କମ ବୟସରୁ ଅଳ୍ପ ଅଳ୍ପ ନିବେଶ କରନ୍ତୁ, ଭବିଷ୍ୟତ ହେବ ସୁରକ୍ଷିତ

Above Post Content

ଅଳ୍ପ ନିବେଶ ଭବିଷ୍ୟତ ପାଇଁ ବଡ଼ ପାଣ୍ଠି ତିଆରି କରିବ

ରିଚ୍ ଡାଡ୍, ପୁଅର ଡାଡ୍ପର୍ସନାଲ ଫାଇନାନ୍ସ ଦୁନିଆରେ ଏହି ବହିକୁ କେହି କେହି ବାଇବେଲର ମାନ୍ୟତା ଦିଅନ୍ତି । ଜଣେ ସାଧାରଣ ବ୍ୟକ୍ତିଙ୍କୁ କେମିତି ବୁଦ୍ଧିମତାର ସହିତ ନିବେଶ କରିବେ ତାହା ଶିଖାଉଥିବା ଏହି ବହିର ଗୋଟିଏ ବଡ଼ ବିନ୍ଦୁ ହେଉଛି କେମିତି 45 ବର୍ଷ ବୟସରେ କର୍ମକ୍ଷେତ୍ରରୁ ଅବସର ନେବେ । 45 ବର୍ଷ ବୟସରେ ଅବସର ନେଇ ନିଜ ପସନ୍ଦର କାମ କରିବା ପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ ତାହା କହିଥାଏ ରିଚ୍ ଡାଡ୍, ପୁଅର ଡାଡ୍ ପୁସ୍ତକ । ବହିର ଥିମ୍ ହେଉଛି ଆପଣଙ୍କ ଭାବନା ଯେମିତି ଆପଣ ସେମିତି ଭବିଷ୍ୟତ ଗଢିବେ । ଏଥିରେ ଲେଖକ ଖୁବ କମ ବୟସରୁ ପୁଂଜି ନିବେଶର ଫାଇଦା ବାବଦରେ କହିଛନ୍ତି । କମ ବୟସରେ ଅଳ୍ପ ଅଳ୍ପ ଟଙ୍କା ଖଟାଇବା ଅର୍ଥ ହେଉଛି ଲମ୍ବା ଅବଧିରେ ଏହା ଆପଣଙ୍କ ପାଇଁ ବଡ଼ ରିଟାୟରମେଣ୍ଟ୍ କର୍ପସ ଫଣ୍ଡ ତିଆରି କରିଥାଏ ।

After 2nd paragraph post ads

କିନ୍ତୁ 45 ବର୍ଷ ବୟସରେ ଯଦି ଆପଣ ଅବସର ନେଇ ଶାନ୍ତିରେ ରହିବାକୁ ଚାହାନ୍ତି ତେବେ ଆପଣଙ୍କୁ ଏଥିପାଇଁ 30 ବର୍ଷ ବୟସ ପୂର୍ବରୁ ରୋଡ୍ ମ୍ୟାପ୍ ତିଆରି କରିବାକୁ ପଡିବ । ଏହା ସହିତ ଏଭଳି କିଛି ଭୁଲରୁ ନିଜକୁ ଦୁରେଇ ରଖିବାକୁ ପଡିବ, ଯାହା ସାଧାରଣତଃ ବୟସ କମ ଥିବା ବେଳେ ଅନେକ କରିଥାନ୍ତି ।

ନୂଆ କରି ଚାକିରି କରିବା ସହିତ ଆର୍ଥିକ ସ୍ୱାଧିନତା ଆସିଥାଏ । ଏହି ସ୍ୱାଧିନତା ଅନେକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଦାୟିତ୍ୱହୀନ କରି ଦେଇଥାଏ । ବାପାଙ୍କ ପକେଟ ମନିରୁ ବାହାରକୁ ଆସିଥିବା ଅନେକ ଯୁବକ-ଯୁବତୀ ଏହି ସମୟରେ ନିଜ ଟଙ୍କାକୁ ନିଜ ଇଛାରେ ଖର୍ଚ୍ଚ କରିଥାନ୍ତି । ସେମାନେ ଅର୍ଣ୍ଣ ମନି, ବର୍ଣ୍ଣ ମନି ନୀତିକୁ ଅନୁସରଣ କରି ମନଇଛା ଖର୍ଚ୍ଚ କରନ୍ତି । ଭବିଷ୍ୟତର ଚିନ୍ତା ନଥାଏ । ଏହା କିନ୍ତୁ ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ନଷ୍ଟ କରିଥାଏ । ତେବେ ଆସନ୍ତୁ କ’ଣ ସେହି ଭୁଲ ଯାହାକୁ 30 ବର୍ଷ କିମ୍ବା ତା’ଠାରୁ କମ ବୟସରେ କରିବା ଆପଣଙ୍କ ପକ୍ଷରେ ଘାତକ ହୋଇପାରେ ।

=> ପ୍ରଥମ ଦରମା ପାଇବା ମାସରୁ ହିଁ ଅବସର କଥା ଚିନ୍ତା କରନ୍ତୁ

=> 45 ବର୍ଷ ବୟସରେ ରିଟାୟର କରିବାକୁ ଚାହୁଁଥିଲେ ଅତିକମରେ 25 ବର୍ଷ ବୟସରୁ ନିବେଶ କରନ୍ତୁ

=> ଆବଶ୍ୟକ ନଥିବା ଗ୍ୟାଜେଟ୍ ଓ ଲାଇଫ୍ ଷ୍ଟାଇଲ ପ୍ରଡକ୍ଟ ଉପରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ

=> କର୍ମକ୍ଷେତ୍ରରୁ ଅବସର ପରେ ଆପଣ ନିଜ ହବି ପାଇଁ ସମୟ ପାଇବେ, ସେହି ସମୟ ପାଇଁ ଏବେଠାରୁ ସଂଚୟ କରନ୍ତୁ

Middle post content

ତେବେ ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କେମିତି ନିବେଶ କଲେ ଜଣେ ଭବିଷ୍ୟତ ପାଇଁ ଭଲ ପାଣ୍ଠି ସୃଷ୍ଟି କରିପାରିବେ । ଏହା ସହିତ କେତେ ନିବେଶ କରିବାକୁ ପଡିବ । କ’ଣ ଏକାଥରେକ ମୋଟା ଅଙ୍କର ଟଙ୍କା ନିବେଶ କରିବାକୁ ପଡିବ କି ? ଉତ୍ତର ହେଉଛି ନା । ଆପଣଙ୍କୁ ଅଳ୍ପ ଅଳ୍ପ କରି ଲମ୍ବା ଅବଧି ପାଇଁ ଟଙ୍କା ନିବେଶ କରିବାକୁ ପଡିବ । ଆଉ ଏହି ଅଳ୍ପ ନିବେଶ ଭବିଷ୍ୟତ ପାଇଁ ଗୋଟିଏ ବଡ଼ ପାଣ୍ଠି ତିଆରି କରିବ…ଆସନ୍ତୁ ଜାଣିବା କେମିତି…

କଂପାଉଣ୍ଡିଂର ପ୍ରଭାବ

ଚକ୍ରବୃଦ୍ଧି ହାରରେ ସୁଧ ବଢିବା କଥା ଯଦି ଶୁଣିଥିବେ ତେବେ ଏହା ମଧ୍ୟ ଜାଣନ୍ତୁ ୟେ, ନିବେଶ ଯେତେ ଲମ୍ବା ଅବଧି ପାଇଁ କରିବେ ସେତେ ଅଧିକ ରିଟର୍ଣ୍ଣ ପାଇବେ । ଉଦାହରଣ ସ୍ୱରୁପ ଦୁଇ ଜଣ ବ୍ୟକ୍ତିଙ୍କୁ ନିଅନ୍ତୁ । ଉଭୟ ୬୦ ବର୍ଷ ବୟସରେ ଅବସର ନେବେ । ଦୁହିଁଙ୍କ ମଧ୍ୟରୁ ଜଣଙ୍କ ବୟସ ୨୫ ଓ ଦ୍ୱିତୀୟ ବ୍ୟକ୍ତିଙ୍କ ବୟସ ୩୫ । ଉଭୟ ମାସିକ ୧ ହଜାର ଟଙ୍କା ନିବେସ କରୁଛନ୍ତି । ୬୦ ବର୍ଷ ବୟସ ଟାର୍ଗେଟ୍ ହେଲେ ପ୍ରଥମ ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ୟରେ ପହଂଚିବାକୁ ୩୫ ବର୍ଷ ସମୟ ଅଛି । ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତିଙ୍କ ପାଖରେ ଅଛି ୨୫ ବର୍ଷ । ୧୨ ପ୍ରତିଶତ ଆମୁମାନିକ ରିଟର୍ଣ୍ଣ ହେଲେ ପ୍ରଥମ ବ୍ୟକ୍ତିଙ୍କୁ ୬୦ ହେଲା ବେଳକୁ ୬୪ ଲକ୍ଷ ଟଙ୍କା ମିଳିବ । କିନ୍ତୁ ସମାନ ଟଙ୍କା ନିବେଶ କରି ଦ୍ୱିତୀୟ ବ୍ୟକ୍ତି (୩୫ ବର୍ଷ ବୟସ୍କ) ପାଇବେ ୩୫ ଲକ୍ଷ ଟଙ୍କା । ଏହା ହେଉଛି ନିବେଶର କମ୍ପାଉଣ୍ଡିଂ ଫଣ୍ଡା ।

କମ୍ପାଉଣ୍ଡିଂ କେତେ ରୋଚକ ତାହା ଆଉ ଏକ ଉଦାହରଣରୁ ବୁଝନ୍ତୁ । ନିତା ଓ ସରିତା ଦୁଇ ସାଙ୍ଗ । ଦୁହିଁଙ୍କ ବୟସ ୩୦ ଥିବା ବେଳେ ଉଭୟ ନିବେଶ ଆରମ୍ଭ କରିଥିଲେ । ନିତା ମାସିକ ୨୦୦୦ ନିବେଶ କରୁଥିଲେ । ନିତା ୧୫ ବର୍ଷ ପର୍ଯ୍ୟନ୍ତ ୨ ହଜାର ଟଙ୍କା ମାସିକ ନିବେଶ କରିବା ପରେ କୌଣସି କାରଣରୁ ନିବେଶ ବନ୍ଦ କରିଦେଲେ କିନ୍ତୁ ଟଙ୍କା ଉଠାଇଲେ ନାହିଁ । ଅନ୍ୟପକ୍ଷରେ ସରିତା ମାସିକ ୧ ହଜାର ଟଙ୍କା ୩୦ ବର୍ଷ ପର୍ଯ୍ୟନ୍ତ ନିବେଶ କଲେ । ହିସାବରେ ଉଭୟ ୩୦ ହଜାର ଟଙ୍କା ନିବେଶ କରିଛନ୍ତି । କିନ୍ତୁ ନିତାଙ୍କ ପାଖରେ ୩୫ ଲକ୍ଷ ଟଙ୍କା ଜମା ଥିବା ବେଳେ ସରିତାଙ୍କୁ ମିଳିବ ୫୫ ଲକ୍ଷ । ଏହା ହିଁ ହେଉଛି କଂପାଉଣ୍ଡିଂର ଯାଦୁ

ସାଧାରଣ ଭାଷାରେ କହିଲେ କଂପାଉଣ୍ଡିଂ ଯେକୌଣସି ସଂଚୟ ଉପରେ ବଡ ପ୍ରଭାବ ପକାଇଥାଏ । ଶୀଘ୍ର ଓ ଅଧିକ ନିବେଶ ଲମ୍ବା ଅବଧିରେ ଉତ୍ତମ ସେଭିଂ ଦେଇଥାଏ । ମଝିରେ ମଝିରେ ଆସୁଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅର୍ଥନୈତିକ ଉତ୍ଥାନ ପତନରେ ଏହା ସୁରକ୍ଷା ପ୍ରଦାନ କରିଥାଏ ।

କ୍ୟାରିଅର ଆରମ୍ଭରେ ସଂଚୟର ଅଲଗା ଫାଇଦା ମଧ୍ୟ ରହିଛି

  1. ଉତ୍ତମ ମାନସିକ ସ୍ୱାସ୍ଥ୍ୟ : କମ ବୟସରୁ ନିବେଶ ଆରମ୍ଭ କରିବା ଦ୍ୱାରା ଆପଣ ନିଜ ପାଇଁ ଏକ ଶକ୍ତ ପ୍ଲାଟଫର୍ମ ତିଆରି କରନ୍ତି । ଏହା ଆପଣଙ୍କୁ ଆର୍ଥିକ ଚିନ୍ତାରୁ ମୁକ୍ତ ରଖିଥାଏ । ଫଳରେ ଆପଣ ମାନସିକ ଶାନ୍ତି ପାଇଥାନ୍ତି
  2. ବଦଖର୍ଚ୍ଚ ଅଭ୍ୟାଶ ଦୁର ହୁଏ : ସଂଚୟ ଗୋଟିଏ ଭଲ ଅଭ୍ୟାଶ ହୋଇଥାଏ । ଆପଣ ଯେତେବେଳେ ନିୟମିତ ସଂଚୟ କରନ୍ତି, ସେତେବେଳେ ଆପଣ ବଦଖର୍ଚ୍ଚରୁ ଦୁରେଇ ରୁହନ୍ତି । ଆପଣ ନିଜ ଆୟ ଭିତରେ ଖର୍ଚ୍ଚ କରିବାର କଳା ଶିଖନ୍ତି । କାରଣ ଆପଣଙ୍କୁ କିଛି ଖର୍ଚ୍ଚ କମ କରି ସଂଚୟ କରିବାକୁ ପଡିଥାଏ ।
  3. ବିଭିନ୍ନ ନିବେଶ ବିକଳ୍ପ ଚୟନର ସ୍ୱତନ୍ତ୍ରତା : ଆରମ୍ଭରୁ ହିଁ ଆପଣଙ୍କୁ ନିବେଶର ଅଧିକ ବିକଳ୍ପ ବାଛିବାର ସ୍ୱାଧିନତା ମିଳିଥାଏ । ବିଭିନ୍ନ ନିବେଶ ବିକଳ୍ପ ଭିନ୍ନ ଭିନ୍ନ ପ୍ରକାର ରିସ୍କ ଓ ରିଟର୍ଣ୍ଣ ସହ ଆସିଥାନ୍ତି । କମ ବୟସରେ ଜଣେ ଅଧିକ ରିସ୍କ ନେଇ ପାରିବେ । ନିବେଶରେ ଯଦି କିଛି କ୍ଷତି ହୁଏ ତେବେ ବୟସ କମ ହୋଇଥିଲେ ଜଣେ ଏଥିରୁ ଉବୁରିବାର ସମୟ ପାଇଥାନ୍ତି । କିନ୍ତୁ ବୟସ ଅଧିକ ହୋଇଥିଲେ ଜଣେ ନିବେକଶକଙ୍କ ପକ୍ଷରେ କ୍ଷତିରୁ ଉବୁରିବାର ସମୟ ନଥିବ ।

ଲମ୍ବା ଅବଧି ନିବେଶ ଏବେ ଲୋକଙ୍କ ପସନ୍ଦର ବିକଳ୍ପ ହୋଇଗଲାଣି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ମେସିନ୍ ଲର୍ଣ୍ଣିଂର ଉପଯୋଗ କରି ଅନେକ ଫାଇନାନ୍ସିଆଲ ପ୍ଲାଟଫର୍ମ ନିବେଶର ପରାମର୍ଶ ଦେଇଥାନ୍ତି । ତେଣୁ ଉପଲବ୍ଧ ଟେକ୍ନୋଲଜିର ଲାଭ ଉଠାଇ କମ ବୟସରୁ ନିବେଶ କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami