ମହଙ୍ଗା ମାଡରେ ଆହତ ଉପଭୋକ୍ତା

Above Post Content

ତିନି ମାସରେ ନିତିଦିନିଆ ବ୍ୟବହାର୍ଯ୍ୟ ପଦାର୍ଥ ମୂଲ୍ୟରେ ୪୦ ପ୍ରତିଶ ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହିତ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବ୍ୟାପକ ଭାବେ ବଢିଛି । ଏକ ହିସାବ ଅନୁସାରେ ଗତ ତିନି ମାସ ଭିତରେ ଦୈନନ୍ଦିନ ବ୍ୟବହାରରେ ଆସୁଥିବା ସାମଗ୍ରୀ ମୁଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସାମଗ୍ରୀ ଭିତରେ ଅଛନ୍ତି ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଖାଦ୍ୟ ସାମଗ୍ରୀ । ସାବୁନ, ଶାମ୍ପୁ, ଟୁଥପେଷ୍ଟ ବ୍ୟତିତ ୱାସିଂ ପାଉଡର, ଚା’, ଖାଇବା ତେଲ, କ୍ୟାଚପ୍, ଜାମ୍, ନୁଡୁଲ୍ସ,ଶିଶୁଖାଦ୍ୟର ଦାମ ମଧ୍ୟ ବଢିଛି ।

After 2nd paragraph post ads

ଏଣେ ଅମୁଲ ମଧ୍ୟ ତା’ର ଖିର ଦାମ ବଢାଇ ଦେଇଛି । ଦିଲ୍ଲୀ ସହିତ ଅହମ୍ମଦାବାଦ ଓ ଗୁଜୁରାଟର ସୌରାଷ୍ଟ୍ର ଅଂଚଳରେ ଅମୁଳ ଖିର ଲିଟର ପିଛା ୨ଟଙ୍କା ବଢିଛି । ଏହି ଦୁଇଟଙ୍କା ବୃଦ୍ଧି ପାଇଁ ଏମଆରପିରେ ଚାରି ପ୍ରତିଶତ ବୃଦ୍ଧି ହୋଇଥାଏ । ଗତ ଦେଢ ବର୍ଷ ମଧ୍ୟରେ ଅମୁଲ ତାର ଖିର ମୁଲ୍ୟ ବଢାଇ ନଥିଲା । ଦେଢ ବର୍ଷ ମଧ୍ୟରେ ପ୍ରଥମ ଥରପାଇଁ ଖିର ମୁଲ୍ୟ ବୃଦ୍ଧି ହୋଇଛି ।

LPGସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି

Middle post content

ସରକାରୀ ତୈଳ କମ୍ପାନୀ ଘରୋଇ ରୋଷେଇ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୨୫ ଟଙ୍କା ବଢାଇ ଦେଇଛନ୍ତି । ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୮୩୪ ଟଙ୍କା ଥିବା ବେଳେ ଓଡ଼ିଶାରେ ୮୫୦ ଟଙ୍କା ରହିଛି । ଅନ୍ୟପକ୍ଷରେ କୋଲକତାରେ ସିଲିଣ୍ଡର ମୁଲ୍ୟ ୮୬୧ ଟଙ୍କା ହୋଇଛି । ସେହିଭଳି ମୁମ୍ବାଇ ଓ ଚେନ୍ନାଇରେ ସିଲିଣ୍ଡର ମୂଲ୍ୟ ଯଥାକ୍ରମେ ୮୩୪ ଓ ୮୫୦ ଟଙ୍କା ରହିଛି ।

ଏସି, ଟିଭି, ଫ୍ରିଜ୍, କୁଲର ଆହୁରି ମହଙ୍ଗା ହେବ

ଘରେ ବ୍ୟବହାର ହେଉଥିବା ଇଲେକଟ୍ରୋନିକ୍ ସାମଗ୍ରୀର ମୁଲ୍ୟ ମଧ୍ୟ ଆଗକୁ ବଢିବାକୁ ଯାଉଛି । ଲକଡାଉନ୍ କାରଣରୁ ଦେଶରେ ଫ୍ୟାକ୍ଟ୍ରି ବନ୍ଦ ଅଛି । ତେଣୁ ଏହି ସାମଗ୍ରୀର ଉତ୍ପାଦନ ବନ୍ଦ ଥିଲା । ଲକଡାଉନ କାଳରେ ତମ୍ବା ଉତ୍ପାଦନ ବନ୍ଦ ଥିଲା । ତେବେ ଚାହିଦା ବଢିବା କାରଣରୁ ତମ୍ବା ମୂଲ୍ୟ ବଢିଯାଇଛି । ଏହି କାରଣରୁ ଟିଭି, ଫ୍ରିଜ୍, କୁଲର ଭଳି ସାମଗ୍ରୀର ଦାମ ବଢିବ । ଏହି ସବୁ ସାମଗ୍ରୀରେ କଏଲ ଲାଗିଥାଏ, ଯେଉଁଥିରେ ତମ୍ବା ବ୍ୟବହାର ହୁଏ । ତେଣୁ ମୂଲ୍ୟ ବୃଦ୍ଧି ହେବା ପକ୍କା ।

ସୋରିଷ ତେଲ ଦାମ ବୃଦ୍ଧି

ଦେଶରେ ଖାଇବା ତେଲ ଦାମ ଗତ ତିନି ମାସରେ ଅତ୍ୟଧିକ ବଢିଛିସୋରିଷ ତେଲ ଏବେ ଲିଟର ପିଛା ୨ଶହ ଟଙ୍କାରେ ପହଂଚିଲାଣି । ସେହିଭଳି ରାଇସ ବ୍ରାନ୍ ଓ ଅନ୍ୟ ତେଲ ଦାମ ମଧ୍ୟ ବଢିଛି । ତେବେ ସରକାର ଖାଇବା ତେଲ ଦାମ କମାଇବା ପାଇଁ କିଛିଟା ଉଦ୍ୟମ କରିଛନ୍ତି । ଅଶୋଧିତ ପାମ୍ ଅଏଲ ଆମଦାନୀ ଉପରେ ଶୁଳ୍କକୁ କେନ୍ଦ୍ର ୫ ପ୍ରତିଶତ ହ୍ରାସ କରିଛି । ଫଳରେ ରିଫାଇନଡ୍ ପାମୋଲିନ୍ ଅଏଲ କୁଇଣ୍ଟାଲ ପିଛା ୨୫୦ ଟଙ୍କା କମିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami