ଧନତେରସ୍‌ରେ ସୁନା ବେପାର ଜମିବ: ବିକ୍ରି ଗତବର୍ଷଠୁ ଅଧିକ ରହିବା ଆଶା

Above Post Content

ଭୁବନେଶ୍ୱର: ଆଉ ମାତ୍ର କିଛିଟା ଦିନ ପରେ ଆସୁଛି ଧନ୍‌ତେରସ୍ । ଚଳିତ ବର୍ଷ ଧନତେରସ୍‌ରେ ସୁନା ବେପାର ଜମିବ । ଧନତେରସ୍ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି । ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍‌ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିଛନ୍ତି । ନୂଆ ନୂଆ ଗହଣାରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି । ଚଳିତ ବର୍ଷ ଧନତେରସ୍‌ରେ ସୁନା କାରବାର ଗତବର୍ଷଠାରୁ ଅଧିକ ରହିବ ବୋଲି ଗହଣା ବ୍ୟବସାୟୀ ଆକଳନ କରିଛନ୍ତି ।

ଉତ୍ସବ ଋତୁରେ ବିକ୍ରି ହୁଏ ଅଧିକ ସୁନା

After 2nd paragraph post ads
Middle post content

ସାଧାରଣତଃ ଓଡ଼ିଶାରେ ଅକ୍ଷୟ ତୃତୀୟ ଓ ଧନତେରସ୍ ସମୟରେ ଅଧିକ ସୁନା ଓ ହୀରା ଗହଣା ବିକ୍ରି ହୋଇଥାଏ । ଅକ୍ଷୟ ତୃତୀୟାଠାରୁ ଦୁଇଗୁଣା ଅଧିକ ସୁନା ଧନତେରସ୍‌ରେ ବିକ୍ରି ହୁଏ । ଧନତେରସ୍ ପଡ଼ୁଥିବା ମାସରେ ଦୁଇ ମାସର ସୁନା ବିକ୍ରି ହୋଇଥାଏ । ସେଥିପାଇଁ ଏହି ସମୟ ସୁନା ବ୍ୟବସାୟୀମାନଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଏ । ଚଳିତ ବର୍ଷ ସୁନା ବ୍ୟବସାୟ ଉତ୍ସାହଜନକ ରହିବ । ଏମିତିରେ ସ୍ୱାଭାବିକ ଭାବେ ଉତ୍ସବ ଋତୁରେ ଅଧିକ ସୁନା ବିକ୍ରି ହୁଏ, କାରଣ ଲୋକମାନଙ୍କ ପାଖରେ ସେହି ସମୟରେ ଅଧିକ ପାଣ୍ଠି ରହିଥାଏ । ଆଗକୁ ବିବାହ ଋତୁ ଆସୁଥିବାରୁ ମଧ୍ୟ ବହୁ ଲୋକ ଅଫରଗୁଡ଼ିକର ଲାଭ ନେଇ ସୁନା କିଣିବାକୁ ଆଗ୍ରହ ଦେଖାଇଥାନ୍ତି । ତେଣୁ ସବୁ ଦୃଷ୍ଟିରୁ ଏଥର ସୁନା ବ୍ୟବସାୟ ଉତ୍ସାହଜନକ ରହିବ ବୋଲି ଜଣାଯାଇଛି ।

ଧନତେରସ୍‌ରେ ଲାଗେ ବେଶୀ ଭିଡ଼

ଯେକୌଣସି ସ୍ୱାଭାବିକ ଦିନରେ ସୁନା ଦୋକାନକୁ ପ୍ରବେଶ କରୁଥିବା ଗ୍ରାହକମାନେ ମୁଖ୍ୟତଃ କାନଫୁଲ, କାନ ରିଙ୍ଗ, ଝୁମ୍‌କା, ମୁଦି, ଚୁଡ଼ି ଓ ଚେନ୍ ଆଦି କିଣିଥାନ୍ତି । କେବଳ ଆବଶ୍ୟକତା ପୂରଣ କରିବା କିମ୍ବା ଅନ୍ୟ କାହାକୁ ଉପହାର ଦେବା ଲାଗି ସେମାନେ ସେହି ସାମଗ୍ରୀଗୁଡ଼ିକୁ କିଣିଥାନ୍ତି । ହାରାହାରି ଭାବେ ଗ୍ରାହକମାନେ ଦେଢ଼ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା କିଣନ୍ତି । ମାତ୍ର ଧନତେରସ ସମୟରେ ହାର ଓ ନେକଲେସ୍ ବିକ୍ରି ବଢ଼ିଯାଏ । ଧନ୍‌ତେରସ୍ ସମୟରେ ଷ୍ଟୋରରେ ଦୁଇ ଗୁଣା ଅଧିକ ଗ୍ରାହକ ପ୍ରବେଶ କରିଥାନ୍ତି । ବିଶେଷ କରି ବିବାହ ଲାଗି ଗହଣା କିଣୁଥିବା ଲୋକମାନେ ହାର କିଣିଥାନ୍ତି । ତେଣୁ ବିବାହ ସପିଙ୍ଗ ବେଳେ ଗ୍ରାହକ ପିଛା ହାରାହାରି ବିକ୍ରି ୫ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ସୁନା ଦୋକାନରେ ବିକ୍ରି ହେଉଥିବା ଗହଣାଗୁଡ଼ିକ ମଧ୍ୟରେ ସୁନା ଗହଣାର ଭାଗ ୬୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ହୀରା ଗହଣାର ଭାଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami