ଉପରମୁହାଁ ସୁନାଦର : ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା

Above Post Content

ଭୁବନେଶ୍ୱର: ପାର୍ବଣରେ ସୁନା କିଣିବାକୁ ମନ କରିଥିବା ଗ୍ରାହକଙ୍କ ପାଇଁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ୨ ସପ୍ତାହ ଭିତରେ ଉଭୟ ସୁନା ଓ ରୁପା ଦର ୪ ହଜାର ଟଙ୍କା ଲେଖାଏଁ ବଢ଼ିଗଲାଣିଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୫୬ ହଜାର ୬୦୦ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋ ୭୪ ହଜାରରେ ପହଞ୍ଚିଛି । ବିଶେଷଜ୍ଞ ଆକଳନ କଲେଣି, ଇସ୍ରାଏଲ୍‌-ହମାସ ଯୁଦ୍ଧ ଲମ୍ବା ଚାଲିଲେ ଦର ଆହୁରି ବଢ଼ିବ । ଏମିତିକି ୨୪ କ୍ୟାରେଟ୍ ସୁନା ଦର ୭୦ ହଜାର ବି ଛୁଇଁପାରେ ।

ପାର୍ବଣରେ ସୁନା କିଣିବାର ଇଚ୍ଛା ଭାଙ୍ଗୁଛି ବର୍ଦ୍ଧିତ ମୂଲ୍ୟ

After 2nd paragraph post ads
Middle post content

ସୁନା ଦରରେ ଲାଗୁନି ରୋକ୍ । ଲଗାତର ବଢ଼ି ଚାଲିଛି । ୧୪ ଦିନରେ ମହଙ୍ଗା ହେଲାଣି ୪ ହଜାର ଟଙ୍କା । ଗତ ୬ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍ ପିଛା ୫୨ ହଜାର ୬୦୦ ଟଙ୍କା ଥିବା ବେଳେ ଆଜି ୫୬ ହଜାର ୬୦୦ରେ ପହଞ୍ଚିଛି । ଏପଟେ ଖାଣ୍ଟିସୁନା ବା ୨୪ କ୍ୟାରେଟ ସୁନା ଦର ଏବେ ୬୨ ହଜାର ଟଙ୍କା ଟପିଗଲାଣି । ଇସ୍ରାଏଲ-ହମାସ୍ ଯୁଦ୍ଧ ପୂର୍ବରୁ ରାଜ୍ୟରେ ସୁନା ଦର୍ ୨ ହଜାର ଟଙ୍କା କମି ବର୍ଷର ସର୍ବନିମ୍ନ ସ୍ତର ଛୁଇଁଥିଲା । ହେଲେ ଯୁଦ୍ଧ ପରଠାରୁ ଉପରମୁହାଁ ସୁନାଦର । ଗହଣା ବ୍ୟବସାୟୀଙ୍କ ମତରେ, ସୁନା ଦର ବୃଦ୍ଧି ପଛରେ ଇସ୍ରାଏଲ-ହମାସ୍ ଯୁଦ୍ଧ ଏକମାତ୍ର କାରଣ ନୁହେଁ । ପାର୍ବଣ ଋତୁ ଚାହିଦା ବି ସୁନା ଦରବୃଦ୍ଧି ପଛର ଅନ୍ୟତମ କାରଣ ।

ସୁନା ଦର କମିବା ଆଶଙ୍କା କମ୍

ଏପଟେ ଅର୍ଥନୀତି ବିଶାରଦଙ୍କ ମତରେ, ବିଶ୍ୱରେ ଯୁଦ୍ଧ କିମ୍ବା ଅର୍ଥନୈତିକ ଅସ୍ଥିରତା ଦେଖାଦେଲେ, ସୁନା ଦାମ ବଢ଼ିଥାଏ । କାରଣ ନିବେଶକମାନେ ଷ୍ଟକ୍ ବଜାର ଅପେକ୍ଷା ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମନେ କରନ୍ତି । ଯେହେତୁ ଏବେ ଇସ୍ରାଏଲ-ହମାସ୍ ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ଦେଶ ସାମିଲ ହେବାରେ ଲାଗିଛନ୍ତି, ସୁନା ଦର କମିବାର ଆଶଙ୍କା କମ୍ । ସୁନା ଗହଣା ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ସ୍ଥିତି ଏମିତି ଲାଗିରହିଲେ, ୨୪ କ୍ୟାରେଟ୍ ସୁନା ଦାମ ୭୦ ହଜାର ଟଙ୍କା ଛୁଇଁବା ଆଶଙ୍କାକୁ ବି ଏଡ଼ାଯାଇ ନପାରେ । ଖାଲି ସୁନା ନୁହେଁ, ରୁପା ଦାମ ବି ଆକାଶଛୁଆଁ ହେଲାଣି । ଗତ ଦୁଇ ସପ୍ତାହ ଭିତରେ ଏହା କିଲୋ ପିଛା ୪ ହଜାର ଟଙ୍କା ବଢ଼ି ୭୪ ହଜାର ଟଙ୍କାରେ ପହଞ୍ଚିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami