E-RuPI କ’ଣ ?

Above Post Content

ବିନା ଇଣ୍ଟରନେଟ୍ ଓ ସ୍ମାର୍ଟଫୋନରେ ବି ହୋଇପାରିବ ଟଙ୍କା ଟ୍ରାନ୍ସଫର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨ ତାରିଖ ଦିନ ଏକ ଡିଜିଟାଲ ପେମେଣ୍ଟ୍ ସଲ୍ୟୁସନ୍ ଲଂଚ୍ କରିଛନ୍ତି । ଯାହାର ନାମ ହେଉଛି ଇ-RUPI. ଏହା ହେଉଛି ଡିଜିଟାଲ କ୍ରାନ୍ତି ପଥରେ ଆଉ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଯୋଗୁ ବର୍ତ୍ତମାନ କେହି ମଧ୍ୟ ଅନଲାଇନ୍ ପେମେଣ୍ଟ୍ କରିପାରିବେ । ଇ-RUPIର ବିଶେଷତା ହେଉଛି ଯେ, ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ କିମ୍ବା ସ୍ମାର୍ଟଫୋନର ଆବଶ୍ୟକତା ପଡିବ ନାହିଁ । ଫୋନ୍ ସ୍ମାର୍ଟ ଫୋନ୍ ନହୋଇଥିଲେ କିମ୍ବା ଇଣ୍ଟରନେଟ୍ ନଥିଲେ ମଧ୍ୟ ଆପଣ ପେମେଣ୍ଟ୍ କରି ପାରିବେ ।

After 2nd paragraph post ads

ଆସନ୍ତୁ ଜାଣିବା କେମିତି ଆପଣ ଇ-ରୂପିର ଫାଇଦା ଉଠାଇ ପାରିବେ । କେମିତି ଏହାଦ୍ୱାରା ପେମେଣ୍ଟ କରିବେ ।

E-RUPI କ’ଣ?

Middle post content

E-RUPI ପେମେଣ୍ଟକୁ ନେଇ ଏବେ ସବିଶେଷ ବିବରଣୀ ମିଳିନାହିଁ । କିନ୍ତୁ ଯେତିକି ସୂଚନା ମିଳିଛି ତା’ ଅନୁସାରେ ଇ-ରୂପି ଡିଜିଟାଲ ଦେଣନେଣ ପାଇଁ ଏକ କ୍ୟାସଲେସ୍ ଓ କଣ୍ଟାକ୍ଟଲେସ୍ ସାଧନ । କୁହାଯାଉଛି ଯେ, ଏହା ଜରିଆରେ ଏସଏମଏସ ଜରିଆରେ ପେମେଣ୍ଟ୍ ହୋଇ ପାରିବ । ଏମିତିରେ ଆପଣ ପରସ୍ପରକୁ ଏସଏମଏସ ରୂପରେ ଭାଉଚର ପଠାଇ ପାରିବେ ଓ ଭାଉଚରକୁ ପ୍ରାପ୍ତକର୍ତ୍ତା ବିନା କୌଣସି ଇଣ୍ଟରନେଟ ଓ ସ୍ମାର୍ଟଫୋନ ଜରିଆରେ ସେହି ଭାଉଚରର ଟଙ୍କାକୁ ନିଜ ବ୍ୟଙ୍କ ଖାତାକୁ ଟ୍ରାନସଫର କରି ପାରିବେ ।

ଏହା ଏକ ପ୍ରକାର ଅନଲାଇନ ଚେକ ଭଳି ବୋଲି କୁହାଯାଉଛି । ଯେଉଁଥିରେ ଆପଣ ଭାଉଚର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଆମାଉଣ୍ଟ ଭାବେ ପଠାନ୍ତି । ଯାହାକୁ ପାଇଥିବା ବ୍ୟକ୍ତି ବ୍ୟାଙ୍କରେ ପଂଜିକୃତ ନିଜ ମୋବାଇଲ ମାଧ୍ୟମରେ ଭଙ୍ଗାଇ ପାରିବେ ବା ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନସଫର କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ସେହି ନମ୍ବରର ଉପଯୋଗ କରିବାକୁ ପଡିବ ଯାହାକୁ ସେ ବ୍ୟାଙ୍କରେ ପଂଜିକୃତ କରିଥିବେ ।

ନ୍ୟାସନାଲ ପେମେଣ୍ଟ୍ କରପୋରେସନ୍ ଅଫ୍ ଇଣ୍ଡିଆ ଏହାକୁ ନିଜ ୟୁପିଆଇ ପ୍ଲାଟଫର୍ମରେ ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ବିକଶିତ କରିଛି । କୁହାଯାଉଛି ଯେ, ବର୍ତ୍ତମାନ ଏହାକୁ ସରକାରୀ ସବସିଡି କିମ୍ବା ଯୋଜନାର ଲାଭ ଉଠାଇବା ପାଇଁ ବ୍ୟବହାର କରାଯିବ ।

ଏହା ପ୍ରି-ପେଡ୍ ହେବ । ଏହା ଦ୍ୱାରା ସିଧା ପ୍ରାପ୍ତକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ହେବ । ସରକାର ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ପାରଦର୍ଶୀ ଓ ଲିକ୍ ପ୍ରୁଫ୍ କରିବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି । ମା’ ଓ ଶିଶୁ କଲ୍ୟାଣ ଯୋଜନା କ୍ରମରେ ଔଶଧ ଓ ପୃଷିକାରକ ସେବା ତଥା ଅନ୍ୟ ସବସିଡି ସ୍କିମର ଲାଭ ହିତାଧିକାରୀଙ୍କୁ ସିଧାସଳଖ ଯୋଗାଇ ଦେବାକୁ ଏହାକୁ ବ୍ୟବହାର କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami