ଅଫିସ ଟାଇମ୍ ଭିତରେ ଶୋଇପାରିବେ କର୍ମଚାରୀ, ଭାରତର ଗୋଟିଏ ଷ୍ଟାର୍ଟ୍ ଅପ୍ କମ୍ପାନୀ ଦେଉଛି ଏମିତି ଅଫର..

Above Post Content

ଚାକିରି ମାନ ୮ ଘଣ୍ଟା କିମ୍ବା ୯ ଘଣ୍ଟାର ୱାର୍କ ଆୱାର । ଏହାରି ଭିତରେ ଜଣେ କର୍ମଚାରୀଙ୍କୁ ନିଜ କାମ କରିବାକୁ ପଡିଥାଏ । ମଝିରେ ଥାଏ ମଧ୍ୟାହ୍ନ ଭୋଜନ ପାଇଁ ସମୟ । ତେବେ କେବେ ଶୁଣିଛନ୍ତି କି କୌଣସି କମ୍ପାନୀ ତା’ର କର୍ମଚାରୀଙ୍କୁ ମଧ୍ୟାହ୍ନ ଭୋଜନ ପରେ ପରେ ଅଧଘଣ୍ଟା ହାଲୁକା ନିଦ ନେବାକୁ ସୁଯୋଗ ଦେବା ? ନିଶ୍ଚୟ ଶୁଣିନଥିବେ । କିନ୍ତୁ ଏଭଳି ଅଫର ଭାରତର ଏକ ଷ୍ଟାର୍ଟ୍ ଅପ୍ କମ୍ପାନୀ ଦେଉଛି । ଏହି କମ୍ପାନୀ ନିଜ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢାଇବା ପାଇଁ ଏଭଳି ଅଫର ଦେଇଛିଏମିତିରେ ୧୦ରୁ ୫ ରୁଟିନ ଚାକିରି କରୁଥିବା ପ୍ରାୟ ସମସ୍ତଙ୍କର ଅଫିସ ଭିତରେ ଢୁଳାଇବାର ଅଭିଜ୍ଞତା ନିଶ୍ଚୟ ଥିବ । କିନ୍ତୁ ଏହି ଢୁଳାଇବା ଗୁଣକୁ ଅନେକ ନିଶ୍ଚୟ ଲୁଚାଇବାକୁ ଚାହିଁବେ । କାରଣ ଏହା ସେମାନଙ୍କୁ ଅଳଶୁଆ ଭାବେ ପରିଚିତ କରେ । ତେବେ ଏବେ ଏଭଳି ବଦନାମୀକୁ ଡରିବାର ନାହିଁ । କାରଣ ଆଜି ଯଦି ଗୋଟିଏ କମ୍ପାନୀ ଦି’ପହରେ ଅଧଘଣ୍ଟା ଶୋଇବାକୁ ଅନୁମତି ଦେଉଛି ତେବେ ହୁଏତ ଆଗକୁ ଆପଣଙ୍କ କମ୍ପାନୀ ମଧ୍ୟ ଆପଣଙ୍କୁ ଭବିଷ୍ୟତରେ ହାଲୁକା ନିଦ ଯିବାକୁ ଅନୁମତି ଦେଇପାରେ ।

କେଉଁ କମ୍ପାନୀ ଦେଉଛି ଏମିତି ଅଫର ?

After 2nd paragraph post ads

ଓ୍ବେକ ଫିଟ୍ ସଲ୍ୟୁସନ ନାମକ ଭାରତୀୟ ଷ୍ଟ୍ରାଟଅପ୍ କମ୍ପାନୀ ନିଜ କର୍ମାଚାରୀଙ୍କୁ ଏମିତି ସୁବିଧା ଦେବା ଆରମ୍ଭ କରିଛି । ଅଫିସ ସମୟରେ କର୍ମଚାରୀଙ୍କୁ ଶୋଇବା ପାଇଁ କମ୍ପାନୀ ଅଧ ଘଣ୍ଟାଏ ସମୟ ଦେଇଛି । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀ ବିଶ୍ରାମ ନେଇପାରିବେ । ଅଫିସ ସମୟରେ ଶୋଇବାକୁ କର୍ମଚାରୀଙ୍କୁ ସମୟ ଦେବା ଭାରତୀୟ ଷ୍ଟ୍ରାଟଅପ୍ ଜଗତରେ ହୁଏତ ପ୍ରଥମ ଘଟଣା । କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ବ୍ୟବସ୍ଥା କରିଛି ।

Middle post content

ନିକଟରେ କମ୍ପାନୀର କର୍ମଚାରୀଙ୍କ ପାଖକୁ ଓ୍ବେକଫିଟର ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗଗୌଡାଙ୍କ ଏକ ମେଲ୍ ଆସିଥିଲା । ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀମାନେ ଶୋଇବାକୁ ସମୟ ପାଇବେ ବୋଲି ଏଥିରେ ଘୋଷଣା କରାଯାଇଥିଲା । ମେଲରେ ସେ ଉଲ୍ଲେଖ କରିଥିଲେ, ‘ଆମେ ୬ ବର୍ଷ ହେଲା ଶୋଇବାକୁ ନେଇ ବ୍ୟବସାୟ କରୁଛନ୍ତି । ହେଲେ ଅପରାହ୍ଣରେ ନିହାତି ଆବଶ୍ୟକ ହେଉଥିବା ବିଶ୍ରାମ ନେବାରେ ବିଫଳ ହୋଇଛନ୍ତିଆମେ ଶୋଇବାକୁ ଗମ୍ଭିରତାର ସହ ନେଇଛନ୍ତି, ଆଜିଠାରୁ ଆମେ ଏହାକୁ ଏକ ନୂଆ ଦିଗ ଦେବା ।’

ସେ ଆଗକୁ ଲେଖିଛନ୍ତି, ‘ବିଭିନ୍ନ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ସାମାନ୍ୟ ବିଶ୍ରାମ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ କାମ କରିବାକୁ ଆଗ୍ରହ ବଢିଥାଏ । ନାଶାର ଏକ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ୨୬ ମିନିଟର ବିଶ୍ରାମ କାମ କରିବାର ଆଗ୍ରହକୁ ୩୩ ପ୍ରତିଶତ ବଢାଇ ଦେଇଥାଏ । ସେହିପରି ହାଓ୍ବାର୍ଡର ସର୍ଭେରୁ ଜଣାପଡିଛି, ଅପରାହ୍ଣରେ ଅଳ୍ପ ସମୟ ଶୋଇବାକୁ ମିଳିଲେ କର୍ମଚାରୀଙ୍କ ମନରୁ ବିରକ୍ତି ଭାବ ଦୂର ହୋଇଥାଏ ଓ ଏହାର ଭଲ ପ୍ରଭାବ କାମ ଉପରେ ପଡିଥାଏ ।’

ଏହାସହ କମ୍ପାନୀ ତରଫରୁ ଟ୍ବିଟର ପେଜରେ ଏକ ପୋଷ୍ଟର ସେୟାର କରାଯାଇଛି । ଏଥିରେ କୁହାଯାଇଛି ବିନା କୌଣସି ବାଧାରେ କର୍ମାଚାରୀମାନେ ଆରାମ କରିବା ପାଇଁ ରୁମର ବ୍ୟବସ୍ଥା କରାଯାଉଛି ଓ୍ବାକଫିଟ କମ୍ପାନୀର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ କିଛି କମର୍ଚାରୀ ନିଜ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯିବାକୁ ମତ ଦେଇଛନ୍ତି । ଅନ୍ୟପକ୍ଷରେ ସବୁ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି ମଧ୍ୟ କିଛି ଲୋକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଘର ଓ ଅଫିସ କାମରେ ସନ୍ତୁଳିତ କରିବାରେ ଭାରତୀୟ ଷ୍ଟ୍ରାଟଅପ୍ କମ୍ପାନୀ କେନ୍ଦ୍ର ପାଲଟିଛନ୍ତି । ପୂର୍ବରୁ ଜିରୋଧା ନାମକ କମ୍ପାନୀର ସିଇଓ ସନ୍ଧ୍ୟା ୬ଟା ପରେ ଅଫିସ କାମକୁ ନେଇ କୌଣସି ଆଲୋଚନା ନକରିବାକୁ ନିୟମ କରିଥିଲେ । ଯାହା ବହୁତ ଭାଇରାଲ ହେବା ସହ ଲୋକଙ୍କ ହୃଦୟ ଜିତିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami