ବିିରଳ ବ୍ୟକ୍ତିତ୍ୱ ବିଭୂତି

Above Post Content

କରୋନା ସମୟରେ ଗରିବ, ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ତାଳଚେର ଅଂଚଳର ବିଭୂତି ସାହୁ । କେଉଁଠି ଭୋକିଲା ମଣିଷଟିଏ ଖାଇବାକୁ ମୁଠାଏ ପାଉନି, କାହାର ଘର ଉପରରେ ଛାତଟିଏ ନାହିଁ, ରୋଗୀଟିଏ ଔଷଧ ନ ପାଇ ଛଟପଟ ହେଉଛି, ସେଇଠି ସହାୟତା ନେଇ ପହଂଚିଯାଉଛନ୍ତି ବିଭୂତି । ଏଥିପାଇଁ ଟଙ୍କାଟିଏ ବି କାହା ପାଖରୁ ନିଅନ୍ତିନି ବିଭୂତି ।

Middle post content

ସ୍ୱ-ଅର୍ଜିତ ରୋଜଗାରରୁ ଅସହାୟ ଗରିବ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଖର୍ଚ୍ଚ କରନ୍ତି । ପ୍ରଶାସନ ସହାୟତା ପାଇବା ପୂର୍ବରୁ ବିଭୂତି ପହଂଚିଯାଆନ୍ତି ଲୋକଙ୍କ ପାଖରେ । କରୋନାର ଦ୍ୱିତୀୟ ଲହର ଭୟାବହତା ପରେ ବିଭିନ୍ନ ପ୍ରକାରର କଟକଣା ଯୋଗୁ ବିଭିନ୍ନ ବସ୍ତିରେ ଗରିବ, ଅସହାୟ ସରକାରୀ ଯୋଜନା ପାଇ ପାରୁନାହାନ୍ତି । ଏଭଳି ଦୁର୍ଦ୍ଦିନରେ ଲୋକଙ୍କ ସଙ୍କଟ ମୋଚକ ଭାବେ ଠିଆ ହୋଇଛନ୍ତି ବିଭୂତି । ଜନସେବା ପ୍ରତି ଥିବା ତାଙ୍କ ଆଗ୍ରହ ଏବଂ ନିଃସ୍ୱାର୍ଥପର ଗୁଣ ଯୋଗୁ ଏବେ ସେ ଚାରିଆଡେ ଚର୍ଚ୍ଚିତ । ଭୋକିଲା ଲୋକଙ୍କୁ ଖାଦ୍ୟ, ଦିବ୍ୟାଙ୍ଗଙ୍କୁ ସହାୟତା, ସଙ୍ଗରୋଧରେ ଥିବା ଅସହାୟ କରୋନା ରୋଗୀଙ୍କୁ ଖାଦ୍ୟ ପ୍ରଦାନ କୋଭିଡ୍ ଯତ୍ନ କେନ୍ଦ୍ରରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ବିଭିନ୍ନ ସ୍ଥାନକୁ ବିଶୋଧନ କରିବା ଏଭଳି ଅନେକ କାମ ହାତକୁ ନେଇଛନ୍ତି । ଅନୁଗୁଳ ଜିଲ୍ଲାର ତାଳଚେର ଅଂଚଳ ସମେତ କଣିହାଁ, ଖମାର, ପାଲଲହଡ଼ା, ଛେଣ୍ଡିପଦା, ବନ୍ତଳା ଆଦି ବିଭିନ୍ନ ସ୍ଥାନରେ ବାସ କରୁଥିବା ଏଭଳି ଲୋକମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଛନ୍ତି । ଏହାସହ କରୋନା ମହାମାରୀ ସମୟରେ ନିଜର ଚତଃପାଶ୍ୱର୍କୁ ସାନିଟାଇଜ କରି କରୋନା ଭୂତାଣୁମୁକ୍ତ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳରେ କରୋନା ସମ୍ମୁଖ ଯୋଦ୍ଧା, ସମାଜସେବୀ ବନ୍ଧୁମାନଙ୍କୁ ସାନିଟାଇଜର ସିଂଚନ ଯନ୍ତ୍ର, ପିପିଇ କିଟ୍‌, ଅକ୍ସିମିଟର ଆଦି ପ୍ରଦାନ କରୁଛନ୍ତି । ପରିବାରର ସୁଖ ଶାନ୍ତିକୁ ପଛରେ ପକାଇ ଦିନରାତି ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବାରେ ତାଙ୍କ ପରି ନିଆରା ବ୍ୟକ୍ତିତ୍ୱ ଆଜି କାଲିର ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami