୬ ଜି ଆସିବା ପରେ ସରିଯିବ ସ୍ମାର୍ଟ୍ ଫୋନ୍ ଯୁଗ, ୨୦୩୦ରେ କ’ଣ ହେବ ? ଏମିତି କହିଲେ ନୋକିଆ ସିଇଓ

Above Post Content

ଭାରତରେ ୨୦ ଟି ସହରରେ ପ୍ରାଥମିକ ଭାବେ ଆରମ୍ଭ ହେବାକୁ ଯାଉଛି ୫ ଜି ସେବା । ୪ ଜି ସ୍ମାର୍ଟ୍ ଫୋନ୍ ବ୍ୟବହାରରେ ଆଣିଥିଲା ବୈପ୍ଲବିକ ପରିବର୍ତ୍ତନ । ୫ ଜି ଦ୍ୱାରା ଇଣ୍ଟରନେଟ୍ ରକେଟ୍ ସ୍ପିଡରେ ଗତି କରିବ । ୫ ଜି ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଫୋନରୁ ମୋବାଇଲ ଓ ମୋବାଇଲରୁ ସ୍ମାର୍ଟଫୋନର ଯାତ୍ରାର ସମୟକାଳ ଢେର ଛୋଟ । କଥାବାର୍ତ୍ତା ପାଇଁ ତିଆରି ହୋଇଥିବା ଯନ୍ତ କିନ୍ତୁ ସାଧାରଣ ଲୋକଙ୍କ ହାତପାହନ୍ତାରେ କେଇ ଦଶକ ହେବ ପହଂଚି ପାରିଛି । କିନ୍ତୁ ସ୍ମାର୍ଟ୍ ଫୋନ୍ ସବୁକିଛି ବଦଳାଇ ଦେଇଥିଲା । ସ୍ମାର୍ଟ୍ ଫୋନ୍ ସାଧାରଣ ଲୋକଙ୍କ କ୍ରୟ ସୀମା ଭିତରେ ଥିଲା । ତେଣୁ ଏହା ଖୁବଶୀଘ୍ର ମାସ୍ ସେଲିଂ ପ୍ରଡକ୍ଟରେ ପରିଣତ ହୋଇଥିଲା । ସ୍ମାର୍ଟ୍ ଫୋନ୍ ହେଉଛି ଦ୍ରୁତ ଗତିରେ ବିକଶିତ ହେଉଥିବା ଉତ୍ପାଦ ମଧ୍ୟରୁ ଗୋଟିଏ ।

ଆଜିଠାରୁ ୧୫ରୁ ୨୦ ବର୍ଷ ତଳେ ସ୍ମାର୍ଟଫୋନ୍ ଫିଚର୍ସ ଥିବା କୌଣସି ଯନ୍ତ୍ର ହାତରେ ଧରି ବୁଲିବା କେବଳ ମାତ୍ର କଳ୍ପନା ଥିଲା । କିନ୍ତୁ ଏହି କଳ୍ପାନକୁ ସତ କରିଛି ସ୍ମାର୍ଟ୍ ଫୋନ୍ । ସ୍ମାର୍ଟ୍ ଫୋନ ଗୁଡିକରେ ମିଳୁଥିବା ଫିଚର୍ସ କୌଣସି ସୁପର କମ୍ପ୍ୟୁଟରଠାରୁ କମ ନୁହେଁ । କିନ୍ତୁ ସ୍ମାର୍ଟଫୋନ ଯେଉଁଭଳି ଗତିରେ ବିକଶିତ ହେବାରେ ଲାଗିଛି ତାହା ହିଁ ତା’ ପାଇଁ କାଳ ହେବାକୁ ଯାଉଛି । ସ୍ମାର୍ଟଫୋନର ଭବିଷ୍ୟତ ପାଇଁ ଏହାର ଦ୍ରୁତ ବିକାଶ ହିଁ ପ୍ରଶ୍ନ ଚିହ୍ନ ଛିଡା କରିଛି ।

After 2nd paragraph post ads

ନୋକିଆ ସିଇଓଙ୍କ ଭବିଷ୍ୟବାଣୀ

ନୋକିଆ ସିଇଓ ପେକା ଲୁଣ୍ଡମାର୍କ ସ୍ମାର୍ଟଫୋନର କଳା ଭବିଷ୍ୟତକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ଅନୁସାରେ ୨୦୩୦ ବେଳକୁ ସ୍ମାର୍ଟ୍ ଫୋନ୍ ଆଉ ବ୍ୟବହାରରରେ ନଥିବ । ଏହା ଆଉ ‘କମନ ଇଣ୍ଟରଫେସ’ ହୋଇ ରହିବ ନାହିଁ । ଦାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୀତି ଫୋରମରେ ସେ ଏହି କଥା କହିଛନ୍ତି । ପେକାଙ୍କ ଅନୁସାରେ କମର୍ସିଆଲ ମାର୍କେଟକୁ ୨୦୩୦ ବେଳକୁ ୬ ଜି ପ୍ରବେଶ କରି ସାରିଥିବ । ୬ ଜି ଆସିବା ପୂର୍ବରୁ ଲୋକ ସ୍ମାର୍ଟ୍ ଫୋନ୍ ତୁଳନାରେ ସ୍ମାର୍ଟ ଗ୍ଲାସେସ ଓ ଅନ୍ୟ ଡିଭାଇସ୍ ବ୍ୟବହାର କରିବା ଆରମ୍ଭ କରିବେ । ନୋକିଆ ସିଇଓଙ୍କ ଅନୁସାରେ ‘ସେତେବେଳେକୁ ଆମେ ଯେଉଁ ସ୍ମାର୍ଟଫୋନ୍ ବ୍ୟବହାର କରୁଛେ, ତାହା ଆଉ ସର୍ବାଧିକ ବ୍ୟବହୃତ ଇଣ୍ଟରଫେସ୍ ହୋଇ ରହିବ ନାହିଁ । ଏହା ମଧ୍ୟରୁ ଅନେକ ଜିନିଶ ଆମ ଶରିରରେ ସିଧାସଳଖ ଭାବେ ମିଳିବ ।

Middle post content

ଏଲନ ମସ୍କଙ୍କ କମ୍ପାନୀ ଆରମ୍ଭ କଲାଣି କାମ

ଯଦିଓ ନୋକିଆ ସିଇଓ କୌଣସି କମ୍ପାନୀର ନାମ ନେଇ ନାହାନ୍ତି ତେବେ ଏଲନ ମସ୍କଙ୍କ ନ୍ୟୁରୋଲିଙ୍କ ଭଳି କିଛି କମ୍ପାନୀ ବର୍ତ୍ତମାନ ଏହା ଉପରେ କାମ କରୁଛନ୍ତି । ସେମାନେ ବ୍ରେନ୍ ଇଣ୍ଟରଫେସ ପ୍ରସ୍ତୁତ କରୁଛନ୍ତି । ଗତବର୍ଷ ଏପ୍ରିଲ ମାସରେ ମସ୍କ ଏକ ଫୁଟେଜ୍ ରିଲିଜ୍ କରି ଏହାର ଡେମୋ ଦେଖାଇଥିଲେ । ଭିଡିଓରେ ଗୋଟିଏ ପୁରୁଷ ମକାକ୍( ଆଫ୍ରିକୀୟ ମାଙ୍କଡ)ର ମସ୍ତିଷ୍କରେ ଚିପ୍ ଲଗା ଯାଇଥିଲା ଓ ସେ ମାଇଣ୍ଡ୍ ଗେମ୍ ପ୍ଲେ କରୁଥିଲା । ମାଙ୍କଡକରୁ ଜୟଷ୍ଟିକରେ କାମ କରିବା ଶିଖା ଯାଇଥିଲା । ତେବେ ଏହି ପରୀକ୍ଷଣ କାଳରେ ଜୟଷ୍ଟିକକୁ ପ୍ଲଗରୁ କାଢି ଦିଆଯାଇଥିଲା । ମାଙ୍କଡ଼ଟି ନିଜ ମସ୍ତିଷ୍କ ଦ୍ୱାରା ପେଡାଲକୁ କଣ୍ଟ୍ରୋଲ କରୁଥିଲା । ତେବେ ସେ ଭାବୁଥିଲା ଯେ, ସବୁକିଛି ସେ ଜୟଷ୍ଟିକ୍ ଦ୍ୱାରା କରୁଛି ।

କେବେ ଆସିବ ୬ ଜି ?

୬ ଜିକୁ ନେଇ ଅନେକ କିଛି ସ୍ପଷ୍ଟ ନାହିଁ । ଭାରତରେ ଏବେ ୫ ଜି ଲଂଚିକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଜିକୁ ନେଇ ଏକ ଟାଷ୍କ ଫୋର୍ସ ଗଠନ କରାଯାଇଥିବା କଥା ନିକଟରେ କହିଥିଲେ । ଚଳିତ ବର୍ଷର ଶେଷ ସୁଧା ଭାରତରେ ୫ ଜି ଲଂଚ୍ ହେବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami