ତିଳୋତମାଙ୍କ ନିରନ୍ତର ପ୍ରୟାସ

Above Post Content

କରୋନା ମୁକ୍ତ ଟାଙ୍ଗରା ପାରଷ

ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନା ମକ୍ତ । କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି । ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁ । ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦରାଗଡ଼ା ପଞ୍ଚାୟତ ଟାଙ୍ଗର ପାରଷ ଅଙ୍ଗନବାଡ଼ି କେନ୍ଦ୍ରର ତିଳୋତମା ପରିଜା

After 2nd paragraph post ads
Middle post content

ସକାଳ ୮ଟାରୁ ଅପରାହ୍ନ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ତିଳୋତମା । ସକାଳ ବେଳା ଆଶା ଦିଦିଙ୍କୁ ସାଙ୍ଗରେ ଧରି ନିଜ ଘର କାଠମିର ସାହିରୁ ୧୨ କିଲୋମିଟର ଦୂର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟରରେ ଲୋକଙ୍କ ଶରୀରରେ ଅମ୍ଲଜାନ ମାତ୍ରା ମାପିଥାନ୍ତି । ସଙ୍ଗରୋଧରେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବେ ସେ ବାବଦରେ ବୁଝାଇଥାନ୍ତି । ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋବ୍‌ସ ପିନ୍ଧିି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବେଦନ କରୁଛନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସହ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି । ଏହାଛଡ଼ା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବା ସମ୍ପର୍କରେ ସଚେତନ କରୁଛନ୍ତି ।

ତିଳୋତମାଙ୍କ ମୁଣ୍ଡରେ ଏବେ ୫୦ ପରିବାରର ୨୮୦ ଲୋକଙ୍କ ଭାର । ନିପଟ ମଫସଲ ଗାଁ ହୋଇଥିବାରୁ ତାଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟୀକାକରଣ ଓ ଆଂଟିଜେନ ପରୀକ୍ଷା ପାଇଁ ବୁଝାଇବା । ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ସେ କେବେ ପଛକୁ ଫେରି ନାହାନ୍ତି ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜୀବନୀ ନେବାକୁ ପ୍ରବର୍ତାଉଛନ୍ତି । ସକାଳ ବେଳା ଘରକୁ ଘର ଯାଇ ଗାଁ ଦାଣ୍ଡରେ ପ୍ଲା-କାର୍ଡ ଧରି ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି । ଏବେ ସ୍କୁଲ ବନ୍ଦ ଥିବାବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠପଢ଼ା ଭୁଲି ନ ଯିବେ ସେଥିପାଇଁ ସେ ପ୍ରତିଦିନ ୩ରୁ ୪ ଜଣ ପିିଲାଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପାଠ ପଢ଼ାଇଥାନ୍ତି । ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ସଂଶ୍ଲିଷ୍ଟ ରହିବେ ସେଥିପାଇଁ ମା’ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି । ଏସବୁ ଛାଡ଼ିଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତକଙ୍କୁ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଂଟନ ଆଦି କାମର ଦାୟିତ୍ୱ ବି ସମ୍ଭାଳିଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami