାଇବୁ। ଆସନ୍ତୁ 10 ବିନ୍ଦୁରେ ଜାଣିବା କେମିତି ଆପଣ ସହଜରେ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ।

Middle post content
  1. କର ରିହାତି ପାଇଁ ଫର୍ମ 16 ଓ ନିବେଶର ପ୍ରମାଣ ଯେମିତି ମହତ୍ୱପୂର୍ଣ୍ଣ ଦସ୍ତାବିଜକୁ ପ୍ରସ୍ତୁତ ରଖନ୍ତୁ। ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ପାଖରେ ସବୁ ସାଲାରି ସ୍ଲିପ୍,ଫର୍ମ 26ଏଏସ୍ ଥିବ,ଯାହା ଆପଣଙ୍କ ମୋଟ ଆୟର ସଠିକ ହିସାବ କରିବା ଓ ରିହାତି ଦାବି ପାଇଁ ଗୁରୁତ୍ୱପୂ୍ର୍ଣ୍ଣ ହୋଇଥାଏ।
  2. ଆପଣଙ୍କ ନିଯୁକ୍ତିଦାତ୍ତା ପ୍ରତିବର୍ଷ ଜୁନ୍ 15 ସୁଧା ଫର୍ମ 16 ଦେଇଥାନ୍ତି। ଏହା ସେହି ଆର୍ଥିକ ବର୍ଷ ପାଇଁ ଆପଣଙ୍କ କରଯୋଗ୍ଯ ଆୟର ପ୍ରମ୍ମୁଖ ଦସ୍ତାବିଜ ପ୍ରମାଣ। ଏଥିରେ ଆପଣଙ୍କ ବାର୍ଷିକ ଆୟ,କର ଯୋଗ୍ଯ ଓ କର ରିହାତି ଭତ୍ତା ବାବଦରେ ବିବରଣୀ ଥାଏ। ଫର୍ମ 26ଏଏସ୍ ଆପଣଙ୍କ ଆୟ ଓ ଆପଣଙ୍କୁ କରାଯାଇଥିବା ପେମେଣ୍ଟ୍ ସ୍ରୋତ ଉପରେ କଟାଯାଇଥିବା ଟିଡିଏସର ବିବରଣୀ ସାମିଲ ଥାଏ।କରଦାତ୍ତା ଆଧିକାରିକ ଇ-ଫାଇଲିଂ ୱେବସାଇଟରୁ ଫର୍ମ 26ଏଏସ୍ ଡାଉନଲୋଡ୍ କରିପାରିବେ।
  3. ବାର୍ଷିକ ସୂଚନା ବିବରଣ (AIS) ରେ ସୁଧ,ଲାଭଂଶ,ପ୍ରତିଭୂତି ଲେଣଦେଣ,ମ୍ଯୁଚୁଆଲ ଫଣ୍ଡ୍ ଲେଣଦେଣ,ବିଦେଶୀ ମୁଦ୍ରା କରାବାର ଆଦିର ବିବରଣୀ ଥାଏ।ଯଦି କୌଣସି କରଦାତ୍ତା ପ୍ରିଫିଲ୍ ବିକଳ୍ପ ବାଛନ୍ତି ତେବେ ଏଆଇଏସରୁ ତଥ୍ଯ ଆୟକର ରିଟର୍ଣ୍ଣ ଫର୍ମରେ ଭରାଯାଏ।
  4. ନିଜ କର ଯୋଗ୍ଯ ଆୟ ଜାଣିବା ପାଇଁ ସବୁବେଳେ ନିଜ କର ସଂଚୟ ରିହାତିକୁ ନିଜ ମୋଟ ଆୟ(ଯେଉଁଥିରେ ଦରମା ଓ ଅନ୍ୟ ସ୍ରୋତରୁ ଆୟ ସାମିଲ ଥାଏ)ହଟାଇ ଦିଅନ୍ତୁ।
  5. 80C ଅନ୍ତର୍ଗତରେ ଉପଲବ୍ଧ ବିଭିନ୍ନ ରିହାତିର ଲାଭ ଉଠାଇ ପାରିବେ(ଜୀବନ ବୀମା ପଲିସି,ଇପିଏଫ୍,ରାଷ୍ଟ୍ରୀୟ ସଂଚୟ ପତ୍ର,ଡାକଘର ଜମା ଯୋଜନା ଓ ବରିଷ୍ଠ ନାକରିକ ସଂଚୟ ଯୋଜନା)
  6. ଧାରା 80C ଅନ୍ତର୍ଗତରେ ଦେଢ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଜୀବନ ବୀମା ପଲିସି ଉପରେ କର ଲାଭ ପାଇ ପାରିବେ। ଧାରା 80ଡି ଅନ୍ତର୍ଗତରେ 75 ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ଯ ବୀମା ପ୍ରିମିୟମ ଉପରେ ଛାଡ଼ ମିଳିଥାଏ। ଦାନ ମଧ୍ଯ ଆୟକର ଅଧିନିୟମ 1961ର ଧାରା 80ଜି ଅନ୍ତର୍ଗତରେ ଛାଡ଼ ଯୋଗ୍ଯ।
  7. ଆୟକର ସ୍ଲାବ- ନିଜ ଆୟ ସୀମା ସୁନିଶ୍ଚିତ କରିବା ମହତ୍ୱପୂର୍ଣ୍ଣ ହୋଇଥାଏ। ସରକାର ପ୍ରତିବର୍ଷ ଆୟକର ସ୍ଲାବର ଘୋଷଣା କରିଥାନ୍ତି। ବର୍ତ୍ତମାନରେ ଏଥିରେ ଦୁଇଟି ରେଜିମ୍ ସାମିଲ ଅଛି। ନୂଆ ଓ ପୂରୁଣା। ଏହି ଦୁଇ ବ୍ଯବସ୍ଥା କର ଲାଭ ପ୍ରଦାନ କରିଥାଏ। ବ୍ଯକ୍ତିଙ୍କ ପାଇଁ ସ୍ଲାବ୍ ସେମାନଙ୍କ ଆୟର ଆଧାର ହୋଇଥାଏ।
  8. ସର୍ବଦା ନିଜ ନିଯୁକ୍ତିଦାତ୍ତା ଦ୍ୱାରା କଟାଯାଇଥିବା ଟ୍ୟାକ୍ସକୁ ଫର୍ମ 26ଏଏସ୍ ରେ ଦିଆଯାଇଥିବା ବିବରଣୀ ସହିତ କ୍ରସଚେକ୍ କରନ୍ତୁ। ସୁନିଶ୍ଚିତ କରନ୍ତୁ ଯେପରି କୌଣସି ବିସଙ୍ଗତି ରହିବ ନାହିଁ। ଯଦି କିଛି ଆବଶ୍ୟକ ହୁଏ ତେବେ ସୁଧାର ପାଇଁ ନିଜ ନିଯୁକ୍ତିଦାତ୍ତାଙ୍କୁ ଯୋଗାଯୋଗ କରନ୍ତୁ।ଅନଲାଇନ୍ ଟ୍ଯାକ୍ସ ଫାଇଲିଂ ପ୍ଲାଟଫର୍ମ କିମ୍ବା ଇ-ଫାଇଲିଂ ପୋର୍ଟାଲର ଉପଯୋଗ କରନ୍ତୁ। ଏହି ପ୍ଲାଟଫର୍ମ ପ୍ରକ୍ରିୟାକୁ ସହଜ କରନ୍ତି।
  9. ଅନଲାଇନ୍ ଟ୍ଯାକ୍ସ ଫାଇଲିଂ ପ୍ଲାଟଫର୍ମ କିମ୍ବା ଇ-ଫାଇଲିଂ ପୋର୍ଟାଲର ଉପଯୋଗ କରନ୍ତୁ। ଏହି ପ୍ଲାଟଫର୍ମ ପ୍ରକ୍ରିୟାକୁ ସହଜ କରନ୍ତି।
  10. ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ରହିଛି। ରିଟର୍ଣ୍ଣର ଇଫାଇଲିଂ ପାଇଁ https://www.incometax.gov.in/iec/foportal ଲଗ୍ ଇନ୍ କରନ୍ତୁ।
Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami