ନୂଆ ରୂପରେ ବଜାରକୁ ଆସିଲା ଲୁନା, ଦାମ ମାତ୍ର ୭୦ ହଜାର

Above Post Content

ନୂଆଦିଲ୍ଲୀ: ଦିନ ଥିଲା ମୋପେଡ ଲୁନା ଭାରତୀୟଙ୍କ ସବୁଠୁ ଲୋକପ୍ରିୟ ଥିଲା । ଏବେ ନୂଆ ରୂପ ଏବଂ ନୂଆ ଟେକ୍ନୋଲୋଜି ସହ ପୁଣି ଥରେ ବଜାରକୁ ଆସିଛି ୯୦ ଦଶକର ଏହି ଲୋକପ୍ରିୟ ଲୁନା । ତେବେ ଏଥର ଲୁନା, ଇଲେକ୍ଟ୍ରିକ୍ ଅବତାରରେ ରାସ୍ତାକୁ ଓହ୍ଲାଇଛି । ବୁଧବାର କାଇନେଟିକ୍ ଗ୍ରୀନ୍ ଇଲେକ୍ଟ୍ରିକ ଲୁନାକୁ ଭାରତରେ ଲଞ୍ଚ କରିଛି । କମ୍ପାନି ଏହାର ମୋପେଡକୁ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଫିଚର୍ସ ସହ ଲଞ୍ଚ କରିଛି । ଏହି ଇ-ଲୁନାର ଏକ୍ସ ସୋ’ରୁମ୍ ଦାମ୍ ୬୯,୯୯୦ ଟଙ୍କା ରହିଛି ।

Middle post content

କିଲୋମିଟର ପିଛା ୧୦ ପଇସାରେ ଚାଲିବ ଏହି ଲୁନା

After 2nd paragraph post ads

ବର୍ତ୍ତମାନ ସମୟରେ ଇଭି ପ୍ରତି ବଢ଼ୁଥିବା ଲୋକଙ୍କ ପସନ୍ଦ ମୁତାବକ ଇଲେକ୍ଟ୍ରିକ ଯାନକୁ ଧ୍ୟାନରେ ରଖି ଏହା ଲଞ୍ଚ କରାଯାଇଛି । ତେବେ ଇଲେକ୍ଟ୍ରିକ୍ ଲୁନାର ଟପ୍ ରେଞ୍ଜ ୧୧୦ କିମି ରହିଛି । ଇ-ଲୁନାର ତିନି ଭାରିଆଣ୍ଟ ଆସିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ ରେଞ୍ଜ ଭାରିଆଣ୍ଟ ଲଞ୍ଚହୋଇଥିବେଳେ ଏହାର ୮୦ ଏବଂ ୧୫୦ କିମି ରେଞ୍ଜ ମାଇଲେଜ ଭାରିଆଣ୍ଟ ଆଗାମୀ ଦିନରେ ଆସିବ । ବଡ଼ କଥା ହେଉଛି ଯେତେବେଳେ ଲୁନା ପେଟ୍ରୋଲରେ ଚାଳିତ ଥିଲା ସେତେବେଳେ ପେଟ୍ରୋଲ ୪୦ ଟଙ୍କା ପ୍ରତି ଲିଟର ରହିଥିଲା । ଏମିତିରେ ସେତେବେଳେ ପ୍ରତି କିଲୋମିଟର ପିଛା ୪୦ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏବେ ୧୦ ପଇସା କିଲୋମିଟର ପିଛା ଖର୍ଚ୍ଚରେ ଚାଲିବ ଇଲେକ୍ଟ୍ରିକ୍ ଲୁନା । କାରଣ ଫୁଲ୍ ଚାର୍ଜ କରିବା ପାଇଁ କେବଳ ୧୫ ଟଙ୍କା ଖର୍ଚ୍ଚା କରିବାକୁ ପଡ଼ିବ । ଗରିବ, ଚାକିରିଆ ଓ ମାସିକ ୨୦-୨୫ ହଜାର ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କ ଦ୍ୱାରା ଏହା ବିଶେଷ ଗ୍ରହଣୀୟ ହେବ ବୋଲି ମନ୍ତ୍ରୀ ଗଡ଼କରୀ ଆଶା ପ୍ରକଟ କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ ଇ ଲୁନା ଲାଭଦାୟକ ରହିବ । ଏହାର ପ୍ରି ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami