କେଉଁ ରାଜ୍ଯର ଲୋକ ଔଶଧରେ କରୁଛନ୍ତି ଅଧିକ ଖର୍ଚ୍ଚ

Above Post Content

ଥଣ୍ଡା,ଜର କିମ୍ବା ଅନ୍ୟ କୌଣସି ରୋଗ ହେଉ ଭାରତୀୟମାନେ ପୂର୍ବ ଅପେକ୍ଷା ନିଜ ସ୍ୱାସ୍ଥ୍ଯକୁ ନେଇ ଅଧିକ ଜାଗ୍ରୁତ ହୋଇଛନ୍ତି। ଏକ ତାଜା ରିପୋର୍ଟ ଅନୁସାରେ 9 କୋଟି ଭାରତୀୟ ପ୍ରତି ମାସରେ ନିଜ ଖର୍ଚ୍ଚର 10 ପ୍ରତିଶତ ସ୍ୱାସ୍ଥ୍ଯ ସେବାରେ ଖର୍ଚ୍ଚ କରୁଛନ୍ତି। ଅନ୍ଯ ପକ୍ଷରେ ଦେଶର 3 କୋଟି ପରିବାର ନିଜ ଆୟର 25 ପ୍ରତିଶତ ଔଶଧରେ ଖର୍ଚ୍ଚ କରୁଛନ୍ତି। ଏହି ରିପୋର୍ଟ ଅନୁସାରେ ଲୋକ ପୂର୍ବ ଅପେକ୍ଷା ସ୍ୱାସ୍ଥ୍ଯ ସେବାରେ ଅଧିକ ଖର୍ଚ୍ଚ କରୁଛନ୍ତି 2017-18 ତୁଳନାରେ 2022-23ରେ ଔଶଧ ଖର୍ଚ୍ଚ ବଢିଛି।

ତଥ୍ଯରୁ ଜାଣନ୍ତୁ ପୁରା ମାମଲା

After 2nd paragraph post ads
Middle post content

ପ୍ରଗତି ରିପୋର୍ଟ ଅନୁସାରେ ଯେଉଁ ପରିବାର ସ୍ୱାସ୍ଥ୍ଯ ସେବାରେ 10 ପ୍ରତିଶତରୁ ଅଧିକ ଖର୍ଚ କରୁଛନ୍ତି ସେମାନଙ୍କ ଅନୁପାତ 4.5 ପ୍ରତିଶତରୁ 6.7 ପ୍ରତିଶତ ହୋଇଛି। ଅନ୍ଯପକ୍ଷରେ ସ୍ୱାସ୍ଥ୍ଯ ପାଇଁ ଆୟର 25 ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଥିବା ପରିବାର ଅନୁପାତ 1.6 ପ୍ରତିଶତରୁ ବଢି 2.3 ପ୍ରତିଶତ ହୋଇଛି। 2022-23ରେ ସ୍ୱାସ୍ଥ୍ଯରେ ଘରୋଇ ଖର୍ଚ୍ଚର 10 ପ୍ରତିଶତ ବା 25 ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଥିବା ଲୋକଙ୍କ ଅଧିକ ଅନୁପାତ କେରଳରେ ଥିଲାକେରଳରେ ଏହା ଯଥାକ୍ରମେ 16 ପ୍ରତିଶତ ଓ 6 ପ୍ରତିଶତ ଥିବାବେଳେ କେରଳ ପରେ ଦ୍ୱିତୀୟ ସ୍ଥାନରେ ଅଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଏହା କ୍ରମଶଃ 9 ପ୍ରତିଶତ ଓ 3 ପ୍ରତିଶତ ଥିଲା। ଏହି ଅବଧିରେ ତେଲେଙ୍ଗାନା ଓ ଓଡ଼ିଶାରେ ମଧ୍ଯ ଏଭଳି ପରିବାରର ସଂଖ୍ଯା ବଢିଛି

ସଭା ଆଗରେ ଉତ୍ତର ପ୍ରଦେଶ

ଜାତୀୟ ସ୍ୱାସ୍ଥ୍ଯ ଲେଖା 2019-20 ଅନୁସାରେ କେରଳରେ ମୋଟ ସ୍ୱାସ୍ଥ୍ଯ ଖର୍ଚ୍ଚ(68 ପ୍ରତିଶତ) ଅନୁପାତ ରୂପରେ ପକେଟ୍ ଖର୍ଚ୍ଚ ଦ୍ୱିତୀୟ ସର୍ବାଧିକ ଥିଲାଉତ୍ତରପ୍ରଦେଶରେ ପ୍ରଥମ ନମ୍ବର ସ୍ୱାସ୍ଥ୍ଯ ଖର୍ଚ୍ଚ (72ପ୍ରତିଶତ) ରହିଥିଲା। ଉତ୍ତର ପ୍ରଦେଶ ଦେଶର ସେହି 5 ରାଜ୍ଯ ମଧ୍ଯରୁ ଗୋଟିଏ ଯେଉଁଠି ସ୍ୱାସ୍ଥ୍ଯ ପାଇଁ ଆୟର 10% ବା 25 ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଥିବା ପରିବାରଙ୍କ ଅନୁପାତ ସବୁଠାରୁ ଅଧିକ। ନିତୀ ଆୟୋଗ ଜୁନ୍ 2021ରେ ଅନୁମାନ କରିଥିଲେ ଯେ, ଦେଶର ଅତିକମରେ 40 କୋଟି ନାଗରିକ ବା 30 ପ୍ରତିଶତ ଜନସଂଖ୍ଯା ପାଖରେ ସ୍ୱାସ୍ଥ୍ଯ ପାଇଁ କୌଣସି ଆର୍ଥିକ ସୁରକ୍ଷା ନାହିଁ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami