ସବୁ କରୋନା ଭାଇରସର ଗୋଟିଏ ଉପଚାର ‘ସୁପର ଟିକା’

Above Post Content

ବ୍ରିଟେନରେ କରୋନା କଟକଣା କହୋଳ ହେବାରେ ଲାଗିଛି । ଏହା ସହିତ ଅଧିକାଂଶ ବ୍ରିଟିଶ ନାଗରିକ ଟିକା ନେଇ ସାରିଲେଣି । ମହାମାରିର ଅନ୍ତ ଖୁବଶୀଘ୍ର ହେବ ବୋଲି ବ୍ରିଟେନ୍ ଆଶା କରୁଛି । ତେବେ ବୈଜ୍ଞାନିକଙ୍କ କହିବା ହେଉଛି ଯେ, ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହେବାକୁ ସମୟ ଅଛି । ନ୍ୟୁୟର୍କ ସ୍ଥିତ ହ୍ୟୁମେନ୍ ଭ୍ୟାକ୍ସିନ୍ ପ୍ରୋଜେକ୍ଟର କୋ-ଫାଉଣ୍ଡର ଟେଡ୍ ଶେଙ୍କଲବର୍ଗଙ୍କ ଅନୁସାରେ ବଡ ସହରର ପରିବେଶ ଓ ଦୌଡା ଧାପଡା ଜୀବନ ପାଇଁ କରୋନା ପରିବାରର ଆଗାମୀ ସଦସ୍ୟର ପ୍ରକୋପ ସୁନିଶ୍ଚିତ । ଅର୍ଥାତ ଆଗକୁ କରୋନା ପରିବାରର ଆଉ କୌଣସି ଭାଇରସ ପୃଥିବୀରେ ଆତଙ୍କ ସୃଷ୍ଟି କରିପାରେ ।

ମହାମାରୀ ଫେରୁ କେହି ଚାହାନ୍ତି ନାହିଁ

After 2nd paragraph post ads

ସେ ଚେତାବନୀ ଦେଇଛନ୍ତି ଯେ, ଆମେ ଏଭଳି ଗୋଟିଏ ଦୁନିଆରେ ରହୁଛେ ଯାହା ମହାମାରୀ ପାଇଁ ପ୍ରସ୍ତୁତ ଅଛି । ଏମିତିରେ ଭବିଷ୍ୟତରେ କ’ଣ ଏଭଳି ଗୋଟିଏ ସୁପର ଭ୍ୟାକ୍ସିନ୍ ତିଆରି ହୋଇ ପାରିବ ଯାହା କରୋନା ପରିବାରର ସବୁ ସଦସ୍ୟ ବା ଭୂତାଣୁଙ୍କଠାରୁ ମାନବ ପ୍ରଜାତିକୁ ସୁରକ୍ଷା ଯୋଗାଇ ଦେବ ? ବର୍ତ୍ତମାନର ଭାଇରସ ଯେଉଁ ତାଣ୍ଡବ ସୃଷ୍ଟି କରିଛି ତାହା ପୁଣି କେବେ ଭବିଷ୍ୟତରେ ଦୋହରାଇବା କେହି ଚାହାନ୍ତି ନାହିଁ । ପୁରା ଦୁନିଆ ପାଇଁ ଗୋଟିଏ ସୁପର କରୋନା ଭାଇରସ ଭ୍ୟାକ୍ସିନ ଗୋଟିଏ ବଡ଼ ପ୍ରଶ୍ନ ।

ନୂଆ ଷ୍ଟେନ୍ ବଢାଉଛନ୍ତି ଚିନ୍ତା

Middle post content

ଦୁନିଆ ଏବେ ମଧ୍ୟ SARS-CoV-2 ପାଇଁ ଏକଦମ ସଠିକ ଭ୍ୟାକ୍ସିନ୍ ତିଆରି କରିବାକୁ ଉଦ୍ୟମ କରୁଛି । ଏହାରି ଭିତରେ ନୂଆ ନୂଆ ଷ୍ଟେନ ବିଶେଷଜ୍ଞଙ୍କ ଚିନ୍ତା ବଢାଇବାରେ ଲାଗିଛି । ଯଦିଓ କରୋନା ଭାଇରସ ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ କିଛିଟା ସମାଞ୍ଜସ୍ୟ ଥିବା କାରଣରୁ ବୈଜ୍ଞାନିକ ସୁପର ଭ୍ୟାକ୍ସିନ୍ ପାଇଁ ରିସର୍ଚ୍ଚ ଆରମ୍ଭ କରି ସାରିଲେଣି ।

ବୈଜ୍ଞାନିକ ଆରମ୍ଭ କଲେ ଗବେଷଣା

ଚଳିତ ବର୍ଷ ଆରମ୍ଭରେ CEPI (Coalition for Epidemic Preparedness Innovations) ମହାମାରୀର ଭବିଷ୍ୟତର ବିପଦ ଦୂର କରିବା ପାଇଁ ପାଂଚ ବର୍ଷ ଲାଗି ଏକ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ୨.୫ ବିଲିଅନ ପାଉଣ୍ଡ ଖର୍ଚ୍ଚ ହେବ । ଏହା ଅନ୍ତର୍ଗତରେ SARS-CoV-2ର ସବୁ ଭେରିଆଣ୍ଟ୍ ବିରୋଧରେ ଟିକା ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀ VBI Vaccines ସହିତ ୨୪ ମିଲିୟନ ପାଉଣ୍ଡର ଭାଗିଦାରୀ କରାଯାଇଛି । CEPI ‘All-in-One’ ଟିକା ଉପରେ ବୈଜ୍ଞାନିକଙ୍କଠାରୁ ପ୍ରସ୍ତାବ ମାଗିଛି ।

ସବୁ କରୋନା ଭାଇରସ ପାଇଁ All-in-One ଟିକା

All-in-One ଟିକା ଆଗାମୀ ଦିନରେ କରୋନା ଭାଇରସଠାରୁ ବ୍ୟାପକ ସୁରକ୍ଷା ଦେବ । ବୈଜ୍ଞାନିକଙ୍କ ବିଶ୍ୱାସ ଯେ, ସୁପର ଟିକା ଯେକୌଣସି ଜଣାଶୁଣା କରୋନା ଭୂତାଣୁ କିମ୍ବା ପଶୁଙ୍କଠାରେ ଥିବା ଭୂତାଣୁ ବିରୋଧରେ ସକ୍ଷମ ସାବ୍ୟସ୍ତ ହେବ । ୟୁନିଭର୍ସାଲ ବା ସାର୍ବଜନୀନ ଟିକା ତିଆରି ପାଇଁ ବୈଜ୍ଞାନିକଙ୍କୁ ସବୁ କରୋନା ଭାଇରସ ମଧ୍ୟରେ ଏକା ପ୍ରକାରର ବିଶେଷତା ଓ ସରଞ୍ଚନା ଉପରେ ଫୋକସ କରିବାକୁ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami