୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା

Above Post Content

ଜେଆରଡି ଟାଟା ୧୯୩୨ ମସିହାରେ ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଯାହାର ନାମ ବଦଳି ଏୟାର ଇଣ୍ଡିଆ ହୋଇଥିଲା ଓ ପରେ ୧୯୫୩ ମସିହାରେ ଭାରତ ସରକାର ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲେ । ସରକାରଙ୍କ ଟେକ୍ ଓଭର ପରେ ଏୟାର ଇଣ୍ଡିଆ ଜାତୀୟ ଏୟାର ଲାଇନ୍ସରେ ପରିଣତ ହୋଇଥିଲା । ଟାଟା ହାତରେ ଥିବା ବେଳେ ଓ ସରକାରଙ୍କ ହାତକୁ ଆସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିଶ୍ୱର ହାତଗଣତି ପ୍ରତିଷ୍ଠିତ ଏୟାର ଲାଇନ୍ସ ଭିତରୁ ଗୋଟିଏ ଥିଲା । କିନ୍ତୁ ଏବେ ଏୟାର ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଦୟନୀୟ ଏୟାର ଇଣ୍ଡିଆକୁ ଉଡାଇ ରଖିବାକୁ ସରକାରଙ୍କୁ ଦୈନିକ ୨୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିଲା । ତେଣୁ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଶେଷରେ ନିଜ ପୁରୁଣା ମାଲିକଙ୍କ ହାତକୁ ଯାଇଛି ।

୨ ଲକ୍ଷ ଟଙ୍କାରେ ହୋଇଥିଲା ଆରମ୍ଭ

After 2nd paragraph post ads

ଏୟାର ଇଣ୍ଡିଆକୁ ଫେରି ପାଇବା ପାଇଁ ଟାଟା ଗ୍ରୁପକୁ ସରକାରଙ୍କୁ ଦେବାକୁ ପଡିବ ୧୮ ହଜାର କୋଟି ଟଙ୍କା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୮୯ ବର୍ଷ ତଳେ ଟାଟା ଏହି ଏୟାର ଲାଇନ୍ସ ୨ ଲକ୍ଷ ଟଙ୍କା ପଂଜିରେ ଆରମ୍ଭ କରିଥିଲା । ଅବଶ୍ୟ ଆଜିର ସମୟରେ କମ ଲାଗୁଥିବା ୨ ଲକ୍ଷ ଟଙ୍କାର ମୂଲ୍ୟ ସେତେବେଳେ ଢେର ଅଧିକ ଥିଲା । ଟାଟା ପାଇଁ ଏହା ପାରିବାରିକ ସମ୍ପତ୍ତି ପୁଣିଥରେ ହାତକୁ ଫେରିବା ଭଳି ହୋଇଛି । ଟାଟା ଗ୍ରୁପ୍ ପୁଣିଥରେ ଏୟାର ଇଣ୍ଡିଆର ମାଲିକାନ ହକ୍ ପାଇ କେତେ ଖୁସି ତାହା ରତନ ଟାଟାଙ୍କ ବକ୍ତବ୍ୟରୁ ଜଣା ପଡେ । ସେ କହିଛନ୍ତି ଯେ, ‘‘ ଆଜି ଜେ ଆର ଡି ଟାଟା ଥିଲେ ବହୁତ ଖୁସି ହୋଇଥାନ୍ତେ’’ ।

ଆରଏମ୍ ଲାଲାଙ୍କ ଲିଖିତ ପୁସ୍ତକ ବିୟୋଣ୍ଡ୍ ଦ ଲାଷ୍ଟ୍ ବ୍ଲୁ ମାଉଣ୍ଟେନ୍ ଅନୁସାରେ ଜେଆରଡି ନିଜ ବନ୍ଧୁ ନେଭିଲ ଭିନସେଣ୍ଟଙ୍କ ସହିତ ମିଶି ଟାଟା ଏୟାର ଲାଇନ୍ସ ଆରମ୍ଭ କରିଥିଲେ । ଜେ ଆର ଡି ଭାରତର ପ୍ରଥମ ପାଇଲଟ୍ ଥିଲେ । ସେ ୧୯୨୯ ମସିହାରେ ପାଇଲଟ୍ ଲାଇସେନ୍ସ ହାସଲ କରିଥିଲେ । ଭିନସେଣ୍ଟ୍ ବ୍ରିଟିଶ ରୟାଲ ଏୟାର ଫୋର୍ସରେ ଫାଇଟର ପାଇଲଟ୍ ଥିଲେଉଭୟ ୨ ଲକ୍ଷ ଟଙ୍କା ପୁଂଜି ଖଟାଇ ଏୟାର ଇଣ୍ଡିଆକୁ ଆରମ୍ଭ କରିଥିଲେ । ଅବଶ୍ୟ ଏହାକୁ ଆରମ୍ଭ କରିବାକୁ ଗ୍ରୁପର ତତ୍କାଳୀନ ଚେୟାରମ୍ୟାନ୍ ଦୋରବଜୀ ଟାଟାଙ୍କୁ ମନାଇବାକୁ ଜେ ଆର ଡିଙ୍କୁ ମାସାଧିକ ସମୟ ଲାଗିଥିଲା ।

Middle post content

୧୫ ଅକ୍ଟୋବର ୧୯୩୨ : ପ୍ରଥମ ଉଡ଼ଣାର ଦିନ

୧୯୩୨ ଅକ୍ଟୋବର ୧୫ ତାରିଖ ଦିନ ଟାଟା ଏୟାର ଲାଇନ୍ସର ପ୍ରଥମ ବିମାନ ଉଡ଼ିଥିଲା କରାଚିରୁ ମୁମ୍ବାଇ ଥିଲା ପ୍ରଥମ ଉଡ଼ାଣ । ଏୟାର ଲାଇନ୍ସର ପ୍ରଥମ ବିମାନ ଥିଲା De Havilland Puss Moth ଯାହାର ଦାମ ଥିଲା ୨୦ ହଜାର ଟଙ୍କା । ଏଥିରେ କେବଳ ଗୋଟିଏ ପାସେଞ୍ଜର ସିଟ୍ ଥିଲା । ୫୦ ଟଙ୍କାରେ ଏହି ବିମାନକୁ ଭଡ଼ାରେ ନିଆଯାଇ ପାରୁଥିଲା । ସେତେବେଳେ ଧନୀ ବ୍ୟବସାୟୀ ଏହି ବିମାନକୁ ଚାର୍ଟାଡ୍ କରି ଯାତ୍ରା କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଏୟାର ଲାଇନ୍ସର ଉଡ଼ାଣ ବନ୍ଦ ରହିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିମାନ ସେବା ଆରମ୍ଭ ହେବା ବେଳକୁ ଟାଟା ଏୟାର ଲାଇନ୍ସ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ହୋଇ ସାରିଥିଲା । ଏହା ସହିତ ୧୮୪୬ ମସିହାରେ ଏହାର ନାମ ବଦଳି ହୋଇଥିଲା ଏୟାର ଇଣ୍ଡିଆ । ଏହାର ଦୁଇ ବର୍ଷ ପରେ ଏୟାର ଇଣ୍ଡିଆ ତା’ର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଥିଲା । ଭାରତ ସରକାରଙ୍କର ଏଥିରେ ୪୯ ପ୍ରତିଶତ ଅଂଶଧନ ଥିଲାମହାରାଜାକୁ ଏହାର ମାସ୍କଟ୍ କରାଯାଇଥିଲା ।

ସରକାରଙ୍କ ହାତକୁ ଏମିତି ଗଲା

୧୯୫୩ରେ ନେହେରୁ ସରକାର ଏୟାର ଇଣ୍ଡିଆର ଜାତୀୟ କରଣ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ଜେ ଆର ଡି ଟାଟା ବିରୋଧ କରୁଥିଲେକିନ୍ତୁ ସରକାର ୧୧ଟି ଏୟାର ଲାଇନ୍ସର ଜାତୀୟ କରଣ କରୁଥିବାରୁ ସେ ଚାହିଁକରି ମଧ୍ୟ କିଛି କରି ପାରିନଥିଲେଜାତୀୟ କରଣ ପରେ ଏୟାର ଇଣ୍ଡିଆ ସରକାରଙ୍କ ହାତକୁ ଚାଲି ଯାଇଥିଲା । ସରକାର ଟାଟା ଗ୍ରୁପକୁ ଏଥିପାଇଁ ୨ କୋଟି ୮୦ ଲକ୍ଷ ଟଙ୍କା ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami