ଆମେରିକା ଦେଲା ଭାରତକୁ ବଡ଼ ଅଫର,ଚୀନକୁ ଅସନ୍ତୁଷ୍ଟ କରିବ କି ଭାରତ?

Above Post Content

ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ପରେ ପରେ ଜିଓ ପଲିଟିକ୍ସ ବଦଳିଯାଇଛି। ଋଷକୁ ଲଗାମ କସିବାରେ ଆମେରିକା କିଛିଟା ସଫଳ ହୋଇଛି ସତ କିନ୍ତୁ ଚୀନ୍ ଆମେରିକାକୁ ନାକେଦମ କରିସାରିଲାଣିଆମେରିକାର ମିତ୍ର ଦେଶଙ୍କୁ ଧମକ ଦେବା ସହିତ ବିଶ୍ୱ ବଜାର ଉପରେ କବଜା କରି ସୁପରପାୱାର ହେବା ସ୍ୱପ୍ନ ଦେଖୁଥିବା ଚୀନକୁ କାବୁ କରିବା ପାଇଁ ଆମେରିକା ଆଣିଛି ନାଟୋପ୍ଲସ୍।

ଏହି ନାଟୋପ୍ଲସରେ ଯୋଗଦେବା ପାଇଁ ଭାରତକୁ ଅଫର ଦିଆଯାଉ ବୋଲି ଆମେରିକା କଂଗ୍ରେସ ଚାହୁଁଛି । ତେବେ ଆମେରିକା କଂଗ୍ରେସର ଏହି ଭାରତ ପ୍ରୀତି ବାବଦରେ ଜାଣିବା ଆଗରୁ ଆସନ୍ତୁ ଜାଣିବା ନାଟୋ ପ୍ଲସ୍ କଣ ଓ ଏଥିରେ କିଏ କିଏ ଅଛନ୍ତି

After 2nd paragraph post ads
Middle post content

ନାଟୋ ବାବଦରେ ତ ଜାଣିଥିବେଶିତଳ ବିଶ୍ୱଯୁଦ୍ଧ କାଳରେ କମ୍ୟୁନିଷ୍ଟ୍ ସୋଭିଏତ ଋଷ ବିରୋଧରେ ଆମେରିକା ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ ଗଢିଥିଲା। ସଂକ୍ଷେପରେ ଯାହା ହେଉଛି ନାଟୋନାଟୋରେ ସେହି ସବୁ ଦେଶ ଥିଲେ ଯେଉଁମାନେ ସୋଭିଏତ ଋଷର ବିସ୍ତାରବାଦୀ ଚିନ୍ତାଧାରାକୁ ପସନ୍ଦ କରୁନଥିଲେ1990 ଦଶକରେ ସୋଭିଏତ ଋଷର ପତନ ପରେ ଆମେରିକା ବିଶ୍ୱର ଏକ ନମ୍ବର ଶକ୍ତି ବନିଥିଲା।ଏହାର 30 ବର୍ଷ ପର୍ଯ୍ୟନ୍ତ ଆମେରିକାକୁ କେହି ଟକ୍କର ଦେବାକୁ ନଥିଲେଋଷ ତାର ଭୁଷୁଡି ପଡ଼ିଥିବା ଅର୍ଥନୀତିକୁ ସଜାଡୁଥିବା ବେଳେ ଚୀନ୍ ନିଜକୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରୁଥିଲା। 30 ବର୍ଷ ପରେ ଚୀନ୍ ଏବେ ଆମେରିକାକୁ ଟକ୍କକର ଦେଉଛି। ଋଷ ଚୀନର ଏକପ୍ରକାର ଗୋଡା଼ଣିଆ ହୋଇ ସାରିଛି। ଯାହାର ଅର୍ଥ ହେଉଛି ଚୀନ୍ ଏବେ ଆମେରିକାର ଏକ ନମ୍ବର ଶତ୍ରୁ।

ଚୀନ୍ ମଧ୍ୟ ପ୍ରଶାନ୍ତ ଓ ଭାରତ ମହାସାଗରରେ ନିଜକୁ ଆର୍ଥିକ ଓ ସାମରିକ ଶକ୍ତି ଭାବେ ଛିଡା଼ କରି ସାରିଲାଣି। ଡ୍ରାଗନ୍ ଜାପାନକୁ ଧମକାଉଛି,ଦକ୍ଷୀଣ କୋରିଆକୁ ଡରାଉଛି ତ ତାଇୱାନକୁ ବଳପୂର୍ବକ ଅଧିକାର କରିବାକୁ ଧମକ ଦେଉଛି। ପୁଣି ଭାରତୀୟ ସୀମା ଭିତରକୁ ଧଷେଇ ପସିବାକୁ ଉଦ୍ୟମ କରୁଛି। ମୋଟାମୋଟି କହିବାକୁ ଗଲେ ଚୀନ୍ ବିରୋଧରେ ତା ପଡୋଷୀ ଦେଶ ଭଲ ମନୋଭାବ ରଖନ୍ତି ନାହିଁ। ଆଉ ଆମେରିକା ଏହାର ସୁଯୋଗରେ ନାଟୋପ୍ଲସ୍ ମେଣ୍ଟ କଥା ଚିନ୍ତା କରିଛି। ଯାହାର ସଦସ୍ୟ ଭାବେ ଅଛନ୍ତି ଜାପାନ,ନ୍ୟୁଜ୍ ଲାଣ୍ଡ୍,ଇସ୍ରାଏଲ,ଅଷ୍ଟ୍ରେଲିଆ। ଆମେରିକା ଚାହୁଁଛି ଭାରତ ମଧ୍ୟ ନାଟୋ ପ୍ଲସର ଅଂଶ ହେଉ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆମେରିକା ଆଡୁ ଭାରତକୁ ଏହି ଅଫର ଦିଆଯାଇଛି। ଭାରତ ଯଦି ଏହି ଅଫର ଗ୍ରହଣ କରେ ତେବେ ଭାରତକୁ ତତ୍କାଳ ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳ ମିଳିବ।

ତେବେ ଏଇଠି ପ୍ରଶ୍ନ ଉଠୁଛି ଆମେରିକା ପାଇଁ ଭାରତ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି.। ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରେ ଦେଇ ବିଶ୍ୱର 80 ପ୍ରତିଶତ ବାଣିଜ୍ୟ କାରବାର ହୋଇଥାଏ। ଏହି କ୍ଷେତ୍ରରେ ଭାରତ ଯଦି ମେଣ୍ଟରେ ଯୋଗ ଦିଏ ତେବେ ଚୀନ ପାଇଁ ବିରାଟ ସମସ୍ୟା ସୃଷ୍ଟି ହେବ। ଆମେରିକାର ଥିଙ୍କ୍ ଟାଙ୍କ୍ ମଧ୍ୟ ଭାରତର ସହଯୋଗ ବିନା ଚୀନର ମୁକାବିଲା କରିବା ସହଜ ନୁହେଁ ବୋଲି ଜାଣିଛନ୍ତି। ତେଣୁ ନାଟୋପ୍ଲସକୁ ଭାରତକୁ ଟାଣିବା ପାଇଁ ଆମେରିକା ଯୋଜନା କରୁଛିତାଇୱାନ ଉପରେ ଯଦି ଚୀନ୍ ଆକ୍ରମଣ କରେ ତେବେ ବେଜିଂକୁ କଠୋର ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। ଆଉ ଏହି ପ୍ରତିବନ୍ଧକକୁ ଲାଗୁ କରିବାରେ ଜି-7,କ୍ୱାଡ୍,ନାଟୋ ଓ ନାଟୋ ପ୍ଲସର ଭୂମିକ ମୁଖ୍ୟ ହେବ। ଏମିତିରେ ଭାରତକୁ ନାଟୋ ପ୍ଲସରେ ସାମିଲ କରିବା ଜରୁରୀ ହୋଇଯାଉଛି। ତେବେ ପ୍ରଶ୍ନ ହେଉଛି ଭାରତ ଆମେରିକା ହାତରେ ଧରା ଦେବ କି .. ଭାରତ ନାଟୋ ପ୍ଲସରେ ଯୋଗ ଦେଇ ଚୀନକୁ ଉସକାଇବ କି.. ଅବଶ୍ୟ ଏହାର ଉତ୍ତର ଭବିଷ୍ୟତ ପାଖରେ ଅଛି।.

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami