ଡ୍ରୋନ୍ କେମିତି କାମ କରେ ? ଭାରତରେ ଏହାକୁ ନେଇ କ’ଣ ରହିଛି ଗାଇଡ୍ ଲାଇନ୍ ?

Above Post Content

ଜମ୍ମୁକାଶ୍ମୀରରେ ନିକଟରେ ଜମ୍ମୁ ବିମାନଘାଟି ଉପରେ ଦୁଇଟି ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୁରକ୍ଷା ବାହିନୀଙ୍କ ଉପରେ ଆକ୍ରମଣର ଏହା ହେଉଛି ପ୍ରଥମ ଘଟଣା । ଏଭଳି ଆକ୍ରମଣ ୨୦୧୯ରୁ ୟମନରେ ଆରମ୍ଭ ହୋଇଛି । କିନ୍ତୁ ଭାରତ ପାଇଁ ଏହାଥିଲା ପ୍ରଥମ । ଏହି ଆକ୍ରମଣ ପରେ ଭାରତରେ ଡ୍ରୋନ୍ ବ୍ୟବହାରକୁ ନେଇ ବିତର୍କ ଆରମ୍ଭ ହୋଇଛି । ତେବେ ଡ୍ରୋନ୍ କ’ଣ ? ଏହା କେମିତି କାମ କରିଥାଏ ? ଭାରତରେ ଏହାକୁ ନେଇ କଣ ନିୟମ ରହିଛି ? ଏହି ସବୁ ପ୍ରଶ୍ନ ଆପଣଙ୍କ ମନକୁ ମଧ୍ୟ ଆସୁଥିବ । ଆସନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା..

1) ଡ୍ରୋନ୍ କ’ଣ ?

After 2nd paragraph post ads

ଡ୍ରୋନକୁ UAV ଅର୍ଥାତ Unmanned aerial vehicles या RPAS( Remotely Piloted Aerial Systems) ବୋଲି ମଧ୍ୟ କୁହାଯାଇଥାଏ । ଏହା ଏଭଳି ଗୋଟିଏ ଉପକରଣ ଯେଉଁଥିରେ ଏଚଡି କ୍ୟାମେରା ଲାଗିଥାଏ । ଏଥିରେ ମଧ୍ୟ ଅନବୋର୍ଡ୍ ସେନ୍ସର ଓ ଜିପିଏସ୍ ଲାଗିଥାଏ । ଏହାକୁ ଏକ ସଫ୍ଟୱେୟାର ଦ୍ୱାରା ଭୂପୃଷ୍ଠରୁ ନିୟନ୍ତ୍ରଣ କରାଯାଇଥାଏ । ଡ୍ରୋନର ଚାରିପଟେ ୪ଟି ରୋଟର୍ସ ଲାଗିଥାଏ । ଯାହା ସାହାଯ୍ୟରେ ଏହା ଉଡିଥାଏ । ଗୋଟିଏ ଡ୍ରୋନର ଓଜନ ୨୫୦ ଗ୍ରାମରୁ ୧୫୦ କିଲୋ ହୋଇପାରେ ।

2) କେମିତି ଅପରେଟ୍ ହୋଇଥାଏ ଡ୍ରୋନ୍ ?

ଡ୍ରୋନ୍ ଉଡାଇବା ପାଇଁ ସଫ୍ଟୱାର, ଜିପିଏସ୍ ଓ ରିମୋଟ ଆବଶ୍ୟକ ହୋଇଥାଏ । ରିମୋଟ୍ ଜରିଆରେ ହିଁ ଏହାକୁ ଅପରେଟ୍ ଓ ନିୟନ୍ତ୍ରଣ କରାଯାଇଥାଏ । ଡ୍ରୋନରେ ଲାଗିଥିବା ରୋଟର୍ସର ଗତିକୁ ରିମୋଟରେ ଥିବା ଜୟଷ୍ଟିକ୍ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ । ଅନ୍ୟପକ୍ଷରେ ଜିପିଏସ ଡ୍ରୋନର ସୁରକ୍ଷା କବଚ ହୋଇଥାଏ । କୌଣସି ପ୍ରକାରର ଦୁର୍ଘଟଣା ପୂର୍ବରୁ ଜିପିଏସ୍ ଅପରେଟକୁ ସତର୍କ କରାଇଥାଏ । ଜିପିଏସ୍ ଜରିଆରେ ହିଁ ଡ୍ରୋନ୍ ଉଡିଥାଏ । ଉଡିବା ପାଇଁ ଏହା ଖୋଲା ସ୍ଥାନ ଆବଶ୍ୟକ କରିଥାଏ ।

3) ଡ୍ରୋନକୁ କେଉଁଠି ଓ କ’ଣ ପାଇଁ ବ୍ୟବହାର କରାଯାଇଥାଏ ?

୧୯୯୧ର ଉପସାଗରୀୟ ଯୁଦ୍ଧ କାଳରେ ଆମେରିକା ପ୍ରଥମ ଥର ପାଇଁ ଇରାକ ଉପରେ ଆକ୍ରମଣ କରିବାକୁ ଡ୍ରୋନ୍ ବ୍ୟବହାର କରିଥିଲା । ତେବେ ବର୍ତ୍ତମାନ ଏହାର ବ୍ୟବହାର ନିମ୍ନଲିଖିତ କ୍ଷେତ୍ରରେ ହୋଇଥାଏ……

  • ଇ-କମର୍ସ ସାମାନ ଡେଲିଭରି
  • ଫଟୋ ଉଠାଇବା ପାଇଁ
  • ଭିଡିଓ ସୁଟ୍ ପାଇଁ
  • ଜାତୀୟ ରାଜପଥ ମ୍ୟାପିଂ ପାଇଁ
  • ରେଳ ଲାଇନ୍ ମ୍ୟାପିଂ
  • ଜଙ୍ଗଲ ନିରିକ୍ଷଣ ପାଇଁ
  • କୃଷି ସମ୍ବନ୍ଧିତ କାର୍ଯ୍ୟ ପାଇଁ
Middle post content

4) ଡ୍ରୋନ୍ କେତେ ପ୍ରକାରର ?

  • ନାନୋ ଡ୍ରୋନ୍- 250 ଗ୍ରାମ୍
  • ମାଇକ୍ରୋ ଡ୍ରୋନ୍- 250ରୁ ଦୁଇକିଲୋ ଓଜନ
  • ମିନି ଡ୍ରୋନ୍- ଦୁଇ କିଲୋରୁ 25 କିଲୋ
  • କ୍ଷୁଦ୍ର ଡ୍ରୋନ୍- 25 କିଲୋରୁ 150 କିଲୋ
  • ବଡ ଡ୍ରୋନ୍- 150 କିଲୋରୁ ଅଧିକ

5) ଦେଶରେ ଡ୍ରୋନକୁ ନେଇ କ’ଣ ରହିଛି ଗାଇଡଲାଇନ୍ ?

ଦେଶରେ ବେସାମିରକ ବିମାନ ଚଳାଚଳ ବିଭାଗ ଡ୍ରୋନ୍ ଉଡାଇବା ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଡ୍ରୋନର ଓଜନ ଓ ସାଇଜକୁ ନେଇ ଏହି ପ୍ରତିବନ୍ଧକ ଲାଗୁ ହୋଇଛି । ନାନୋ ଡ୍ରୋନ୍ସ ଉଡାଇବା ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ନାହିଁ । ମାଇକ୍ରୋ ଡ୍ରୋନ୍ ଉଡାଇବା ପାଇଁ UAS Operator Permit-Iଠାରୁ ଅନୁମତି ନେବାକୁ ପଡିଥାଏ ଓ ଡ୍ରୋନ୍ ପାଇଲଟଙ୍କୁ SOP ଅନୁସରଣ କରିବାକୁ ପଡେ । ବଡ ଡ୍ରୋନ୍ ଉଡାଇବା ପାଇଁ ଡିଜିସିଏଠାରୁ ଅନୁମତି ନେବାକୁ ପଡେ । ଏହାସହିତ କୌଣସି ପ୍ରତିବନ୍ଧିତ କ୍ଷେତ୍ରରେ ଡ୍ରୋନ୍ ଉଡାଇବା ପାଇଁ ଆପଣଙ୍କୁ ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ଡ୍ରୋନ୍ ଉଡାଇଲେ ଜରିମାନାର ପ୍ରାବଧାନ ରହିଛି

6) ଡ୍ରୋନ୍ ଉଡାଇବା ପାଇଁ କେମିତି ମିଳିଥାଏ ଲାଇସେନ୍ସ ?

ନାନୋ ଡ୍ରୋନ୍ ବ୍ୟତିତ ଅନ୍ୟ ଡ୍ରୋନ୍ ଉଡାଇବା ପାଇଁ ଲାଇସେନ୍ସ ନେବାକୁ ପଡେ । ଏଥିପାଇଁ ଦୁଇ ପ୍ରକାରର ଲାଇସେନ୍ସ ଆବଶ୍ୟକ । ପ୍ରଥମ ହେଉଛି, ଷ୍ଟ୍ରାଇଡେଣ୍ଟ୍ ରିମୋଟ୍ ପାଇଲଟ୍ ଲାଇସେନ୍ସ ଓ ଦ୍ୱିତୀୟ ହେଉଛି ରିମୋଟ୍ ପାଇଲଟ୍ ଲାଇସେନ୍ସ । ଏହି ଲାଇସେନ୍ସ ପାଇଁ ଅପରେଟରଙ୍କ ବୟସ ୧୮ରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଲାଇସେନ୍ସ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ୧୦ ପାସ ସାର୍ଟିଫିକେଟ୍ । ଏହା ସହିତ ଆବେଦନକାରୀଙ୍କୁ ମେଡିକାଲ ପରିକ୍ଷା ରେ ମଧ୍ୟ ପାସ ହେବାକୁ ପଡିବ । ଲାଇସେନ୍ସ ପାଇଁ ଆପଣଙ୍କ ବ୍ୟାକ୍ ଗ୍ରାଉଣ୍ଡ୍ ଚେକ୍ ହୋଇଥାଏ

7) ବିନା ଲାଇସେନ୍ସରେ କିମ୍ବା ପ୍ରତିବନ୍ଧିତ କ୍ଷେତ୍ରରେ ଡ୍ରୋନ୍ ଚଳାଇଲେ କେତେ ଜରିମାନା ??

ବିନା ଲଇସେନ୍ସରେ ଡ୍ରୋନ୍ ଉଡାଇଲେ ୨୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିଥାଏ । ସେହିଭଳି ନୋ ଅପରେସନ୍ ଜୋନରେ ଡ୍ରୋନ୍ ଉଡାଇଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡେ । ଡ୍ରୋନର ଥାର୍ଡ୍ ପାର୍ଟି ବୀମା ହେବା ମଧ୍ୟ ଜରୁରୀ । ବୀମା ନଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami