କରୋନା କାଳରେ ନକଲି ଟିକା କେନ୍ଦ୍ରକୁ କେମିତି ଚିହ୍ନିବେ?

Above Post Content

କରୋନା କାଳରେ ଗୋଟିଏ ପଟେ ଭୂତାଣୁ ଡରାଉଛି । ଅନ୍ୟପଟେ କିଛି ଖଳ ପ୍ରକୃତିର ଲୋକଙ୍କ ଠକେଇ ଅନେକଙ୍କ ଜୀବନକୁ ବିପନ୍ନ କରି ଦେଇଛି । ମୁମ୍ବାଇଠାରୁ କୋଲକତା । ସବୁଠି ଏହିଭଳି ଠକ ଏବେ ସକ୍ରୀୟ । ଟିକା କେନ୍ଦ୍ରରେ ନାହିଁନଥିବା ଗହଳିର ଫାଇଦା ଉଠାଇ କିଛି ଠକ ଦେଶର ବିଭିନ୍ନ ସ୍ଥାନରେ ନକଲି ଟିକାକେନ୍ଦ୍ର ଖୋଲି ଲୋକଙ୍କୁ ଠକିବା ସହିତ ସେମାନଙ୍କ ଜୀବନକୁ ବିଦରେ ପକାଉଛନ୍ତି । କୋଲକାତରେ ନିକଟରେ ଟିଏମସିର ଜଣେ ସାଂସଦ ଏହିଭଳି ଗୋଟିଏ ନକଲି ଟିକା କେନ୍ଦ୍ରରେ ଟିକା ନେଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଏକ ପ୍ରତିଷ୍ଠିତ ହସ୍ପିଟାଲର ଜଣେ କର୍ମଚାରୀ ବଲିଉଡ୍ ସମେତ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ନକଲି ଟିକା ଦେଇଛି । ସେହି ବ୍ୟକ୍ତି ଏବେ ପୋଲିସ କବଜାର । ତେବେ ଏମିତି କିଛି ସରଳ ଉପାୟ ରହିଛି ଯାହାଦ୍ୱାରା ଆପଣ ନକଲି ଟିକା କେନ୍ଦ୍ରକୁ ଚିହ୍ନି ପାରିବେ ।

ଯଦି କୌଣସି ସୋସାଇଟି କିମ୍ବା କଲୋନି ନିଜ ଅଂଚଳରେ ଟିକା କ୍ୟାମ୍ପ ଲଗାଇବାକୁ ଚାହାନ୍ତି ତେବେ ତାଙ୍କୁ (ରେସିଡେଣ୍ଟ୍ ୱେଲଫେୟାର ଆସୋସିଏସନ)ଙ୍କୁ ସ୍ଥାନୀୟ ଅଧିକାରୀଙ୍କ ସହିତ ପୋଲିସକୁ ସୂଚିତ କରିବାକୁ ହେବ । ପୋଲିସ ଓ ସ୍ଥାନୀୟ ଅଧିକାରୀଙ୍କ ସହମତି ମିଳିଲେ ହିଁ ଟିକା କ୍ୟାମ୍ପ୍ ସ୍ଥାପିତ ହୋଇପାରିବ । ଏମିତିରେ ଆପଣ ଯଦି ଏଭଳି କୌଣସି କ୍ୟାମ୍ପରୁ ଟିକା ନେବାକୁ ଚାହାନ୍ତି ତେବେ ଆୟୋଜକଙ୍କଠାରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଅନୁମତିପତ୍ର ଦେଖାଇବାକୁ କୁହନ୍ତୁ । ପ୍ରଥମେ ପରଖନ୍ତୁ ଓ ତା’ପରେ ଟିକା ନିଅନ୍ତୁ

After 2nd paragraph post ads
Middle post content

ଯଦି ସମ୍ଭବ ତେବେ RWA କିମ୍ବା କର୍ପୋରେଟ୍ କମ୍ପାନିଙ୍କୁ ଆଗକୁ ବଢି ଘରୋଇ ହସ୍ପିଟାଲଙ୍କ ସହିତ ଚୁକ୍ତି କରନ୍ତୁ । ଘରୋଇ ହସ୍ପିଟାଲଙ୍କ ସହିତ ଟିକା କ୍ୟାମ୍ପ ପାଇଁ ଚୁକ୍ତି କରିବାର ଗୋଟିଏ ଲାଭ ହେଉଛି ଯେ, ଯଦି କୌଣସି ଠକ ସଂସ୍ଥା ସେହି ଅଂଚଳରେ ନକଲି ଭ୍ୟାକ୍ସିନେସନ୍ କରୁଛି ତେବେ ହସ୍ପିଟାଲରୁ ହିଁ ଏସମ୍ବନ୍ଧରେ ତଥ୍ୟ ମିଳିଯିବ । ହସ୍ପିଟାଲ ସହିତ ଯୋଗାଯୋଗ କରିବା ଦ୍ୱାରା କୌଣସି ସଂସ୍ଥା ତାଙ୍କ ନାମ ନେଇ ଟିକା କରଣ କରୁଛି କି ନାହିଁ ତାହା ଜଣା ପଡିବ ।

ଟିକା ନେବା ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତେ କୋୱିନ୍ ପୋର୍ଟାଲରେ ନିଜ ନାମ ପଂଜିକରଣ କରିବା ଆବଶ୍ୟକ । ଏହା ସହିତ ଏଭଳି କୌଣସି ସେଣ୍ଟରକୁ ଟିକା ନେବାକୁ ଯାନ୍ତୁ ନାହିଁ ଯାହାର ନାମ ପୋର୍ଟାଲରେ ପଂଜିକୃତ ହୋଇନଥିବ । ଏହା ବ୍ୟତିତ ଟିକା ନେବା ପରେ ତୁରନ୍ତ ସେଣ୍ଟରକୁ ଆପଣଙ୍କ ଟିକା ସାର୍ଟିଫିକେଟ୍ ଦେବାକୁ ଦାବି କରନ୍ତୁ । ଯଦି କେହି ସାର୍ଟିଫିକେଟ୍ ଦେବାରେ ବିଳମ୍ବ କରେ କିମ୍ବା ଟାଳଟୁଳ କରେ ତେବେ ଜାଣନ୍ତୁ ଯେ, କିଛି ଗଡବଡ ଅଛି ।

କରୋନା ଟିକା ନେବା ପରେ ସମସ୍ତଙ୍କୁ ଜ୍ୱର, ଦେହ ଘୋଳାବିନ୍ଧା ନହୋଇପାରେ କିନ୍ତୁ ଅଧିକାଂଶ ଲୋକଙ୍କୁ ଦିନେରୁ ଦୁଇ ଦିନ ପାଇଁ ଏଭଳି ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡିପାରେ । ଟିକା ନେବା ପରେ ଏଭଳି ଲକ୍ଷଣ ପ୍ରତି ଆଲର୍ଟ ରୁହନ୍ତୁ । ଆପଣଙ୍କ ସହିତ ଟିକା ନେଇଥିବା ଲୋକଙ୍କୁ ସେମାନେ ସେହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ତାହା ପଚାରି ବୁଝନ୍ତୁ । ଯଦି ଗୋଟିଏ ଟିକା କେନ୍ଦ୍ରରେ ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କଠାରେ ଟିକା ପରବର୍ତ୍ତି ଲକ୍ଷଣ ଦେଖିବାକୁ ନମିଳେ ତେବେ ଜାଣନ୍ତୁ ଏହି ଟିକା ନକଲି ହୋଇପାରେତୁରନ୍ତ ଏସମ୍ବନ୍ଧରେ ସୂଚନା ସ୍ଥାନୀୟ ପ୍ରଶାସନକୁ ଦିଅନ୍ତୁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami