କେମିତି ଶିକ୍ଷା ଲୋନ୍ ପାଇଁ ଆବେଦନ କରିବେ ? ଶିକ୍ଷା ଲୋନ୍ ନେବା ପୂର୍ବରୁ କେଉଁ ସବୁ ବିଶୟକୁ ଧ୍ୟାନରେ ରଖିବା ଆବଶ୍ୟକ ?

Above Post Content

ଶିକ୍ଷା ଓ ସୂଚନା ହିଁ ଅସ୍ତ୍ରଶିକ୍ଷା ଜୀବନର ମାନ ବଢାଇଥାଏ ଶିକ୍ଷା,ଦାରିଦ୍ର୍ୟରୁ ଉପରକୁ ଉଠିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆଧୁନିକ ସମୟରେ ଶିକ୍ଷା ବ୍ୟୟସାପେକ୍ଷ ହୋଇଗଲାଣି । କୌଣସି ଭଲ କୋର୍ସ କରିବାକୁ ଅଧିକ ଟଙ୍କାର ଆବଶ୍ୟକ ହୋଇଥାଏ । ଅନେକ ଅଭିଭାବକ ଚାହିଁକରି ମଧ୍ୟ ନିଜ ପିଲାଙ୍କୁ ଭଲ କଲେଜ୍ କିମ୍ବା ଡିଗ୍ରି ଦେଇ ପାରନ୍ତି ନାହିଁ । ଯାହାର ଗୋଟିଏ କାରଣ ହେଉଛି ଅର୍ଥର ଅଭାବ । ତେବେ ଏବେ ବିଭିନ୍ନ ବ୍ୟାଙ୍କ ଶିକ୍ଷା ଲୋନ୍ ଦେଉଛନ୍ତି । ଯାହା ଅନେକ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରୁଛି । କିନ୍ତୁ ଶିକ୍ଷା ଲୋନ୍ ନେବା ପୂର୍ବରୁ କିଛି କଥାକୁ ମନେ ରଖିବାକୁ ହେବ । ଏହା ସହିତ ଆବେଦନର ତରିକା ମଧ୍ୟ ଜାଣିବାକୁ ହେବ । ଆସନ୍ତୁ ଜାଣିବା କେମିତି ନେବେ ଶିକ୍ଷା ଲୋନ୍ ଓ କ’ଣ ଭୁଲ କରିବେ ନାହିଁ

ଲୋନ୍ ମିଳୁଛି ବୋଲି ଆଖିବୁଜି କୋର୍ସ କରନ୍ତୁ ନାହିଁ

After 2nd paragraph post ads

ଅନେକ ସମୟରେ ଦେଖିବାକୁ ମିଳେ ଯେ, ଋଚି ନଥିଲେ ମଧ୍ୟ ସହଜରେ ଲୋନ୍ ମିଳୁଥିବାରୁ ଅନେକ ବିଦ୍ୟାର୍ଥୀ ଗୋଟିଏ କୋର୍ସ ପାଇଁ ଶିକ୍ଷା ଲୋନ୍ ନେଇଥାନ୍ତି । କିନ୍ତୁ ଏହା ଏକ ମାରାତ୍ମକ ଭୁଲ । କୌଣସି କୋର୍ସ ପାଇଁ ଲୋନ୍ ମିଳୁଛି ବୋଲି ସେହି କୋର୍ସ କରନ୍ତୁ ନାହିଁ କିମ୍ବା ନିଜ ଶିକ୍ଷାଗତ ଯୋଗ୍ୟତାରେ ଅଧିକ ଡିଗ୍ରୀ ଯୋଗ କରିବା ପାଇଁ ଲୋନ୍ ନିଅନ୍ତୁ ନାହିଁ,କାରଣ ଡିଗ୍ରୀ ଚାକିରୀ ମିଳିବାର ଗ୍ୟାରେଣ୍ଟି ନୁହେଁ ।ଆଜିର

ସମୟରେ ଶିକ୍ଷା ଖର୍ଚ୍ଚ ବହୁତ ଅଧିକ ହୋଇଗଲାଣି । ସାଧାରଣ ପ୍ରାଇଭେଟ୍ ସ୍କୁଲ ଫିସ୍ ମଧ୍ୟ ମାସିକ କେଇ ହଜାର ଟଙ୍କା ହୋଇଥାଏ । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପୁରା ହେବା ବେଳେକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଏମିତିରେ ଆପଣ ଯଦି ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଆଗରୁ ପ୍ଲାନିଂ କରି ନାହାନ୍ତି ତ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ

ପ୍ଲାନିଂ ଜରୁରୀ

ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ଯେ, ପିଲାଙ୍କ ଜନ୍ମଦିନରୁ ହିଁ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଯୋଜନା ତିଆରି କରିବାକୁ ପଡିବ୧୮ ବର୍ଷ ବୟସରେ ଗ୍ରାଜୁଏସନ ଓ ୨୧ ବର୍ଷ ବୟସରେ ହାୟର ଏଜୁକେସନ୍ ସରିଥାଏ । ସେହି ସମୟ ପର୍ଯ୍ୟନ୍ତ ସଂଚୟ କରିବା ଦ୍ୱାରା ଫଣ୍ଡ୍ ବୃଦ୍ଧି ପାଇଥାଏ । ଏହାସହ ଉଚ୍ଚଶିକ୍ଷା ପାଇଁ ଯଦି ଫଣ୍ଡ୍ କମ ପଡେ ତେବେ ଏଜୁକେଶନ ଲୋନ୍ ଏମିତିରେ ଉପଲବ୍ଧ ରହିଛି ।

Middle post content

କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଯଦି କୌଣସି ଛାତ୍ର ଏଜୁକେଶନ ଲୋନ୍ ନେଉଛନ୍ତି ତେବେ ତାଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିବ । ଏହାଦ୍ୱାରା ସେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଯେମିତିକି ଅଧିକ ଡିଗ୍ରୀ ନେଲେ ଚାକିରୀ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ କୋର୍ସର ଚୟନ ସଠିକ ଭାବେ କରନ୍ତୁ ଲୋନ୍ ସୀମା ନିର୍ଧାରିତ କରନ୍ତୁ । ଆଗାମୀ ଦିନରେ ଆପଣଙ୍କୁ ଭଲ ଚାକିରୀ ମିଳିବ ଓ ଭଲ ଦରମା ପାଇବେ,ତା’ପରେ ସୁବିଧାରେ ଲୋନ୍ ଶୁଝିବେ,ଏହି ଭ୍ରମରେ ରୁହନ୍ତୁ ନାହିଁ । ଏଭଳି ଭ୍ରମକୁ ଧରି କେବେ ମଧ୍ୟ ଲୋନ୍ ନିଅନ୍ତୁ ନାହିଁ ।

କୋର୍ସ ପାଇଁ ଲୋନ୍ ମିଳୁଛି ବୋଲି ଲୋନ୍ ନିଅନ୍ତୁ ନାହିଁ

ଏଜୁକେସନ୍ ଲୋନ୍ ନେଉଛନ୍ତି ଯଦି ଏହି କଥାକୁ ଧ୍ୟାନରେ ରଖନ୍ତୁ ଯେ, ଗୋଟିଏ କୋର୍ସ ପାଇଁ ସହଜରେ ଲୋନ୍ ମିଳୁଛି ବୋଲି ଲୋନ୍ କରି ସେହି କୋର୍ସ କରନ୍ତୁ ନାହିଁ । କୋର୍ସର ଚୟନ ନିଜ ପସନ୍ଦ ଅନୁସାର କରନ୍ତୁ । ଏହାସହ ଆଡମିଶନ୍ ପୂର୍ବରୁ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ବାବଦରେ ତଥ୍ୟ ସଂଗ୍ରହ କରନ୍ତୁ ।

ଗୋଟିଏ ଲୋନ୍ ପୁରା ହେବା ପୂର୍ବରୁ ଆଉ ଗୋଟିଏ ଲୋନ୍ ନିଅନ୍ତୁ ନାହିଁ

ଅନେକ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ଯେ, ଯେପର୍ଯ୍ୟନ୍ତ ଗୋଟିଏ ଏଜୁକେଶନ୍ ଲୋନ୍ ପୁରା ହୋଇନି ସେପର୍ଯ୍ୟନ୍ତ ଆଉ ଗୋଟିଏ ଶିକ୍ଷା ଲୋନ୍ ନିଅନ୍ତୁ ନାହିଁ । ଜଣେ ଅଭିଭାବକ ନିଜ ରିଟାୟରମେଣ୍ଟ୍ ବାବଦର ଅଧିକ ଭାବିବା ଉଚିତ ନା ପିଲାଙ୍କ ଶିକ୍ଷା ବାବଦରେ ? ଏସମ୍ପର୍କରେ ଆର୍ଥିକ ବିଶେଷଜ୍ଞଙ୍କ କହିବା ହେଉଛି ପିଲାଙ୍କ ନାମରେ ସହଜରେ ଏଜୁକେଶନ ଲୋନ୍ ମିଳିଯାଇଥାଏ । କିନ୍ତୁ ରିଟାୟରମେଣ୍ଟ ପାଇଁ ଲୋନ୍ ମିଳିନଥାଏ । ତେଣୁ ଅଭିଭାବକଙ୍କୁ ରିଟାୟରମେଣ୍ଟ ପ୍ଲାନିଂ ବାବଦରେ ଅଧିକ ଧ୍ୟାନ ଦେବାକୁ ପଡିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami