ଯୁଦ୍ଧ ପାଇଁ ହଜାର ହଜାର ମହିଳା ହେବେ ସେକ୍ସ ସ୍ଲେଭ୍ ?

Above Post Content

ଋଷ ଆକ୍ରମଣ ଭିତରେ ବଂଚିବାର ରାହା ଖୋଜୁଛି ୟୁକ୍ରେନ୍ଋଷର ବିଶାଳ ସେନା ଆଗରେ ୟୁକ୍ରେନର ସୀମିତ ସାମରିକ ଶକ୍ତି ଝଡ଼ ଆଗରେ ଶୁଖିଲା ପତ୍ର ଭଳି ଉଡ଼ିଯିବ ବୋଲି ଲାଗୁଥିଲା । କିନ୍ତୁ ୧୧ ଦିନର ଯୁଦ୍ଧ ପରେ ଏହା ଜଣା ପଡି ସାରିଲାଣି ଯେ, ଯୁଦ୍ଧ ଏବେବି ବାକି ଅଛି । ୟୁକ୍ରେନ ଋଷକୁ ଯବାବ ଦେଉଛି । ଋଷ ପାଇଁ ଏହି ଯୁଦ୍ଧ ଜିତିବା ସହଜ ନୁହେଁ । ୟୁକ୍ରେନ୍ ତ’ ମୁକାବିଲା କରୁଛି କିନ୍ତୁ ଯୁଦ୍ଧ ଭିତରୁ ଆସିଛି ଗୋଟିଏ ଚିନ୍ତାଜନକ ଖବର । ଖବର ହେଉଛି ମହିଳା ଓ ନାବାଳିକା ଯୁଦ୍ଧର ବଳି ପଡିବାକୁ ଯାଉଛନ୍ତି । ଅପରାଧୀ ଗୋଷ୍ଟୀଙ୍କ ଟାର୍ଗେଟରେ ମହିଳା ଓ ନାବାଳିକା ଥିବା ରିପୋର୍ଟ କହୁଛି ।

ସେକ୍ସ ସ୍ଲେଭ୍ ହୋଇପାରନ୍ତି ମହିଳା !

After 2nd paragraph post ads

ରିପୋର୍ଟ ଅନୁସାରେ ଗତ ୧୧ ଦିନି ଭିତରେ ୧.୫ ମିଲିୟନ ଲୋକ ଦେଶ ଛାଡି ସାରିଛନ୍ତି । ତେବେ ଏହି ପଳାୟନ ଆଉ ଏକ ବଡ଼ ସମସ୍ୟା ୟୁରୋପ ପାଇଁ ନେଇ ଆସିଛି । ସ୍ଥିତିକୁ ସୁଯୋଗ କରି ମାତିଛନ୍ତି ଅପରାଧୀ ଗ୍ୟାଙ୍ଗ । ଟାର୍ଗେଟରେ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲି ଯାଉଥିବା ୟୁକ୍ରେନ ନାଗରିକ । ବିଶେଷ କରି ମହିଳା ଓ ଶିଶୁ । ଅସହାୟ ୟୁକ୍ରେନ ମହିଳା ଓ ଶିଶୁ ହୋଇପାରନ୍ତି ଅପରାଧୀଙ୍କ ଗୁଲାମ । ଲାଗି ପାରନ୍ତି ବେଶ୍ୟାବୃତ୍ତି ପରି ଧନ୍ଦାରେୟୁରୋପୀୟ ସଂଘ ଓ ମିଳିତ ଜାତିସଂଘ ପକ୍ଷରୁ ଏମିତି ଆଶଙ୍କା କରାଯାଇଛି

ୟୁରୋପୀୟ ସଙ୍ଘର ଅଧିକାରୀ ଏବଂ ମିଳିତ ଜାତିସଂଘ ଅନୁସାରେ ଋଷ ଆକ୍ରମଣ ଯୋଗୁଁ ଦେଶ ଛାଡ଼ି ପ୍ରାୟ ୭୦ ନିୟୁତ ଲୋକ ପଡୋଶୀ ପୋଲାଣ୍ଡ, ମାଲଡୋଭା, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀରେ ଆଶ୍ରୟ ନେଇପାରନ୍ତି । ଏମାନେ ମାନବ ଚାଲାଣ ରାକେଟ ଚଲାଉଥିବା ଅପରାଧୀଙ୍କ ଟାର୍ଗେଟ ବିନ ପାରନ୍ତି । ଏମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ବେଶ୍ୟାବୃତ୍ତି ପରି କାମରେ ଲଗାଯାଇପାରେ । ଏହାସହ ଏମାନେ ଦାସତ୍ୱରେ ଫସି ରହିପାରନ୍ତି ।

ୟୁକ୍ରେନ ସୀମା ପାର କରି ଟଙ୍କା ମଗା ଯାଉଛି

Middle post content

ଜାତୀୟ ଗଣମାଧ୍ୟମ ମୁତାବକ ଏମିତି ଖବର ମଧ୍ୟ ରହିଛି ଯେ କିଛି ମହିଳା ଏବଂ ପରିବାର ମାଗଣାରେ ସୀମା ଅତିକ୍ରମ କରିବା ଅଫର ପାଇଥିଲେ । ଯାହାକୁ ସେମାନେ ଗ୍ରହଣ କରି ନେଇଥିଲେ । ହେଲେ ପଡୋଶୀ ଦେଶରେ ପହଞ୍ଚିବା ପରେ ସେମାନଙ୍କୁ ଟଙ୍କା ମଗା ଯାଇଥିଲା।

ଜଣେ ୨୭ ବର୍ଷୀୟ ୟୁକ୍ରେନ ମହିଳା କହିଛନ୍ତି, ତାଙ୍କର ଜଣଷ ମହିଳା ବନ୍ଧୁଙ୍କୁ ଜଣେ ବ୍ୟକ୍ତି ମାଗଣାରେ ପୋଲାଣ୍ଡ ନେଇଯାଇଥିଲେ । ଏଥିପାଇଁ ସେ କୌଣସି ଟଙ୍କା ନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପୋଲାଣ୍ଡରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିଥିଲେ । ହେଲେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ସେ ତାଙ୍କୁ ଗୁଲାମ କରି ରଖିବାକୁ ବାଧ୍ୟ କରିଥିଲା । ସୌଭାଗ୍ୟକୁ ମହିଳା ଜଣଙ୍କ ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।

ଶୋଷଣର ଶିକାର ହୋଇପାରନ୍ତି ଶରଣାର୍ଥୀ

ବିଶେଷଜ୍ଞଙ୍କ ମତରେ ୟୁକ୍ରେନ ଯୁଦ୍ଧ ମାନବ ଚାଲାଣ ଦୃଷ୍ଟିକୋଣରୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । ଯାହାର ପ୍ରଭାବ ସମଗ୍ର ୟୁରୋପରେ ପଡିବ । ଶରଣାର୍ଥୀଙ୍କୁ ଶୋଷଣର ଆଶଙ୍କା ବି ବଢ଼ିବାରେ ଲାଗିଛି ଯୁଦ୍ଧ ପରବର୍ତ୍ତି ସମୟରେ ମାନବ ଚାଲାଣକାରୀଙ୍କ ଦ୍ୱାରା ଶରଣାର୍ଥୀଙ୍କ ଶୋଷଣ ମାମଲାରେ ବୃଦ୍ଧି ଘଟିବ

ଅପରାଧୀଙ୍କ ଟାର୍ଗେଟରେ ମହିଳା ଓ ଶିଶୁ

ବିଶେଷଜ୍ଞଙ୍କ ମୁତାବକ ୟୁକ୍ରେନ ଛାଡୁଥିବା ଲୋକେ ଏବେ ଅପରାଧୀ ଗ୍ୟାଙ୍ଗଙ୍କ ଟାର୍ଗେଟରେ । ୟୁକ୍ରେନ ରାଷ୍ଟ୍ରପତି ଯୁବକ ଓ ୬୦ ବର୍ଷ ପର୍ଯ୍ୟନ୍ତ ପୁରୁଷଙ୍କୁ ଦେଶ ଛାଡିବାକୁ ମନା କରିଥିବାରୁ ଅଧିକ ସଂଖ୍ୟାରେ ମହିଳା ଓ ଶିଶୁ ପଡୋଶୀ ଦେଶକୁ ଯାଉଛନ୍ତି । ଦେଶ, ପରିବାର, ଘରଦ୍ବାର ଛାଡି ପଡୋଶୀ ଦେଶର ଶରଣାର୍ଥୀ ଶିବିରରେ ପଡି ରହିଥିବା ଏହି ଲକ୍ଷ ଲକ୍ଷ ମହିଳା ଓ ଶିଶୁଙ୍କ ଉପରେ ଏବେ ଏହି ଅପରାଧୀ ଗ୍ୟାଙ୍ଗଙ୍କ ଆଖି ପଡିଛି । ଯେଣେତେଣେ ପ୍ରକାରେ ବିଭିନ୍ନ ପ୍ରଳଷାଭନ ଦେଖାଇ ସେମାନଙ୍କ ଅସହାୟତାର ସୁଯୋଗ ନେଇ ଏହି ଗ୍ୟାଙ୍ଗ ଗୁଡିକ ଏମାନଙ୍କୁ ଅପରାଧ ଦୁନିଆରେ ସାମିଲ କରିବାକୁ ଲାଗିପଡିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami