ସୁନା ଝିଅ ମୋନା ବିଶ୍ୱରୂପା

Above Post Content

ଓଡ଼ିଆ ଝିଅ ମୋନା ବିଶ୍ୱରୂପା ମହାନ୍ତି । ଓଡ଼ିଶାର ଗୌରବକୁ ବଢ଼ାଇଛନ୍ତି ଏହି ମୟୂରଭଞ୍ଜର ସୁନା ଝିଅୟୁଏଇର ଗୋଲ୍‌ଡେନ୍ ଭିସା ପାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଶିଳ୍ପୀକଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଇତିହାସ ଓ ଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ୟୁଏଇ ଗୋଲଡେନ୍ ଭିସା । ଏହି ଭିସା ଦ୍ୱାରା ବିଶ୍ୱରୂପା ଜାତୀୟ ପ୍ରଯୋଜକଙ୍କ ସହାୟତା ବିନା ସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟର ୧୦୦ ପ୍ରତିଶତ ମାଲିକାନା ସହିତ ୧୦ ବର୍ଷ ଧରି ପଶ୍ଚିମ ଏସୀୟ ଦେଶରେ ରହି କାର୍ଯ୍ୟ କରିପାରିବେ ।

ଓଡ଼ିଶା ଶିଳ୍ପୀ ବିଶ୍ୱରୂପା ମହାନ୍ତି ହେଉଛନ୍ତି ଓଡ଼ିଆ ସିନେମା ଜଗତର ସ୍ୱନାମଧନ୍ୟ ଗୀତିକାର ତଥା ‘ଅଭିଳାଷ’ ଚଳଚ୍ଚିତ୍ରର ‘ଏଇ ଝୁମା ଝୁମା ଗୋଲାପୀ ବେଳାରେ…’ ଗୀତର ଫେମ୍ ସଂଗ୍ରାମ କେଶରୀ ମହାନ୍ତିଙ୍କ ଝିଅ । ଏକାଡେମିକ ଏବଂ ଜିଡାଇନ୍ କ୍ଷେତ୍ରରେ ୮ ବର୍ଷ କାର୍ଯ୍ୟ କରିଥିବା ବିଶ୍ୱରୂପା ୨୦୦୭ରୁ ଦୁବାଇ ଅର୍ଥନୈତିକ ବିଭାଗର ପଞ୍ଜିକୃତ ସ୍ୱନିଯୁକ୍ତ ଶିଳ୍ପୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ବାରିପଦା ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍‌ କ୍ରାଫ୍ଟରୁ ସୂକ୍ଷ୍ମ କଳାରେ ସେ ଡିପ୍ଳୋମା କରିଥିବାବେଳେ ଏନ୍‌ଆଇଏଫ୍‌ଟି ନ୍ୟୁ ଦିଲ୍ଲୀରୁ ସେ ଫ୍ୟାଶନ ଡିଜାଇନରେ ସ୍ନାତକୋତର ଏବଂ ଆଇଇଡି ମିଲନରୁ ଫେସନ୍ ଏଣ୍ଡ୍ ଟେକ୍ସଟାଇଲ ଡିଜାଇନରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି ।

After 2nd paragraph post ads
Middle post content

ବିଶ୍ୱରୂପା ଏହି ସଫଳତା ପାଇବା ପରେ ଭଗବାନଙ୍କ ସମେତ ଜନ୍ମମାଟି, ପରିବାର ସଦସ୍ୟ, ଦୁବାଇ ସାଂସ୍କୃତିକ ଏବଂ କଳା ଅଧିକାରୀ, ୟୁଏଇଓଡ଼ିଶା ସମାଜଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ପୋର୍ଟାଲ ମାଧ୍ୟମରେ ତାଙ୍କ ସହିତ ଯୋଡ଼ି ହୋଇଥିବା ହଜାର ହଜାର କଳାକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ତାଙ୍କ ଭିତରେ ଏହି ଶିଳ୍ପୀଟି ମୟୂରଭଞ୍ଜ ମାଟିରୁ ହିଁ ପରିପୃଷ୍ଟ ହୋଇଥିଲା । ବାପା ସଂଗ୍ରାମ କେଶରୀ ମହାନ୍ତିଙ୍କ ଛନ୍ଦମୟ ସୃଜନଶୀଳତାର ଗଭୀର ପ୍ରଭାବ ତାଙ୍କ ଉପରେ ଥିଲା । ମୟୂରଭଞ୍ଜର ପ୍ରକୃତି, ସୌନ୍ଦର୍ଯ୍ୟ ଓ ସଂଗୀତ ତାଙ୍କ ପ୍ରେରଣାର ଉତ୍ସ ବୋଲି ସେ ସବୁବେଳେ କହନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami