PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ?

Above Post Content

୨୦୧୪ରୁ କ୍ଷମତା ବନବାସରେ ଥିବା କଂଗ୍ରେସକୁ ଭୋଟ୍ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଦେଇଛନ୍ତି ମାଷ୍ଟର ପ୍ଲାନ୍ । ଯାହାର ନାମ ହେଉଛି ‘ପ୍ଲାନ୍ ୩୭୦’ । ଏହି ପ୍ଲାନ୍ ଅନୁଯାୟୀ କାମ କଲେ କଂଗ୍ରେସର ଆଛେଦିନ ପୁଣିଥରେ ଫେରିବ ବୋଲି କାଳେ ପ୍ରଶାନ୍ତ କହିଛନ୍ତି । ଶନିବାର ଦିନ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସହିତ ବୈଠକ କାଳରେ ପିକେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ବୈଠକରେ କଂଗ୍ରେସର ବାକି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ତେବେ ସେ ଦଳରେ କୌଣସି ପଦ ମାଗିନାହାନ୍ତି । ନିଜ ପ୍ରେଜେଣ୍ଟେସନ୍ କାଳରେ ସେ ନିର୍ବାଚନ ନେଇ କଂଗ୍ରେସର ପ୍ରତି ପଦକ୍ଷେପ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ତାଙ୍କ ପ୍ରେଜେଣ୍ଟେସନ ଉପରେ ରାହୁଲ ସହମତି ପ୍ରଦାନ କରିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ ପିକେ କଂଗ୍ରେସରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ସେ ଖୁବଶୀଘ୍ର ଦଳରେ ସାମିଲ ହେବେ । ସୋନିଆ ଗାନ୍ଧିଙ୍କ ବାସଭବନରେ ହୋଇଥିବା ଆଲୋଚନାରେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷାଙ୍କ ପରାମର୍ଶଦାତା ବଦଳରେ ଦଳରେ ସାମିଲ ହେବାକୁ କୁହାଯାଇଥିଲା । ଯାହାକୁ ପିକେ ସ୍ୱୀକାର କରିଥିଲେ । ତେବେ ସେ କେବେ ଦଳରେ ସାମିଲ ହେବେ ସେନେଇ କୌଣସି ସୂଚନା ମିଳିନାହିଁ । ଏହା ସହିତ ଦଳରେ ସେ କୌଣସି ପଦବୀ ମଧ୍ୟ ମାଗି ନାହାନ୍ତି ।

After 2nd paragraph post ads

ପିକେଙ୍କ ପ୍ରେଜେଣ୍ଟେସନରୁ ବିଜୟର ଆଶା

Middle post content

ଗତ ଦୁଇଟି ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସକୁ ସଂଜିବନୀର ଆବଶ୍ୟକତା ରହିଛି । କଂଗ୍ରେସ ପାର୍ଟି ପ୍ରଶାନ୍ତ କିଶୋରଙ୍କ ଏଣ୍ଟ୍ରିକୁ ଏକ ପରିବର୍ତ୍ତନ ଭାବେ ଗ୍ରହଣ କରୁଛିପିକେ ପାର୍ଟି ଜଏନ୍ କରିବା ଦ୍ୱାରା ଦଳକୁ କେତେ ଫାଇଦା ମିଳିବ ତାହା ସମୟ କହିବ କିନ୍ତୁ ଶନିବାରର ପ୍ରେଜେଣ୍ଟେସନରେ ସେ ସୋନିଆ ଓ ରାହୁଲଙ୍କୁ ପ୍ରଭାବିତ କରିଥିବା ସୂଚନା ମିଳିଛି ।

ପ୍ଲାନ୍ ୩୭୦ କ’ଣ ?

ପିକେ ନିଜ ପ୍ରେଜେଣ୍ଟେସନରେ କହିଛନ୍ତି ଯେ, କଂଗ୍ରେସକୁ ୨୦୨୪ ନିର୍ବାଚନରେ ୩୭୦ ଆସନ ଉପରେ ଧ୍ୟାନ ଦେବାକୁ ପଡିବ । ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ କଂଗ୍ରେସ ଏକାକୀ ନିର୍ବାଚନ ଲଢୁ ବୋଲି ପିକେ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ତାମିଲନାଡୁ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ମେଣ୍ଟ କରି ଲଢିଲେ ଦଳକୁ ଅଧିକ ଲାଭ ମିଳିବ ବୋଲି ପ୍ଲାନ୍ ୩୭୦ରେ କୁହାଯାଇଛି । ସୂଚନା ଅନୁସାରେ ପିକେଙ୍କ ଏହି ପରାମର୍ଶକୁ ରାହୁଲ ଗ୍ରହଣ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami