ପ୍ରଥମ ଥର ୭୦ ଟପିଲା ସୁନା ମୂଲ୍ୟ

Above Post Content

ନୂଆଦିଲ୍ଲୀ: ୭୦ ହଜାର ଟଙ୍କା ପାର ହେଲା ସୁନା ମୂଲ୍ୟ । ନୂତନ ଆର୍ôଥକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି । ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି । ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ଟିପିଛି । ଏପ୍ରିଲ ୪ ବୁଧବାର ଦିନ, ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି । ସୁନା ପ୍ରଥମ ଥର ପାଇଁ ୭୦ ହଜାର ଟଙ୍କା ଉଚ୍ଚ ସ୍ତରକୁ ଛୁଇଁଛି ।

Middle post content

ରୂପା କେଜି ୭୯,୭୦୦ ଟଙ୍କା

After 2nd paragraph post ads

ଆଜି ସୁନା ୩୭୨ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୭୦,୧୫୦ ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ୬୯,୭୭୮ ଟଙ୍କା ବନ୍ଦ ହୋଇଯାଇଥିଲା । ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି । ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି । ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ଥିଲା । କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଉଛି । ସାରା ବିଶ୍ୱରେ ଅନିଶ୍ଚିତତା ସମୟରେ ଲୋକମାନେ ସୁନା ଓ ରୂପା ଭଳି ଦ୍ରବ୍ୟରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି । ବିଶ୍ୱ ବଜାରରେ ସୁନା ବୁଧବାର ୦.୦୫ ପ୍ରତିଶତ ବୃଦ୍ଧି ହୋଇ ଅନ୍ସ ପିଛା ୨୨୯୮.୭୪ ଡଲାରରେ ପହଞ୍ଚିଛି । ଗତକାଲି ତୁଳନାରେ ରୂପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami