ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ ଆର୍ଥିକ ନିବେଶ କାଳରେ ସନ୍ଦେହ କରନ୍ତୁ,ପ୍ରଶ୍ନ ପଚାରନ୍ତୁ

Above Post Content

ଟଙ୍କା ହିଁ ଟଙ୍କା ତିଆରି କରେ । ସଠିକ ସମୟରେ ନିବେଶ ଦେଇଥାଏ ଭଲ ରିଟର୍ଣ୍ଣ । ତେବେ ନିବେଶ ପୂର୍ବରୁ ଆମ ମନକୁ ଅନେକ ପ୍ରଶ୍ନ ଆସିଥାଏ । କେଉଁଠି ନିବେଶ କରିବୁ ? ସରକାରୀ ବଣ୍ଡରେ ନା ମ୍ୟୁଚୁଆଲ ଫଣ୍ଡରେ ନା ସିଧାସଳଖ ସେୟାର ମାର୍କେଟରେ । ଏମିତି ଅନେକ ପ୍ରଶ୍ନ ଆମ ମନକୁ ଆସିଥାଏ । ଆମ ମଧ୍ୟରୁ କିଛି ନିଜ ବନ୍ଧୁମାନଙ୍କ ପରାମର୍ଶରେ ନିବେଶ କରିଥାଉ ଅମୁକ ବ୍ୟକ୍ତି ସମୁକ ଫଣ୍ଡରେ ନିବେଶ କରି ଭଲ ରିଟର୍ଣ୍ଣ ପାଇଛନ୍ତି । ଏଭଳି ଶୁଣି ଆମେ ନିବେଶ କରିଥାଉ । କିଛି ପ୍ରଶ୍ନ ନା ବନ୍ଧୁଙ୍କୁ କରିଥାଉ ନା ନିଜକୁ ନିଜେ ପଚାରିଥାଉ । ଯଦି ଆପଣ ମଧ୍ୟ ସେମିତି ଅନ୍ୟମାନଙ୍କ ପରାମର୍ଶରେ କୌଣସି ପ୍ରଶ୍ନ ନକରି ନିବେଶ କରୁଛନ୍ତି ତେବେ ଭୁଲ କରୁଛନ୍ତି । ପ୍ରଥମେ ପ୍ରଶ୍ନ କରନ୍ତୁ । ଉତ୍ତର ପାଇ ଦେଖନ୍ତୁ ଯେ, ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ କି ନାହିଁ । ତା’ପରେ ନିବେଶ କରନ୍ତୁ । ଗୋଟିଏ ବାକ୍ୟରେ ନିବେଶ ପୂର୍ବରୁ ପ୍ରଶ୍ନ କରିବା ଓ ସନ୍ଦେହ କରିବା ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ

ଆର୍ଥିକ ଉତ୍ପାଦ ବିକ୍ରିକାରୀଙ୍କୁ ସବୁବେଳେ ସନ୍ଦେହ କରନ୍ତୁ

After 2nd paragraph post ads

ଆପଣଙ୍କୁ ଯଦି କେହି କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି ତେବେ ମନେ ରଖନ୍ତୁ ସେ ସବୁବେଳେ କିଛି ନା କିଛି ଲୁଚାନ୍ତି । ଏମିତିକି ଆପଣଙ୍କୁ ଭୁଲ ତଥ୍ୟ ଦେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ସନ୍ଦେହ କରନ୍ତୁ । ମାନିକରି ଚାଲନ୍ତୁ ଯେ, ସେ ଆପଣଙ୍କୁ ଯାହା କହିବେ ତା’ମଧ୍ୟରୁ 90ରୁ 95 ପ୍ରତିଶତ କଥା ସତ । ବାକି 5 ପ୍ରତିଶତ ମିଛ କିମ୍ବା ଅର୍ଧସତ୍ୟ ବୋଲି ଧରି ନିଅନ୍ତୁ । ତେଣୁ ଭଲ ହେବ ଆପଣ ଖରାପରୁ ଖରାପ ସ୍ଥିତି ବିଶୟରେ କଳ୍ପନା କରି ଚାଲନ୍ତୁ ଆର୍ଥିକ ସେବାକୁ ଯାହା ଅନ୍ୟ ସେବାଠାରୁ ଅଲଗା କରେ ତାହା ହେଉଛି ଏହା ଟଙ୍କା ସହ ସଂପର୍କିତ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏଥିରେ ଟଙ୍କା ହିଁ ମୁଖ୍ୟ ପ୍ରସଙ୍ଗ । କୌଣସି ଆର୍ଥିକ ଉତ୍ପାଦରୁ ଯେମିତି କଂପାନି ଅଧିକ ଲାଭାନ୍ୱିତ ହେବ ତାହା ସବୁବେଳେ ସେହି କଂପାନିର ଲକ୍ଷ୍ୟ ହୋଇଥାଏ । ତେଣୁ ଆପଣ ନିବେଶ ପୂର୍ବରୁ ଆକଳନ କରନ୍ତୁ ଆପଣ କେତେ ଲାଭ ପାଇବେତା’ପରେ ନିଷ୍ପତି ନିଅନ୍ତୁ

ଧରି ନିଅନ୍ତୁ ଆପଣ ଗୋଟିଏ ମିଡ୍ ସେଗମେଣ୍ଟ କାର କିଣିବାକୁ ଚାହୁଁଛନ୍ତି । ଆପଣଙ୍କୁ ଏଥିରେ ଅନେକ ପ୍ରକାରର ବିକଳ୍ପ ମିଳିବ । ଆପଣ ଟାଟା ମୋଟର୍ସର କାର 8 ଲକ୍ଷ ଟଙ୍କାରେ କିମ୍ବା ମାରୁତି କାର 10 ଲକ୍ଷ ଟଙ୍କାରେ କିଣି ପାରିବେ । କିମ୍ବା ଆପଣ ମର୍ସିଡିସ୍ 50 ଲକ୍ଷରେ କିଣି ପାରିବେ । ତେବେ କଣ ଟାଟା ମୋଟର୍ସକୁ ଛାଡି କରି ବାକି ସବୁ କଂପାନି ଆପଣଙ୍କଠାରୁ ଅଧିକ ଟଙ୍କା ନେଉଛନ୍ତି କି ? ଏହାର ଉତ୍ତର ହେଉଛି ନାହିଁ । ଏହି ସବୁ କଂପାନିଙ୍କ ଡିଲ୍ ବିଲକୁଲ ପାରଦର୍ଶୀ । ସେମାନେ କିଛି ଅଧିକ ଅର୍ଥ ବଦଳରେ ଅଧିକ କିଛି ଦେଉଛନ୍ତି ।

ଆର୍ଥିକ ସେବାର ଭିନ୍ନତା କଣ ?

Middle post content

କିନ୍ତୁ ଆର୍ଥିକ ସେବା ମାମଲାରେ ଏଭଳି ହୁଏନା । ଏଥିରେ ଟଙ୍କା ସର୍କ୍ୟୁଲେଟ୍ ହୋଇଥାଏ । ଯେତେବେଳେ ଆପଣ ଟଙ୍କା ଖର୍ଚ୍ଚ କରନ୍ତି ସେତେବେଳେ ସେହି ଟଙ୍କାକୁ ପ୍ରଡକ୍ଚକୁ ଅଧିକ ଉତ୍ତମ କରିବାକୁ ସେଥିରେ ଖର୍ଚ୍ଚ କରା ଯାଇଥାଏ । କିନ୍ତୁ ଯେହେତୁ ଉତ୍ପାଦ ନିଜେ ଅର୍ଥ ସୃଷ୍ଟିର ମାଧ୍ୟମ ହୋଇଥାଏ,ତେଣୁ ସେଥିରୁ କିଛି ଆପଣଙ୍କୁ ମିଳିଥାଏ । କିଛି ଭାଗ ବିକ୍ରେତାଙ୍କ ଖର୍ଚ୍ଚ,ଲାଭ ଓ କମିଶନ ପାଇଁ ରଖାଯାଏ । ଏହିଭଳି ଭାବେ ମୋବାଇଲ କିମ୍ବା ଡେସ୍ କିଣିବା ତୁଳନାରେ ଆର୍ଥିକ ଉତ୍ପାଦର କ୍ରୟବିକ୍ର ଭିନ୍ନ ଧରଣର ଖେଳ ହୋଇଥାଏ ।

ଲାଭର ଖେଳ

ସାଧରାଣତଃ ଗ୍ରାହକ ଏହି ଫରକକୁ ବୁଝି ପାରିନଥାନ୍ତି । କୌଣସି ଆର୍ଥିକ ଉତ୍ପାଦ ବିକ୍ରି କରୁଥିବା ଗୋଟିଏ କଂପାନି ସେତିକି ବେଳେ ଅଧିକ ଲାଭ କରିବ ଯେତେବେଳେ ତାହା ଆପଣଙ୍କୁ କମ ଲାଭ ଦେବ । ଅର୍ଥାତ ଆପଣଙ୍କ ଭାଗର ଲାଭ କମ ହେଲେ କଂପାନିକୁ ଫାଇଦା ଅଧିକ ମିଳିବ । ଏହା ଯେକୌଣସି ରୁପରେ ହୋଇପାରେ । ଯେମିତିକି ଦରମା କମ କରି କିମ୍ବା କମ୍ ଲାଭାଂଶ ଦେଇ କଂପାନି ଅଧିକ ଲାଭ ଅମଳ କରିପାରିବ । ମୋଟାମୋଟି ଭାବେ ଆପଣଙ୍କ ଟଙ୍କାକୁ ନେଇ କଂପାନି ବ୍ୟବସାୟ କରେ । ଆପଣଙ୍କ ଟଙ୍କା ହିଁ ଆପଣଙ୍କ ଲାଭ ଦେଇଥାଏ । ସୈଦ୍ଧାନ୍ତିକ ଭାବେ କହିଲେ,ସବୁ ଆର୍ଥିକ ଉତ୍ପାଦ ଗୋଟିଏ ଶୈଳିରେ କାମ କରିନଥାନ୍ତି । ତେଣୁ କେହି ଆପଣଙ୍କ ଅର୍ଥର ସୁରକ୍ଷା କରିବ ଏହି ଭ୍ରମରୁ ମୁକୁଳିଯିବା ବା ଦୁରେଇ ରହିବା ହିଁ ଭଲ ଉପାୟ । ଏଭଳି ପ୍ରଡକ୍ଟ ବିକ୍ରି ବେଳେ ଯେଉଁଭଳି ଭାବେ ମିଛ ସତ କୁହାଯାଉଛି ତା’ ଉପରେ ଅଂକୁଶ ଲଗାଇବାରେ ଭାରତୀୟ ରେଗୁଲେଟର୍ସ ମାନେ ସେତେଟା ସଫଲ ନୁହନ୍ତି । ତେଣୁ ନିଜେ ସତର୍କ ହୁଅନ୍ତୁ

ତେବେ ରାସ୍ତା କଣ?

ସଂଚୟ ଓ ନିବେଶର ସଠିକ ବିକଳ୍ପ ବାଛିବା ହିଁ ଏକମାତ୍ର ଉପାୟ । କୌଣସି ପ୍ରକାରର ନିବେଶ କରିବା ଆଗରୁ କଂପାନି ଓ ପ୍ରଡକ୍ଟ ବାବଦରେ ଯେତେ ସମ୍ଭବ ସେତେ ଅଧିକ ସୂଚନା ଏକାଠି କରନ୍ତୁ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନହୋଇ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । ରିସର୍ଚ୍ଚ କରନ୍ତୁ,ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଓ ନିବେଶ କରନ୍ତୁ । ସବୁଠୁ ବଡ କଥା, ସବୁବେଳେ ସନ୍ଦେହ କରନ୍ତୁ । ପ୍ରଶ୍ନ କରନ୍ତୁ । ମନେ ପକାନ୍ତୁ ଟାଟା ସ୍କାଏର ସେଇ ବିଜ୍ଞାପନକୁ ଯେଉଁଥିରେ ଉପଭୋକ୍ତା କହୁଛି ‘‘ପଚାରିବାରେ ଅସୁବିଧା କଣ ?’’ ତେଣୁ ପ୍ରଶ୍ନ ପଚାରନ୍ତୁ କାରଣ ପୁଂଜି ଆପଣଙ୍କର ଓ ଡୁବିବ ଯଦି ଆପଣଙ୍କର ହିଁ ଡୁବିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami