ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

Above Post Content

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁକିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪ ଫେବ୍ରୁଆରୀରେ ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେଦିନ ଋଷ ସହିତ ବାକି ଦେଶ ମଧ୍ୟ ଭାବିଥିଲେ ଯେ, ଦିନେରୁ ଦୁଇ ଦିନ ମଧ୍ୟରେ ୟୁକ୍ରେନ ଉପରେ ଋଷ କବଜା କରିନେବ । କିନ୍ତୁ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହାୟତା ପାଇଁ ୟୁକ୍ରେନ୍ ଋଷକୁ କଡା ଟକ୍କର ଦେଉଛି । ଏପର୍ଯ୍ୟନ୍ତ ଋଷ ସେନା ୟୁକ୍ରେନର କୌଣସି ଗୁରୁତ୍ୱପୂର୍ଣ୍ଣ ସହର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ପାଇନଥିବା ବେଳେ ଯୁଦ୍ଧରେ ୮ ଜଣ ଜେନରାଲ ଓ ୩୪ ଜଣ କର୍ଣ୍ଣେଲଙ୍କ ଜୀବନ ଗଲାଣି

ଶନିବାର ଋଷୀୟ ଜେନାରାଲଙ୍କୁ ଦିଆଗଲା ଅନ୍ତିମ ବିଦାୟ

After 2nd paragraph post ads

ଶନିବାର ଦିନ ଯୁଦ୍ଧରେ ପ୍ରାଣ ହରାଇଥିବା ଜଣେ ଋଷୀୟ ଜେନରାଲଙ୍କ ଶବକୁ ସେଣ୍ଟ୍ ପିଟର୍ସବର୍ଗରେ କବର ଦିଆଯାଇଛି । ଋଷ ମିଡିଆ ଅନୁସାରେ ମେଜର ଜେନରାଲ ଭ୍ଲାଦିମିର ଫୋଲୋଭ ଅଷ୍ଟମ ସେନାର ଉପ କମାଣ୍ଡର ଥିଲେ । ତାଙ୍କ ନେତୃତ୍ୱରେ ୟୁକ୍ରେନର ମାରିୟୁପୋଲ ବନ୍ଦରକୁ ଗତ ସପ୍ତାହରେ ଘେରାଯାଇଥିଲା । ଏହି ଯୁଦ୍ଧ କାଳରେ ତାଙ୍କର ମୃତ୍ୟୁ ହୋଇଥିଲା

ଏପର୍ଯ୍ୟନ୍ତ ୮ ଜେନରାଲ ଓ ୩୪ କର୍ଣ୍ଣଲଙ୍କ ମୃତ୍ୟୁ

Middle post content

ୟୁକ୍ରେନ ସେନାର ଦାବି ଯେ, ସେମାନଙ୍କ ଆକ୍ରମଣରେ ଏପର୍ଯ୍ୟନ୍ତ ୮ଜଣ ରୁଷୀୟ ଜେନରାଲ ଓ ୩୪ ଜଣ କର୍ଣ୍ଣଲ ପ୍ରାଣ ହରାଇଛନ୍ତିତାଜା ରିପୋର୍ଟ ଅନୁସାରେ ଋଷର ଟ୍ୟାଙ୍କ ବଟାଲିଆନର କମାଣ୍ଡର ମିରାସ ଭାସାକୋଭଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ମିଶାଇ ୟୁକ୍ରେନରେ ଏପର୍ଯ୍ୟନ୍ତ ୩୪ ଜଣ କର୍ଣ୍ଣଲ ପ୍ରାଣ ହରାଇଲେଣି । ୮ ଜେନରାଲଙ୍କୁ ମିଶାଇଲେ ଏହି ସଂଖ୍ୟା ୪୨ ହେଉଛି । ଋଷ ସେନାର ଟପ୍ ନେତୃତ୍ୱ ଏତେ ସଂଖ୍ୟକ ଉଚ୍ଚପଦାଧିକାରୀଙ୍କୁ ହରାଇଥିଲେ ମଧ୍ୟ କ୍ରେମଲିନ୍ ଆକ୍ରମଣକୁ ଅଧିକ ଜୋରଦାର କରିଛି ।

ପୁଟିନଙ୍କ ଦାବି-ପ୍ଲାନ ଅନୁସାରେ ଚାଲିଛି ଅଭିଯାନ

ଭ୍ଲାଦିମିର ପୁଟିନଙ୍କ ଅନୁସାରେ ଋଷ ସେନା ବିଶେଷ ସେନା ଅଭିଯାନ ଯୋଜନା ଅନୁସାରେ ଆଗକୁ ବଢୁଛି । ତେବେ ଋଷ ସେନାର ଏତେ ସଂଖ୍ୟକ ଉଚ୍ଚ ପଦାଧିକାରୀଙ୍କ ମୃତ୍ୟୁ ପୁଟିନଙ୍କ ଦାବୀ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ୟୁକ୍ରେନର ଦାବି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଋଷ ସେନାର ୨୦ ହଜାର ସୈନିକ ପ୍ରାଣ ହରାଇଲେଣି । ତେବେ ଋଷ ଏହି ସଂଖ୍ୟାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ଗୁରୁବାର ଦିନ ପୂର୍ବ ୟୁକ୍ରେନର ଯୁଦ୍ଧ କାଳରେ ଋଷସେନାର ଲେଫ୍ଟେନାଣ୍ଟ୍ କର୍ଣ୍ଣଲ ଡେନିସ ମୁଝଏଭଙ୍କ ମୃତ୍ୟୁ ହୋଇଛି

ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ୭ ଜେନରାଲ

ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ଜେନରାଲଙ୍କ ମଧ୍ୟରେ ଅଛନ୍ତି ଜେନରାଲ ମୈଗୋମେଧ ତୁଶେଭ । ଫେବ୍ରୁଆରୀ ୨୬ ତାରିଖରେ ଗରିଲା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ମେଜର ଜେନରାଲ ଆନ୍ଦ୍ରୋଇ ସୁଖୋବତ୍ସକି ସ୍ନାଇପର ହମଲାରେ ପ୍ରାଣ ହରାଇଛନ୍ତି । ସିରିଆ ଓ କ୍ରିମିୟା ଯୁଦ୍ଧରେ ଭାଗ ନେଇଥିବା ମେଜର ଜେନରାଲ ଭିଟାଲି ଗେରାସିମୋଭ ଖାରକିଭ୍ ଲଢେଇରେ ପ୍ରାଣ ହରାଇଥିଲେ । ସେହିଭଳି ୨୯ତମ ମିଳିତ ସେନାର କମାଣ୍ଡର ଜେନରାଲ ଆନ୍ଦ୍ରୋଇ କାଲାସ୍ନିକୋଭ ୧୧ ମାର୍ଚ୍ଚ ଦିନ ୟୁକ୍ରେନ ସେନା ଗୁଳିର ଶିକାର ହୋଇଛନ୍ତି । ମେଜର ଜେନରାଲ ଓଲେଗ ମିତୟେଭ ମାରିୟୁପୋଲ ସହର ନିକଟରେ ମାର୍ଚ୍ଚ ୧୬ ତାରିଖରେ ପ୍ରାଣ ହରାଇଛନ୍ତି । ଲେଫ୍ଟନାଣ୍ଚ୍ ଜେନରାଲ ଆଣ୍ଡ୍ର ମୋଇଭିଚିଭ୍ ଖେରସାନରେ ପ୍ରାଣ ହରାଇଥିବା ବେଳେ ସପ୍ତମ ଜେନରାଲ ଭାବେ ଜେନରାଲ ୟାକୋଭ ରେଜାନ୍ତସେଭ୍ ମାର୍ଚ୍ଚ ୨୫ ତାରିଖ ଦିନ ଯୁଦ୍ଧରେ ପ୍ରାଣ ହରାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami