ରାଭଲଗାଓଁକୁ ୨୭ କୋଟିରେ କିଣିଲା ରିଲାଏନ୍ସ

Above Post Content

ମୁମ୍ବାଇ: ଚକଲେଟ୍ ନିର୍ମାତା ରାଭଲଗାଓଁ ଏହାର କ୍ୟାଣ୍ଡି ବ୍ୟବସାୟକୁ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡକୁ ବିକ୍ରି କରିଦେଇଛି । ରିଲାଏନ୍ସର ଏଫ୍‌ଏମ୍‌ସିଜି ଶାଖା ରାଭଲଗାଓଁର ଟ୍ରେଡମାର୍କସ, ରେସିପିଜ୍ ଏବଂ ବୌଦ୍ଧିକ ସଂପତ୍ତି ଅଧିକାରକୁ ଅଧିଗ୍ରହଣ କରିନେଇଛି । ତେବେ ସଂପତ୍ତି, ଜମି, କାରଖାନା, କୋଠା, ଉପକରଣ ଏବଂ ମେସିନାରି ଆଦି ସାମଗ୍ରୀ ରାଭଲଗାଓଁ ନିକଟରେ ହିଁ ରହିବ ।

Middle post content

ପାନ ପସନ୍ଦ, ମ୍ୟାଙ୍ଗୋ ମୁଡ୍ ପ୍ରସ୍ତୁତ କରି ଗ୍ରାହକଙ୍କ ପ୍ରିୟଭାଜନ ହୋଇଥିଲା କମ୍ପାନୀ

After 2nd paragraph post ads

ରିଲାଏନ୍ସ ଓ ରାଭଲଗାଓଁ ମଧ୍ୟରେ ଉକ୍ତ ଅଧିଗ୍ରହଣ ୨୭ କୋଟି ଟଙ୍କାରେ ହୋଇଛି । ଶୁକ୍ରବାର କମ୍ପାନି ଏହାର ଫାଇଲିଂରେ ଉକ୍ତ ସୂଚନା ଦେଇଛି । ରାଭଲଗାଓଁର ସୂଚନା ଅନୁଯାୟୀ, ବର୍ତ୍ତମାନର ପ୍ରତିଯୋଗିତା ଯୁଗରେ ସୁଗାର ବଏଲଡ କନଫେକ୍ସନରି ବ୍ୟବସାୟ ଚଳାଇବା ଯଥେଷ୍ଟ କଷ୍ଟକର ହୋଇ ପଡ଼ିଥିଲା । ଏଥିସହିତ କଞ୍ଚ ।ମାଲ ମୂଲ୍ୟ, ଶ୍ରମ ମୂଲ୍ୟ ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ପାଉଥିବାରୁ ଲାଭ ପ୍ରଭାବିତ ହେଉଥିଲା । କମ୍ପାନି ଏହାର ପାନ ପସନ୍ଦ, ମ୍ୟାଙ୍ଗୋ ମୁଡ୍‌, କଫି ବ୍ରେକ, ଟୁଟି-ଫ୍ରୁଟି, ସୁପ୍ରିମ ଟଫି, କୋକୋ କ୍ରିମ ଭଳି ଉତ୍ପାଦ ପ୍ରସ୍ତୁତ କରି ଗ୍ରାହକଙ୍କ ପ୍ରିୟଭାଜନ ହୋଇଥିଲା । ୧୯୩୩ ମସିହାରେ ମହାରାଷ୍ଟ୍ରର ବ୍ୟବସାୟୀ ୱାଲଚନ୍ଦ ହୀରାଚନ୍ଦ ନାସିକ ଜିଲ୍ଲାର ରାଭଲଗାଓଁ ଗ୍ରାମରେ ଏକ ସୁଗାର ମିଲ୍‌ରୁ ଆରମ୍ଭ କରିଥିଲେ । ୧୯୪୨ ମସିହାରେ ରାଭଲଗାଓଁ ବ୍ରାଣ୍ଡ୍‌ରେ କ୍ୟାଣ୍ଡି ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ସଂପ୍ରତି କମ୍ପାନି ନିକଟରେ ମ୍ୟାଙ୍ଗୋ ମୁଡ୍ ଠାରୁ ଆରମ୍ଭ କରି କଫି ବ୍ରେକ ସମେତ ମୋଟ ୯ଟି ଲୋକପ୍ରିୟ ବ୍ରାଣ୍ଡ୍ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami