କେମିତି ଉତ୍ତରପ୍ରଦେଶରେ ଶେଷ ହେଲା ‘ବ୍ରାହ୍ମଣ ରାଜ୍’ ?

Above Post Content

ଉତ୍ତର ପ୍ରଦେଶର ରାଜନୈତିକ ଇତିହାସରେ ମୋଟ ୨୧ ଜଣ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଏହି ୨୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ବ୍ରାହ୍ମଣକିନ୍ତୁ ଗତ ୩୧ ବର୍ଷର ରାଜନୈତିକ ଇତିହାସ ଉପରେ ଯଦି ନଜର ପକାଯାଏ ତେବ ଦେଖିବାକୁ ମିଳିବ ଯେ,ଏହି ତିନି ଦଶନ୍ଧୀରେ ଜଣେ ମଧ୍ୟ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇ ପାରିନାହାନ୍ତି । ତେବେ ଉତ୍ତର ପ୍ରଦେଶ ରାଜନୀତିରେ ଏମିତି କ’ଣ ହେଲା ଯାହାଫଳରେ ରାଜ୍ୟ ରାଜନୀତିରେ ବ୍ରାହ୍ମଣଙ୍କ ପ୍ରଭାବ ହ୍ରାସ ପାଇଲା ?

୨୧ ମୁଖ୍ୟମନ୍ତ୍ରୀ, ୬ ବ୍ରାହ୍ମଣ

After 2nd paragraph post ads

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀମାନଙ୍କର ଦୁଇଟି କାଳ ରହିଛି । ପ୍ରଥମ ହେଉଛି ବ୍ରାହ୍ମଣ କାଳ୧୯୪୬ରୁ ୧୯୮୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜନୀତିରେ ଚାଲଥିଲା ବ୍ରାହ୍ମଣ କାଳ । ଏହି ୩୯ ବର୍ଷ ମଧ୍ୟରେ ମୋଟ ୬ ଜଣ ବ୍ରାହ୍ମଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦ୍ୱିତୀୟ. କାଳ ହେଉଛି ’ବ୍ରାହ୍ମଣ ଶୁନ୍ୟ’ କାଳ । ୧୯୮୯ରୁ ୨୦୨୧କୁ ବ୍ରାହ୍ମଣ ଶୂନ୍ୟ କାଳ ବୋଲି କୁହାଯାଇଥାଏ ।

୬ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ

ବ୍ରାହ୍ମଣ କାଳରେ ଯେଉଁ ୬ ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେମାନେ ସମସ୍ତେ ଥିଲେ କଂଗ୍ରସ ଦଳରସ୍ୱାଧିନତ ସଂଗ୍ରାମରେ ଭାଗ ନେଇଥିବା ବ୍ରାହ୍ମଣ ନେତା ମାନଙ୍କ ମଧ୍ୟରୁ ୬ ଜଣ ପରବର୍ତ୍ତି କାଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିଭଳି ଜଣେ ପ୍ରଥମ ବ୍ରାହ୍ମଣ ନେତା ଥିଲେ ଗୋବିନ୍ଦ ବଲ୍ଲଭ ପନ୍ଥଗୋବିନ୍ଧ ବଲ୍ଲଭ ପନ୍ଥ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଚେତା କୃପାଲିନି । ସୁଚେତାଙ୍କ ପରେ କମଳକାନ୍ତ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାଙ୍କ ପରେ ହୈମବତି ନନ୍ଦନ ବହୁଗୁଣା ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ । ହୈମବତିଙ୍କ ପରେ ନାରୟଣ ଦତ୍ତ ତିୱାରୀ ତିନିଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ପରେ ଶେଷ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀପତି ମିଶ୍ର ।

Middle post content

ୟୁପିର ବ୍ରାହ୍ମଣ ଶୂନ୍ୟ କାଳ : ୩୨ ବର୍ଷରେ ଜଣେ ବି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇ ପାରିନାହାନ୍ତି

୧୯୮୦ ମସିହାରେ ମଣ୍ଡଳ କମିଶନ ତତ୍କାଳୀନ କେନ୍ଦ୍ରୀୟ ଗୃହମନ୍ତ୍ରୀ ଜ୍ଞାନି ଜୈଲ ସିଂହଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । କମିଶନ ଏଭିଲି ୩୭୪୩ ପଛୁଆ ଜାତିଙ୍କୁ ଚିହ୍ନଟ କରିଥିଲେ ଯେଉଁମାନଙ୍କୁ ସଂରକ୍ଷଣ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି ରିପୋର୍ଟକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । କିନ୍ତୁ ୟୁପିର ଓବିସି ଓ ଅନୁସୂଚିତ ଜାତିର ନେତା ଜାଣି ସାରିଥିଲେ ଯେ, ସେମାନଙ୍କ ସମୟ ଆସିବାକୁ ଯାଉଛି । ଆଉ ଏହି ବର୍ଷରୁ ହିଁ ଆରମ୍ଭ ହୋଇଥିଲା ୟୁପି ରାଜନୀତିରେ ମୋଡ ପରିବର୍ତ୍ତନ ।

ମଣ୍ଡଳ କମିଶନ ଲାଗୁ ଥିଲା ବ୍ରାହ୍ମଣ କାଳର ଅନ୍ତ

୧୯୮୯ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୁଲାୟମ ସିଂ ଯାଦବକେନ୍ଦ୍ରରେ ଜନତା ଦଳର ମେଣ୍ଟ ସରକାର ୧୩ ଅଗଷ୍ଟ ୧୯୯୦ରେ ଦେଶ ବ୍ୟାପି ମଣ୍ଡଳ କମିଶନର ସୁପାରିସକୁ ଲାଗୁ କରିବାକୁ ନିଷ୍ପତି ନେଇଥିଲେ । ଏହା ସହିତ ଉତ୍ତର ପ୍ରଦେଶ ରାଜନୀତିରେ ବ୍ରାହ୍ମଣ ବର୍ଚ୍ଚସ୍ୱର ଯୁଗ ସରିଥିଲାଗତ ୩୨ ବର୍ଷ ମଧ୍ୟରେ ଜଣେ ମଧ୍ୟ ବ୍ରାହ୍ମଣ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରି ନାହାନ୍ତି । ମଣ୍ଡଳ କମିଶନକୁ ଲାଗୁ କରିଥିବ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ନିଜେ ଠାକୁର ଥିଲେ । ମଣ୍ଡଳ କମିଶନ ଲାଗୁ ପରଠାରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓବିସି, ଠାକୁର କିମ୍ବା ଦଳିତ ହୋଇଛନ୍ତି ।

୧୯୮୯ପରେ ୭ ମୁଖ୍ୟମନ୍ତ୍ରୀ, ଶୂନ ବ୍ରାହ୍ମଣ

୧୯୮୯ ପରେ ଉତ୍ତରପ୍ରଦେଶ ୭ ମୁଖ୍ୟମନ୍ତ୍ରୀ ଦେଖିଛି । ଏହା ମଧ୍ୟରେ ବିଜେପିର ୪ ଜଣ ଅଛନ୍ତି । ସେହିଭଳି ସମାଜବାଦୀ ପାର୍ଟିର ଦୁଇ ଜଣ ଓ ବିଏସପିର ଜଣେ । କିନ୍ତୁ କେହି ମଧ୍ୟ ବ୍ରାହ୍ମଣ ନୁହନ୍ତି । ବିଜେପିର ୪ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨ ଜଣ ଠାକୁର ହୋଇଥିବା ବେଳେ ଜଣେ ବୈଶ୍ୟ ଓ ଅନ୍ୟ ଜଣେ ଲୋଧି ରାଜପୁତ । ସେହିଭଳି ଏସପିର ଦୁଇ ବାପ –ପୁଅ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ସେମାନେ ଯାଦବ । ବିଏସପିର ମାୟାବତୀ ଉତ୍ତରପ୍ରଦେଶ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami