ଧନତେରାସ ଓ ଦୀପାବଳି ପୂର୍ବରୁ ହ୍ରାସ ପାଇଲା ସୁନା ଓ ରୁପା ଦର

Above Post Content

ଭୁବନେଶ୍ୱର: ଆଉ ମାତ୍ର ଦୁଇଦିନ ପରେ ଧନତେରାସ । ଧନତେରାସ ଓ ଦିପାବଳୀ ପୂର୍ବରୁ ହ୍ରାସ ପାଇଛି ସୁନା ଓ ରୁପା ଦର । ତେଣୁ ଚଳିତ ବର୍ଷ ଧନତେରସ୍‌ରେ ସୁନା ବେପାର ଜମିବ । ଧନତେରସ୍ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି । ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍‌ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖିଛନ୍ତି । ନୂଆ ନୂଆ ଗହଣାରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛନ୍ତି । ଚଳିତ ବର୍ଷ ଧନତେରସ୍‌ରେ ସୁନା କାରବାର ଗତବର୍ଷଠାରୁ ଅଧିକ ରହିବ ବୋଲି ଗହଣା ବ୍ୟବସାୟୀ ଆକଳନ କରିଛନ୍ତି ।

Middle post content

ଏଥର ଜମିବ ସୁନା ବ୍ୟବସାୟ

After 2nd paragraph post ads

କିଛିଦିନ ହେବ ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର ହ୍ରାସ ପାଇଛି । ଯଦି ସୁନା ଗହଣା କିଣିବା ପାଇଁ ଯୋଜନା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୦୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୯,୯୯୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାଦର ୬୧, ୬୪୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ଯେମିତି କି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୫୦୦ଟଙ୍କା ଓ ୬୧,୬୪୦ ଟଙ୍କା ଥିବା ବେଳେ ନୂଆଦିଲ୍ଲୀରେ ଏହା ୫୬,୬୫୦ ଟଙ୍କା ଓ ୬୧,୭୯୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୨,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ଏଥିସହିତ କୋଲକାତାରେ ୨୨ କ୍ୟାରେଟ ସୁନା ମୂଲ୍ୟ ୫୬,୫୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୬୧,୬୪୦ ଟଙ୍କା ରହିଛି । ସେହିପରି ସେପ୍ଟେମ୍ବର ୮ ତାରିଖରେ ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୦୦ଟଙ୍କା ହ୍ରାସ ପାଇଛି । ଏହି ମୂଲ୍ୟ ହ୍ରାସ ପାଇବା ଫଳରେ ପ୍ରତି ୧ କିଲୋ ଗ୍ରାମ ରୂପା ମୂଲ୍ୟ ୭୫,୦୦୦ଟଙ୍କା ରେକର୍ଡ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami