ପରାଜୟର ଡର ଯୋଗୀଙ୍କୁ ଅଯୋଧ୍ୟା ବଦଳରେ ଗୋରଖପୁର ବାଛିବାକୁ ବାଧ୍ୟ କଲା !

Above Post Content

ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ସୂଚୀ ଜାରି କରିଛି । ଏହି ସୂଚୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ଅଛି । ତେବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢିବେ ନାହିଁ । ଆଦିତ୍ୟନାଥ ନିଜ ଗଡ଼ ଗୋରଖପୁରରୁ ନିର୍ବାଚନ ଲଢିବେ । ଅଯୋଧ୍ୟାରୁ ଯୋଗୀଙ୍କୁ ପ୍ରାର୍ଥୀ କରି ବିଜେପି ପୁରା ପ୍ରଦେଶରେ ହିନ୍ଦୁଭୋଟର ଧୃବୀକରଣ କରିବାକୁ ଚାହୁଁଥିଲା । କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଚାହୁଁଥିଲା ଯେ, ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢନ୍ତୁ । ତେବେ ଯୋଗୀ ଅଯୋଧ୍ୟରେ ଲଢିବାକୁ ଚାହୁଁନଥିଲେ ବୋଲି କୁହାଯାଉଛି । ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ୯୩ ପ୍ରତିଶତ ହିନ୍ଦ ଜନସଂଖ୍ୟା ବିଶିଷ୍ଟ ଅଯୋଧ୍ୟାରୁ କ’ଣ ପାଇଁ ପ୍ରାର୍ଥୀ ହେଲେ ନାହିଁ ଆଦିତ୍ୟନାଥ ? ଏହାର ଉତ୍ତର ଅଯୋଧ୍ୟାର ଭୋଟ ଗଣିତ ଓ ଇତିହାସରେ ଅଛି..

ଭୋଟ୍ ସେୟାର ଗଣିତରୁ ଜାଣନ୍ତୁ କ’ଣ ପାଇଁ ଯୋଗୀ ଅଯୋଧ୍ୟାକୁ କହିଲେ ନା ?

After 2nd paragraph post ads

୨୦୧୨ରେ ଅଯୋଧ୍ୟାରୁ ସମାଜବାଦୀ ପାର୍ଟି ବିଜୟ ଲାଭ କରିଥିଲା । ସେତେବେଳେ ବିଜେପି,ଏସପି ଓ ବିଏସପି ବ୍ୟତିତ ବାକି ସବୁ ଦଳଙ୍କୁ ୨୮ ପ୍ରତିଶତ ଭୋଟ୍ ମିଳିଥିଲା । ୨୦୧୭ରେ ମୋଦି ଓ ଯୋଗୀଙ୍କ ହାୱାରେ ଏହି ଆସନ ବିଜେପି ହାତକୁ ଆସିଥିଲା ସତ କିନ୍ତୁ ସମାଜବାଦୀ ପାର୍ଟିର ଭୋଟ୍ ସେୟାର ମାତ୍ର ୨ ପ୍ରତିଶତ କମିଥିଲା । ସ୍ୱାଧିନ ଓ ଅନ୍ୟଦଳ ୨୦୧୨ରେ ପାଇଥିବା ୨୮ ପ୍ରତିଶତ ଭୋଟରୁ ୨୨ ପ୍ରତିଶତ ବିଜେପିକୁ ଯାଇଥିଲା । ଯାହା ବିଜେପିକୁ ଯିତାଇଥିଲା । ଚଳିତ ଥର କିନ୍ତୁ ପରିସ୍ଥିତି ଭିନ୍ନ ଅଛି । ଏସପି କମବ୍ୟାକ୍ କରିଛି । ଏଣେ ବ୍ରାହ୍ମଣ ବିଜେପି ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛିଅଯୋଧ୍ୟାରେ ୭୦ ହଜାର ବ୍ରାହ୍ମଣ ଓ ୨୮ ହଜାର କ୍ଷତ୍ରୀୟ ଭୋଟ୍ ରହିଛି । ସେହିଭଳି ୫୦ ହଜାର ଦଳିତ ଓ ୨୭ ହଜାର ମୁସଲିମ୍ ଭୋଟ୍ ଅଛିଯୋଗୀ ଯଦି ଅଯୋଧ୍ୟାରୁ ଲଢିଥାନ୍ତେ ତେବେ ତାଙ୍କୁ ନିଜ ଆସନ ବଂଚାଇବାକୁ ଅଧିକ ସମୟ ଦେବାକୁ ପଡିଥାନ୍ତା

Middle post content

ଗୋରଖପୁର କାହିଁକି ?

ଯୋଗୀଙ୍କ ଭୟ ଥିଲା ଯେ, ଯଦି ସେ ଗୋରଖପୁରରୁ ନିର୍ବାଚନ ନଲଢିବେ ତେବେ ଜିଲ୍ଲାର ୧୭ ବିଧାନସଭା ଆସନର ଫଳାଫଳ ଉପରେ ପ୍ରଭାବ ପଡିବ । ଏହା ସହିତ ଅଯୋଧ୍ୟାରେ ବିଜୟ ସହଜ ହେବ ନାହିଁ ବୋଲି ଯୋଗୀ ଜାଣିଥିଲେ । ଯଦି ବି ସେ ଜିତନ୍ତି ତେବେ ତାଙ୍କୁ ଅଧିକ ସମୟ ଦେବାକୁ ପଡିଥାନ୍ତା ।

୧୮ ବର୍ଷ ପରେ କୌଣସି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବେ

ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପରାଜୟ ଭୟରେ ଗୋରଖପୁରକୁ ବାଛିଛନ୍ତି । ଏହି ଯୁକ୍ତି ଠିକ୍ ହୋଇପାରେ କିମ୍ବା ଭୁଲ ହୋଇପାରେ । କିନ୍ତୁ ନିର୍ବାଚନ ଲଢିବାକୁ ଘୋଷଣ କରି ଯୋଗୀ ୨୨ ବର୍ଷର ଗୋଟିଏ ରେକର୍ଡ୍ ଭାଙ୍ଗିଛନ୍ତିଗତ ୨୨ ବର୍ଷ ମଧ୍ୟରେ ସେ ଏଭଳି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଶେଷଥର ପାଇଁ ମୁଲାୟମ ସିଂ ଯାଦବ ବିଧାନସଭା ନିର୍ବାଚନ ଲଢି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଲାୟମ ଗୁନ୍ନୌର ସିଟରୁ ନିର୍ବାଚନ ଲଢି ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗତ ୨୨ ବର୍ଷ ମଧ୍ୟରେ ଯେତେଜଣ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସମସ୍ତେ ଭାୟ ବିଧାନ ପରିଷଦ ଦେଇ ଗୃହକୁ ଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami