ପେନସନ୍ ଧାରକଙ୍କ ପାଇଁ ବଡ଼ ଖବର, କରୋନା ସମୟରେ ବ୍ୟାଙ୍କକୁ ନଯାଇ ବି ଦାଖଲ କରିପାରିବେ ଲାଇଫ୍ ସାର୍ଟିଫିକେଟ୍

Above Post Content

Life Certificate- ପେନସନ୍ ଧାରକଙ୍କୁ ନିଜ ପେନସନ୍ ଜାରି ରଖିବା ପାଁ ପ୍ରତିବର୍ଷ ନିଜ ଲାଇଫ୍ ସାର୍ଟିଫିକେଟ୍ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ଆର୍ଥିକ ସଂସ୍ଥାନଙ୍କ ନିକଟରେ ଦାଖଲ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କୁ ବ୍ୟାଙ୍କକୁ ଯିବାକୁ ପଡିଥାଏ । କିନ୍ତୁ ଏବେ ଘରେ ବସି ମଧ୍ୟ ଜଣେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣ ପତ୍ର ଜମା କରିପାରିବେ । ପେନସନ୍ ଧାରକ ସରକାରୀ ବ୍ୟାଙ୍କ ଓ ପୋଷ୍ଟାଲ ସର୍ଭିସର ଡୋର ଷ୍ଟେପ୍ ସର୍ଭିସର ଫାଇଦା ଉଠାଇ ଘରେ ବସି ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ୩୦ ତାରିଖ ମଧ୍ୟରେ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାକୁ ସମୟ ଦିଆଯାଇଛି । ଏହି ଅବଧି ଭିତରେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଅନ୍ୟପକ୍ଷରେ ୮୦ ବର୍ଷରୁ ଅଧିକ ଆୟୁର ପେନସନ୍ ଧାରକ ଅକ୍ଟୋବର ମାସରୁ ନିଜ ସାର୍ଟିଫିକେଟ୍ ଜମା କରିପାରିବେ ।

ଘରେ ବ୍ୟାଙ୍କିଂ ସୁବିଧା

After 2nd paragraph post ads

ପେନସନ୍ ଧାରକ ୧୨ ସରକାରୀ ବ୍ୟାଙ୍କର ଡୋରଷ୍ଟେପ୍ ସର୍ଭିସର ବ୍ୟବହାର କରି ନିଜ ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ । ଏହି ବ୍ୟାଙ୍କ ଗୁଡିକ ମଧ୍ୟରେ ଅଛନ୍ତି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ପଂଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ । ଏହା ସହିତ ପେନସନ୍ ଧାରକ ମୋବାଇଲ, ୱେବସାଇଟ୍ କିମ୍ବା ଟୋଲ୍ ଫ୍ରି ନମ୍ବରରେ କଲ କରି ସର୍ଭିସ ବୁକ୍ କରିପାରିବେ । ଏଥିରେ ଗୁଗଲ ପ୍ଲେ ଷ୍ଟୋରରୁ ଡୋରଷ୍ଟେପ୍ ବ୍ୟାଙ୍କିଂ ଆପ୍ ଡାଉନ୍ ଲୋଡ୍ କରିବାକୁ ପଡେ । ଏହାପରେ ୱେବସାଇଟ୍ doorstepbanks.com କୁ ଯାଇ ଟୋଲ୍ ଫ୍ରି ନମ୍ବରକୁ କଲ କରିପାରିବେ

Middle post content

ଲାଇଫ୍ ସାର୍ଟିଫିକେଟ୍ ପୋର୍ଟାଲ ଜରିଆରେ

ଏହି ପୋର୍ଟାଲ https://jeevanpramaan.gov.in/ ମାଧ୍ୟମରେ ବି ଆପଣ ନିଜ ଲାଇଫ୍ ସାର୍ଟିଫିକେଟ୍ ଡାଉନ୍ ଲୋଡ୍ କରିପାରିବେ । ଏଥିପାଇଁ ପ୍ରଥମେ ଜୀବନ ପ୍ରମାଣ ପତ୍ର ଆପକୁ ଡାଉନ୍ ଲୋଡ୍ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କ ପାଖରେ ଆଧାର ନମ୍ବର, ବର୍ତ୍ତମାନର ମୋବାଇଲ ନମ୍ବର, ପେନସନ୍ ଟାଇପ୍, ପିପିଓ ନମ୍ବର ଥିବା ଜରୁରୀ । ଏହାପରେ ଆପଣ ଆପ୍ ଦ୍ୱାରା ନିର୍ଦ୍ଦେଶିତ ପଥଦ୍ୱାରା ଘରେ ବସି ଲାଇଫ୍ ସାର୍ଟିଫିକେଟ୍ ଜମା କରିପାରିବେ

ପୋଷ୍ଟମ୍ୟାନ୍ ଜରିଆରେ ଜମା କରିପାରିବେ

୨୦୨୦ ମସିହାରୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହିତ ମିଶି ପୋଷ୍ଟାଲ ଡିପାର୍ଟମେଣ୍ଟ୍ ଘରୁ ଲାଇଫ୍ ସାର୍ଟିଫିକେଟ୍ ସଂଗ୍ରହ କରୁଛି । ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (IPPB) ଓ ନନ୍-IPPB ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami