୩୦ ହଜାର ଟଙ୍କା ଦରମା ପାଉଥିଲେ ଜଣେ କେତେ ସଂଚୟ କରିବା ଉଚ୍ଚିତ ?

Above Post Content

ଭାରତୀୟ ସଂସ୍କୃତିରେ ସଂଚୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଛୋଟମୋଟ ସଂଚୟ ଆର୍ଥିକ ଅଭାବ କାଳରେ ବଡ଼ ସହାୟକ ହୋଇଥାଏ । ଭାରତୀୟ ପରିବାରରେ ମହିଳା ମାନେ ଛୋଟ ସଂଚୟ କରିଥାନ୍ତି । ଛୋଟ ସଂଚୟ କରୋନା ଭଳି ମହାମାରୀରେ ଅନେକ ପରିବାରଙ୍କ ପାଇଁ ସହାୟକ ସିଦ୍ଧ ହୋଇଥିଲା । ତେଣୁ ସମସ୍ତେ ସଂଚୟ କରିବା ଉଚିତ । ତେବେ ଜଣେ ନିଜ ଦରମାର କେତେ ପ୍ରତିଶତ ସବୁ ମାସରେ ସଂଚୟ କରିବା ଜରୁରୀ ? ଧରି ନିଅନ୍ତୁ ଆପଣଙ୍କ ଦରମା ମାସିକ ୩୦ ହଜାର ଟଙ୍କା । ତେବେ ଆପଣ କେତେ ସଂଚୟ କରିବା ବୁଦ୍ଧିମାନର କାମ ହେବ ? ଆସନ୍ତୁ ଜାଣିବ ଏହାର ଉତ୍ତର ..

ଦରମା ୩୦ ହଜାର ହୋଇଥିଲେ ସଂଚୟ କେତେ ହେବା ଉଚ୍ଚିତ ?

After 2nd paragraph post ads

ଆର୍ଥିକ ପ୍ଲାନରଙ୍କ ଅନୁସାରେ ଜଣେ ନିଜ ଆୟର ୧୦ରୁ ୧୫ ପ୍ରତିଶତ ପ୍ରତି ମାସରେ ସଂଚୟ କରିବା ଉଚ୍ଚିତ । କିନ୍ତୁ ଏବେ ଯେଉଁଭଳି ଦରଦାମ ବଢିବାରେ ଲାଗିଛି ସେଥିରେ ମାସିକ ୩୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତି କେତେ ସଂଚୟ କରିବା ଠିକ୍ ହେବ ? ଏହା ଜାଣିବା ପୂର୍ବରୁ କିଛି ପ୍ରସଙ୍ଗକୁ ଜାଣିନେବା ଠିକ୍ ହେବ ।

୧. ପରିବାରରେ କେତେ ସଦସ୍ୟ ?

କେତେ ସଂଚୟ କରି ହେବ ତାହା ନିର୍ଭର କରିଥାଏ ପରିବାରର ଆକାର ଉପରେ । ଉଦାହରଣ ସ୍ୱରୁପ ଗୋଟିଏ ପରିବାରର ସଦସ୍ୟ ସଂଖ୍ୟା ଯଦି ୪ ଓ ଜଣେ ଆୟାକାରୀଙ୍କ ଉପରେ ପୁରା ପରିବାର ନିର୍ଭର କରିଥାଏ ଏବଂ ଆଉ ଗୋଟିଏ ପରିବାରର ସଦସ୍ୟ ସଂଖ୍ୟା ୨ ତେବେ ଉଭୟ ପରିବାରର ଖର୍ଚ୍ଚ ଅଲଗା ହେବ । ସେହି ଅନୁସାରେ ସେମାନେ ନିଜ ସଂଚୟ କରିପାରିବେ

୨. କେଉଁଠି ରହୁଛନ୍ତି ?

ଏହା ସହିତ ଗୋଟିଏ ପରିବାର କେଉଁଠାରେ ରହୁଛି ତାହା ଉପରେ ମଧ୍ୟ ଖର୍ଚ୍ଚ ନିର୍ଭର କରିଥାଏ । ଯଦି ଜଣେ ମାସିକ ୩୦ ହଜାର ଦରମା ପାଉଛନ୍ତି ଓ ଗୋଟିଏ ଛୋଟ ସହର କିମ୍ବା ଗାଁରେ ରହୁଛନ୍ତି ତେବେ ତାଙ୍କ ଖର୍ଚ୍ଚ ମୁମ୍ବାଇ କିମ୍ବା ଅନ୍ୟ ବଡ଼ ସହରର ଖର୍ଚ୍ଚ ତୁଳନାରେ କମ ହେବଭୁବନେଶ୍ୱରରେ ଗୋଟିଏ ପରିବାରର ଖର୍ଚ୍ଚ ଯେତିକି ମୁମ୍ବାଇରେ ସେହି ଖର୍ଚ୍ଚ ଅଧିକ ହୋଇଥାଏ । ତେଣୁ ଏହା ମଧ୍ୟ ଦେଖିବାକୁ ପଡିବ ଯେ, ୩୦ ହଜାର ଟଙ୍କା ଦରମା ପାଉଥିବା ପରିବାର କେଉଁଠି ରହୁଛନ୍ତି ।

Middle post content

୩. ଆବଶ୍ୟକତା ଉପରେ ମଧ୍ୟ ନଜର ରଖିବାକୁ ପଡିବ

୩୦ ହଜାର ଦରମା ପାଉଥିବା ବ୍ୟକ୍ତିଙ୍କ ଘରେ ଯଦି ବରିଷ୍ଠ ନାଗରିକ କିମ୍ବା ଶିଶୁ ରହୁଛନ୍ତି ତେବେ ସେମାନଙ୍କ ଖର୍ଚ୍ଚ ଅଧିକ ହୋଇଥାଏ । ସେହିଭଳି ଯଦି ଦୁଇ ଜଣ ସଦସ୍ୟଙ୍କ ଶିକ୍ଷା ଚାଲିଛି ତେବେ ଖର୍ଚ୍ଚ ବଢିଯାଏ । ତେଣୁ ଏହି ସବୁ ଆବଶ୍ୟକତା ଉପରେ ମଧ୍ୟ ନଜର ରଖିବାକୁ ପଡିବ ।

୪. ଆୟକାରୀ କେତେ ଜଣ ?

ଯଦି ଗୋଟିଏ ପରିବାର ମୋଟ ସଦସ୍ୟ ସଂଖ୍ୟା ୪ ଓ ଜଣଙ୍କ ଆୟ ଉପରେ ନିର୍ଭର କରିଥାଏ ପରିବାର ତେବେ ତାଙ୍କ ପାଇଁ ସଂଚୟ କରିବା କଷ୍ଟକର ହୋଇଥାଏ । କିନ୍ତୁ ଯଦି ଦୁଇ ଜଣ ଆୟ କରନ୍ତି, ତେବେ ସେମାନେ ଅଧିକ ସଂଚୟ କରିପାରିବେ

୫. ଆଗରୁ କେତେ ନିବେଶ ରହିଛି ?

ଯଦି ଜଣଙ୍କ ଦରମା ଆଗରୁ ଅଧିକ ଥିଲା କିମ୍ବା ପରିବାର ଆର୍ଥିକ ଭାବେ ଶକ୍ତ ତେବେ ସେ ଅଧିକ ସଂଚୟ କରିପାରିବେ

୬. ୩୦ ହଜାର ଦରମାର ୫ରୁ ୭ ପ୍ରତିଶତ ସଂଚୟ କରନ୍ତୁ

ଯଦି ଆପଣଙ୍କ ଦରମା ୩୦ ହଜାର ଟଙ୍କା ତେବେ ଅତିକମରେ ୫ରୁ ୭ ପ୍ରତିଶତ ସଂଚୟ କରନ୍ତୁ । ଏହି ସଂଚୟ ରାଶିକୁ ଭଲ ରିଟର୍ଣ୍ଣ ଦେଉଥିବା ଆର୍ଥିକ ସେବାରେ ନିବେଶ କରନ୍ତୁ । ଫଳରେ ଭବିଷ୍ୟତରେ ଅଧିକ ରିଟର୍ଣ୍ଣ ପାଇବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami